Posted inଖେଳ

ରିଟେନ୍‌ କଲାନି କୋଲକାତା, ଚୁପ୍‌ଚାପ୍‌ ଆର୍‌ସିବି ପାଖରେ ପହଞ୍ଚିଲେ ଏହି ଖେଳାଳି; ଲାଗିପାରେ…

ନୂଆଦିଲ୍ଲୀ,୧୯।୧୧: ଆଇପିଏଲ୍‌ ୨୦୨୫ ମେଗା ଅକ୍ସନ ପାଇଁ ଆର୍‌ସିବି ପ୍ରସ୍ତୁତି ଜୋରଦାର କରିଛି। ଦଳ ୩ ଖେଳାଳିଙ୍କୁ ରିଟେନ୍‌ କରିଥିବା ବେଳେ ଅକ୍ସନରେ ୮୩ କୋଟି ଟଙ୍କା ଏବଂ ୩ ରାଇଟ୍‌ ଟୁ ମ୍ୟାଚ୍‌ କାର୍ଡ ସହ ଓହ୍ଲାଇବ। ବିଶେଷକରି ଯୁବ କ୍ରିକେଟରମାନଙ୍କୁ ଦଳ ପ୍ରାଧାନ୍ୟ ଦେବ। ଏହାକୁ ନେଇ ଟ୍ରାଏଲ୍‌ ରଖାଯାଇ ଅନେକ ଘରୋଇ କ୍ରିକେଟରଙ୍କ ଖେଳକୁ ତର୍ଜମା କରାଯାଉଛି। ଏମିତିରେ ଗୋଟିଏ ନାମ ଏଭଳି ଅଛି, ଯିଏ ଗତ ସିଜନରେ କୋଲକାତା ନାଇଟ୍‌ ରାଇଡର୍ସ ଟିମ୍‌ର ଅଂଶବିଶେଷ ଥିଲେ।
୧୯ ବର୍ଷୀୟ ଯୁବ ବ୍ୟାଟ୍ସମ୍ୟାନ୍‌ ଅଙ୍ଗକୁଶ ରଘୁବଂଶୀ ଆଇପିଏଲ୍‌ର ଗତ ସିଜନରେ ଚର୍ଚ୍ଚାରେ ରହିଥିଲେ। ସେ କୋଲକାତା ନାଇଟ୍‌ ରାଇଡର୍ସ ପକ୍ଷରୁ ନିଜର ଡେବ୍ୟୁ କରିଥିଲେ। ଏହି ସିଜନରେ ସେ ପ୍ରଭାବୀ ପ୍ରଦର୍ଶନ କରିଥିଲେ ହେଁ ଦଳ ଏଥର ତାଙ୍କୁ ରିଟେନ୍‌ କରିନାହିଁ। ଏଣୁ ଅଙ୍ଗକୁଶ ମେଗା ଅକ୍ସନରେ ନଜର ଆସିବେ। ଏହାପୂର୍ବରୁ ସେ ଆର୍‌ସିବି ପକ୍ଷରୁ  ଆୟୋଜିତ ଟ୍ରାଏଲ୍ସରେ ଭାଗ ନେଇଛନ୍ତି। ଅର୍ଥାତ ଆରସିବି ଟିମ୍‌ ତାଙ୍କ ଉପରେ ଦାମ୍‌ ଲଗାଇପାରେ ବୋଲି ଆଶା କରାଯାଉଛି।
କହିରଖୁଛୁ, ଗତ ଅକ୍ସନରେ କୋଲକାତା ଟିମ୍‌ ଅଙ୍ଗକୁଷଙ୍କୁ ୨୦ ଲକ୍ଷ ଟଙ୍କା ଦେଇ କିଣିଥିଲା। ସେ ଆଇପିଏଲ ୨୦୨୪ରେ କେକେଆର୍‌ର ୧୦ ମ୍ୟାଚ୍‌ରେ ଜବରଦସ୍ତ ପ୍ରଦର୍ଶନ କରିଥିଲେ। ଏଥିରେ ଗୋଟିଏ ଅର୍ଦ୍ଧଶତକ ସହ ୧୬୩ ରନ୍‌ ଥିଲା। ତେବେ କୋହଲି ଆଇପିଏଲ୍‌ରେ ଓପନର ଭାବେ ଖେଳିବାକୁ ଓହ୍ଲାଉଛନ୍ତି।ଏମିତିରେ ଆର୍‌ସିବି ତାଙ୍କୁ ନମ୍ବର-୩ରେ ବ୍ୟାଟିଂ ପାଇଁ ଚୟନ କରିପାରେ ବୋଲି କୁହାଯାଉଛି।

ଅଙ୍ଗକୁଷ ଦିଲ୍ଲୀର ବାସିନ୍ଦା। ହେଲେ ସେ ୧୧ ବର୍ଷ ବୟସରେ ମୁମ୍ବାଇ ଚାଲିଯାଇଥିଲେ। ସେ ଅଣ୍ଡର-୧୯ ବିଶ୍ୱକପ୍‌ ୨୦୨୨ରେ ଭାରତୀୟ ଟିମ୍‌ ପକ୍ଷରୁ ଖେଳିଥିଲେ। ଏହି ବିଶ୍ୱକପ୍‌ରେ ସେ ସର୍ବାଧିକ ସ୍କୋର କରିଥିଲେ। ଏହାଛଡ଼ା ସେ ଘରୋଇ କ୍ରିକେଟରେ ମଧ୍ୟ ପ୍ରଭାବି ବ୍ୟାଟିଂ କରିଛନ୍ତି। ଏଯାବତ ସେ ୩ ଫାଷ୍ଟ କ୍ଲାସ, ୫ ଲିଷ୍ଟ ଏ, ୧୭ ଟି୨୦ ମ୍ୟାଚ୍‌ ଖେଳିଛନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

ଫାଇନାଲ ମ୍ୟାଚ ପୂର୍ବରୁ ଟିମ ଇଣ୍ଡିଆକୁ ଖୋଲା ଚ୍ୟାଲେଞ୍ଜ ଦେଲେ Mitchell Santner, କହିଲେ…

ନୂଆଦିଲ୍ଲୀ,୭।୩: ରବିବାର ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ୨୦୨୬ ଟି୨୦ ବିଶ୍ୱକପର ଫାଇନାଲ ଖେଳାଯିବ। ଏହି ଦୁଇ ଦଳ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ମୁହାଁମୁହିଁ ହେବେ।…

କମାଲ୍‌ କଲେ ସାରା ଅର୍ଜୁନ: ଧୂରନ୍ଧର: ଦି ରିଭେଞ୍ଜରେ…

‘ଧୂରନ୍ଧର: ଦି ରିଭେଞ୍ଜ’ର ଟ୍ରେଲର ରିଲିଜ ହୋଇଛି। ଦର୍ଶକ ଏହାକୁ ବେଶ୍‌ ପସନ୍ଦ କରିଛନ୍ତି। ଏହି ଟ୍ରେଲର ଏବେ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି। ଦର୍ଶକ ପୁଣି…

ବରଗଡ଼ରେ ଆଇନଶୃଙ୍ଖଳା ପରିସ୍ଥିତି ହୁଗୁଳା, ସ୍ପଷ୍ଟ ଦିବାଲୋକରେ ଟ୍ରକ୍‌ ଚାଳକଙ୍କୁ ଛୁରାମାଡ଼

ବରଗଡ଼,୭ା୩(ପ୍ରେମାନନ୍ଦ ଖମାରୀ): ଶାନ୍ତିପ୍ରିୟ ବରଗଡ଼ ଜିଲାରେ ଆଇନଶୃଙ୍ଖଳା ପରିସ୍ଥିତି ହୁଗୁଳା ହୋଇପଡ଼ିଛି। ଦିନ ଦ୍ବିପ୍ରହରରେ ଏଠାକାର ବିଚ୍‌ ରାସ୍ତା ଉପରେ ଛୁରି, ଭୁଜାଲି ବୁଲୁଛି। ଛୁରି, ଭୁଜାଲି…

ସରକାରଙ୍କ ବଡ଼ ଘୋଷଣା: ତୃତୀୟ ସନ୍ତାନ ଜନ୍ମ ହେଲେ ମିଳିବ ୨୫,୦୦୦ ଟଙ୍କା

ହାଇଦ୍ରାବାଦ୍‌,୭।୩: ଆନ୍ଧ୍ର ପ୍ରଦେଶ ସରକାର ଏକ ନୂତନ ପଦକ୍ଷେପ ଘୋଷଣା କରିଛନ୍ତି। ରାଜ୍ୟ ମୁଖ୍ୟମନ୍ତ୍ରୀ ଏନ. ଚନ୍ଦ୍ରବାବୁ ନାଇଡୁ ବିଧାନସଭାରେ କହିଛନ୍ତି,ରାଜ୍ୟର ଜନ୍ମହାର ନିରନ୍ତର ହ୍ରାସ ପାଉଛି…

ସ୍ତ୍ରୀଙ୍କୁ ପିଟିପିଟି ମାରିଦେଲେ ସ୍ବାମୀ, ପୋଲିସ ପଚାରିବାରୁ କହିଲେ କାଲି ରାତିର ଘଟଣା…

ଦେବଗଡ଼,୭ା୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ବାରକୋଟ ବ୍ଲକ ବମ୍ପରଡ଼ା ଆଇଆରବି ବାଟାଲିୟନ ପଛପାଖରୁ ଜଣେ ମହିଳାଙ୍କ ମୃତଦେହ ଜବତ ହେଇଥିବା ଜଣାପଡ଼ିଛି। ତେବେ ଘରୋଇ କଳିରୁ…

୭ ବର୍ଷର ଶିଶୁକୁ ଅପହରଣ କରି ଗଳାକାଟି ହତ୍ୟା: ଟଙ୍କାମାଗିଲେ, ପରେ  ମୃତଦେହ ବସ୍ତାରେ ବାନ୍ଧି…

ବିଷମକଟକ,୭।୩(ପ୍ରସନ୍ନ କୁମାର ପଣ୍ଡା): ରାୟଗଡ଼ା ଜିଲା ବିଷମକଟକ ବ୍ଲକ ଅନ୍ତର୍ଗତ ଚାଟିକଣା ଅଞ୍ଚଳରେ ଜଣେ ୭ ବର୍ଷର ଶିଶୁକୁ ଅପହରଣ ପରେ ଗଳାକାଟି ହତ୍ୟା କରାଯିବା ଘଟଣା…

ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ହିନ୍ଦୀ ଶିକ୍ଷକଙ୍କ ଅସଦାଚରଣ, ଗ୍ରାମବାସୀଙ୍କ ହୋ-ହଲ୍ଲା ପରେ…

ବାସୁଦେବପୁର,୭ା୩(ନାରାୟଣ ପ୍ରସାଦ ବାରିକ): ଭଦ୍ରକ ଜିଲାର ବାସୁଦେବପୁର ବ୍ଲକ ଅଧୀନ ସାନକୃଷ୍ଣପୁର ପଞ୍ଚାୟତର ଚାନ୍ଦିମାଳଠାରେ ଥିବା ଜବାହୀ ନବୋଦୟ ବିଦ୍ୟାଳୟରେ ପଢୁଥିବା ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ହିନ୍ଦୀ…

ଯୁଦ୍ଧର ପ୍ରଭାବ! ଏହି ଦେଶରେ ଆକାଶଛୁଆଁ ହେଲାଣି ପେଟ୍ରୋଲ-ଡିଜେଲ ଦାମ୍‌

ଇସଲାମାବାଦ,୭।୩: ପାକିସ୍ତାନ ବର୍ତ୍ତମାନ ପେଟ୍ରୋଲ ଏବଂ ଡିଜେଲର ଘୋର ଅଭାବର ସମ୍ମୁଖୀନ ହେଉଛି। ବେଲୁଚିସ୍ତାନ, ଖାଇବର ପଖତୁନଖ୍ବା, ପଞ୍ଜାବ (ପାକିସ୍ତାନ) ଏବଂ ସିନ୍ଧ ସମେତ ଅନେକ ଅଞ୍ଚଳରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri