Posted inଖେଳ

କେସିଏ ପ୍ରେସିଡେଣ୍ଟ୍ସ କପ୍‌ ଖେଳିବେ ଶ୍ରୀସନ୍ଥ୍‌

କୋଚି : ଭାରତର ପୂର୍ବତନ ପେସ୍‌ ବୋଲର ଏସ୍‌. ଶ୍ରୀସନ୍ଥ୍‌ ପ୍ରତିଯୋଗିତାମୂଳକ କ୍ରିକେଟକୁ ଫେରିବେ। କେରଳ କ୍ରିକେଟ ଆସୋସିଏଶନ (କେସିଏ) ଦ୍ୱାରା ଆୟୋଜିତ ସ୍ଥାନୀୟ ଏକ ଟୁର୍ନାମେଣ୍ଟରେ ସେ ଖେଳିବେ। ଆଇପିଏଲ୍‌ ସ୍ପଟ ଫିକ୍ସିଂ ମାମଲାରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଦ୍ୱାରା ୭ବର୍ଷ ବାସନ୍ଦ ପରେ ପ୍ରଥମଥର ସେ ଏକ ପ୍ରତିଯୋଗିତାରେ ଭାଗ ନେବାକୁ ଯାଉଛନ୍ତି। ଶ୍ରୀସନ୍ଥଙ୍କ ବାସନ୍ଦ ଦଣ୍ଡ ସେପ୍ଟେମ୍ବରରେ ଶେଷ ହୋଇଛି। ଆଲାପୁଝାରେ ହେବାକୁଥିବା ଏକ ଟି୨୦ ଇଭେଣ୍ଟର ଖେଳାଳି ତାଲିକାରେ ତାଙ୍କ ନାମ ରହିଛି। କେସିଏ ଟାଇଗର୍ସ ଟିମ୍‌ ଦଳରୁ ସେ ଖେଳିବେ। କେରଳ ଅଧିନାୟକ ସଚିନ ବେବି ଏହି ଦଳର ଅଧିନାୟକ ଅଛନ୍ତି। କେରଳ କ୍ରିକେଟ ଆସୋସିଏଶନର କହିବା ଅନୁସାରେ ଉଦ୍‌ଘାଟନୀ କେସିଏ ପ୍ରେସିଡେଣ୍ଟ୍ସ କପ୍‌ ଟି୨୦ ଟୁର୍ନାମେଣ୍ଟରେ ୬ଟି ଦଳ ଭାଗ ନେବେ। ଏହି ଦଳଗୁଡ଼ିକ ହେଲା କେସିଏ ରୟାଲ୍ସ, କେସିଏ ଟାଇଗର୍ସ, କେସିଏ ଟସ୍କର୍ସ, କେସିଏ ଇଗଲ୍ସ, କେସିଏ ପାନ୍ଥର୍ସ ଏବଂ କେସିଏ ଲାୟନ୍ସ। ଉଦ୍‌ଘାଟନୀ କେସିଏ ପ୍ରେସିଡେଣ୍ଟ୍ସ କପ୍‌ ଟି୨୦ ଟୁର୍ନାମେଣ୍ଟ ପାଇଁ ଗଠିତ ଏକ କମିଟି ଖେଳାଳି ମନୋନୟନ କରିଛି। ଶ୍ରୀସନ୍ଥ୍‌ ଓ ବେବିଙ୍କ ବ୍ୟତୀତ ବସିଲ ଥାମ୍ପି, ରୋହନ ପ୍ରେମ୍‌, ଏସ୍‌. ମିଧୁନ, କେ.ଏମ୍‌ ଅସିଫ୍‌ ଏବଂ ରାଜ୍ୟର ଅନ୍ୟ ସିନିୟର ଖେଳାଳିମାନେ ଅଂଶଗ୍ରହଣ କରୁଛନ୍ତି। ଉଭୟ ଯୁବ ଓ ଅଭିଜ୍ଞ ଖେଳାଳିଙ୍କୁ ନେଇ ଦଳଗୁଡ଼ିକ ଗଠନ କରାଯାଇଥିବା କେସିଏ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri