ଭିନ୍ନକ୍ଷମ ହୋଇ ମଧ୍ୟ ସକ୍ଷମ ବସନ୍ତ

ଆଳି, ୧୫ା୨(ବନମାଳୀ ସେନାପତି)ଦିନେ ସେ ସୁନା କାରିଗର ଭାବେ ରାଜଧାନୀ ଭୁବନେଶ୍ୱରର ଏକ ସୁନା ଦୋକାନରେ କାମ କରି ପରିବାର ପ୍ରତିପୋଷଣ କରୁଥିଲେ। କିନ୍ତୁ ଏକ ସଡ଼କ ଦୁର୍ଘଟଣାରେ ସେ ତାଙ୍କ ବାମ ଗୋଡ଼ ହରାଇବା ପରେ ଏବେ ତାଙ୍କ ଜୀବନର ଗତିପଥ ବଦଳି ଯାଇଛି। ସୁନା ଦୋକାନରେ କାରିଗର ବଦଳରେ ଏବେ ଗଁାରେ ଏକ ପାନ ଦୋକାନ ପାଲଟିଛି ରୋଜଗାରର ମାଧ୍ୟମ। ଏଭଳି ଏକ ବ୍ୟକ୍ତି ହେଉଛନ୍ତି କେନ୍ଦ୍ରାପଡ଼ା ଜିଲା ଆଳି ବ୍ଲକ ମେଣ୍ଢପୁର ପଞ୍ଚାୟତ କଣ୍ଟିପୁର ଗଁାର ବସନ୍ତ ସାହୁ। ବସନ୍ତଙ୍କ ପରିବାର କହିଲେ ସେ ତାଙ୍କ ସ୍ତ୍ରୀ ମିଲିରାଣୀ ଝିଅ ଶୁଭଲଷ୍ମୀ ଓ ପୁଅ ରାମଚନ୍ଦ୍ରଙ୍କୁ ନେଇ ତାଙ୍କର ହସଖୁସିର ସଂସାର। ବସନ୍ତ ଭୁବନେଶ୍ୱରର ଏକ ସୁନା ଦୋକାନରେ ସୁନା କାରିଗର ଭାବେ କାର୍ଯ୍ୟ କରି ପରିବାର ପ୍ରତିପୋଷଣ କରୁଥିଲେ। ୨୦୨୩ ଫେବୃଆରୀ ୨୧ରେ ବନ୍ଧୁ ଘରର ଏକ ବିବାହ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଭୁବନେଶ୍ୱରରୁ ଆଳିକୁ ଫେରୁଥିଲେ। କଟକ-ଚାନ୍ଦବାଲି ରାସ୍ତାର ଜଜାଙ୍ଗ ନିକଟରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖିନ ହୋଇଥିଲେ। ଦୁର୍ଘଟଣାରେ ତାଙ୍କ ବାମ ଗୋଡ଼ ପାଦ କଟି ଯାଇଥିଲା। ସ୍ଥାନୀୟ ଲୋକମାନେ ବସନ୍ତଙ୍କୁ କେନ୍ଦ୍ରାପଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟ ନେଇଥିଲେ। ଅବସ୍ଥା ସଙ୍କଟାପନ୍ନ ଥିବାରୁ ବସନ୍ତଙ୍କୁ କଟା ପାଦ ସହିତ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଥିଲା। କଟକ ବଡ଼ ମେଡିକାଲରେ ଡାକ୍ତରମାନେ ଅସ୍ତ୍ରୋପଚାର କରି ପାଦ ଯୋଡି ଥିଲେ। ମାତ୍ର ତାହା ସଫଳ ନ ହେବାରୁ ୩ ଦିନ ପରେ ଆଣ୍ଠୁ ପର୍ଯ୍ୟନ୍ତ କାଟି ଦେଇଥିଲେ। ବସନ୍ତ ଅପରେଶନର ମାସେ ପର୍ଯ୍ୟନ୍ତ ମେଡିକାଲରେ ରହିବା ପରେ ଘରକୁ ଫେରିଥିଲେ। ଘରକୁ ଫେରିବା ପରେ ତାଙ୍କ ଦୁଃଖ ବଢ଼ି ଯାଇଥିଲା। ଗୋଟିଏ ଗୋଡ଼ କଟା ଯାଇଥିବାରୁ ଭିନ୍ନକ୍ଷମ ଅବସ୍ଥାରେ ସେ କ’ଣ କରିବେ କେମିତି ପରିବାର ପ୍ରତିପୋଷଣ କରିବା ସହ ଝିଅପୁଅଙ୍କ ପାଠ ପଢା ଖର୍ଚ୍ଚକୁ ନେଇ ସେ ଚିନ୍ତାରେ ପଡି ଯାଇଥିଲେ। ପରେ ଅନେକ ଚିନ୍ତାକରି ଜୁନ ମାସରେ ଘର ନିକଟରେ ଏକ ପାନ ଦୋକାନ କରି ଗୁଜୁରାଣ ମେଣ୍ଟାଉଛନ୍ତି। ଗୋଟିଏ ଗୋଡ଼ ହରାଇଥିବାରୁ ସେ ଭିନ୍ନକ୍ଷମ ସାର୍ଟିଫିକେଟ କରାଇଛନ୍ତି। ତାଙ୍କ ନିକଟରେ ୭୦ % ଭିନ୍ନକ୍ଷମ ସାର୍ଟିଫିକେଟ ଅଛି। ମାତ୍ର ସେ ଭିନ୍ନକ୍ଷମ ଭତ୍ତା ପାଇବାରୁ ବଞ୍ଚତ୍ତ ହୋଇଛନ୍ତି। ଆଜକୁ ପ୍ରାୟ ୮ ମାସ ହେବ ଭତ୍ତା ନିମନ୍ତେ ଆବେଦନ କରିଥିବା ବେଳେ ଏପର୍ଯ୍ୟନ୍ତ ମିଳୁନି। ତେବେ ପ୍ରଶାସନ ପକ୍ଷରୁ ତୁରନ୍ତ ତାଙ୍କୁ ଭିନ୍ନକ୍ଷମ ଭତ୍ତା ପ୍ରଦାନ କରିବାକୁ ସେ ଗୁହାରି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri