ବିବାଦରେ ସ୍ପୋଟିଫାଇ: ନକଲି ପଡ଼କାଷ୍ଟ ହୋଷ୍ଟିଂ କରି ନିଶାଯୁକ୍ତ ଔଷଧ ବିକ୍ରି କରୁଥିବା ଅଭିଯୋଗ

ନ୍ୟୁୟର୍କ,୧୮ା୫: ସ୍ପୋଟିଫାଇ, ଏକ ଜଣାଶୁଣା ମ୍ୟୁଜିକ ଓ ପଡ଼କାଷ୍ଟ ଷ୍ଟ୍ରିମିଂ ପ୍ଲାଟଫର୍ମ, ବର୍ତ୍ତମାନ ନକଲି ପଡ଼କାଷ୍ଟ ହୋଷ୍ଟିଂ କରି ନିଶାଯୁକ୍ତ ଔଷଧ ବିକ୍ରି ପ୍ରୋତ୍ସାହନ ଦେଉଥିବା ଅଭିଯୋଗ ହୋଇଛି। ରିପୋର୍ଟ ଅନୁଯାୟୀ, ସ୍ପୋଟିଫାଇରେ ଶହ ଶହ ନକଲି ପଡ଼କାଷ୍ଟ ଚିହ୍ନଟ ହୋଇଛି, ଯେଉଁଗୁଡ଼ିକ ଆଡେରାଲ, ଅକ୍ସିକୋଡୋନ, ଜାନାକ୍ସ ଏବଂ ଟ୍ରାମାଡୋଲ ଭଳି ନିଶାଯୁକ୍ତ ଔଷଧ ବିକ୍ରି ପାଇଁ ବିଜ୍ଞାପନ ଦେଉଛି। ଏହି ପଡ଼କାଷ୍ଟଗୁଡ଼ିକ ଅନେକ ସମୟରେ ଅନଲାଇନ ଫାର୍ମାସି ସାଜି ବିନା ପ୍ରେସକ୍ରିପସନରେ ଔଷଧ ବିକ୍ରି କରୁଥିବା ୱେବସାଇଟକୁ ଲିଙ୍କ ଯୋଗାଇ ଦେଉଛି, ଯାହା ଆମେରିକାରେ ଗୁରୁତର ଆଇନ ଉଲ୍ଲଂଘନ ଅଟେ।

ଏହି ନକଲି ପଡ଼କାଷ୍ଟଗୁଡ଼ିକ ପ୍ରାୟତଃ “ମାଇ ଆଡେରାଲ ଷ୍ଟୋର୍‌” କିମ୍ବା “ଏକ୍ସଟ୍ରାଫାର୍ମା.କମ” ଭଳି ନାମ ବ୍ୟବହାର କରୁଛି, ଯାହା ସୱାସ୍ଥ୍ୟ କିମ୍ବା ଜୀବନଶୈଳୀ ସମ୍ବନ୍ଧୀୟ ଶୋ’ ପରି ଦେଖାଯାଉଛି। କିନ୍ତୁ ଏଗୁଡ଼ିକରେ କୌଣସି ଅଡ଼ିଓ ନଥାଏ କିମ୍ବା ଏଆଇ-ଜନନ ହୋଇଥିବା କଣ୍ଠସୱରରେ ଅଳ୍ପ ସମୟର ରେକର୍ଡିଂ ଥାଏ। ଏପିସୋଡ ବିବରଣୀ କିମ୍ବା କଭର୍‌ ଆର୍ଟରେ ଔଷଧ କିଣିବା ପାଇଁ ୱେବସାଇଟ ଲିଙ୍କ କିମ୍ବା ନିର୍ଦ୍ଦେଶ ଦିଆଯାଇଛି। ଏହି ପଡ଼କାଷ୍ଟଗୁଡ଼ିକ ଔଷଧ ନାମ ଖୋଜିଲେ ସ୍ପୋଟିଫାଇର ଟପ ୫୦ ସର୍ଚ୍ଚ ରେଜଲ୍ଟରେ ଦେଖାଯାଉଛି, ଯାହା ଏଗୁଡ଼ିକୁ ସହଜରେ ଉପଭୋକ୍ତାଙ୍କ ପାଇଁ ଉପଲବ୍ଧ କରାଉଛି।

ସ୍ପୋଟିଫାଇର ନୀତି ଅନୁଯାୟୀ, ନିୟନ୍ତ୍ରିତ କିମ୍ବା ବେଆଇନ ଔଷଧ ବିକ୍ରି ପ୍ରୋତ୍ସାହନ ଦେଉଥିବା କଣ୍ଟେଣ୍ଟ ନିଷିଦ୍ଧ। ତଦନ୍ତ ପରେ ସ୍ପୋଟିଫାଇ କହିଛି ଯେ ସେମାନେ ଏହି ନକଲି ପଡ଼କାଷ୍ଟଗୁଡ଼ିକୁ ହଟାଇବା ପାଇଁ କାର୍ଯ୍ୟ କରୁଛନ୍ତି ଏବଂ ସେମାନଙ୍କର ଅଟୋଡିଟେକ୍ସନ ସିଷ୍ଟମକୁ ଉନ୍ନତ କରୁଛନ୍ତି। ବିଜନେସ ଇନସାଇଡର୍‌ ରିପୋର୍ଟ ଅନୁଯାୟୀ, ସ୍ପୋଟିଫାଇ ଏପର୍ଯ୍ୟନ୍ତ ଅତି କମରେ ୨୦୦ ପଡ଼କାଷ୍ଟ ହଟାଇ ସାରିଛି। ତଥାପି, ଏହି ପଡ଼କାଷ୍ଟଗୁଡ଼ିକ କେତେ ଜଣ ଶୁଣିଛନ୍ତି କିମ୍ବା ଏହା ସହ ଜଡ଼ିତ ଥିଲେ ତାହା ସ୍ପଷ୍ଟ ନାହିଁ, କାରଣ ଏଗୁଡ଼ିକରେ କୌଣସି ଉପଭୋକ୍ତା ରେଟିଂ କିମ୍ବା ରିଭ୍ୟୁ ନଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଦୁବାଇରେ ହଠାତ ଶସ୍ତା ହେଉଛି ସୁନା! ଇରାନ ସହ ଯୁଦ୍ଧ ମଧ୍ୟରେ ମୂଲ୍ୟରେ ବଡ଼ ହ୍ରାସ, ଭାରତ ଉପରେ ପଡ଼ିବ…

ଦୁବାଇ/ନୂଆଦିଲ୍ଲୀ,୭।୩: ବିଶ୍ୱର ସୁନା ବଜାର କୁହାଯାଉଥିବା ଦୁବାଇରୁ ଏବେ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଭୟଙ୍କର ଯୁଦ୍ଧ ଯୋଗୁ…

କେନିଆରେ ବର୍ଷା ବିତ୍ପାତ: ଚାଲିଗଲା ୨୩ ଜୀବନ

ନାଇରୋବି,୭ା୩: କେନିଆ ରାଜଧାନୀ ନାଇରୋବିରେ ପ୍ରବଳ ବର୍ଷାରେ ୨୩ ଜଣଙ୍କ ମୃତ୍ୟୁ ଘଟିବା ସହ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଶନିବାର ରାସ୍ତାଘାଟ ଜଳାର୍ଣ୍ଣବ ହୋଇଥିବାରୁ ଗାଡ଼ିଚାଳକମାନେ…

ଇରାନ ଉପରେ ଆଜି ହେବ ‘ଭୟଙ୍କର’ ଆକ୍ରମଣ: ଟ୍ରମ୍ପଙ୍କ ଘୋଷଣା ପରେ ସାରା ବିଶ୍ୱରେ ହଇଚଇ, ପଡ଼ୋଶୀ ଦେଶକୁ…

ୱାଶିଂଟନ/ତେହେରାନ,୭।୩: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ପ୍ରତିଦିନ ଭୟଙ୍କର ରୂପ ନେଉଛି। ମଧ୍ୟପ୍ରାଚ୍ୟର ଅନେକ ସହର ଏହି ସାମରିକ ସଂଘର୍ଷରେ ଛାରଖାର ହୋଇଯାଇଥିବା ବେଳେ,…

ଯୁଦ୍ଧ ଭିତରେ ପାକିସ୍ତାନକୁ ଶକ୍ତ ଝଟ୍‌କା, ବରବାଦ୍‌ ହୋଇଯିବ ପାକ୍‌

ଇସଲାମବାଦ,୭।୩: ପାକିସ୍ତାନ ଏବେ ମଧ୍ୟପ୍ରାଚ୍ୟରେ ଯୁଦ୍ଧର ପରିଣାମ ମଧ୍ୟ ଭୋଗୁଛି। କାତାର ପାକିସ୍ତାନକୁ ଏକ ଫୋର୍ସ ମ୍ୟାଜିଅର ନୋଟିସ ଜାରି କରିଛି। ଏହାର ଅର୍ଥ ହେଉଛି ଯେ…

ପଡ଼ୋଶୀ ଦେଶକୁ କ୍ଷମା ମାଗିବା ସହ ଧମକ ଦେଲେ ଇରାନ ରାଷ୍ଟ୍ରପତି! କହିଲେ, ‘ ଆମେ ସେ ପର୍ଯ୍ୟନ୍ତ ଆକ୍ରମଣ କରିବୁ ନାହିଁ ଯେପର୍ଯ୍ୟନ୍ତ…’

ତେହରାନ,୭।୩: ଇରାନ ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ ପଡ଼ୋଶୀ ଦେଶ ଉପରେ ଆକ୍ରମଣ କରିବାକୁ ନେଇ କ୍ଷମା ପ୍ରାର୍ଥନା କରିଛନ୍ତି। ରାଷ୍ଟ୍ରପତି ସରକାରୀ ଟେଲିଭିଜନରେ ପୂର୍ବରୁ ରେକର୍ଡ ହୋଇଥିବା…

ଯୁଦ୍ଧର ପ୍ରଭାବ! ଏହି ଦେଶରେ ଆକାଶଛୁଆଁ ହେଲାଣି ପେଟ୍ରୋଲ-ଡିଜେଲ ଦାମ୍‌

ଇସଲାମାବାଦ,୭।୩: ପାକିସ୍ତାନ ବର୍ତ୍ତମାନ ପେଟ୍ରୋଲ ଏବଂ ଡିଜେଲର ଘୋର ଅଭାବର ସମ୍ମୁଖୀନ ହେଉଛି। ବେଲୁଚିସ୍ତାନ, ଖାଇବର ପଖତୁନଖ୍ବା, ପଞ୍ଜାବ (ପାକିସ୍ତାନ) ଏବଂ ସିନ୍ଧ ସମେତ ଅନେକ ଅଞ୍ଚଳରେ…

ଯୁଦ୍ଧରେ ପାକିସ୍ତାନର ଏଣ୍ଟ୍ରି? ପାକ୍‌ ସହ ହାତ ମିଳାଇଲା ଭାରତର ବନ୍ଧୁରାଷ୍ଟ୍ର, ବିଶ୍ୱରେ ଚହଳ…

ଇସଲାମବାଦ,୭।୩: ଆଜି ମଧ୍ୟପ୍ରାଚ୍ୟରେ ଯୁଦ୍ଧର ଅଷ୍ଟମ ଦିନ। ଏପର୍ଯ୍ୟନ୍ତ ଆମେରିକା, ଇରାନ ଏବଂ ଇସ୍ରାଏଲ ହଜାର ହଜାର କ୍ଷେପଣାସ୍ତ୍ର ଏବଂ ବୋମା ବ୍ୟବହାର କରିସାରିଛନ୍ତି। ଏହାର ପ୍ରଭାବ…

୩ୟ ବିଶ୍ୱଯୁଦ୍ଧ ଆରମ୍ଭ, ଯୁଦ୍ଧକୁ ଡେଇଁଲା ରୁଷିଆ!

ମସ୍କୋ,୭।୩: ଆମେରିକା-ଇସ୍ରାଏଲ ଯୁଦ୍ଧରେ ରୁଷିଆ ଇରାନକୁ ସହାୟତା କରୁଛି। ଦି ୱାଶିଂଟନ ପୋଷ୍ଟରେ ଏକ ରିପୋର୍ଟରେ ଦାବି କରାଯାଇଛି ଯେ ରୁଷିଆ ଇରାନକୁ ଆମେରିକୀୟ ସାମରିକ ଘାଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri