Posted inଖେଳ

ଈଶାନ କିଶନଙ୍କୁ ଅଷ୍ଟ୍ରେଲିଆରେ ମିଳିପାରେ ଦଣ୍ଡ, ବିଦ୍ରୋହ କରି ଫସିଲେ

କାନ୍‌ବେରା,୩।୧୧: ବର୍ତ୍ତମାନ ଈଶାନ କିଶନ ଇଣ୍ଡିଆ ଏ ଟିମ୍‌ ସହ ଅଷ୍ଟ୍ରେଲିଆ ଗସ୍ତରେ ଅଛନ୍ତି। ଅଷ୍ଟ୍ରେଲିଆ ଏ ବିପକ୍ଷରେ ମୁକାବିଲା ଖେଳାଯାଉଥିବା ବେଳେ ସେ ଏକ ବିବାଦରେ ଫସିଛନ୍ତି । ଏଥିଲାଗିି ତାଙ୍କୁ ଦଣ୍ଡ ମଧ୍ୟ ମିଳିପାରେ। ଏମିତିରେ ଆପଣ ଭାବୁଥିବେ ପୁରା ଘଟଣା କ’ଣ? ମାମଲାଟି ଅଷ୍ଟ୍ରେଲିଆ ଏ ଏବଂ ଇଣ୍ଡିଆ ଏ ମଧ୍ୟରେ ଖେଳାଯାଇଥିବା ମୁକାବିଲା ସମୟର। ମ୍ୟାଚ୍‌ରେ ଏଭଳି କିଛି ଘଟିଥିଲା ଯାହାକୁ ନେଇ ଈଶାନ ଅଡ଼ୁଆରେ ଫସିଛନ୍ତି।

ଈଶାନ ମ୍ୟାଚ୍‌ ସମୟରେ ଅମ୍ପାୟାରଙ୍କ ବିରୋଧରେ ବିଦ୍ରୋହ କରିଥିଲେ। ଏଥିରେ ଅମ୍ପାୟାର ଆହତ ହୋଇଥିଲେ ଏବଂ ତାଙ୍କ ବିରୋଧରେ ଅଭିଯୋଗ କରିବେ ବୋଲି କହିଛନ୍ତି। ଏବେ ଯଦି ସେଭଳି ଘଟେ ତେବେ କ୍ରିକେଟ ନିୟମ ମୁତାବକ ତାଙ୍କୁ ଦଣ୍ଡ ମିଳିପାରେ।

ତେବେ ମ୍ୟାଚ୍‌ର ଅନ୍ତିମ ଦିନରେ ଅମ୍ପାୟାରଙ୍କ ନିଷ୍ପତ୍ତି ବିରୋଧରେ ଈଶାନ ଅସନ୍ତୋଷ ଜାହିର କରିବା ସହ ବିଦ୍ରୋହ କରିଥିଲେ। ସେତେବେଳେ ସମସ୍ତ ଭାରତୀୟ ଖେଳାଳି ଶନ୍‌ କ୍ରେଗଙ୍କ ନିକଟକୁ ଯାଇ ମ୍ୟାଚ୍‌ରେ ବଲ୍‌ ବଦଳାଇବାକୁ ନେଇ ବିରୋଧ କରିଥିଲେ। ଏହି ସମୟରେ ଅମ୍ପାୟାର ଷ୍ଟମ୍ପ ମାଇକ୍‌ ଜରିଆରେ ଏଭଳି କହୁଥିବା ଶୁଣାଯାଇଥିଲା ଯେ ବର୍ତ୍ତମାନେ କୌଣସି ଆଲୋଚନା ହୋଇନାହିଁ, ମ୍ୟାଚ୍‌ ଖେଳ।

ଅମ୍ପାୟାରଙ୍କ ଏହି ବୟାନକୁ ନେଇ ଈଶାନ ‘ତେବେ କ’ଣ ଏବେ ଆମେ ଏହି ବଲ୍‌ରେ ଖେଳିବୁ’ ବୋଲି ପ୍ରଶ୍ନ କରିଥିଲେ। ଏହା ଠିକ୍‌ ନୁହେଁ। ଏହା ବହୁତ ମୁର୍ଖତାପୂର୍ଣ୍ଣ ନିଷ୍ପତ୍ତି ବୋଲି ସେ କହିଥିଲେ। ତେବେ ଭାରତୀୟ ଉଇକେଟକିପରଙ୍କ ଏଭଳି ବିବୃତ୍ତି ଶନ୍‌ କ୍ରେଗ୍‌ଙ୍କୁ ଖରାପ ଲାଗିଛି। ଏହା ଅସହ୍ୟ। ଏଭଳି ଆଚରଣ ବିରୋଧରେ ଅଭିଯୋଗ କରିବି ବୋଲି ଅମ୍ପାୟାର ଉତ୍ତର ଦେଇଛନ୍ତି।

କହିରଖୁଛୁ, ବଲ୍‌କୁ ନେଇ ଏହି ମାମଲା ଏବେ ବିବାଦରେ ଫସିଛି। କାରଣ ଭାରତୀୟ ଖେଳାଳିମାନେ ବଲ୍‌ ଟାମ୍ପରିଂ କରିଥିବା ଅମ୍ପାୟାର ଅନୁଭବ କରିଛନ୍ତି। ଯଦି ତଦନ୍ତରେ ଏହା ଜଣାପଡେ, ତେବେ କ୍ରିକେଟ ଅଷ୍ଟ୍ରେଲିଆର ନିୟମ ମୁତାବକ ଏଥିରେ ସାମିଲ ଖେଳାଳିଙ୍କ ଉପରେ ବ୍ୟାନ୍‌ ଲଗାଯାଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

ଶିଶିର ସରସ ମେଳା-୨୦୨୬ରେ ୩୦ କୋଟି ଟପିଲା ବ୍ୟବସାୟ

ଭୁବନେଶ୍ୱର,୨୦।୧: ରାଜଧାନୀରେ ଚାଲିଥିବା ଜାତୀୟ ସ୍ତରୀୟ ‘ଶିଶିର ସରସ ମେଳା-୨୦୨୬’ ମଙ୍ଗଳବାର ଉଦଯାପିତ ହୋଇଯାଇଛି। ଚଳିତ ବର୍ଷ ଏହି ମେଳା ବିକ୍ରି ଏବଂ ଜନସମାଗମ କ୍ଷେତ୍ରରେ...

ବାଲେଶ୍ୱରରେ ସଂଖ୍ୟାଲଘୁ ଯୁବକଙ୍କ ହତ୍ୟା: ନବୀନଙ୍କ ଗଭୀର ଦୁଃଖ ପ୍ରକାଶ

ଭୁବନେଶ୍ୱର,୨୦।୧: ବାଲେଶ୍ୱର ଜିଲାରେ ଗୋ-ଚାଲାଣ ଅଭିଯୋଗରେ ଜଣେ ସଂଖ୍ୟାଲଘୁ ସମ୍ପ୍ରଦାୟର ଯୁବକଙ୍କୁ ହତ୍ୟା ଘଟଣାରେ ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ...

୨୦୦୦ ଟଙ୍କାର ଛୋଟିଆ SIP କରିବ କୋଟିପତି, ଜାଣନ୍ତୁ କିଭଳି ନିବେଶ… 

ନୂଆଦିଲ୍ଲୀ, ୨୦।୧: କ’ଣ ୨୦୦୦ର ଛୋଟ SIPରୁ ଆପଣ କୋଟିପତି ହୋଇପାରିବେ? ଉତ୍ତର ହେଉଛି ହଁ! କେବଳ ଧୌର୍ଯ୍ୟ ଏବଂ ସମୟର ଆବଶ୍ୟକତା ରହିଛି। ଏସ୍‌ଆଇପି,...

୨୭ ବର୍ଷ ପରେ ନକ୍ଷତ୍ର ପରିବର୍ତ୍ତନ କଲେ ଶନି, ଏହି ୩ ରାଶିର ବଦଳିବ ଭାଗ୍ୟ…

ଜାନୁଆରୀ ୨୦ ତାରିଖ ଅର୍ଥାତ୍ ଆଜିର ଦିନରୁ ଶନିଦେବ ଉତ୍ତରା ଭାଦ୍ରପଦ ନକ୍ଷତ୍ରରେ ପ୍ରବେଶ କରିବାକୁ ଯାଉଛନ୍ତି । ଜ୍ୟୋତିଷ ଶାସ୍ତ୍ରର ଗଣନା ଅନୁଯାୟୀ ପାଖାପାଖି...

ନିରଞ୍ଜନଙ୍କୁ ଗୁରୁଦାୟିତ୍ୱ: ରାଜ୍ୟ ସରପଞ୍ଚ ମହାସଂଘର ଉପଦେଷ୍ଟା ହେଲେ …

ଦିଗପହଣ୍ଡି,୨୦|୧(ଅଶେଷନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକର ପୂର୍ବତନ ସମିତି ସଭ୍ୟ ତଥା ରେଡ୍ଡୀ ସମାଜ ଦିଗପହଣ୍ଡି ଜୋନର ସଭାପତି ଏମ୍ . ନିରଞ୍ଜନ ରେଡ୍ଡୀଙ୍କୁ...

ଟାଙ୍ଗିଆରେ ହାଣି କରିଥିଲେ ହତ୍ୟା: ବାପା-ପୁଅକୁ ଆଜୀବନ ଜେଲ

ବ୍ରହ୍ମପୁର,୨୦।୧(ସୁବାସ ଚନ୍ଦ୍ର ପାଢ଼ୀ): କିଆବାଡ଼ ଭାଗବଣ୍ଟାକୁ ନେଇ ଘଟିଥିବା ହତ୍ୟା ମାମଲାର ବିଚାର କରି ଗଞ୍ଜାମ ଜିଲା ଜଜ୍‌ ଅଶାନ୍ତ କୁମାର ଦାଶ ଅଭିଯୁକ୍ତ ବାପ-ପୁଅଙ୍କୁ...

ମୁନିଗୁଡ଼ା ବ୍ଲକ୍‌ ତେଲେଙ୍ଗାପଦର ଛକରେ ମାଓବାଦୀ ବ୍ୟାନର

ରାୟଗଡା,୨୦।୧ (ନନ୍ଦ କିଶୋର ପଟ୍ଟନାୟକ): ରାୟଗଡ଼ା ମୁନିଗୁଡ଼ା ବ୍ଲକ୍‌ ଅନ୍ତର୍ଗତ ତେଲେଙ୍ଗାପଦର ଛକ ନିକଟରେ ମାଓବାଦୀ ବ୍ୟାନର ଲାଗିଥିବା ଦେଖିବାକୁ ମିଳିଛି I ଖଣି ଖାଦାନକୁ...

ଆମୋନିୟମ୍‌ ନାଇଟ୍ରେଟ୍‌ ଗୋଦାମ ଗୃହ ନିର୍ମାଣକୁ ଗ୍ରମାବାସୀଙ୍କ ବିରୋଧ

ବୁଗୁଡ଼ା,୨୦ା୧(କାଳିଚରଣ ଦାଶ): ଗଞ୍ଜାମ ଜିଲା ବୁଗୁଡ଼ା ବ୍ଲକ୍‌ ଅନ୍ତରପଡ଼ା ପଞ୍ଚାୟତ ଅଧୀନ କନ୍ଧଚନ୍ଦନପେଡ଼ି ଗ୍ରାମରେ ଆମୋନିୟମ୍‌ ନାଇଟ୍ରେଟ୍‌ ଗୋଦାମ ଗୃହ ନିର୍ମାଣକୁ ଗ୍ରାମବାସୀ ବିରୋଧ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri