Posted inଖେଳ

୨୭ ଆଥ୍‌ଲେଟଙ୍କୁ ସମ୍ବର୍ଦ୍ଧିତ କଲେ କ୍ରୀଡ଼ାମନ୍ତ୍ରୀ

ଭୁବନେଶ୍ୱର, ୧।୧୦(ବିଜୟ ରଣା): ରାଜ୍ୟ କ୍ରୀଡ଼ା ଓ ଯୁବସେବା ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା ବିଭିନ୍ନ ଚାମ୍ପିୟନଶିପ୍‌ରେ ସଫଳତା ହାସଲ କରିଥିବା ୨୭ ଜଣ ଆଥ୍‌ଲେଟଙ୍କୁ ଆର୍ଥିକ ପୁରସ୍କାର ସହ ସମ୍ବର୍ଦ୍ଧିତ କରିଛନ୍ତି। ମୋଟ ପୁରସ୍କାର ରାଶିର ପରିମାଣ ହେଉଛି ୧୨,୩୦,୦୦୦ ଟଙ୍କା। ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ଗର୍ବ ଅମିତ କୁମାର ଭୂୟାଁଙ୍କୁ ୩.୭୫ ଲକ୍ଷ ଟଙ୍କା ପୁରସ୍କାର ସହ ସମ୍ବର୍ଦ୍ଧିତ କରିଥିଲେ। ୨୦୨୩ରେ ଅନୁଷ୍ଠିତ ୫୫ତମ ଏସିଆନ ବଡି ବିଲ୍‌ଡିଂ ଓ ଫିଜିକ୍‌ ସ୍ପୋଟର୍‌ସ ଚାମ୍ପିୟନଶିପ୍‌ରେ ସେ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ଏହି ଚାମ୍ପିୟନଶିପ୍‌ରେ ରାଜ୍ୟର ଅନ୍ୟଜଣେ ପ୍ରତିଭାବାନ ଆଥ୍‌ଲେଟ ଜଗନ୍ନାଥ ଖୁଣ୍ଟିଆ ବ୍ରୋଞ୍ଜ ପଦକ ଲାଭ କରିଥିଲେ। ତାଙ୍କୁ ୧.୨୫ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ସ୍ପେଶାଲ ଅଲିମ୍ପିକ୍ସ ଭାରତ ନ୍ୟାଶନାଲ ଚାମ୍ପିୟନଶିପ୍‌, ୨୦୨୩ର ୩ ଆଥ୍‌ଲେଟଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସେମାନେ ହେଲେ ୫କିମି ଟାଇମ୍‌ ଇଭେଣ୍ଟ ଏବଂ ୧୦କିମି ରୋଡ୍‌ ରେସ୍‌ ଇଭେଣ୍ଟରେ ୩ୟ ସ୍ଥାନ ଅଧିକାର କରିଥିବା ସାଇକ୍ଲିଷ୍ଟ ସିଦ୍ଧାର୍ଥ ମହାନ୍ତିଙ୍କୁ ୧୦,୦୦୦ ଟଙ୍କା ମିଳିଥିବା ବେଳେ ୫ କିମି ଟାଇମ ଇଭେଣ୍ଟରେ ୩ୟ ସ୍ଥାନ ପାଇଁ ସାଇକ୍ଲିଷ୍ଟ ଦେବାଶିଷଙ୍କୁ ମଧ୍ୟ ୧୦,୦୦୦ ଟଙ୍କା ମିଳିଥିଲା। ୨ କିମି ଟାଇମ ଇଭେଣ୍ଟରେ ଏକ ସ୍ବର୍ଣ୍ଣ ଜିତିଥିବାରୁ ତାଙ୍କୁ ୩୦,୦୦୦ ଟଙ୍କା ପ୍ରଦାନ କରାଯାଇଥିଲା। ରୋଲର ସ୍କେଟର ଦଧିଚି ଉଭୟ ୧୦୦୦ ମିଟର ଓ ୫୦୦ମିଟର ରେସ୍‌ରେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବାରୁ ତାଙ୍କୁ ପ୍ରତ୍ୟେକ ସଫଳତା ପାଇଁ ୨୦,୦୦୦ ଟଙ୍କା ଲେଖାଏ ଆର୍ଥତ୍କ ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ସେହିପରି କାୟାକିଙ୍ଗ ଓ କାନୋଇଂ ସିନିୟର ନ୍ୟାଶନାଲ କାନୋଇ ସ୍ପ୍ରିଣ୍ଟ ଚାମ୍ପିୟନଶିପ୍‌ ୨୦୨୩ ସମେତ ବିଭିନ୍ନ ଇଭେଣ୍ଟରେ ସଫଳତା ଅର୍ଜନ କରିଥିବା ୨୨ ଆଥ୍‌ଲେଟଙ୍କ ମଧ୍ୟରେ ମୋଟ ୬,୩୦,୦୦୦ ଟଙ୍କା ବାଣ୍ଟି ଦିଆଯାଇଥିଲା। ଏହି ଅବସରରେ କ୍ରୀଡ଼ାମନ୍ତ୍ରୀ ସଫଳତା ଅର୍ଜନ କରିଥିବା ଏହି ଆଥ୍‌ଲେଟମାନଙ୍କର ଶୁଭକାମନା କରିବା ସହ ଆଗକୁ ସେମାନଙ୍କ ଭଲ ପ୍ରଦର୍ଶନ ଜାରି ରଖିବାକୁ କହିଥିଲେ। ରାଜ୍ୟରେ ବିଭିନ୍ନ ଖେଳର ପ୍ରଚାର ଓ ପ୍ରସାର ସହ ନୂଆ ନୂଆ ପ୍ରତିଭା ସୃଷ୍ଟି କରିବା ଦିଗରେ ସରକାର ପ୍ରତିଶ୍ରୁତବଦ୍ଧ ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ଜୁଲାଇରେ ଜିମ୍ବାୱେ ଗସ୍ତ କରିବ ଟିମ୍ ଇଣ୍ଡିଆ, ଟି-୨୦ ସିରିଜରେ ବୈଭବ ସୂର୍ଯ୍ୟବଂଶୀଙ୍କୁ ମିଳିବ କି ସୁଯୋଗ ?

ନୂଆଦିଲ୍ଲୀ,୧।୪: ଟିମ୍ ଇଣ୍ଡିଆର ଜିମ୍ବାୱେ ଗସ୍ତର କାର୍ଯ୍ୟସୂଚୀ ପ୍ରକାଶ ପାଇଛି । ଭାରତୀୟ ଦଳର ଏହି ଗସ୍ତ ଜୁଲାଇରେ ହେବାକୁ ଯାଉଛି। ଏହି ଗସ୍ତ ସମୟରେ ତିନି ମ୍ୟାଚ୍…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ପୁଣି ଭାଙ୍ଗିଗଲା ଇଟାଲୀର ଫିଫା ବିଶ୍ୱକପ ସ୍ବପ୍ନ: ଲଗାତାର ତୃତୀୟ ଥର ପାଇଁ ଯୋଗ୍ୟତା ଅର୍ଜନ କରିପାରିଲା ନାହିଁ

ରୋମ,୧।୪: ଚାରିଥର ଫିଫା ବିଶ୍ୱକପ ଚାମ୍ପିଅନ ଇଟାଲୀ ଆଉ ଏକ ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଦଳ ଲଗାତାର ତୃତୀୟ ଥର ପାଇଁ ଫିଫା ବିଶ୍ୱକପ ପାଇଁ…

ଅନ୍ତର୍ଜାତୀୟ ସ୍ତରର ଅପମାନ ପାଇଲା ପାକିସ୍ତାନ, ଭିଡିଓ ହେଉଛି ଭାଇରାଲ

ଇସଲାମାବାଦ,୧।୪: PSL 2026 ରେ, ପାକିସ୍ତାନ ପାଇଁ ଅନ୍ତର୍ଜାତୀୟ ଲଜ୍ଜାର କାରଣ ପାଲଟିଥିବା ଘଟଣାଗୁଡ଼ିକର ଏକ ଶୃଙ୍ଖଳା ସାମ୍ନାକୁ ଆସିଛି। ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚରେ, ଜର୍ସିରୁ ରଙ୍ଗ…

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri