ଏସ୍‌ପିପିଏଲ୍‌ର ଷ୍ଟଲ୍‌ଓ୍ବାର୍ଟ ସ୍କାଏସିଟି ଲୋକାର୍ପିତ

ଭୁବନେଶ୍ୱର,୧୯।୬(ଅଭୟ ଦାଶ): ରାଜ୍ୟର ପ୍ରମୁଖ ରିଅଲ ଇଷ୍ଟେଟ କମ୍ପାନୀ ଷ୍ଟଲ୍‌ଓ୍ବାର୍ଟ ପ୍ରୋଜେକ୍ଟସ ପ୍ରାଇଭେଟ୍‌ ଲିମିଟେଡ୍‌ (ଏସପିପିଏଲ) ର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ସୁବିଧା ଅନ୍ତର୍ଗତ ଏକ ସର୍ବବୃହତ ପ୍ରକଳ୍ପ ‘ଷ୍ଟଲ୍‌ଓ୍ବାର୍ଟ ସ୍କାଏସିଟି’ର ଆନୁଷ୍ଠାନିକ ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏହି ପରିପ୍ରେକ୍ଷୀରେ ରବିବାର ଉକ୍ତ ପ୍ରକଳ୍ପର ଲୋକାର୍ପିତ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଓଲିଉଡ୍‌ ଅଭିନେତା ସବ୍ୟସାଚୀ ମିଶ୍ର ଓ ଅଭିନେତ୍ରୀ ଅର୍ଚ୍ଚିତା ସାହୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସ୍କାଏ ସିଟିର ପ୍ରବନ୍ଧକ ସୁବ୍ରତ ସାହୁ, ପ୍ରୋଜେକ୍ଟ ମ୍ୟାନେଜର ଧର୍ମେନ୍ଦ୍ର ସ୍ବାଇଁ, ପ୍ରୋଜେକ୍ଟ ମୁଖ୍ୟ ସୁବ୍ରତ ଦାସ ପ୍ରମୁଖ ଉପସ୍ଥିତ ଥିଲେ।
ଏ ସମ୍ପର୍କରେ ଏସ୍‌ପିପିଏଲ୍‌ର ପରିଚାଳନା ନିର୍ଦ୍ଦେଶକ ଶରତ କୁମାର ସାହୁ କହିଛନ୍ତି, ବର୍ତ୍ତମାନର ଚାହିଦା ଓ ଆବଶ୍ୟକତାକୁ ନଜରରେ ରଖି ଏଭଳି ଏକ ସର୍ବବୃହତ ପ୍ରକଳ୍ପର ପରିକଳ୍ପନା ସହ ଗ୍ରାହକଙ୍କୁ ସେମାନଙ୍କର ମନ ମୁତାବକ ଘର ଯୋଗାଇ ଦେବାକୁ ଆମେ ଲକ୍ଷ୍ୟ ରଖିଛୁ। ଏପରିକି ଉକ୍ତ ପ୍ରକଳ୍ପ ଭୁବନେଶ୍ୱର ନିକଟସ୍ଥ ପଟିଆ ଅଞ୍ଚଳରେ ନିର୍ମାଣ ହେବାକୁ ଯାଉଛି। ବିଶେଷ କରି ବହୁ ତଳ ବିଶିଷ୍ଟ ଉକ୍ତ ଆପାର୍ଟମେଣ୍ଟରେ ବର୍ତ୍ତମାନ ସମୟର ସମସ୍ତ ଅତ୍ୟାଧୁନିକ ସୁବିଧା ଉପଲବ୍ଧ। ଅପରପକ୍ଷରେ ସ୍କାଏ ସିଟି ପ୍ରକଳ୍ପର ଫ୍ଲାଟଗୁଡିକ କ୍ରେତାଙ୍କ ଜୀବନକୁ ଆରାମଦାୟକ ଓ ସୁବିଧାଜନକ କରିବାକୁ ସମ୍ପୂର୍ଣ୍ଣ ସକ୍ଷମ ହୋଇଥିବା ବେଳେ ଏହାର ସମସ୍ତ ଫ୍ଲାଟଗୁଡିକ ତିନି ପାର୍ଶ୍ୱରୁ ଖୋଲା ପରିବେଶ ରହିଛି। ସେହିଭଳି ଉକ୍ତ ପ୍ରକଳ୍ପ ସମ୍ପୂର୍ଣ୍ଣ ବାସ୍ତୁଶାସ୍ତ୍ର ଆଧାରିତ ଓ ନୀତି ନିୟମ ମଧ୍ୟରେ କାର୍ଯ୍ୟକାରୀ ହେବାକୁ ଯାଉଛି। ଉକ୍ତ ପ୍ରକଳ୍ପରେ ସନ୍ତରଣ ସୁବିଧI ସହ ଶିଶୁ ଓ ବୟସ୍କମାନଙ୍କ ନିମନ୍ତେ ପୂର୍ଣ୍ଣ ସଜ୍ଜିତ ବ୍ୟାୟାମଶାଳା (ଜିମନାସିୟମ), ପାଠାଗାର, କ୍ଲବ ହାଉସ, ପାର୍କ, ଖେଳପଡ଼ିଆ ସମେତ ଆହୁରି ଅନେକ ପ୍ରାଥମିକ ସୁବିଧା ସାମିଲ ରହିଛି। ସୂଚନାଯୋଗ୍ୟ ଉକ୍ତ ପ୍ରକଳ୍ପରେ ମୋଟ ୪ଟାୱାର ରହିଛି,ସେଥିମଧ୍ୟରୁ ୨ଟି ଆବାସିକ ହୋଇଥିବାବେଳେ ଅନ୍ୟ ୨ ଟି ଅନ୍ୟ କାର୍ଯ୍ୟ ପାଇଁ ଉପଲବ୍ଧ। ସେହିପରି ୨ଟି ଆବାସିକ ଟାଓ୍ବାର ଯଥାକ୍ରମେ ୩୬ ଏବଂ ୧୩ ମହଲା ବିଶିଷ୍ଟ ହୋଇଥିବାବେଳେ ଉକ୍ତ ୨ଟି ଟାଓ୍ବାରରେ ୩ବିଏଚକେ, ୩ବିଏଚକେ+ସରଭାଣ୍ଟ ରୁମ, ୪ବିଏଚକେ, ୪ବିଏଚକେ+ସରଭାଣ୍ଟ ରୁମ ଏବଂ ପେଣ୍ଟ ହାଉସ ସମେତ ମୋଟ ୪୧୦ଟି ବାସଗୃହ ରହିଛି। ପ୍ରଥମ ଟାୱାରରେ ୫୬ଟି ବାଣିଜି୍ୟକ ସ୍ଥାନ ଏବଂ ଚତୁର୍ଥ ଟାୱାରରେ କ୍ଲବ ହାଉସ ସହିତ ଅନ୍ୟାନ୍ୟ ସୁବିଧା ଉପଲବ୍ଧ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦେଶରେ ଲାଗିବ କି ଲକ୍‌ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା, ଓଡ଼ିଶାକୁ ୧୦,୫୯୯ କୋଟିର…

ନୂଆଦିଲ୍ଲୀ,୨୭।୩: ଓଡ଼ିଶାର ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ…

ପଶ୍ଚିମ ଏସିଆ ସଂଘର୍ଷ: ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ; ସାମିଲ ହେଲେ ନାହିଁ ଏସବୁ ରାଜ୍ୟର CM

ନୂଆଦିଲ୍ଲୀ,୨୭।୩: ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ବିଶ୍ୱସ୍ତରୀୟ ପ୍ରଭାବକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ…

ରାସ୍ତାକଡ଼ ବୁଦା ଭିତରୁ ମିଳିଲା ପୁଳାପୁଳା ସରକାରୀ ଔଷଧ, ଏକ୍ସପାଏରୀ ଡେଟ୍‌ ଥିଲେ ସୁଦ୍ଧା କିଏ ଫିଙ୍ଗିଲା ସେ ନେଇ…

ସୁନ୍ଦରଗଡ଼, ୨୭।୩(ଜୟ ନାରାୟଣ ମେଣ୍ଡୁଳି): ସରକାର ଗରିବ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଓ ଔଷଧ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ସୁନ୍ଦରଗଡ଼ରେ…

ଓଡିଶାର ଶ୍ରେଷ୍ଠ ପୋଲିସ ଥାନା ଘୋଷଣା: ବାଜିମାରିଲା ଏହି ଥାନା

ଛତ୍ରପୁର, ୨୭/୩ (ଦିଲ୍ଲୀପ ସାମଲ): ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ଦ୍ୱାରା ଗଞ୍ଜାମ ପୋଲିସ ଜିଲାର ବଡ଼ଗଡ଼ ପୋଲିସ ଥାନା ୨୦୨୫ ବର୍ଷ ପାଇଁ ଓଡ଼ିଶାର ଶ୍ରେଷ୍ଠ…

ବୁଢ଼ୀ ଠାକୁରାଣୀ ଯାତ୍ରା ପାଇଁ ପାଟପୁର ଗାଁ ଉତ୍ସବମୁଖର: ଅସ୍ଥାୟୀ ପୀଠରେ ପୂଜା ପାଇଲେ ଦେବୀ

ଦିଗପହଣ୍ଡି,୨୭୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ପାଟପୁର ଗାଁର ଗ୍ରାମ ଦେବତୀ ମା’ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ଦୁଇବର୍ଷ ବ୍ୟବଧାନରେ ଚୈତ୍ର ଶୁକ୍ଳ ନବମୀ ତିଥି…

ଯୁଦ୍ଧ ଭିତରେ ମିସାଇଲ କିଣିଲା ଭାରତ, ଥରିଲା ପାକିସ୍ତାନ!

ନୂଆଦିଲ୍ଲୀ,୨୭।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଭାରତ ରୁଷିଆଠାରୁ ‘ଟୁଙ୍ଗୁସ୍କା’ ଆଣ୍ଟି-ଏୟାରକ୍ରାଫ୍ଟ ଏବଂ ମିସାଇଲ ସିଷ୍ଟମ ହାସଲ କରିବାକୁ ଯୋଜନା କରିଛି। ଏଥିପାଇଁ, ଭାରତ ରୁଷିଆର ରୋସୋବୋରୋନେକ୍ସପୋର୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri