ବିବାଦରେ ସ୍ପୋଟିଫାଇ: ନକଲି ପଡ଼କାଷ୍ଟ ହୋଷ୍ଟିଂ କରି ନିଶାଯୁକ୍ତ ଔଷଧ ବିକ୍ରି କରୁଥିବା ଅଭିଯୋଗ

ନ୍ୟୁୟର୍କ,୧୮ା୫: ସ୍ପୋଟିଫାଇ, ଏକ ଜଣାଶୁଣା ମ୍ୟୁଜିକ ଓ ପଡ଼କାଷ୍ଟ ଷ୍ଟ୍ରିମିଂ ପ୍ଲାଟଫର୍ମ, ବର୍ତ୍ତମାନ ନକଲି ପଡ଼କାଷ୍ଟ ହୋଷ୍ଟିଂ କରି ନିଶାଯୁକ୍ତ ଔଷଧ ବିକ୍ରି ପ୍ରୋତ୍ସାହନ ଦେଉଥିବା ଅଭିଯୋଗ ହୋଇଛି। ରିପୋର୍ଟ ଅନୁଯାୟୀ, ସ୍ପୋଟିଫାଇରେ ଶହ ଶହ ନକଲି ପଡ଼କାଷ୍ଟ ଚିହ୍ନଟ ହୋଇଛି, ଯେଉଁଗୁଡ଼ିକ ଆଡେରାଲ, ଅକ୍ସିକୋଡୋନ, ଜାନାକ୍ସ ଏବଂ ଟ୍ରାମାଡୋଲ ଭଳି ନିଶାଯୁକ୍ତ ଔଷଧ ବିକ୍ରି ପାଇଁ ବିଜ୍ଞାପନ ଦେଉଛି। ଏହି ପଡ଼କାଷ୍ଟଗୁଡ଼ିକ ଅନେକ ସମୟରେ ଅନଲାଇନ ଫାର୍ମାସି ସାଜି ବିନା ପ୍ରେସକ୍ରିପସନରେ ଔଷଧ ବିକ୍ରି କରୁଥିବା ୱେବସାଇଟକୁ ଲିଙ୍କ ଯୋଗାଇ ଦେଉଛି, ଯାହା ଆମେରିକାରେ ଗୁରୁତର ଆଇନ ଉଲ୍ଲଂଘନ ଅଟେ।

ଏହି ନକଲି ପଡ଼କାଷ୍ଟଗୁଡ଼ିକ ପ୍ରାୟତଃ “ମାଇ ଆଡେରାଲ ଷ୍ଟୋର୍‌” କିମ୍ବା “ଏକ୍ସଟ୍ରାଫାର୍ମା.କମ” ଭଳି ନାମ ବ୍ୟବହାର କରୁଛି, ଯାହା ସୱାସ୍ଥ୍ୟ କିମ୍ବା ଜୀବନଶୈଳୀ ସମ୍ବନ୍ଧୀୟ ଶୋ’ ପରି ଦେଖାଯାଉଛି। କିନ୍ତୁ ଏଗୁଡ଼ିକରେ କୌଣସି ଅଡ଼ିଓ ନଥାଏ କିମ୍ବା ଏଆଇ-ଜନନ ହୋଇଥିବା କଣ୍ଠସୱରରେ ଅଳ୍ପ ସମୟର ରେକର୍ଡିଂ ଥାଏ। ଏପିସୋଡ ବିବରଣୀ କିମ୍ବା କଭର୍‌ ଆର୍ଟରେ ଔଷଧ କିଣିବା ପାଇଁ ୱେବସାଇଟ ଲିଙ୍କ କିମ୍ବା ନିର୍ଦ୍ଦେଶ ଦିଆଯାଇଛି। ଏହି ପଡ଼କାଷ୍ଟଗୁଡ଼ିକ ଔଷଧ ନାମ ଖୋଜିଲେ ସ୍ପୋଟିଫାଇର ଟପ ୫୦ ସର୍ଚ୍ଚ ରେଜଲ୍ଟରେ ଦେଖାଯାଉଛି, ଯାହା ଏଗୁଡ଼ିକୁ ସହଜରେ ଉପଭୋକ୍ତାଙ୍କ ପାଇଁ ଉପଲବ୍ଧ କରାଉଛି।

ସ୍ପୋଟିଫାଇର ନୀତି ଅନୁଯାୟୀ, ନିୟନ୍ତ୍ରିତ କିମ୍ବା ବେଆଇନ ଔଷଧ ବିକ୍ରି ପ୍ରୋତ୍ସାହନ ଦେଉଥିବା କଣ୍ଟେଣ୍ଟ ନିଷିଦ୍ଧ। ତଦନ୍ତ ପରେ ସ୍ପୋଟିଫାଇ କହିଛି ଯେ ସେମାନେ ଏହି ନକଲି ପଡ଼କାଷ୍ଟଗୁଡ଼ିକୁ ହଟାଇବା ପାଇଁ କାର୍ଯ୍ୟ କରୁଛନ୍ତି ଏବଂ ସେମାନଙ୍କର ଅଟୋଡିଟେକ୍ସନ ସିଷ୍ଟମକୁ ଉନ୍ନତ କରୁଛନ୍ତି। ବିଜନେସ ଇନସାଇଡର୍‌ ରିପୋର୍ଟ ଅନୁଯାୟୀ, ସ୍ପୋଟିଫାଇ ଏପର୍ଯ୍ୟନ୍ତ ଅତି କମରେ ୨୦୦ ପଡ଼କାଷ୍ଟ ହଟାଇ ସାରିଛି। ତଥାପି, ଏହି ପଡ଼କାଷ୍ଟଗୁଡ଼ିକ କେତେ ଜଣ ଶୁଣିଛନ୍ତି କିମ୍ବା ଏହା ସହ ଜଡ଼ିତ ଥିଲେ ତାହା ସ୍ପଷ୍ଟ ନାହିଁ, କାରଣ ଏଗୁଡ଼ିକରେ କୌଣସି ଉପଭୋକ୍ତା ରେଟିଂ କିମ୍ବା ରିଭ୍ୟୁ ନଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ରୀନଲ୍ୟାଣ୍ଡକୁ ନେଇ ଡାଭୋସରେ ଟ୍ରମ୍ପଙ୍କ ଚରମବାଣୀ: ୟୁରୋପରେ ଉତ୍ତେଜନା

ନୂଆଦିଲ୍ଲୀ।୧: ସ୍ୱିଜରଲ୍ୟାଣ୍ଡର ଡାଭୋସରେ ଆୟୋଜିତ ବିଶ୍ୱ ଅର୍ଥନୈତିକ ଫୋରମ (WEF) ରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗ୍ରୀନଲ୍ୟାଣ୍ଡକୁ ନେଇ ଏକ ବଡ଼ ବୟାନ ଦେଇଛନ୍ତି।...

ଗ୍ରୀନଲ୍ୟାଣ୍ଡକୁ ପୁଣି ଧମକ ଦେଲେ ଟ୍ରମ୍ପ, ଯଦି ହଁ କରନ୍ତି….

ନୂଆଦିଲ୍ଲୀ,୨୧।୧: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ୱିଜରଲ୍ୟାଣ୍ଡର ଡାଭୋସରେ ବିଶ୍ୱ ଅର୍ଥନୈତିକ ଫୋରମ୍ (WEF)ର ବାର୍ଷିକ ବୈଠକରେ ଭାଷଣ ଦେଇ ତାଙ୍କ ପ୍ରଥମ ବର୍ଷ କାର୍ଯ୍ୟକାଳର...

ଭାରତର ୭ ବଡ଼ ବ୍ୟବସାୟୀ ଟ୍ରମ୍ପଙ୍କ ସହ କରିବେ ଡିନର୍‌, ଶକ୍ତି ପ୍ରଦର୍ଶନ କରିବ ଭାରତ

ନୂଆଦିଲ୍ଲୀ,୨୧।୧: ଡାଭୋସରେ ଚାଲିଥିବା ବିଶ୍ୱ ଅର୍ଥନୈତିକ ଫୋରମ (WEF) ସମୟରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅନେକ ବଡ଼ ଭାରତୀୟ ବ୍ୟବସାୟୀଙ୍କୁ ଭେଟିବେ। NDTV ଅନୁଯାୟୀ,...

ପୂର୍ବତନ ଜାପାନୀ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ହତ୍ୟାକାରୀଙ୍କୁ ଆଜୀବନ କାରାଦଣ୍ଡ, ୨୦୨୨ ରେ ବେକରେ ଲାଗିଥିଲା ଗୁଳି

ଟୋକିଓ,୨୧।୧: ପୂର୍ବତନ ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କୁ ହତ୍ୟା କରିଥିବା ବ୍ୟକ୍ତିଙ୍କୁ ଆଜୀବନ କାରାଦଣ୍ଡ ଦିଆଯାଇଛି। ବୁଧବାର ଜାପାନର ଏକ କୋର୍ଟ ଆବେଙ୍କ ହତ୍ୟା ମାମଲାର...

ଜେଡି ଭାନ୍ସ ଆମେରିକାକୁ ଏମିତି ଖବର ଦେଲେ ଯେ ଖୁସି ହୋଇଗଲା ହ୍ବାଇଟ ହାଉସ, ଜାଣନ୍ତୁ କ’ଣ…

ଓ୍ବାଶିଂଟନ,୨୧।୧: ଆମେରିକାର ଉପରାଷ୍ଟ୍ରପତି ଜେ.ଡି. ଭାନ୍ସ ଏବଂ ତାଙ୍କ ପତ୍ନୀ ଉଷା ଭାନ୍ସ ଜୁଲାଇ ଶେଷ ଭାଗରେ ସେମାନଙ୍କର ଚତୁର୍ଥ ସନ୍ତାନ ଆଶା କରୁଛନ୍ତି। ଭାନ୍ସ...

ବାଂଲାଦେଶକୁ ନେଇ ଭାରତ ସରକାରଙ୍କ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୨୧।୧: ବାଂଲାଦେଶର ବର୍ତ୍ତମାନର ସୁରକ୍ଷା ପରିସ୍ଥିତିକୁ ଦୃଷ୍ଟିରେ ରଖି, ଭାରତ ମଙ୍ଗଳବାର (ଜାନୁଆରୀ ୨୦, ୨୦୨୬) ସେଠାରେ ନିଯୁକ୍ତ ଭାରତୀୟ ଅଧିକାରୀଙ୍କ ପରିବାରକୁ ଫେରାଇ ନେବାକୁ...

‘ଯଦି କିଛି ହେବ ତେବେ ସମ୍ପୂର୍ଣ୍ଣ ଇରାନକୁ ଉଡାଇଦେବି’, କାହିଁକି ଏମିତି ଧମକ ଦେଲେ ଟ୍ରମ୍ପ? ଜାଣନ୍ତୁ ଏହା ପଛର ବଡ଼ କାରଣ

ଓ୍ବାଶିଂଟନ,୨୧।୧: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ସରକାରୀ ଟେଲିଭିଜନରେ ପ୍ରସାରିତ ମୃତ୍ୟୁ ଧମକ ବିଷୟରେ ଉଲ୍ଲେଖ କରି କହିଛନ୍ତି ଯେ ‘ଯଦି କିଛି ହୁଏ...

ଭାରତ-ପାକିସ୍ତାନ ପରମାଣୁ ଯୁଦ୍ଧ ନିକଟତର..ପୁଣି ବିଶ୍ୱରେ ଚହଳ ପକାଇଲା ଟ୍ରମ୍ପଙ୍କ ମନ୍ତବ୍ୟ

ଓ୍ବାଶିଂଟନ,୨୧।୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ମିଛ ଦାବି କରିଛନ୍ତି। ସେ ୨୦୨୫ ମେ ମାସରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri