Posted inଖେଳ

ପାକିସ୍ତାନକୁ ହରାଅ, ତୁମକୁ ଭୂରି ଭୋଜନ ମୁଁ ଦେବି- ବିଶ୍ୱକପ୍‌ରେ ଟିମ୍‌ ଇଣ୍ଡିଆ ଖେଳାଳିଙ୍କୁ କିଛି ଏଭଳି କହିଥିଲେ ସଚିନ…

ନୂଆଦିଲ୍ଲୀ,୨୬।୪: କୌଣସି ଫର୍ମାଟ ହେଉ ନା କାହିଁକି ଭାରତ ପାକିସ୍ତାନ ମ୍ୟାଚ୍‌ କଥା ପଡ଼ିଲେ ପ୍ରଶଂସକଙ୍କ ଉତ୍କଣ୍ଠା ବଢ଼ିଯାଇଥାଏ। ହେଲେ ଦୁଇ ଦେଶ ଏବେ କେବଳ ଆଇସିସି ଟୁର୍ନାମେଣ୍ଟ ଖେଳୁଛନ୍ତି। ଏଣୁ ଯେବେ ବି ଉଭୟ ଟିମ୍‌ ମୁହାଁମୁହିଁ ହୁଅନ୍ତି ସମସ୍ତଙ୍କ ନଜର ମ୍ୟାଚ୍‌ ଉପରେ ଥାଏ। ୨୦୨୨ ଟି୨୦ ବିଶ୍ୱକପ୍‌ରେ ବିରାଟଙ୍କ ଇନିଂସ ହେଉ ଅଥବା ୨୦୧୧ ଦିନିକିଆ ବିଶ୍ୱକପ୍‌ରେ ସଚିନଙ୍କ ୮୫ ରନ୍‌ର ଇନିଂସ ଆଜି ବି ମନରେ ସତେଜ ଅଛି। ପ୍ରତି ଥର କେହି ନା କେହି ଷ୍ଟାର ପାଲଟିଛନ୍ତି। ଏବେ ଏହି ଭାରତ ପାକିସ୍ତାନ ମ୍ୟାଚ୍‌ ସହ ଜଡ଼ିତ ଏକ ଘଟଣାବଳୀକୁ ପୂର୍ବତନ ବ୍ୟାଟ୍ସମ୍ୟାନ ସୁରେଶ ରାଇନା ଜଣାଇଛନ୍ତି। କାରଣ ଉକ୍ତ ମ୍ୟାଚ୍‌ରେ ସଚିନ ଟିମ୍‌ ଇଣ୍ଡିଆର ଖେଳାଳିଙ୍କୁ ଲୋଭ ଦେଖାଇଥିଲେ।
୨୦୧୧ ବିଶ୍ୱକପ୍‌ର ସେମିଫାଇନାଲ ମୁକାବିଲା ଭାରତ-ପାକିସ୍ତାନ ମଧ୍ୟରେ ଖେଳାଯାଇଥିଲା। ଏହି ମୁକାବିଲା ଐତିହାସିକ ମୋହାଲି ଷ୍ଟାଡିୟମରେ ଖେଳାଯାଇଥିବା ବେଳେ ଉଭୟ ଦେଶର ପ୍ରଧାନମନ୍ତ୍ରୀ ଉପସ୍ଥିତ ଥିଲେ। ଏଥିଲାଗି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା। ଏହି ମ୍ୟାଚ୍‌ରେ ଖାଇବାରେ ବିଳମ୍ବ ହୋଇଯାଇଥିଲେ। ଏହାକୁ ନେଇ ଚିନ୍ତାରେ ପଡ଼ିଥିଲେ ଖେଳାଳି। ଏମିତିରେ ସଚିନ ତେନ୍ଦୁଲକରଙ୍କ କାନରେ କଥାଟି ପଡ଼ିଥିଲା। ସେ ଖେଳାଳିଙ୍କୁ କହିଥିଲେ କ’ଣ ଏଠାକୁ ଖାଇବାକୁ ଆସିଛ। ପାକିସ୍ତାନକୁ ହରାଅ। ଭୂରି ଭୋଜନ ମୁଁ ଦେବି। ନିକଟରେ ଏହା ରାଇନା ଏକ ସାକ୍ଷାତକାରରେ କହିଛନ୍ତି।
ଏହି ମୁକାବିଲାରେ ଭାରତ ପ୍ରଥମେ ବ୍ୟାଟିଂ କରି ୯ ଉଇକେଟ ହରାଇ ୨୬୦ ରନ୍‌ କରିଥିଲା। ଜବାବରେ ପାକିସ୍ତାନ ଟିମ୍‌ ୪୯.୫ ଓଭରରେ ୨୩୧ ରନ୍‌ରେ ଅଲଆଉଟ୍‌ ହୋଇଯାଇଥିଲା। ଉଭୟ ବ୍ୟାଟ୍ସମ୍ୟାନ ଏବଂ ବୋଲର ମ୍ୟାଚ୍‌ରେ ଭଲ ପ୍ରଦର୍ଶନ କରିଥିଲେ। ମ୍ୟାଚ୍‌ରେ ସଚିନ ପ୍ଲେୟାର ଅଫ୍‌ ଦ ମ୍ୟାଚ୍‌ ହୋଇଥିଲେ।

Enter your email to get our daily news in your inbox.

All Right Reserved By Dharitri.Com

ପଟ୍ଟାଙ୍ଗିରେ ପହଞ୍ଚିଲା ଲୋକ ଅଧିକାର ଯାତ୍ରା : ବଞ୍ଚିବା ପାଇଁ ଲଢେଇ କର

ପଟ୍ଟାଙ୍ଗି,୭।୩(ଶରତ କୁମାର ଧଳ): ରାଜ୍ୟରେ ଭରି ରହିଥିବା ବକ୍ସାଇଟ ଖଣି, ପାହାଡ଼ ତଥା ପ୍ରାକୃତିକ ସମ୍ପଦର ସୁରକ୍ଷା ପାଇଁ ବାହାରିଥିବା ଲୋକ ଅଧିକାର ଯାତ୍ରା ଶନିବାର କୋରାପୁଟ…

‘ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଉଜ୍ବଳ ହେଲେ ପୃଥିବୀ ଉଜ୍ଜ୍ୱଳ ହେବ’

ପୁରୁଷୋତ୍ତମପୁର,୭।୩(ସବିିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତାରାତାରିଣୀ କଲେଜର ବାର୍ଷିକ ଉତ୍ସବ ଅଧ୍ୟକ୍ଷ ଡ. ପ୍ରଦୀପ କୁମାର ସାହୁଙ୍କ ପୌରୋହିତ୍ୟରେ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ…

ଖେମୁଣ୍ଡି ଓକିଲ ସଂଘର ନିର୍ବାଚନ ପାଇଁ ପ୍ରାର୍ଥତ୍ପତ୍ର ଦାଖଲ

ଦିଗପହଣ୍ଡି,୭ା୩(ଅଶେଷ ନାଥ ମିଶ୍ର): ରାଜ୍ୟ ବାର୍‌ କାଉନସିଲ ପକ୍ଷରୁ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘର କାର୍ଯ୍ୟକର୍ତ୍ତା ନିର୍ବାଚନ ନିମନ୍ତେ ଶନିବାରଠାରୁ…

‘ଆମେ ଯାହା କରିଛୁ ଠିକ୍‌ କରିଛୁ’, କାହିଁକି ଏମିତି କହିଲେ ଜୟଶଙ୍କର? ଜାଣନ୍ତୁ ଇରାନ ଯୁଦ୍ଧ ସହ କ’ଣ ରହିଛି ସମ୍ପର୍କ

ନୂଆଦିଲ୍ଲୀ,୭।୩: ରାଇସିନା ଡାଏଲଗ ୨୦୨୬ରେ ମଧ୍ୟପ୍ରାଚ୍ୟ ଉତ୍ତେଜନା ମଧ୍ୟରେ ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର କୋଚିରେ ଏକ ଇରାନୀ ନୌସେନା ଜାହାଜକୁ ଡକିଂ କରିବାକୁ ଅନୁମତି…

ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ: ସମୀକ୍ଷା କଲେ ଆସିକା ଏମ୍‌ପି

ଛତ୍ରପୁର,୭ା୩(ଦିଲ୍ଲୀପ ସାମଲ): ସ୍ଥାନୀୟ ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ(ଦିଶା) ଅନୁଷ୍ଠିତ ହୋଇଥିଲା। ବୈଠକରେ କମିଟିର ଅଧ୍ୟକ୍ଷା ତଥା ଆସିକା…

ଯୁଦ୍ଧ ଭିତରେ ପାକିସ୍ତାନକୁ ଶକ୍ତ ଝଟ୍‌କା, ବରବାଦ୍‌ ହୋଇଯିବ ପାକ୍‌

ଇସଲାମବାଦ,୭।୩: ପାକିସ୍ତାନ ଏବେ ମଧ୍ୟପ୍ରାଚ୍ୟରେ ଯୁଦ୍ଧର ପରିଣାମ ମଧ୍ୟ ଭୋଗୁଛି। କାତାର ପାକିସ୍ତାନକୁ ଏକ ଫୋର୍ସ ମ୍ୟାଜିଅର ନୋଟିସ ଜାରି କରିଛି। ଏହାର ଅର୍ଥ ହେଉଛି ଯେ…

ପଡ଼ୋଶୀ ଦେଶକୁ କ୍ଷମା ମାଗିବା ସହ ଧମକ ଦେଲେ ଇରାନ ରାଷ୍ଟ୍ରପତି! କହିଲେ, ‘ ଆମେ ସେ ପର୍ଯ୍ୟନ୍ତ ଆକ୍ରମଣ କରିବୁ ନାହିଁ ଯେପର୍ଯ୍ୟନ୍ତ…’

ତେହରାନ,୭।୩: ଇରାନ ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ ପଡ଼ୋଶୀ ଦେଶ ଉପରେ ଆକ୍ରମଣ କରିବାକୁ ନେଇ କ୍ଷମା ପ୍ରାର୍ଥନା କରିଛନ୍ତି। ରାଷ୍ଟ୍ରପତି ସରକାରୀ ଟେଲିଭିଜନରେ ପୂର୍ବରୁ ରେକର୍ଡ ହୋଇଥିବା…

ପଙ୍ଖାରେ ଝୁଲୁଥିଲା ବୃଦ୍ଧଙ୍କ ମୃତଦେହ, ଘର ଆଗରେ ପଡ଼ିଛି କୁରାଢ଼ି, ବୋହୂଙ୍କ ମୁଣ୍ଡ ଫାଟିଛି, କହିଲେ ଶ୍ୱଶୁର…

ପାରାଦୀପ,୭ା୩(ଶରତ ରାଉତ): ଜଗତସିଂହପୁର ଜିଲା ପାରାଦୀପ ଲକ୍‌ ଥାନା ଅନ୍ତର୍ଗତ ଭୁତମୁଣ୍ଡାଇ ଗ୍ରାମରେ ଶନିବାର ସକାଳୁ ଜଣେ ଶତାୟୁ ବୃଦ୍ଧଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଥିଲା। ମୃତକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri