ମାଟ୍ରିକ୍‌ ପରୀକ୍ଷାରେ କପି ଯୋଗାଉଥିଲେ ଖେଳ ଶିକ୍ଷକ: ପହଞ୍ଚିଗଲେ ବିଇଓ, ପରେ…

ଭୋଗରାଇ,୨୬।୬(ପ୍ରଦୀପ ଦାସ): ଚଳିତ ମାଟ୍ରିକ ପରୀକ୍ଷାରେ ପରୀକ୍ଷାର୍ଥୀଙ୍କୁ କପି ଯୋଗାଇବା ଓ ଅସାଧୁ ଉପାୟ ଅବଲମ୍ବନ କରିଥିବା  ଯୋଗୁ ଶିକ୍ଷକଙ୍କୁ ନିଲମ୍ବିତ କରାଯାଇଛି। ଏଭଳି ଘଟଣା ଘଟିଛି ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ହରିଦାସପୁର ନରେନ୍ଦ୍ର ନାଥ ସରକାରୀ ଉଚ୍ଚ ବିଦ୍ୟାଳୟରେ। ଏ ନେଇ ପରୀକ୍ଷା କେନ୍ଦ୍ରର ଖେଳ ଶିକ୍ଷକ ତଥା ପରୀକ୍ଷା ନିରୀକ୍ଷକ ମନୋଜ କୁମାର ସାହୁଙ୍କୁ ଜିଲା ଶିକ୍ଷାଧିକାରୀ ପ୍ରତିଭା ମଞ୍ଜରୀ ଦାସ ଓ ବୋର୍ଡ କର୍ତ୍ତୃପକ୍ଷ ନିଲମ୍ବିତ କରିଛନ୍ତି। ଏହା ସହ ଉକ୍ତ ବିଦ୍ୟାଳୟର  ୨ ଜଣ ଭୋକେଶନାଲ ଶିକ୍ଷକ ଜ୍ୟୋତିରଞ୍ଜନ ମହାନ୍ତି  ଓ ସତ୍ୟରଞ୍ଜନ ପ୍ରଧାନଙ୍କୁ ପରୀକ୍ଷା କେନ୍ଦ୍ରରୁ ଅବ୍ୟାହତି ଦେଇଥିବା ଭୋଗରାଇ ଗୋଷ୍ଠୀ ଶିକ୍ଷାଧିକାରୀ କମଳ ଲୋଚନ ବିଶ୍ୱାଳ ସୂଚନା ଦେଇଛନ୍ତି ।
ପରୀକ୍ଷାକେନ୍ଦ୍ର ସ୍ବଚ୍ଛ ଓ ଶୃଙ୍ଖଳିତ ରଖିବା ନିମନ୍ତେ ଏହି ପରୀକ୍ଷାକେନ୍ଦ୍ର ପରିସରରେ ଥିବା ଛାତ୍ରାବାସରେ ରହୁଥିବା ଏହି ୩ ଜଣ ଶିକ୍ଷକଙ୍କୁ ସେଠାରୁ ବାହାର କରିଦିଆଯାଇଛି।
ସୂଚନାନୁଯାୟୀ ଉକ୍ତ ପରୀକ୍ଷା କେନ୍ଦ୍ରରେ  ପରୀକ୍ଷାର୍ଥୀମାନଙ୍କୁ ସ୍କୁଲ ଶିକ୍ଷକ ମାନେ କପି ଯୋଗାଇବା ଅଭିଯୋଗ ହେଉଥିଲା। ଛାତ୍ରାବାସରେ ରହୁଥିବା ଏହି ୩ ଶିକ୍ଷକ ତାଙ୍କ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେଉଥିବା ଅନ୍ୟ ହାଇସ୍କୁଲର ଶିକ୍ଷକ ଓ ଅଭିଭାବକ ମାନଙ୍କଠାରୁ ଅର୍ଥ, ଖାଦ୍ୟ ଗ୍ରହଣ କରୁଥିବାବେଳେ ଗ୍ରାମବାସୀମାନେ ଶୁକ୍ରବାର ରାତିରୁ ପରୀକ୍ଷା କେନ୍ଦ୍ରରେ ତାଲାପକାଇ ଶନିବାର ସକାଳ ସାଢେ ୭ଟା ପର୍ଯ୍ୟନ୍ତ ଅସାଧୁ ଶିକ୍ଷକମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବିକରି ନାରାବାଜି ପ୍ରଦର୍ଶନ କରିଥିଲେ। ଏହି ଘଟଣା ଗଣମାଧ୍ୟମରେ ପ୍ରଚାର ପରେ ରବିବାର ରାତିରେ ଜିଲା ବିଜ୍ଞାନ ପରିଦର୍ଶକ ଏବଂ ପରୀକ୍ଷା ଦାୟିତ୍ୟରେ ଥିବା ହରେନ୍ଦ୍ର ମହାନ୍ତ ଏବଂ ଭୋଗରାଇ ଗୋଷ୍ଠୀ ଶିକ୍ଷାଧିକାରୀ କମଳ ଲୋଚନ ବିଶ୍ୱାଳ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରି ଜିଲା ଶିକ୍ଷାଧିକାରୀଙ୍କୁ ରିପୋର୍ଟ ଦେବାପରେ ବୋର୍ଡ କର୍ତ୍ତୃପକ୍ଷ ଓ ଜିଲାଶିକ୍ଷାଧିକାରୀ ୩ ଅସାଧୁ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ।ଅପରପକ୍ଷରେ ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ଏଆଇ ସର୍ଭେଲାନ୍ସ ସିସି କ୍ୟାମେରା ଲାଗି ନ ଥିବା ଏବଂ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ନିରୀକ୍ଷକମାନେ ୫୦ ମାର୍କ ସଂକ୍ଷିପ୍ତ ପ୍ରଶ୍ନତ୍ତର ପରୀକ୍ଷାର୍ଥୀ ମାନଙ୍କୁ ଡାକିଦେଉଥିବାର ଅଭିଯୋଗ ହୋଇଛି ।

Enter your email to get our daily news in your inbox.

All Right Reserved By Dharitri.Com

ଗୋଆ ନାଇଟ କ୍ଲବ ଅଗ୍ନିକାଣ୍ଡ ପରେ ଓଡ଼ିଶାରେ କଡ଼ାକଡି ହେବ ଫାୟାର ସେଫ୍ଟି ଯାଞ୍ଚ: ନିର୍ଦ୍ଦେଶ ଦେଲେ ଡିଜି

ଭୁବନେଶ୍ୱର,୮।୧୨: ବର୍ଚ ବାଇ ରୋମିଓ ଲେନ୍‌ ଦ୍ୱରା ପରିଚାଳିତ ଗୋଆର ଏକ ନାଇଟ କ୍ଲବରେ ଭୟବହ ଅଗ୍ନିକାଣ୍ଡ ପରେ ରାଜଧାନୀ ଭୁବନେଶ୍ୱର ସମତେ ରାଜ୍ୟର ସମସ୍ତ...

ଜାଣିଶୁଣି କରାଯାଇଥିଲା କି ଇଣ୍ଡିଗୋ ସଙ୍କଟ? ସରକାର ଜାରି କଲେ ନୋଟିସ, ଯାଞ୍ଚ ଆରମ୍ଭ

ନୂଆଦିଲ୍ଲୀ,୮।୧୨: ସରକାର ନୂତନ ଫ୍ଲାଇଟ ଡ୍ୟୁଟି ସମୟ ସୀମା (FDTL) ନିୟମ କାର୍ଯ୍ୟକାରୀ କରିବାରେ ଇଣ୍ଡିଗୋର ଅଭିଯୋଗ ଅବହେଳାର ତଦନ୍ତ କରିବେ। ଅଭିଯୋଗ ହୋଇଛି ଯେ...

ବାରବାଟୀ ମ୍ୟାଚ ପୂର୍ବରୁ ଟିମ ଇଣ୍ଡିଆକୁ ବଡ଼ ଝଟ୍‌କା: ICC ଲଗାଇଲା ଜରିମାନା, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୮।୧୨: ରାୟପୁରରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିତୀୟ ଏକଦିବସୀୟ ଦିନିକିଆରେ ସ୍ଲୋ ଓଭର-ରେଟ ବଜାୟ ରଖିବା ପାଇଁ ଆଇସିସି ଟିମ ଇଣ୍ଡିଆକୁ ସେମାନଙ୍କ...

ରାଜ୍ୟରେ ଡାକ୍ତର ମରୁଡ଼ି : ୫୨୪୮ ପଦବୀ ପୂରଣ ପାଇଁ…

ଭୁବନେଶ୍ୱର,୮।୧୨: ଓଡ଼ିଶାରେ ଡାକ୍ତର ମରୁଡ଼ି ପଡ଼ିଛି। ୬୦% ମଞ୍ଜୁରୀପ୍ରାପ୍ତ ଡାକ୍ତର ପଦବୀ ଖାଲି ପଡିଛି। ଏ ନେଇ ଗୃହରେ ଉତ୍ତର ରଖିଲେ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ...

ଅଧିନାୟକ ସୂର୍ଯ୍ୟକୁମାରଙ୍କ ବଡ଼ ଘୋଷଣାା: ବାରବାଟୀରେ ଖେଳିବେ ଗିଲ୍‌

ଭୁବନେଶ୍ୱର,୮।୧୨: ମଙ୍ଗଳବାର ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବ ମହା ମୁକାବିଲା। ଏନେଇ ଉଭୟ ଦଳର ଖେଳାଳି ବାରବାଟୀରେ ଅଭ୍ୟାସ କରିବେ। ଅଭ୍ୟାସ ପୂର୍ବରୁ ଭାରତୀୟ ଟି୨୦...

ଶୀତରେ ଥରୁଛି ଜି.ଉଦୟଗିରି: ଜନଜୀବନ ଅସ୍ତବ୍ୟସ୍ତ

ଜି.ଉଦୟଗିରି,୮।୧୨(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): ସାରା ରାଜ୍ୟରେ ହାଡ଼ଭଙ୍ଗା ଶୀତ ଜାରି ରହିଥିବାବେଳେ ଥଣ୍ଡା ଶୁଷ୍କ ବାୟୁ ପ୍ରଭାବରେ ୧୨ ଯାଏ ଶୀତ ଲହରୀ ଜାରି...

କଟକରେ ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟି-୨୦: ଜାଣନ୍ତୁ କେତେବେଳେ, କେଉଁଠି ଦେଖିପାରିବେ ମ୍ୟାଚ୍‌

ନୂଆଦିଲ୍ଲୀ,୮।୧୨: ଟେଷ୍ଟ ଏବଂ ଦିନିକିଆ ପରେ, ଭାରତ ଏବଂ ଦକ୍ଷିଣ ଆଫ୍ରିକା ଦଳ ଏବେ ଟି-୨୦ ଅନ୍ତର୍ଜାତୀୟ ସିରିଜ ଖେଳିବାକୁ ପ୍ରସ୍ତୁତ। ଦକ୍ଷିଣ ଆଫ୍ରିକା ଟେଷ୍ଟ...

ସାରା ରାଜ୍ୟକୁ ଥରାଉଛି ଶୀତ, ଜି.ଉଦୟଗିରି ସବୁଠୁ ଥଣ୍ଡା, ତାପମାତ୍ରା ରହିଛି…

ଭୁବନେଶ୍ୱର,୮ା୧୨: ରାଜ୍ୟରେ କିଛିଦିନ ହେବ ଶୀତ ଲହରି ଜାରି ରହିଛି। କନ୍ଧମାଳ ଜିଲାର ସବୁଜ ସୁନ୍ଦର ପାହାଡ଼ ପର୍ବତ ଘେରା ଜି.ଉଦୟଗିରି ଅଞ୍ଚଳ ରାଜ୍ୟର ସବୁଠାରୁ କମ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri