Posted inଖେଳ

‘ଧୋନୀ-ବିରାଟ-ରୋହିତ ଦୋଷୀ, ମୋ’ ପୁଅର ୧୦ ବର୍ଷ ବରବାଦ କରିଦେଲେ’

ନୂଆଦିଲ୍ଲୀ,୧୩।୧୧: ବାପାଙ୍କ ବୟାନକୁ ନେଇ ବିବାଦରେ ଭାରତୀୟ ବ୍ୟାଟ୍ସମ୍ୟାନ ସଞ୍ଜୁ ସାମସନ। ଲଗାତାର ଟି୨୦ରେ ଭଲ ପ୍ରଦର୍ଶନକୁ ନେଇ ସେ ଚର୍ଚ୍ଚାରେ ରହୁଛନ୍ତି। ହେଲେ ଏବେ ସଞ୍ଜୁଙ୍କ ବାପା ଧୋନୀ, ବିରାଟ ଏବଂ ରୋହିତ ଶର୍ମା ତାଙ୍କ ୧୦ ବର୍ଷ ଖରାପ କରିଦେଇଥିବା ଅଭିଯୋଗ କରିଛନ୍ତି। ଏକ ନ୍ୟୁଜ ଚ୍ୟାନେଲକୁ ସାକ୍ଷାତକାର ଦେଇ ସେ ଏହି ବଡ଼ ଅଭିଯୋଗ ଆଣିଛନ୍ତି।

ସୋସିଆଲ ମିଡିଆରେ ସଞ୍ଜୁଙ୍କ ବାପାଙ୍କ ଏକ ଭିଡିଓ ଭାଇରାଲ ହେଉଛି। ଏଥିରେ ସେ କହିଛନ୍ତି ଯେ, ୩-୪ ଲୋକ ଅଛନ୍ତି, ଯିଏ ମୋ ପୁଅ କ୍ୟାରିୟରର ୧୦ ବର୍ଷ ବରବାଦ କରିଦେଲେ। ଧୋନୀ, ବିରାଟ, ରୋହିତ ଏବଂ ରାହୁଲ ଦ୍ରାବିଡ ମୋ’ ପୁଅଙ୍କ ୧୦ ବର୍ଷ ବରବାଦ କରିଦେଲେ। ସେମାନେ ସମସ୍ତେ କ୍ଷତି କରିବାକୁ ଚାହିଁଥିଲେ ହେଁ ସଞ୍ଜୁ ସେଥିରୁ ବାହାରି ଆସିଛନ୍ତି।

୨୦୧୪ରେ ଟିମ୍‌ ଇଣ୍ଡିଆ ପାଇଁ ଡେବ୍ୟୁ କରିଥିବା ସଞ୍ଜୁ ଆଜିଯାଏ ଅଧିକ କ୍ରିକେଟ ଖେଳିପାରି ନାହାନ୍ତି। ଏହାକୁ ନେଇ ସଞ୍ଜୁଙ୍କ ବାପା ଖପ୍ପା ହୋଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। କେବଳ ଉକ୍ତ ୪ ଜଣ ନୁହନ୍ତି ବରଂ ପୂର୍ବତନ କ୍ରିକେଟର ଶ୍ରୀକାନ୍ତଙ୍କୁ ସେ ଟାର୍ଗେଟ କରିବାକୁ ପଛାଇ ନାହାନ୍ତି। ସାମସନ ବାଲାଂଦେଶ ଭଳି ଟିମ୍‌ ବିପକ୍ଷରେ ଶତକ ମାରିଥିବା ଶ୍ରୀକାନ୍ତ କହିଥିଲେ। ହେଲେ ଶତକ ତ ଶତକ ହୋଇଥାଏ ବୋଲି ସେ କହିଛନ୍ତି।

କହିରଖୁଛୁ, ପୂର୍ବରୁ ମଧ୍ୟ ବାପାଙ୍କୁ ନେଇ ସଞ୍ଜୁ ବିବାଦକୁ ଆସିଛନ୍ତି। ୨୦୧୬ରେ ସେ କେରଳ କ୍ରିକେଟ ଆସୋସିଏଶନ ଅଧିକାରୀଙ୍କ ସହ ଝଗଡ଼ା କରିଥିଲେ । ଏହାକୁ ନେଇ ତାଙ୍କୁ ଚେତାବନୀ ଦିଆଯାଇଥିଲା। ଏବେ ପୁଣି ଥରେ ତାଙ୍କ ବୟାନ ଚର୍ଚ୍ଚାରେ ରହିଛି। ଏହାର ପ୍ରଭାବ କ୍ରିକେଟରଙ୍କ ଉପରେ ପଡ଼ିପାରେ ବୋଲି ଅନୁମାନ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବାଲେଶ୍ୱରରେ ସଂଖ୍ୟାଲଘୁ ଯୁବକଙ୍କ ହତ୍ୟା: ନବୀନଙ୍କ ଗଭୀର ଦୁଃଖ ପ୍ରକାଶ

ଭୁବନେଶ୍ୱର,୨୦।୧: ବାଲେଶ୍ୱର ଜିଲାରେ ଗୋ-ଚାଲାଣ ଅଭିଯୋଗରେ ଜଣେ ସଂଖ୍ୟାଲଘୁ ସମ୍ପ୍ରଦାୟର ଯୁବକଙ୍କୁ ହତ୍ୟା ଘଟଣାରେ ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ...

୨୦୦୦ ଟଙ୍କାର ଛୋଟିଆ SIP କରିବ କୋଟିପତି, ଜାଣନ୍ତୁ କିଭଳି ନିବେଶ… 

ନୂଆଦିଲ୍ଲୀ, ୨୦।୧: କ’ଣ ୨୦୦୦ର ଛୋଟ SIPରୁ ଆପଣ କୋଟିପତି ହୋଇପାରିବେ? ଉତ୍ତର ହେଉଛି ହଁ! କେବଳ ଧୌର୍ଯ୍ୟ ଏବଂ ସମୟର ଆବଶ୍ୟକତା ରହିଛି। ଏସ୍‌ଆଇପି,...

୨୭ ବର୍ଷ ପରେ ନକ୍ଷତ୍ର ପରିବର୍ତ୍ତନ କଲେ ଶନି, ଏହି ୩ ରାଶିର ବଦଳିବ ଭାଗ୍ୟ…

ଜାନୁଆରୀ ୨୦ ତାରିଖ ଅର୍ଥାତ୍ ଆଜିର ଦିନରୁ ଶନିଦେବ ଉତ୍ତରା ଭାଦ୍ରପଦ ନକ୍ଷତ୍ରରେ ପ୍ରବେଶ କରିବାକୁ ଯାଉଛନ୍ତି । ଜ୍ୟୋତିଷ ଶାସ୍ତ୍ରର ଗଣନା ଅନୁଯାୟୀ ପାଖାପାଖି...

ନିରଞ୍ଜନଙ୍କୁ ଗୁରୁଦାୟିତ୍ୱ: ରାଜ୍ୟ ସରପଞ୍ଚ ମହାସଂଘର ଉପଦେଷ୍ଟା ହେଲେ …

ଦିଗପହଣ୍ଡି,୨୦|୧(ଅଶେଷନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକର ପୂର୍ବତନ ସମିତି ସଭ୍ୟ ତଥା ରେଡ୍ଡୀ ସମାଜ ଦିଗପହଣ୍ଡି ଜୋନର ସଭାପତି ଏମ୍ . ନିରଞ୍ଜନ ରେଡ୍ଡୀଙ୍କୁ...

ଟାଙ୍ଗିଆରେ ହାଣି କରିଥିଲେ ହତ୍ୟା: ବାପା-ପୁଅକୁ ଆଜୀବନ ଜେଲ

ବ୍ରହ୍ମପୁର,୨୦।୧(ସୁବାସ ଚନ୍ଦ୍ର ପାଢ଼ୀ): କିଆବାଡ଼ ଭାଗବଣ୍ଟାକୁ ନେଇ ଘଟିଥିବା ହତ୍ୟା ମାମଲାର ବିଚାର କରି ଗଞ୍ଜାମ ଜିଲା ଜଜ୍‌ ଅଶାନ୍ତ କୁମାର ଦାଶ ଅଭିଯୁକ୍ତ ବାପ-ପୁଅଙ୍କୁ...

ମୁନିଗୁଡ଼ା ବ୍ଲକ୍‌ ତେଲେଙ୍ଗାପଦର ଛକରେ ମାଓବାଦୀ ବ୍ୟାନର

ରାୟଗଡା,୨୦।୧ (ନନ୍ଦ କିଶୋର ପଟ୍ଟନାୟକ): ରାୟଗଡ଼ା ମୁନିଗୁଡ଼ା ବ୍ଲକ୍‌ ଅନ୍ତର୍ଗତ ତେଲେଙ୍ଗାପଦର ଛକ ନିକଟରେ ମାଓବାଦୀ ବ୍ୟାନର ଲାଗିଥିବା ଦେଖିବାକୁ ମିଳିଛି I ଖଣି ଖାଦାନକୁ...

ଆମୋନିୟମ୍‌ ନାଇଟ୍ରେଟ୍‌ ଗୋଦାମ ଗୃହ ନିର୍ମାଣକୁ ଗ୍ରମାବାସୀଙ୍କ ବିରୋଧ

ବୁଗୁଡ଼ା,୨୦ା୧(କାଳିଚରଣ ଦାଶ): ଗଞ୍ଜାମ ଜିଲା ବୁଗୁଡ଼ା ବ୍ଲକ୍‌ ଅନ୍ତରପଡ଼ା ପଞ୍ଚାୟତ ଅଧୀନ କନ୍ଧଚନ୍ଦନପେଡ଼ି ଗ୍ରାମରେ ଆମୋନିୟମ୍‌ ନାଇଟ୍ରେଟ୍‌ ଗୋଦାମ ଗୃହ ନିର୍ମାଣକୁ ଗ୍ରାମବାସୀ ବିରୋଧ କରିଛନ୍ତି।...

ବାଇକ୍‌  ଧକ୍କାରେ  ଚାଲିଗଲା ବୃଦ୍ଧଙ୍କ ଜୀବନ 

ମୋହନା,୨୦।୧( ମନ୍ମଥ ମିଶ୍ର ): ବାଇକ ଧକ୍କାରେ ବୃଦ୍ଧମୃତ। ମୃତ ବୃଦ୍ଧ ଜଣକ ହେଲେ ଆର.ଉଦୟଗିରି ଥାନା ନିସଂଗପୁର ଗ୍ରାମର ୭୦ ବର୍ଷୀୟ ସାରଥୀ ବେହେରଦଲାଇ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri