ଶ୍ରୀମେଟାଲିକ୍ସ ପ୍ଲାଣ୍ଟରେ ଦୁର୍ଘଟଣା: ଶ୍ରମିକଙ୍କ ଜୀବନ ଗଲା

ବଡ଼ବିଲ,୧୪ା୫(ସ୍ବ.ପ୍ର.): କେନ୍ଦୁଝର ଜିଲା ରୁଗୁଡି ଥାନା ଅନ୍ତର୍ଗତ ଶ୍ରୀମେଟାଲିକ୍ସ ପ୍ଲାଣ୍ଟରେ ଦୁର୍ଘଟଣା ଘଟି ଜଣେ ଶ୍ରମିକଙ୍କ ଜୀବନ ଯାଇଛି। ମୃତକ ଜଣକ ହେଲେ କାର୍ଯ୍ୟରତ ପ୍ରୋସେସିଂ ଅପରେଟର ବାଙ୍କା ଆପଟ। ମୃତକଙ୍କ ଘର ରୁଗୁଡି ବସ୍ତିରେ ବୋଲି ଜଣାପଡ଼ିଛି। ଶନିବାର ଅପରାହ୍ନରେ ୭ନମ୍ବର କିଲନ ନିକଟରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି। ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ବଡ଼ବିଲ ଗୋଷ୍ଠୀ ସାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଦୁର୍ଘଟଣା କିପରି ଓ କେଉଁ ପରିସ୍ଥିତିରେ ଘଟିଲା ତାହା ଜଣାପଡ଼ିନାହିଁ। ଏ ସମ୍ପର୍କରେ ଏକ ମାମଲା ରୁଜୁ କରି ରୁଗୁଡ଼ି ପୋଲିସ ତଦନ୍ତ ଚଳାଇଛି।