Posted inଖେଳ

‘ହାର୍ଦ୍ଦିକ କି ପନ୍ତ ନୁହନ୍ତି, ଏହି ୨୪ ବର୍ଷୀୟ ଖେଳାଳି ହେବେ ଟିମ୍‌ ଇଣ୍ଡିଆର ଆଗାମୀ ଅଧିନାୟକ’

ନୂଆଦିଲ୍ଲୀ,୨୧।୪: ପୂର୍ବ ଭାରତୀୟ କ୍ରିକେଟର ସୁରେଶ ରାଇନା ୨୪ ବର୍ଷୀୟ ଯୁବ ବ୍ୟାଟ୍ସମ୍ୟାନ୍‌ ଶୁଭମନ ଗିଲଙ୍କୁ ଆଗାମୀ ଭାରତୀୟ ଅଧିନାୟକ ଭାବେ ଚୟନ କରିଛନ୍ତି। ସେ ହାର୍ଦ୍ଦିକ ପାଣ୍ଡ୍ୟା, ଋଷଭ ପନ୍ତ ଏବଂ କେଏଲ୍‌ ରାହୁଲଙ୍କ ସହ ଜସପ୍ରିତ ବୁମ୍‌ରାଙ୍କୁ ମଧ୍ୟ ଅଣଦେଖା କରିଛନ୍ତି। ରାଇନାଙ୍କ କହିବାନୁଯାୟୀ, ରୋହିତଙ୍କ ପରେ ଷ୍ଟାର ଓପନିଂ ବ୍ୟାଟ୍ସମ୍ୟାନ୍‌ ଭାରତର ଅଧିନାୟକ ହୋଇପାରେ। ଗିଲ, ଯିଏକି ପ୍ରଥମ ଥର ପାଇଁ ୨୦୧୮ ଅଣ୍ଡର-୧୯ ବିଶ୍ୱକପ୍‌ରେ ଭାରତ ଲାଗି ଜବରଦସ୍ତ ପ୍ରଦର୍ଶନ କରିଥିଲେ, ସେ ଆଇପିଏଲ୍‌ରେ ଗୁଜରାଟ ଟାଇଟନ୍ସର ନେତୃତ୍ୱ ନେଉଛନ୍ତି। ଏବେଯାଏ ଖେଳାଯାଇଥିବା ୭ ମ୍ୟାଚ୍‌ରେ ସେ ଦଳକୁ ୩ ମ୍ୟାଚ୍‌ରେ ବିଜେତା କରାଇଛନ୍ତି। ରବିବାର ପଞ୍ଜାବ କିଙ୍ଗ୍ସ ବିପକ୍ଷରେ ସେ ପୁଣିଥରେ ଆକ୍ସନକୁ ଆସିବେ। କହିବାକୁ ଗଲେ ସେ ହିଁ ଆଗାମୀ ଅଧିନାୟକ ହେବେ ବୋଲି ରାଇନା ଭବିଷ୍ୟବାଣୀ କରିଛନ୍ତି।
କହିରଖୁଛୁ, ଗିଲଙ୍କ ପାଖରେ ଅଧିନାୟକ ଭାବେ ଅଭିଜ୍ଞତା ଶୂନ। କାରଣ ତାଙ୍କୁ ନେତୃତ୍ୱ ନେବାକୁ କେବେ ସୁଯୋଗ ମିଳିନାହିଁ। ଯଦି ଆଗାମୀ ଦିନରେ ତାଙ୍କୁ ଅଧିନାୟକ କରାଯାଏ ତେବେ ଟିମ୍‌ ମ୍ୟାନେଜମେଣ୍ଟର ଏକ ଦୁଃସାହସିକ ନିଷ୍ପତ୍ତି ବୋଲି କୁହାଯିବ। ବର୍ତ୍ତମାନ ସମୟରେ ଭାରତର ଧଳା ବଲ୍‌ ଟିମ୍‌ର ଉପଅଧିନାୟକ ଅଛନ୍ତି ହାର୍ଦ୍ଦିକ ଏବଂ ସେ ରୋହିତଙ୍କ ଅନୁପସ୍ଥିତିରେ ୧୬ ଟି୨୦ ଏବଂ ୩ ଏକଦିବସୀୟ ମ୍ୟାଚ୍‌ରେ ଦଳର ନେତୃତ୍ୱ ନେଇଥିଲେ। ଚଳିତ ବର୍ଷ ଆରମ୍ଭରେ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ଷ୍ଟାର ପେସର ଜସପ୍ରିତ ବୁମ୍‌ରା ରୋହିତଙ୍କ ଉପଅଧିନାୟକ ଥିଲେ। ମ୍ୟାଚ୍‌ଟିକୁ ୪-୧ ଅନ୍ତରାଳେ ଭାରତ ଜିତିଥିଲା।

Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପ୍ରବେଶିକାର ଲିଖିତ ଓ ଶାରୀରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ପୋଲିସରେ ନିଯୁକ୍ତି ମିଳିଥାଏ। ଏଥିପାଇଁ ଅଶାୟୀମାନେ ବୟସ ସୀମା ମଧ୍ୟରେ ନିଜକୁ ପ୍ରସ୍ତୁତ କରିଥାନ୍ତି।...

ସ୍ମାର୍ଟ ସିଟି ଲୋକର ବ୍ୟଥା

ପ୍ରବଳ ଶୀତରେ କିଛି ବେସାହାରା ଲୋକ ପୋଲ ତଳେ, ଦୋକାନ ପିଣ୍ଡାରେ, ପାର୍କ ବେଞ୍ଚ ଉପରେ କଟାଉଥିବା ଦେଖାଯାଏ। ସେମାନଙ୍କ ମଧ୍ୟରୁ କୌଣସି ବୃଦ୍ଧାବୃଦ୍ଧ ରୋଗୀଙ୍କ...

ସୁଦର୍ଶନଙ୍କୁ ଚାପି ଦେଲା ଆମ ବସ୍‌: ଡ୍ରାଇଭର ଖସି ପଳାଇବାକୁ ଉଦ୍ୟମ

ଭୁବନେଶ୍ୱର, ୬ା୧୨(ସତ୍ୟଜିତ ରାଉତ):ରାଜଧାନୀରେ ପୁଣି ଜୀବନ ନେଇଛି ‘ଆମ ବସ୍‌’। ସତ୍‌ସଙ୍ଗ ବିହାର ସମ୍ମୁଖ ୧୬ ନଂ. ଜାତୀୟ ରାଜପଥରେ ଶୁକ୍ରବାର ସାରେ ଏହି ଦୁର୍ଘଟଣା...

ଗଣତନ୍ତ୍ର କ’ଣ ଦଳ-ମୁଖ୍ୟଙ୍କ ତନ୍ତ୍ର

ଯେଉଁ ଦଳର କେନ୍ଦ୍ର ସରକାର ସମ୍ବିଧାନ ଦିବସ (ନଭେମ୍ବର ୨୯) ପାଳନ କରି ସମ୍ବିଧାନର ଆଦର୍ଶକୁ ସର୍ବୋଚ୍ଚ ସ୍ଥାନ ଦେଉଛି ସେହି ଦଳର ରାଜ୍ୟ ସରକାର...

ପ୍ରେସିଡେଣ୍ଟ ହାଉସରେ ଆୟୋଜିତ ଡିନରରେ କାହିଁକି ରାହୁଲଙ୍କୁ ମିଳିଲା ନାହିଁ ନିମନ୍ତ୍ରଣ? ଜଣାପଡିଲା କାରଣ

ନୂଆଦିଲ୍ଲୀ,୬।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତ ସମୟରେ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ କେରଳ କଂଗ୍ରେସର ଏକ ପୋଷ୍ଟ ରାଜନୈତିକ ଏବଂ...

ପରିଚିତଙ୍କ ହାତରେ ପଦବୀ

ଭବିଷ୍ୟତରେ କାର୍ଯ୍ୟକୁ ସୁଚାରୁରୂପେ ସଞ୍ଚାଳନକରିବା ପାଇଁ ସବୁଠାରୁ ନିରାପଦ ଉପାୟ ଉପରେ ଆନ୍ଧ୍ରପ୍ରଦେଶ ନିଷ୍ପତ୍ତି ନେଇଥିବା ଜଣାଯାଇଛି। ଏଥିରେ ଏହାର ଶ୍ରେଷ୍ଠ ବାବୁମାନଙ୍କ ପାଇଁ ରହୁଥିବା...

ଧାନ ବିକ୍ରି ସମସ୍ୟା, ତାତିଲା କଂଗ୍ରେସ

ବରଗଡ଼,୬।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାକୁ ନେଇ ନାନା ସମସ୍ୟା ଲାଗି ରହିଛି। ଏଥିପାଇଁ ଚାଷୀମାନଙ୍କୁ ବହୁ ହଇରାଣ ହରକତ ହେବାକୁ ପଡୁଛି।...

ପାକିସ୍ତାନ ସଂସଦରେ ପଶିଲା ଗଧ, ୟୁସୁଫ ରାଜା କହିଲେ, ‘ଜୀବଜନ୍ତୁମାନେ ମଧ୍ୟ ଆଇନ ଉପରେ ନିଜର ମତାମତ ଦେବାକୁ ଆସିଛନ୍ତି’

ଇସଲାମାବାଦ,୬।୧୨: ଡିସେମ୍ବର ୫ରେ, ପାକିସ୍ତାନର ସଂସଦରେ ଏକ ହାସ୍ୟରସପୂର୍ଣ୍ଣ କିନ୍ତୁ ପ୍ରକାଶ୍ୟ ସୁରକ୍ଷା ତ୍ରୁଟି ଦେଖାଦେଲା। ଉଚ୍ଚ ସଦନ ସିନେଟ ଅଧିବେଶନ ଚାଲୁଥିଲା ବେଳେ ହଠାତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri