Posted inଖେଳ

ରୋହିତଙ୍କଠାରୁ ଅଧିକ ଧନୀ ସେହ୍ବାଗ, ଅବସରକୁ ୧୦ ବର୍ଷ ହୋଇଥିଲେ ହେଁ କୋଟିରେ କରନ୍ତି ରୋଜଗାର

ନୂଆଦିଲ୍ଲୀ,୨୪।୧: ଟିମ୍‌ ଇଣ୍ଡିଆ ଅଧିନାୟକଙ୍କ ଗଣତି କେବଳ ଭାରତ ନୁହେଁ ବରଂ ବିଶ୍ୱର ଭେଟେରାନ କ୍ରିକେଟରଙ୍କ ମଧ୍ୟରେ ହୋଇଥାଏ। ଏହି ଖେଳରୁ ପ୍ରତିଷ୍ଠା ସହ ସେ ଭଲ ରୋଜଗାର ମଧ୍ୟ କରିଥାନ୍ତି। ହେଲେ ଭାରତୀୟ ଟିମ୍‌ର ପୂର୍ବତନ କ୍ରିକେଟର ବିରେନ୍ଦ୍ର ସେହ୍ବାଗଙ୍କ ରୋଜଗାର ଜାଣିଲେ ଆପଣ ଚକିତ ହେବେ। ସେହ୍ବାଗ ୨୦୧୫ରେ କ୍ରିକେଟରୁ ଅବସର ନେଇଥିଲେ। ଏହାକୁ ୧୦ ବର୍ଷ ବିତିଲାଣି। ଏହାସତ୍ତ୍ୱେ ତାଙ୍କ ପାଖରେ ରୋହିତଙ୍କଠାରୁ ଅଧିକ ଟଙ୍କା ରହିଛି।

ସେହ୍ବାଗ ବିଶ୍ୱର ଧନୀ କ୍ରିକେଟରଙ୍କ ମଧ୍ୟରୁ ଜଣେ। ଏକ ରିପୋର୍ଟ ମୁତାବକ ୨୦୨୪ରେ ତାଙ୍କ ଆୟ ପ୍ରାୟ ୩୦ କୋଟିରୁ ଅଧିକ ଥିଲା। ଅର୍ଥାତ ପ୍ରତି ମାସରେ ତାଙ୍କ ଦରମା ପ୍ରାୟ ୨ କୋଟି ରହିଥିଲା। ସେହିଭଳି ରୋହିତଙ୍କ ବିଷୟରେ କହିଲେ ତାଙ୍କୁ ଆଇପିଏଲ୍‌ ୨୦୨୫ ଲାଗି ୧୬.୩୦ କୋଟି ଏବଂ ବିସିସିଆଇରୁ ୭ କୋଯି ଦରମା ମିଳିଥିଲା।

ରୋହିତଙ୍କ ପ୍ରତି ଟେଷ୍ଟ ଲାଗି ୧୫ ଲକ୍ଷ, ଦିନିକିଆ ଲାଗି ୬ ଲକ୍ଷ ଏବଂ ଟି୨୦ ଲାଗି ୩ ଲକ୍ଷ ଟଙ୍କା ଦରମା ମିଳିଥିଲା। ଏହାଛଡ଼ା ସେ ବିଜ୍ଞାପନ ମାଧ୍ୟମରେ ମଧ୍ୟ କୋଟି କୋଟି ଟଙ୍କା ରୋଜଗାର କରିଥିଲେ। ଏହିଭଳି ଭାବେ ସେ ଆନୁମାନିକ ୩୫ରୁ ୪୦ କୋଟି ରୋଜଗାର କରିଥିଲେ। ରୋହିତ ରୋଜଗାରରେ ସେହ୍ବାଗଙ୍କଠାରୁ ଆଗରେ ଥିଲେ ହେଁ ମୋଟ ସମ୍ପତ୍ତି ମାମଲାରେ ପଛରେ ରହିବେ। କାରଣ ସେ ମୋଟ ୨୧୪ କୋଟି ସମ୍ପତ୍ତିର ମାଲିକ ହୋଇଥିବା ବେଳେ ସେହ୍ବାଗଙ୍କ ମୋଟ ସମ୍ପତ୍ତି ୩୭୦ କୋଟି। ଅର୍ଥାତ ସେହ୍ବାଗଙ୍କ ନିକଟରେ ରୋହିତଙ୍କଠାରୁ ଅଧିକ ଟଙ୍କା ରହିଛି।

ସେହ୍ବାଗ କ୍ରିକେଟ ଖେଳିବା ଛାନି ଦେଇଥିଲେ ହେଁ କମେଣ୍ଟ୍ରି, କ୍ରିକେଟ ବିଶେଷଜ୍ଞ ଭାବେ ନଜରଆସୁଛନ୍ତି। ଏହାଛଡ଼ା ଟେଲିଭିଜନ ଶୋ’ରୁ ତାଙ୍କ ରୋଜଗାର ହେଉଛି। ସୋସିଆଲ ମିଡିଆ ଏବଂ ବିଜ୍ଞାପନ ଜରିଆରେ ସେ ରୋଜଗାର କରୁଛନ୍ତି। କ୍ରିକେଟର ୟୁଟ୍ୟୁବ୍‌, ଇନ୍‌ଷ୍ଟାଗ୍ରାମ ଏବଂ ଟୁଇଟର ଜରିଆରେ ପ୍ରତି ବର୍ଷ ପ୍ରାୟ ୨୬ କୋଟି ଟଙ୍କା ରୋଜଗାର କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

କ’ଣ ଭାରତରେ ଲିଭ୍‌ ଇନ୍‌ ରିଲେଶନସିପରେ ରହିବା ଅବୈଧ? ନିୟମ ଜାଣିଲେ ତାଜୁବ ହେବେ

ଭାରତୀୟ ସମାଜରେ ବିବାହକୁ ଏକ ପବିତ୍ର ଓ ଏକ ଜରୁରି ଉତ୍ସବ ଭାବେ ପରିଗଣିତ କରାଯାଇଥାଏ । କାରଣ ବିବାହ ପରେ ହିଁ ପୁରୁଷ ଓ...

ଫେସବୁକରେ ଭିଡିଓ କରି କମାଇ ପାରିବେ ମୋଟା ଅଙ୍କର ଟଙ୍କା! ଜାଣନ୍ତୁ ପୂରା ପ୍ରକ୍ରିୟା

ନୂଆଦିଲ୍ଲୀ,୨୬।୧୨: ଯଦି ଆପଣ ସୋସିଆଲ ମିଡିଆରେ କଣ୍ଟେଣ୍ଟ ତିଆରି କରୁଛନ୍ତି ତେବେ ଆପଣଙ୍କ ପାଇଁ ଭଲ ଖବର। ଇ-କମର୍ସ କମ୍ପାନୀ ମିଶୋ କଣ୍ଟେଣ୍ଟ କ୍ରିଏଟରଙ୍କ ପାଇଁ...

ନୂଆବର୍ଷରୁ ବଦଳିଯିବ ଏହି ୧୦ନିୟମ, ଜାନୁଆରୀରୁ ବଢିଯିବ ପେଟ୍ରୋଲ-ଗ୍ୟାସ ଦର!

ନୂଆଦିଲ୍ଲୀ,୨୬।୧୨: ନୂଆବଷର୍ର୍ ୨୦୨୬ କେବଳ କ୍ୟାଲେଣ୍ଡରରେ ପରିବର୍ତ୍ତନ ପର୍ଯ୍ୟନ୍ତ ସୀମିତ ରହିବ ନାହିଁ; ଏହା ସହିତ ଅନେକ ନିୟମ ମଧ୍ୟ ଆଣିବ ଯାହା ସିଧାସଳଖ ଆପଣଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri