Posted inଖେଳ

ଶ୍ରୀଶଙ୍କରଙ୍କୁ ବିଶ୍ୱ ଚାମ୍ପିୟନଶିପ୍‌ ଯୋଗ୍ୟତା

ଭୁବନେଶ୍ୱର, ୧୯ା୬(ସରୋଜ ଜେନା): ଭୁବନେଶ୍ୱରରେ ଅନୁଷ୍ଠିତ ୬୨ତମ ଜାତୀୟ ଆନ୍ତଃ ରାଜ୍ୟ ଆଥ୍‌ଲେଟିକ ମିଟ୍‌ର ଚତୁର୍ଥ ଦିବସରେ ବିଶ୍ୱ ଚାମ୍ପିୟନଶିପ୍‌ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି ଲଙ୍ଗ୍‌ଜମ୍ପର ମୁରଲୀ ଶ୍ରୀଶଙ୍କର। ଯୋଗ୍ୟତା ପର୍ଯ୍ୟାୟ ରାଉଣ୍ଡର ପ୍ରଥମ ପ୍ରୟାସରେ ଶ୍ରୀଶଙ୍କର ୮.୪୧ ମିଟର ଦୂରତା ହାସଲ କରିଥିଲେ। ମାତ୍ର ୧ ସେମି ଦୂରତା ପାଇଁ ଶ୍ରୀଶଙ୍କର ଜେସଓ୍ବିନ୍‌ ଆଲଡ୍ରିନ୍‌ଙ୍କ ଜାତୀୟ ରେକର୍ଡରୁ ପଛରେ ରହିଯାଇଥିଲେ। କେରଳ ପକ୍ଷରୁ ଖେଳୁଥିବା ୨୪ ବର୍ଷୀୟ ଶ୍ରୀଶଙ୍କରଙ୍କ ଏହା ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ। ଜାତୀୟ ରେକର୍ଡଧାରୀ ଜେସଓ୍ବିନ୍‌ ଆଲଡ୍ରିନ୍‌ ୭.୮୩ ମିଟର ଦୂରତା ସହିତ ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ମହମ୍ମଦ ଅନିସ୍‌ ୟାହିଆ ୭.୭୧ ମିଟର ଦୂରତା ସହ ତୃତୀୟରେ ରହିଥିଲେ। ସୋମବାର ଲଙ୍ଗ୍‌ ଜମ୍ପ୍‌ର ଫାଇନାଲ ଅନୁଷ୍ଠିତ ହେବାକୁଥିବା ବେଳେ ସମୁଦାୟ ୧୨ ଜଣ ଆଥ୍‌ଲେଟ ଫାଇନାଲରେ ପହଞ୍ଚତ୍ଛନ୍ତି। ଶ୍ରୀଶଙ୍କର ଉଭୟ ଏସିଆନ୍‌ ଚାମ୍ପିୟନଶିପ୍‌ ଓ ଏସିଆନ୍‌ ଗେମ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ଏସିଆନ୍‌ ଗେମ୍ସ ଲାଗି ୭.୯୫ ମିଟରର ଟାର୍ଗେଟ ରହିଥିବା ବେଳେ ଏସିଆନ୍‌ ଚାମ୍ପିୟନଶିପ୍‌ ପାଇଁ ୮.୨୫ ମିଟରର ଲକ୍ଷ୍ୟ ରହିଥିଲା। ବିକାଶ ଗୌଡ଼ା ଓ ନୀରଜ ଚୋପ୍ରାଙ୍କ ପରେ ତୃତୀୟ ଭାରତୀୟ ଭାବେ ସେ ଡାଏମଣ୍ଡ ଲିଗ୍‌ର ପ୍ୟାରିସ୍‌ ଚରଣରେ ୮.୦୯ ମିଟର ଜମ୍ପ କରି ପଦକ ହାସଲ କରିଥିଲେ। ହଙ୍ଗେରୀରେ ହୋଇଥିବା ବିଶ୍ୱ ଚାମ୍ପିୟନଶିପ ନିମନ୍ତେ ଯୋଗ୍ୟତା ଟାର୍ଗେଟ ୮.୨୫ ମିଟର ରଖାଯାଇଥିଲା।
ମହିଳା ଲଙ୍ଗ୍‌ଜମ୍ପର ଆନ୍ସି ସୋଜାନ ଏସିଆନ ଗେମ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ଏସିଆନ ଯୋଗ୍ୟତା ଅର୍ଜନ ପାଇଁ ୬.୪୫ ମିଟରର ଦୂରତା ଧାର୍ଯ୍ୟ କରାଯାଇଥିବା ବେଳେ ଆନ୍ସି ୬.୪୯ ମିଟର ଡେଇଁଥିଲେ। ଆନ୍ସିଙ୍କ ଷ୍ଟେଟ୍‌ ମେଟ୍‌ ନୟନା ଜେମ୍ସ ୬.୩୧ ମିଟର ଓ ଶାଇଲି ସିଂ ୬.୨୭ ମିଟର ଦୂରତା ହାସଲ କରି ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହି ଫାଇନାଲ ଲାଗି ଯୋଗ୍ୟତା ଅର୍ଜନ କରିଥିଲେ।
ସେହିପରି ପୁରୁଷ ୧୫୦୦ ମିଟର ଦୌଡ଼ରେ ୪ ଜଣ ଖେଳାଳି ଏସିଆନ୍‌ ଗେମ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ଯୋଗ୍ୟତା ହାସଲ ନିମନ୍ତେ ୩.୪୭.୮୪ର ସମୟ ରହିଥିବା ବେଳେ ହିଟ୍‌ରେ ଉତ୍ତର ପ୍ରଦେଶର ଅଜୟ କୁମାର ସରୋଜ ୩.୪୪.୧୩, ୟୁନୁସ୍‌ ଶାହ ୩.୪୪.୨୨, ଉତ୍ତରାଖଣ୍ଡର ସଚେଲାଲ ପଟେଲ ୩.୪୪.୩୩ ଓ ରାଜସ୍ଥାନର ରାହୁଲ ବାଲୋଦା ୩.୪୬.୭୩ର ସମୟ ନେଇଥିଲେ। ଜାତୀୟ ରେକର୍ଡଧାରୀ କେରଳର ଜିନସନ୍‌ ଜନସନ୍‌ ୩.୪୮.୮୩ ସେକେଣ୍ଡର ଟାଇମିଂ ସହିତ ଫାଇନାଲକୁ ଯୋଗ୍ୟତା ଅର୍ଜନ କରିଥିଲେ।

କିଶୋର ଜେନାଙ୍କୁ ଏସିଆନ୍‌ ଗେମ୍ସ ଯୋଗ୍ୟତା

ଭୁବନେଶ୍ୱରରେ ଅନୁଷ୍ଠିତ ୬୨ ତମ ଜାତୀୟ ଆନ୍ତଃ ରାଜ୍ୟ ଆଥ୍‌ଲେଟିକ ମିଟ୍‌ରେ ପ୍ରଥମ ଓଡ଼ିଆ ଖେଳାଳି ଭାବରେ ଏସିଆନ୍‌ ଗେମ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି ଜାଭେଲିନ୍‌ ଥ୍ରୋୟର କିଶୋର କୁମାର ଜେନା। ଏସିଆନ୍‌ ଗେମ୍ସ ପାଇଁ ୭୮.୨୩ ମିଟର ଦୂରତା ଧାର୍ଯ୍ୟ କରାଯାଇଥିବା ବେଳେ କିଶୋର ୭୯.୯୬ ମିଟର ଦୂରତା ହାସଲ କରିଥିଲେ। ଏକ ବର୍ଷର ଡୋପିଂ ବାସନ୍ଦାଦେଶ ପରେ ଫେରିଥିବା ଉତ୍ତର ପ୍ରଦେଶର ଶିବପାଲ ସିଂ ୭୯.୩୫ ମିଟର ଦୂରତା ସହ ଦ୍ୱିତୀୟ ସ୍ଥାନରେ ରହିଥିଲେ। ରାଜସ୍ଥାନର ଅନୁଜ କାଲେରା ୭୯.୦୪ ମିଟର ଦୂରତା ସହିତ ତୃତୀୟ ସ୍ଥାନରେ ରହିଥିଲେ। ପ୍ରଥମ ସ୍ଥାନରେ ଥିବା ୩ ଖେଳାଳି ଏସିଆନ୍‌ ଗେମ୍ସ ପାଇଁ ଯୋଗ୍ୟତା ହାସଲ କରିଥିଲେ। ୨୦୦ ମିଟର ସ୍ପ୍ରିଣ୍ଟରେ ଓଡ଼ିଆ ଧାବିକା ଶ୍ରାବଣୀ ନନ୍ଦ ୨୪.୩୧ ମିନିଟ ସମୟ ନେଇ ଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦେଶରେ ଲାଗିବ କି ଲକ୍‌ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା, ଓଡ଼ିଶାକୁ ୧୦,୫୯୯ କୋଟିର…

ନୂଆଦିଲ୍ଲୀ,୨୭।୩: ଓଡ଼ିଶାର ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ…

ପଶ୍ଚିମ ଏସିଆ ସଂଘର୍ଷ: ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ; ସାମିଲ ହେଲେ ନାହିଁ ଏସବୁ ରାଜ୍ୟର CM

ନୂଆଦିଲ୍ଲୀ,୨୭।୩: ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ବିଶ୍ୱସ୍ତରୀୟ ପ୍ରଭାବକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ…

ରାସ୍ତାକଡ଼ ବୁଦା ଭିତରୁ ମିଳିଲା ପୁଳାପୁଳା ସରକାରୀ ଔଷଧ, ଏକ୍ସପାଏରୀ ଡେଟ୍‌ ଥିଲେ ସୁଦ୍ଧା କିଏ ଫିଙ୍ଗିଲା ସେ ନେଇ…

ସୁନ୍ଦରଗଡ଼, ୨୭।୩(ଜୟ ନାରାୟଣ ମେଣ୍ଡୁଳି): ସରକାର ଗରିବ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଓ ଔଷଧ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ସୁନ୍ଦରଗଡ଼ରେ…

ଖେଳାଳିଙ୍କ ଗସ୍ତ ଉପରେ କଟକଣା ଲଗାଇଲା ଇରାନ

ତେହେରାନ,୨୭ା୩: ଇରାନ ଶତ୍ରୁରାଷ୍ଟ୍ର ଭାବେ ବିବେଚନା ଦେଶଗୁଡ଼ିକୁ ଖେଳାଳିଙ୍କ ଗସ୍ତ ଉପରେ କଟକଣା ଜାରି କରିଛି। ସାଉଦି ଆରବରେ ଟ୍ରାକ୍ଟର ଏଫ୍‌ସି ବିପକ୍ଷ ଗେମ୍‌ ପୂର୍ବରୁ ଇରାନ…

ଓଡିଶାର ଶ୍ରେଷ୍ଠ ପୋଲିସ ଥାନା ଘୋଷଣା: ବାଜିମାରିଲା ଏହି ଥାନା

ଛତ୍ରପୁର, ୨୭/୩ (ଦିଲ୍ଲୀପ ସାମଲ): ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ଦ୍ୱାରା ଗଞ୍ଜାମ ପୋଲିସ ଜିଲାର ବଡ଼ଗଡ଼ ପୋଲିସ ଥାନା ୨୦୨୫ ବର୍ଷ ପାଇଁ ଓଡ଼ିଶାର ଶ୍ରେଷ୍ଠ…

ବୁଢ଼ୀ ଠାକୁରାଣୀ ଯାତ୍ରା ପାଇଁ ପାଟପୁର ଗାଁ ଉତ୍ସବମୁଖର: ଅସ୍ଥାୟୀ ପୀଠରେ ପୂଜା ପାଇଲେ ଦେବୀ

ଦିଗପହଣ୍ଡି,୨୭୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ପାଟପୁର ଗାଁର ଗ୍ରାମ ଦେବତୀ ମା’ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ଦୁଇବର୍ଷ ବ୍ୟବଧାନରେ ଚୈତ୍ର ଶୁକ୍ଳ ନବମୀ ତିଥି…

ଯୁଦ୍ଧ ଭିତରେ ମିସାଇଲ କିଣିଲା ଭାରତ, ଥରିଲା ପାକିସ୍ତାନ!

ନୂଆଦିଲ୍ଲୀ,୨୭।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଭାରତ ରୁଷିଆଠାରୁ ‘ଟୁଙ୍ଗୁସ୍କା’ ଆଣ୍ଟି-ଏୟାରକ୍ରାଫ୍ଟ ଏବଂ ମିସାଇଲ ସିଷ୍ଟମ ହାସଲ କରିବାକୁ ଯୋଜନା କରିଛି। ଏଥିପାଇଁ, ଭାରତ ରୁଷିଆର ରୋସୋବୋରୋନେକ୍ସପୋର୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri