ମାନବାଧିକାର ପରିଷଦରେ ପାରିତ ପ୍ରସ୍ତାବକୁ ଗ୍ରହଣ କରିବାକୁ ଶ୍ରୀଲଙ୍କା ଅମଙ୍ଗ…

କଲମ୍ବୋ,୮।୧୦ : ମିଳିତ ଜାତିସଂଘ ମାନବ ଅଧିକାର ପରିଷଦରେ ଶ୍ରୀଲଙ୍କା ବିରୋଧରେ ପ୍ରସ୍ତାବ ପାରିତ ହେବା ପରେ ରାନିଲ ବିକ୍ରମସିଂଘେ ସରକାର ଦେଶବାସୀଙ୍କୁ ବନ୍ଧୁ ତଥା ଶତ୍ରୁ ଦେଶ ବିଷୟରେ ଅବଗତ କରାଇବା ଆରମ୍ଭ କରିଛନ୍ତି।

ଏହି ପ୍ରସ୍ତାବ ବିରୋଧରେ ଭୋଟ ଦେଇଥିବା ଏବଂ ଭୋଟ ସମୟରେ ଅନୁପସ୍ଥିତ ଥିବା ଦେଶମାନଙ୍କୁ ଶ୍ରୀଲଙ୍କା ସରକାର ବିଶେଷ ଧନ୍ୟବାଦ ଦେଉଛନ୍ତି। ଶ୍ରୀଲଙ୍କାର ବେଦେଶିକ ମନ୍ତ୍ରୀ ଅଲି ସାବରି କହିଛନ୍ତି ଯେ ମାନବିକ ଅଧିକାରର ସୁରକ୍ଷା ସହିତ ଏହି ପ୍ରସ୍ତାବର କୌଣସି ସମ୍ପର୍କ ନାହିଁ। କିନ୍ତୁ ଏହା ପରିବର୍ତ୍ତିତ ଭୂ-ରାଜନୀତିର ଫଳାଫଳ।

ଶ୍ରୀଲଙ୍କାର ତାମିଲ ଜନସଂଖ୍ୟାରେ ମାନବିକ ଅଧିକାରର ଉଲ୍ଲଂଘନ ପ୍ରସଙ୍ଗରେ ଆଣିଥିବା ପ୍ରସ୍ତାବ ସପକ୍ଷରେ ୨୦ ଦେଶ ଭୋଟ ଦେଇଛନ୍ତି। ସାତ ଦେଶ ଏହାକୁ ବିରୋଧ କରିଥିଲେ। ୨୦ ଟି ଦେଶ ମତଦାନରୁ ଦୂରେଇ ରହିଥିଲେ। ଏହି ପ୍ରସ୍ତାବକୁ ବିରୋଧ କରୁଥିବା ସାତୋଟି ଦେଶରେ ଶ୍ରୀଲଙ୍କା ବ୍ୟତୀତ ଚାଇନା ଏବଂ ପାକିସ୍ଥାନ ଅନ୍ତର୍ଭୁକ୍ତ। ଅନୁପସ୍ଥିତ ଥିବା ୨୦ଟି ଦେଶ ମଧ୍ୟରେ ଭାରତ, ଜାପାନ, ଇଣ୍ଡୋନେସିଆ, କତାର, ମାଲେସିଆ ଏବଂ ସଂଯୁକ୍ତ ଆରବ ଏମିରେଟ୍ସ ଅନ୍ତର୍ଭୁକ୍ତ।

ଶ୍ରୀଲଙ୍କାର ତାମିଲ ଜନସଂଖ୍ୟାରେ ମାନବିକ ଅଧିକାରର ଉଲ୍ଲଂଘନ ପ୍ରସଙ୍ଗରେ ଆଣିଥିବା ପ୍ରସ୍ତାବ ସପକ୍ଷରେ ୨୦ ଦେଶ ଭୋଟ ଦେଇଛନ୍ତି। ସାତ ଦେଶ ଏହାକୁ ବିରୋଧ କରିଥିଲେ। ୨୦ ଟି ଦେଶ ମତଦାନରୁ ଦୂରେଇ ରହିଥିଲେ। ଏହି ପ୍ରସ୍ତାବକୁ ବିରୋଧ କରୁଥିବା ସାତୋଟି ଦେଶରେ ଶ୍ରୀଲଙ୍କା ବ୍ୟତୀତ ଚାଇନା ଏବଂ ପାକିସ୍ଥାନ ଅନ୍ତର୍ଭୁକ୍ତ। ଅନୁପସ୍ଥିତ ଥିବା ୨୦ଟି ଦେଶ ମଧ୍ୟରେ ଭାରତ, ଜାପାନ, ଇଣ୍ଡୋନେସିଆ, କତାର, ମାଲେସିଆ ଏବଂ ସଂଯୁକ୍ତ ଆରବ ଏମିରେଟ୍ସ ଅନ୍ତର୍ଭୁକ୍ତ।

ମତଦାନର ଫଳାଫଳ ଆସିବା ପରେ ଶ୍ରୀଲଙ୍କାର ଅଲି ସାବରି ୱେବସାଇଟ ଇକୋନୋମିକ୍ସ ଡଟ କମକୁ ଏକ ସ୍ବତନ୍ତ୍ର ଫୋନ ସାକ୍ଷାତକାରରେ କହିଛନ୍ତି ଯେ,ପ୍ରସ୍ତାବ ସପକ୍ଷରେ ଭୋଟ ଦେବାକୁ ଅନେକ ଦେଶ ଉପରେ ପ୍ରବଳ ଚାପ ପକାଯାଇଥିଲା। ସେ କହିଛନ୍ତି ସେଥିପାଇଁ ଆମେ ଏହାର ପରିମାଣ ଆଗରୁ ଜାଣିଥିଲୁ। ଜାତିସଂଘ ସୁରକ୍ଷା ପରିଷଦର ସଂରଚନା ବଦଳି ଯାଇଛି। ଆମର ଅନେକ ବନ୍ଧୁ ଦେଶ ଏଠାରେ ଆଉ ଉପସ୍ଥିତ ନାହାଁନ୍ତି ।
ପର୍ଯ୍ୟବେକ୍ଷକଙ୍କ କହିବାନୁସାରେ, ଗୁରୁବାର ପାରିତ ହୋଇଥିବା ପ୍ରସ୍ତାବରେ ଶ୍ରୀଲଙ୍କା ବିରୋଧରେ ଯେଉଁ ପ୍ରକାର କଠୋର ଭାଷା ବ୍ୟବହାର କରାଯାଇଥିଲା ତାହା ପୂର୍ବରୁ କେବେ ହୋଇନାହିଁ।

ଅଲି ସାବରି ସ୍ପଷ୍ଟ କରିଛନ୍ତି ଯେ ଶ୍ରୀଲଙ୍କାରେ ମାନବିକ ଅଧିକାରର ଉଲ୍ଲଂଘନ ଉପରେ ପ୍ରମାଣ ସଂଗ୍ରହ କରିବାକୁ କୌଣସି ବିଦେଶୀ ଉଦ୍ୟମକୁ ଶ୍ରୀଲଙ୍କା ସରକାର ସମର୍ଥନ କରିବେ ନାହିଁ। ଏହାକୁ ଅନୁମତି ଦେବା ଶ୍ରୀଲଙ୍କା ସମ୍ବିଧାନର ଉଲ୍ଲଂଘନ ହେବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦମଦାର ବିଜୟ ସହ ସିଜିନ୍‌ ଆରମ୍ଭ କଲା ରାଜସ୍ଥାନ ରୟାଲ

ଗୁଆହାଟୀ,୩୦।୩: ରାଜସ୍ଥାନ ରୟାଲ୍ସ ଏକ ଦମଦାର ବିଜୟ ସହିତ IPL 2026 ସିଜିନ ଆରମ୍ଭ କରିଛି। ଗୁଆହାଟୀରେ ଖେଳାଯାଇଥିବା ସେମାନଙ୍କର ପ୍ରଥମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ସମ୍ପୂର୍ଣ୍ଣ…

୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ

ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ…

ଡାକ୍ତରଙ୍କ ପାଖକୁ ଯାଆନ୍ତୁ ନିଶିକାନ୍ତ ଦୁବେ: ବର୍ଷିଲେ ନବୀନ

ଭୁବନେଶ୍ୱର, ୩୦।୩: ଏମ୍‌ପି ନିଶିକାନ୍ତ ଦୁବେଙ୍କ ଦ୍ୱାରା ବିଜୁ ବାବୁଙ୍କ ବାବଦରେ ରବିବାର ରଖାଯାଇଥିବା ବିବୃତ୍ତି ଶୁଣି ଆଶ୍ଚର୍ଯ୍ୟ ହେଲି। ତାଙ୍କର ଏଭଳି ମନ୍ତବ୍ୟକୁ ନିନ୍ଦା କରୁଛି।…

ବିଜୁ ପଟ୍ଟନାୟକଙ୍କ ଉପରେ ଅସମ୍ମାନଜନକ ମନ୍ତବ୍ୟକୁ ନେଇ ମୁହଁ ଖୋଲିଲେ ବୈଜୟନ୍ତ ପଣ୍ଡା: କହୁ କହୁ କହିଦେଲେ…

ଭୁବନେଶ୍ୱର,୩୦।୩: ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କୁ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ରାଜନୀତି ଜୋର ଧରିଛି। ବିଜୁ ବାବୁଙ୍କ ପ୍ରତି ମନ୍ତବ୍ୟ ନେଇ…

ନାବାଳିକାଙ୍କୁ ଅପହରଣ କରିନେଇଥିଲେ ଶୁଭମ, ବଳାତ୍କାର ପରେ…

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ପାଟପୁର ପୋଲିସ…

ଇରାନ-ଆମେରିକା ଯୁଦ୍ଧ ଭିତରେ ପଶିଲା ଚାଇନା, କହିଦେଲା ଏତେ ବଡ଼ କଥା, ଟ୍ରମ୍ପ ଛାନିଆ

ନୂଆଦିଲ୍ଲୀ,୩୦।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଚାଇନା ଇରାନ ବିରୁଦ୍ଧରେ ଆମେରିକାର ଆକ୍ରମଣକୁ ନିନ୍ଦା କରିଛି। ଚାଇନା ସ୍ପଷ୍ଟ ଭାବରେ କହିଛି ଯେ ଇରାନ ବିରୁଦ୍ଧରେ ସାମରିକ…

ମୋଦିଙ୍କୁ ନେଇ ଏମିତି କହିଦେଲେ ଓମାର ଅବଦୁଲ୍ଲା: ରାଜନୀତିରେ ହଲଚଲ

ଶ୍ରୀନଗର,୩୦।୩: ଜମ୍ମୁ ଏବଂ କଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଯୁଦ୍ଧକୁ ନେଇ ନିଜ ମତ ରଖିଛନ୍ତି। ସେ କହିଛନ୍ତି, ଆମେ ନିଶ୍ଚିତ ଭାବରେ ଆଶା କରୁଛୁ ଯେ…

ଜରୁରୀକାଳୀନ ପରିସ୍ଥିତି, ସ୍ମାର୍ଟ ଲକଡାଉନ୍‌… ଇରାନ ଯୁଦ୍ଧ ଯୋଗୁ ଘୋର ସଙ୍କଟରେ ଏହି ସବୁ ଦେଶ

ନୂଆଦିଲ୍ଲୀ,୩୦।୩: ଇରାନ, ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ସଂଘର୍ଷ ଆଉ ଏହି ତିନୋଟି ଦେଶ ମଧ୍ୟରେ ସୀମିତ ନାହିଁ। ତେଲ ଏବଂ ଗ୍ୟାସ ଯୋଗାଣରେ ବାଧା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri