Posted inଖେଳ

‘ହାର୍ଦ୍ଦିକ କି ପନ୍ତ ନୁହନ୍ତି, ଏହି ୨୪ ବର୍ଷୀୟ ଖେଳାଳି ହେବେ ଟିମ୍‌ ଇଣ୍ଡିଆର ଆଗାମୀ ଅଧିନାୟକ’

ନୂଆଦିଲ୍ଲୀ,୨୧।୪: ପୂର୍ବ ଭାରତୀୟ କ୍ରିକେଟର ସୁରେଶ ରାଇନା ୨୪ ବର୍ଷୀୟ ଯୁବ ବ୍ୟାଟ୍ସମ୍ୟାନ୍‌ ଶୁଭମନ ଗିଲଙ୍କୁ ଆଗାମୀ ଭାରତୀୟ ଅଧିନାୟକ ଭାବେ ଚୟନ କରିଛନ୍ତି। ସେ ହାର୍ଦ୍ଦିକ ପାଣ୍ଡ୍ୟା, ଋଷଭ ପନ୍ତ ଏବଂ କେଏଲ୍‌ ରାହୁଲଙ୍କ ସହ ଜସପ୍ରିତ ବୁମ୍‌ରାଙ୍କୁ ମଧ୍ୟ ଅଣଦେଖା କରିଛନ୍ତି। ରାଇନାଙ୍କ କହିବାନୁଯାୟୀ, ରୋହିତଙ୍କ ପରେ ଷ୍ଟାର ଓପନିଂ ବ୍ୟାଟ୍ସମ୍ୟାନ୍‌ ଭାରତର ଅଧିନାୟକ ହୋଇପାରେ। ଗିଲ, ଯିଏକି ପ୍ରଥମ ଥର ପାଇଁ ୨୦୧୮ ଅଣ୍ଡର-୧୯ ବିଶ୍ୱକପ୍‌ରେ ଭାରତ ଲାଗି ଜବରଦସ୍ତ ପ୍ରଦର୍ଶନ କରିଥିଲେ, ସେ ଆଇପିଏଲ୍‌ରେ ଗୁଜରାଟ ଟାଇଟନ୍ସର ନେତୃତ୍ୱ ନେଉଛନ୍ତି। ଏବେଯାଏ ଖେଳାଯାଇଥିବା ୭ ମ୍ୟାଚ୍‌ରେ ସେ ଦଳକୁ ୩ ମ୍ୟାଚ୍‌ରେ ବିଜେତା କରାଇଛନ୍ତି। ରବିବାର ପଞ୍ଜାବ କିଙ୍ଗ୍ସ ବିପକ୍ଷରେ ସେ ପୁଣିଥରେ ଆକ୍ସନକୁ ଆସିବେ। କହିବାକୁ ଗଲେ ସେ ହିଁ ଆଗାମୀ ଅଧିନାୟକ ହେବେ ବୋଲି ରାଇନା ଭବିଷ୍ୟବାଣୀ କରିଛନ୍ତି।
କହିରଖୁଛୁ, ଗିଲଙ୍କ ପାଖରେ ଅଧିନାୟକ ଭାବେ ଅଭିଜ୍ଞତା ଶୂନ। କାରଣ ତାଙ୍କୁ ନେତୃତ୍ୱ ନେବାକୁ କେବେ ସୁଯୋଗ ମିଳିନାହିଁ। ଯଦି ଆଗାମୀ ଦିନରେ ତାଙ୍କୁ ଅଧିନାୟକ କରାଯାଏ ତେବେ ଟିମ୍‌ ମ୍ୟାନେଜମେଣ୍ଟର ଏକ ଦୁଃସାହସିକ ନିଷ୍ପତ୍ତି ବୋଲି କୁହାଯିବ। ବର୍ତ୍ତମାନ ସମୟରେ ଭାରତର ଧଳା ବଲ୍‌ ଟିମ୍‌ର ଉପଅଧିନାୟକ ଅଛନ୍ତି ହାର୍ଦ୍ଦିକ ଏବଂ ସେ ରୋହିତଙ୍କ ଅନୁପସ୍ଥିତିରେ ୧୬ ଟି୨୦ ଏବଂ ୩ ଏକଦିବସୀୟ ମ୍ୟାଚ୍‌ରେ ଦଳର ନେତୃତ୍ୱ ନେଇଥିଲେ। ଚଳିତ ବର୍ଷ ଆରମ୍ଭରେ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ଷ୍ଟାର ପେସର ଜସପ୍ରିତ ବୁମ୍‌ରା ରୋହିତଙ୍କ ଉପଅଧିନାୟକ ଥିଲେ। ମ୍ୟାଚ୍‌ଟିକୁ ୪-୧ ଅନ୍ତରାଳେ ଭାରତ ଜିତିଥିଲା।

Enter your email to get our daily news in your inbox.

All Right Reserved By Dharitri.Com

ନକ୍‌ଭିଙ୍କ ବଡ଼ ସୂଚନା: ବିନା ଦର୍ଶକରେ ହେବ ପାକିସ୍ତାନ କ୍ରିକେଟ ଲିଗ୍‌

ଲାହୋର, ୨୨ା୩: ମାର୍ଚ୍ଚ ୨୬ରୁ ପାକିସ୍ତାନ କ୍ରିକେଟ ଲିଗ୍‌ (ପିଏସ୍‌ଏଲ) ଅନୁଷ୍ଠିତ ହେବ। ତେବେ ଇରାନ-ୟୁଏସ୍‌ଏ-ଇସ୍ରାଏଲ ଯୁଦ୍ଧ ଯୋଗୁ ପ୍ରତିଯୋଗିତା ବିନା ଦର୍ଶରେ ଅନୁଷ୍ଠିତ ହେବ। ପାକିସ୍ତାନ…

ଯାତ୍ରୀଙ୍କୁ ମୃତ୍ୟୁମୁଖରୁ ବଞ୍ଚାଇଲେ ଆରପିଏଫ୍ କନେଷ୍ଟବଳ, ଟ୍ରେନରେ….

ରାୟଗଡ଼ା,୨୨।୩(ଆଶିଷ ରଞ୍ଜନ ପଣ୍ଡା): ଆରପିଏଫ କନଷ୍ଟେବଳଙ୍କ ସତର୍କତା କାରଣରୁ ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡ଼ା ରେଳ ଷ୍ଟେସନରେ ।…

ରାସ୍ତା କଡ଼ ତାର ବାଡ଼ରେ ପିଟିହେଲା ବାଇକ୍‌, ଆଉ ତା’ପରେ…

କଳିଙ୍ଗନଗର,୨୨।୩(ଶୁଭାଶିଶ ରାଉତ): ଯାଜପୁର ଜିଲା କୋରାଇ ଥାନା ଅଧୀନ ଖମିଗାଁ ନିକଟରେ ରବିବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଇକ୍‌ ଭାରସାମ୍ୟ ହରାଇ ସ୍ଥାନୀୟ ପଛିକୋଟ…

କ୍ରସର ୟୁନିଟରୁ ଚୋରି, ବିଳମ୍ବିତ ରାତିରେ ପାଣି ମୋଟର…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ପଞ୍ଚାୟତ କେ.ସାମନ୍ତରାପୁର ଗ୍ରାମ ନିକଟ ଷ୍ଟୋନ କ୍ରସର ୟୁନିଟରୁ ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଛି…

ଟ୍ରମ୍ପଙ୍କ ଧମକ ପରେ ଇରାନର ବଡ଼ ଘୋଷଣା, ଶତ୍ରୁ ରାଷ୍ଟ୍ରର ଜାହାଜ ବ୍ୟତୀତ ସମସ୍ତ ଜାହାଜକୁ…

ନୂଆଦିଲ୍ଲୀ,୨୨।୩: ଟ୍ରମ୍ପଙ୍କ ଧମକ ପରେ ଇରାନ ପାଲଟା ଜବାବ ଦେଇଛି । ଇରାନ ହର୍ମୁଜ୍ ଷ୍ଟ୍ରେଟ ସମ୍ପର୍କରେ ନିଜର ମତରେ ସାମାନ୍ୟ ନରମତା ଦେଖାଇଛି । ଏହା…

ସ୍ୱାମୀ ଚେତନାନନ୍ଦଙ୍କ ଆଧ୍ୟାତ୍ମିକ ବାଣୀ ମାନବ ଜୀବନକୁ ଶୃଙ୍ଖଳିତ କରିପାରିବ

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଏନ୍‌ଏସି ୧୦ନମ୍ୱର ୱାର୍ଡ ଗଡ଼ ଚୈତନ୍ୟପୁର ଶାସନ ସାହି ସ୍ଥିତ ସ୍ୱାମୀ ଚେତନାନନ୍ଦ ସାରସ୍ୱତ ବିଦ୍ୟାମନ୍ଦିରର ୧୫ତମ ବାର୍ଷିକୋତ୍ସବ ଏବଂ ଦୁଇଦିନ…

ହର୍ମୁଜ ଷ୍ଟ୍ରେଟରେ ପହଞ୍ଚିଲା ବ୍ରିଟିଶ ବୁଡ଼ାଜାହାଜ, ଟ୍ରମ୍ପଙ୍କ ଧମକ ମଧ୍ୟରେ କୀର ଷ୍ଟାରମରଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ଓ୍ବାଶିଂଟନ,୨୨।୩: ମଧ୍ୟପ୍ରାଚ୍ୟରେ ବର୍ତ୍ତମାନ ଚାଲିଥିବା ସଂଘର୍ଷ ଆରମ୍ଭ ହେବାର ତିନି ସପ୍ତାହରୁ ଅଧିକ ସମୟ ବିତିଗଲାଣି; ତଥାପି, ଯୁଦ୍ଧ ଶେଷ ହେବାର କୌଣସି ସୂଚନା ନାହିଁ –…

ବିନା ଦର୍ଶକରେ ଖେଳାଯିବ PSL ମ୍ୟାଚ୍, ଏହି କାରଣରୁ ନିଆଗଲା ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୨୨।୩: ପାକିସ୍ତାନ ସୁପର ଲିଗ୍ (PSL)ର ନୂତନ ସିଜିନ୍ ମାର୍ଚ୍ଚ ୨୬ ରେ ଆରମ୍ଭ ହେବାକୁ ଯାଉଛି । ସିଜିନ୍ ଆରମ୍ଭ ହେବା ପୂର୍ବରୁ, PCB ଟୁର୍ଣ୍ଣାମେଣ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri