ମାଟ୍ରିକ୍‌ ପରୀକ୍ଷାରେ କପି ଯୋଗାଉଥିଲେ ଖେଳ ଶିକ୍ଷକ: ପହଞ୍ଚିଗଲେ ବିଇଓ, ପରେ…

ଭୋଗରାଇ,୨୬।୬(ପ୍ରଦୀପ ଦାସ): ଚଳିତ ମାଟ୍ରିକ ପରୀକ୍ଷାରେ ପରୀକ୍ଷାର୍ଥୀଙ୍କୁ କପି ଯୋଗାଇବା ଓ ଅସାଧୁ ଉପାୟ ଅବଲମ୍ବନ କରିଥିବା  ଯୋଗୁ ଶିକ୍ଷକଙ୍କୁ ନିଲମ୍ବିତ କରାଯାଇଛି। ଏଭଳି ଘଟଣା ଘଟିଛି ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ହରିଦାସପୁର ନରେନ୍ଦ୍ର ନାଥ ସରକାରୀ ଉଚ୍ଚ ବିଦ୍ୟାଳୟରେ। ଏ ନେଇ ପରୀକ୍ଷା କେନ୍ଦ୍ରର ଖେଳ ଶିକ୍ଷକ ତଥା ପରୀକ୍ଷା ନିରୀକ୍ଷକ ମନୋଜ କୁମାର ସାହୁଙ୍କୁ ଜିଲା ଶିକ୍ଷାଧିକାରୀ ପ୍ରତିଭା ମଞ୍ଜରୀ ଦାସ ଓ ବୋର୍ଡ କର୍ତ୍ତୃପକ୍ଷ ନିଲମ୍ବିତ କରିଛନ୍ତି। ଏହା ସହ ଉକ୍ତ ବିଦ୍ୟାଳୟର  ୨ ଜଣ ଭୋକେଶନାଲ ଶିକ୍ଷକ ଜ୍ୟୋତିରଞ୍ଜନ ମହାନ୍ତି  ଓ ସତ୍ୟରଞ୍ଜନ ପ୍ରଧାନଙ୍କୁ ପରୀକ୍ଷା କେନ୍ଦ୍ରରୁ ଅବ୍ୟାହତି ଦେଇଥିବା ଭୋଗରାଇ ଗୋଷ୍ଠୀ ଶିକ୍ଷାଧିକାରୀ କମଳ ଲୋଚନ ବିଶ୍ୱାଳ ସୂଚନା ଦେଇଛନ୍ତି ।
ପରୀକ୍ଷାକେନ୍ଦ୍ର ସ୍ବଚ୍ଛ ଓ ଶୃଙ୍ଖଳିତ ରଖିବା ନିମନ୍ତେ ଏହି ପରୀକ୍ଷାକେନ୍ଦ୍ର ପରିସରରେ ଥିବା ଛାତ୍ରାବାସରେ ରହୁଥିବା ଏହି ୩ ଜଣ ଶିକ୍ଷକଙ୍କୁ ସେଠାରୁ ବାହାର କରିଦିଆଯାଇଛି।
ସୂଚନାନୁଯାୟୀ ଉକ୍ତ ପରୀକ୍ଷା କେନ୍ଦ୍ରରେ  ପରୀକ୍ଷାର୍ଥୀମାନଙ୍କୁ ସ୍କୁଲ ଶିକ୍ଷକ ମାନେ କପି ଯୋଗାଇବା ଅଭିଯୋଗ ହେଉଥିଲା। ଛାତ୍ରାବାସରେ ରହୁଥିବା ଏହି ୩ ଶିକ୍ଷକ ତାଙ୍କ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେଉଥିବା ଅନ୍ୟ ହାଇସ୍କୁଲର ଶିକ୍ଷକ ଓ ଅଭିଭାବକ ମାନଙ୍କଠାରୁ ଅର୍ଥ, ଖାଦ୍ୟ ଗ୍ରହଣ କରୁଥିବାବେଳେ ଗ୍ରାମବାସୀମାନେ ଶୁକ୍ରବାର ରାତିରୁ ପରୀକ୍ଷା କେନ୍ଦ୍ରରେ ତାଲାପକାଇ ଶନିବାର ସକାଳ ସାଢେ ୭ଟା ପର୍ଯ୍ୟନ୍ତ ଅସାଧୁ ଶିକ୍ଷକମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବିକରି ନାରାବାଜି ପ୍ରଦର୍ଶନ କରିଥିଲେ। ଏହି ଘଟଣା ଗଣମାଧ୍ୟମରେ ପ୍ରଚାର ପରେ ରବିବାର ରାତିରେ ଜିଲା ବିଜ୍ଞାନ ପରିଦର୍ଶକ ଏବଂ ପରୀକ୍ଷା ଦାୟିତ୍ୟରେ ଥିବା ହରେନ୍ଦ୍ର ମହାନ୍ତ ଏବଂ ଭୋଗରାଇ ଗୋଷ୍ଠୀ ଶିକ୍ଷାଧିକାରୀ କମଳ ଲୋଚନ ବିଶ୍ୱାଳ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରି ଜିଲା ଶିକ୍ଷାଧିକାରୀଙ୍କୁ ରିପୋର୍ଟ ଦେବାପରେ ବୋର୍ଡ କର୍ତ୍ତୃପକ୍ଷ ଓ ଜିଲାଶିକ୍ଷାଧିକାରୀ ୩ ଅସାଧୁ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ।ଅପରପକ୍ଷରେ ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ଏଆଇ ସର୍ଭେଲାନ୍ସ ସିସି କ୍ୟାମେରା ଲାଗି ନ ଥିବା ଏବଂ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ନିରୀକ୍ଷକମାନେ ୫୦ ମାର୍କ ସଂକ୍ଷିପ୍ତ ପ୍ରଶ୍ନତ୍ତର ପରୀକ୍ଷାର୍ଥୀ ମାନଙ୍କୁ ଡାକିଦେଉଥିବାର ଅଭିଯୋଗ ହୋଇଛି ।

Enter your email to get our daily news in your inbox.

All Right Reserved By Dharitri.Com

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri