ରେଲୱେ ସର୍ଭେ ଶେଷ ନେଇ ମିଛ ପ୍ରଚାର

ଦେବଗଡ଼,୭।୯(ଶଶାଙ୍କ ଶେଖର ଝାଙ୍କର)ଝାରସୁଗୁଡ଼ାରୁ କୁଚିଣ୍ଡା ଦେଇ ଦେବଗଡ଼କୁ ରେଳଲାଇନ୍‌ କରିବା ପାଇଁ ସର୍ଭେ ଶେଷ ସମ୍ପର୍କରେ ଦେବଗଡ଼ ଜିଲାରେ ଏକ ମିଛ ପ୍ରଚାର କରାଯାଉଛି। ସୋସିଆଲ ମିଡିଆରେ ମିଛ ପୋଷ୍ଟ କରି ବାଃବାଃ ନେଉଛନ୍ତି ନେତା ଜିଲାର କେତେଜଣ ନେତା। ଘଟଣାରୁ ଜଣାଯାଇଛି ଯେ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଜୁଲାଇ ମାସରେ ଦେବଗଡ଼ ଜିଲା ଗସ୍ତରେ ଆସିଥିଲେ। ସେତେବେଳେ ଦେବଗଡ଼ ଜିଲାର ଜନସାଧାରଣ, ବିଭିନ୍ନ ସଙ୍ଗଠନର କର୍ମକର୍ତ୍ତା ଓ କେତେଜଣ ନେତା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟି ଦାବିପତ୍ର ଦେଇଥିଲେ। ସେହି ଦାବିପତ୍ରରେ ଝାରସୁଗୁଡ଼ାରୁ କୁଚିଣ୍ଡା ଦେଇ ଦେବଗଡ଼କୁ ରେଳଲାଇନ୍‌ କରିବା ପାଇଁ ଦାବି କରିଥିଲେ। ଏହି ରେଳଲାଇନ ବାରକୋଟ ପର୍ଯ୍ୟନ୍ତ କରାଯାଇ ନିର୍ମାଣାଧୀନ ଥିବା ତାଳଚେର ବିମଳାଗଡ଼ ରେଳଲାଇନ ସହ ଯୋଗ କରିବାକୁ ଦାବି କରାଯାଇଥିଲା। ଏହି ଦାବିପତ୍ର ଦେବାର କିଛି ଦିନ ପରେ ଅଗଷ୍ଟ ୪ରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଜିଲାବାସୀ ବୁଦ୍ଧିଜୀବୀ ଜନସାଧାରଣଙ୍କର ଦାବିପତ୍ର ଓ ଅନୁରୋଧକୁ ସମ୍ମାନ ଜଣାଇ ଝାରସୁଗୁଡ଼ାରୁ କୁଚିଣ୍ଡା ଦେଇ ଦେବଗଡ଼କୁ ରେଳଲାଇନ୍‌ କରିବା ପାଇଁ ସର୍ଭେ ହେବ ବୋଲି କହିଥିଲେ। ଏହି ରେଳ ଲାଇନ ନିର୍ମାଣ ପାଇଁ ଡିପିଆର ପ୍ରସ୍ତୁତିକୁ ମଞ୍ଜୁରୀ ମିଳିଛି। ଏନେଇ କେନ୍ଦ୍ର ରେଳ ମନ୍ତ୍ରଣାଳୟ ପକ୍ଷରୁ ଅଗଷ୍ଟ ୪ରେ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇଥିଲା। ସର୍ଭେ ପାଇଁ ଅର୍ଥ ମଞ୍ଜୁରୀ ହୋଇଥିବା କୁହାଯାଇଥିଲା। ଏହି ଘୋଷଣା ପରେ ଦେବଗଡ଼ରେ ଆରମ୍ଭ ହୋଇଛି ରାଜନୀତି। କେଉଁ ନେତା କହୁଛନ୍ତି ତାଙ୍କର ଉଦ୍ୟମ ଯୋଗୁ ରେଳ ଲାଇନ ହେବ ତ ଆଉ କିଏ କହୁଛନ୍ତି ତାଙ୍କର ଉଦ୍ୟମ ରହିଛି। ସମସ୍ତେ ବାଃବାଃ ନେବା ପାଇଁ ସୋସିଆଲ ମିଡ଼ିଆରେ ବିଭିନ୍ନ ପ୍ରକାର ପୋଷ୍ଟ କରୁଛନ୍ତି। ଜଣେ ଯୁବ ନେତା ରେଳଲାଇନ ସର୍ଭେ କାମ ଶେଷ ହୋଇଗଲାଣି ବୋଲି ମିଛ ପ୍ରଚାର କରି ମିଛ ପୋଷ୍ଟ କରୁଛନ୍ତି। ରେଳଲାଇନ୍‌ ସର୍ଭେ ମଧ୍ୟ ଆରମ୍ଭ ହୋଇନାହିଁ କିନ୍ତୁ କେତେଜଣ ନେତା ଆମେ ରେଳଲାଇନ୍‌ଟା କରିଦେଲୁ, ଆମର ଦାବି ପାଇଁ ଏସବୁ ହେଲା। ଏପରି ଅନେକ କଥା ସୋସିଆଲ ମିଡିଆରେ ଛାଡ଼ୁଛନ୍ତି। ଦେବଗଡ଼ରେ କେତେଜଣ ନେତା, କୁଜି ନେତା ନିଜର ପ୍ରଚାର ପ୍ରସାର ପାଇଁ ନିଜେ କେତେ ତଳକୁ ଖସି ପାରିବେ ତାହା ଏବେ ସହରରେ ଚର୍ଚ୍ଚାର ବିଷୟ ସାଜିଛି। ଉକ୍ତ ପୋଷ୍ଟରେ ଲୋକେ କମେଣ୍ଟ କରୁଛନ୍ତି ଯେ ଏମାନଙ୍କୁ ଯାହା ବି ହେଉ କିଛି ସୋସିଆଲ ମିଡିଆ ପୋଷ୍ଟ ଦରକାର।
ଏପରି ମିଛ କଥା ପୋଷ୍ଟ କରି ଜିଲାବାସୀଙ୍କୁ ବିଭ୍ରାନ୍ତ କରି କଣ ଲାଭ ମିଳୁଛି ବୋଲି ଚାରିଆଡେ ଚାଲିଛି ଚର୍ଚ୍ଚା। ଯେଉଁ ବ୍ୟକ୍ତି ସର୍ଭେ ସରିଛି ବୋଲି ପୋଷ୍ଟ କରିଛନ୍ତି ତାଙ୍କୁ ଲୋକେ କମେଣ୍ଟରେ ପଚାରୁଛନ୍ତି ଯେ ସର୍ଭେ ରିପୋର୍ଟ ଦିଅନ୍ତୁ। ଏପଟେ କିଛି ଲୋକେ କହୁଛନ୍ତି ଯେ, ସର୍ଭେ ହୋଇଥିଲେ ସିନା ରିପୋର୍ଟ ଦେବେ। ଶସ୍ତାରେ ବାଃବାଃ ନେବାକୁ ଉଦ୍ୟମ କରୁଥିବା ନେତାଙ୍କଠାରୁ ଦୂରେଇ କି ରହିବାଟା ଠିକ୍‌ ବୋଲି ସବୁଆଡ଼େ ଆଲୋଚନା ହେଉଛି। ପୂର୍ବରୁ କଂଗ୍ରେସ, ଭାଜପା ସମେତ ସମ୍ବଲପୁର ଲୋକସଭା ସଦସ୍ୟ, ଦେବଗଡ଼ ବିଧାୟକ, ଜିଲା ନାଗରିକ କମିଟି, ବୁଦ୍ଧିଜିବୀ, ରେଳ ବିକାଶ ମଞ୍ଚ ଓ ଅନ୍ୟ ବିଭିନ୍ନ ସଂଘ ପକ୍ଷରୁ ବିଭିନ୍ନ ସମୟରେ ରେଳଲାଇନ୍‌ ପାଇଁ ଦାବି ହୋଇଆସୁଛି। ତେଣୁ ଏହାକୁ ନେଇ ରାଜନୀତି କରିବା ଠିକ୍‌ ନୁହେଁ ବୋଲି ବୁଦ୍ଧୀଜୀବୀମାନେ କହିଛନ୍ତି। ଯେମିତି ବି ହେଉ ଜିଲାକୁ ରେଳଲାଇନ୍‌ ଆସିଲେ ସମସ୍ତେ ଉପକୃତ ହେବେ। ଅନ୍ୟପକ୍ଷରେ ଦୀର୍ଘଦିନ ହେବ କୁହାଯାଉଛି ତାଳଚେର ବିମଳାଗଡ଼ ବାରକୋଟ ଦେଇ ରେଳ ଲାଇନ୍‌ ଯିବ କିନ୍ତୁ ଆଜି ପର୍ଯ୍ୟନ୍ତ ହୋଇପାରିନାହିଁ। ସେଥିପାଇଁ କେହି ଆନ୍ଦୋଳନ, ଦାବି କରୁନାହାନ୍ତି। ଏପଟେ ନୂତନ ରେଳଲାଇନ୍‌ ପାଇଁ ସମସ୍ତଙ୍କ ଚିନ୍ତା। ନୂତନ ରେଳଲାଇନ ପାଇଁ କିଛି ବି ଘୋଷଣା ହେଲେ ନିଜେ ବାଃବାଃ ନେବା ପାଇଁ ଅଧିକାଂଶ ଲାଗିପଡ଼ୁଛନ୍ତି। ଝାରସୁଗୁଡା କୁଚିଣ୍ଡା ଦେବଗଡ଼ ବାରକୋଟ ଲାଇନ ସର୍ଭେକୁ ତ୍ୱରାନ୍ବୀତ କରିବା ପାଇଁ ସୋମବାର ଜିଲା ନାଗରିକ କମିଟିଙ୍କ ଏକ ପ୍ରତିନିଧି ଦଳ ଭୁବନେଶ୍ୱରସ୍ଥିତ ରେଳ ସଦନରେ ମୁଖ୍ୟଯନ୍ତ୍ରୀ (ନିର୍ମାଣ) ଇଂ ରାଧାମୋହନ ସିଂଙ୍କ ସହିତ ଆଲୋଚନା କରିଥିଲେ। ଉକ୍ତ ରେଳପଥର ଫାଇନାଲ ଲୋକେସନ ସର୍ଭେ ଓ ଡ଼ିପିଆର. ପ୍ରସ୍ତୁତିକୁ ତ୍ୱରାନ୍ବୀତ କରିବା ପାଇଁ ଅନୁରୋଧ କରିବା ସହିତ ଆଲୋଚନା କରିଥିଲେ। ଆଗାମୀ ଚାରି ମାସ ମଧ୍ୟରେ ସର୍ଭେ ଓ ଡ଼ିପିଆର କାର୍ଯ୍ୟ ସମାପ୍ତ ହେବ ବୋଲି ଇଞ୍ଜିନିୟର ସିଂ ପ୍ରତିଶ୍ରୁତି ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୌତୁକ ମୃତ୍ୟୁ ସମାଜରେ ବଡ଼ କଳଙ୍କ: ସୁପ୍ରିମକୋଟ

ନୂଆଦିଲ୍ଲୀ,୨୭।୩(ପି.ଟି.):  ଯୌତୁକ ମୃତ୍ୟୁ ସମାଜରେ ଏକ ବଡ଼ କଳଙ୍କ ବୋଲି ସୁପ୍ରିମକୋର୍ଟ ଟିପ୍ପଣୀ ଦେବା ସହ ଆଇନଗତ ପ୍ରତିକାର ସତ୍ତ୍ୱେ ଉକ୍ତ ପ୍ରଥା ଜାରି ରହିଥିବା କହିଛନ୍ତି…

ପୁଣିଥରେ ପଛଘୁଞ୍ଚା ଦେଲେ ଟ୍ରମ୍ପ, ୧୦ ଦିନ ଯୁଦ୍ଧବିରତି ଅବଧି ବଢ଼ାଇଲେ

ନୂଆଦିଲ୍ଲୀ,୨୭।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଚାଲିଥିବା ବିବାଦ ମଧ୍ୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି । ବିଶେଷକରି, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ…

ଇରାନ ଯୁଦ୍ଧରେ ରୁଷିଆର ଏଣ୍ଟ୍ରି? ଟ୍ରମ୍ପଙ୍କ ହଜିଲା ନିଦ, ଭୟଙ୍କର ହୋଇପାରେ…

ନୂଆଦିଲ୍ଲୀ/ତେହେରାନ, ୨୬।୩: ପଶ୍ଚିମ ଏସିଆରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ରୁଷିଆ ଏବଂ ଇରାନର ବଢୁଥିବା ନିକଟତରତା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି। ପଶ୍ଚିମା ଗୋଇନ୍ଦା…

ନଦୀକୁ ଖସିଲା ବସ୍‌: ୨୪ ମୃତ, ଏବେ ବି ଅନେକ ନିଖୋଜ

ଢାକା,୨୬ା୩: ବାଂଲାଦେଶରେ ଏକ ବସ୍‌ ନଦୀ ମଧ୍ୟକୁ ଖସିପଡ଼ିବାରୁ ଅନୂ୍ୟନ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନେକ ନିଖୋଜ ଅଛନ୍ତି। ସେମାନଙ୍କୁ ଉଦ୍ଧାର ପାଇଁ ଉଦ୍ୟମ…

ବସଷ୍ଟାଣ୍ଡରେ OSRTC ବସ୍‌ରେ ଲାଗିଲା ନିଆଁ: ଜୀବନ ବଞ୍ଚାଇବାକୁ କିଏ ଝରକା ପଟେ ଡେଇଁଲେ ତ କିଏ… VIDEO 

କୋରାପୁଟ, ୨୬।୩ (ଅମିତାଭ ବେହେରା): କୋରାପୁଟ ବସଷ୍ଟାଣ୍ଡରେ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି। ଗୁରୁବାର ସଂନ୍ଧ୍ୟାରେ ଏକ ସରକାରୀ (OSRTC) ବସ୍‌ରେ ହଠାତ ନିଆଁ ଲାଗିଯିବା…

ରାମ ନବବୀ ପାଇଁ ହାଇଆଲର୍ଟରେ ସମ୍ୱଲପୁର ସହର, ଜାରି ହେଲା ମ୍ୟାପ୍‌

ସମ୍ୱଲପୁର,୨୬ା୩(ପ୍ରମୋଦ ବହିଦାର): ଶୁକ୍ରବାର ଶ୍ରୀରାମ ନବମୀ ଉପଲକ୍ଷେ ପାଳିତ ହେବାକୁ ଥିବା ଶ୍ରୀରାମ ଜନ୍ମୋତ୍ସବ ଓ ଶୋଭାଯାତ୍ରା ପାଇଁ ହାଇଆଲର୍ଟରେ ରହିଛି ସମଗ୍ର ସମ୍ୱଲପୁର ସହର। ସମଗ୍ର…

କିଏ ସେହି ଅଜଣା ବ୍ୟକ୍ତି? ମହେନ୍ଦ୍ରଗିରି ପାଦଦେଶରୁ ମୃତଦେହ ଉଦ୍ଧାର ପରେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା

ପାରଳାଖେମୁଣ୍ଡି, ୨୬।୩ (ଗିରିଧାରୀ ପରିଚ୍ଛା): ଗଜପତି  ଜିଲା ଗାରାବନ୍ଧ ଥାନା ଅନ୍ତର୍ଗତ ମହେନ୍ଦ୍ରଗିରି ପାଦଦେଶରେ ଥିବା ମାଡ଼ବା ଗ୍ରାମ ନିକଟସ୍ଥ ଏଙ୍ଗାରସିଂ ପାହାଡ଼ ଉପରୁ ଜଣେ ଅଜଣା…

ଏମିତି ପ୍ରଶ୍ନରେ ରାଗିଗଲେ ଶୁବମନ ଗିଲ, T20 ଟିମରୁ…

ନୂଆଦିଲ୍ଲୀ,୨୬।୩: ଭାରତୀୟ ଦିନିକିଆ ଏବଂ ଟେଷ୍ଟ ଅଧିନାୟକ ଶୁବମନ ଗିଲ ଗୁରୁବାର କହିଛନ୍ତି ଯେ ୨୦୨୬ ଟି୨୦ ବିଶ୍ୱକପ ପୂର୍ବରୁ ଭାରତୀୟ ଦଳରୁ ବାଦ ପଡ଼ିବା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri