Posted inଖେଳ

ବନ୍ଧୁତାରୁ ପ୍ରେମ…IPL ଖେଳୁଥିବା ଏହି କ୍ରିକେଟର ନିଜଠାରୁ ୭ ବର୍ଷ ବଡ଼ ମୁସଲମାନ ଅଭିନେତ୍ରୀଙ୍କୁ କରିଛନ୍ତି ବିବାହ, ଏବେ…

ନୂଆଦିଲ୍ଲୀ,୬।୪: ବନ୍ଧୁତା ଧୀରେ ଧୀରେ ପ୍ରେମରେ ପରିଣତ ହୋଇଥିଲା। ଶେଷରେ ସେମାନେ ଆଉ ପାଦେ ଆଗକୁ ଯାଇ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଆମେ କହୁଛୁ ଆଇପିଏଲ ଖେଳୁଥିବା କ୍ରିକେଟର ଶିବମ ଦୁବେଙ୍କ କଥା। ଜଣେ ହିନ୍ଦୁ ହେଲେ ବି ସେ ତାଙ୍କଠାରୁ ୭ ବର୍ଷ ବଡ଼ ଜଣେ ମୁସଲମାନ ଅଭିନେତ୍ରୀ ଅଞ୍ଜୁମ ଖାନଙ୍କୁ ଜୀବନସାଥୀ ଭାବରେ ବାଛିଛନ୍ତି। ଉଭୟ ୨୦୨୧ ମସିହାରେ ବିବାହ କରିଥିଲେ। ଅର୍ଥାଦ ସେତେବେଳେ ଶିବମ ଆଇପିଏଲ୍‌ରେ ରାଜସ୍ଥାନ ରୟାଲ୍ସ ପାଇଁ ଖେଳୁଥିଲେ। ଅଞ୍ଜୁମ ମଡେଲିଂ ଏବଂ ଅଭିନୟ କରିଛନ୍ତି। ସେ ଅନେକ ଟିଭି ଧାରାବାହିକରେ କାମ କରିଛନ୍ତି ଏବଂ ବଲିଉଡ ଫିଲ୍ମରେ ଜଣେ ଭଏସ୍‌ ଆଟିଷ୍ଟ ଭାବରେ ନିଜର କଣ୍ଠସ୍ବର ଦେଇଛନ୍ତି।

ଶିବମ ଏବଂ ଅଞ୍ଜୁମଙ୍କ ପ୍ରେମକାହାଣୀ ସେତେ ବି ସହଜ ନ ଥିଲା। ହିନ୍ଦୁ ଏବଂ ମୁସଲିମ ପରିବାରରୁ ହୋଇଥିବାରୁ, ଉଭୟ ପାର୍ଶ୍ୱରୁ ପ୍ରତିବନ୍ଧକ ଥିଲା। କିନ୍ତୁ ଶେଷରେ ଦୁହିଁଙ୍କ ପ୍ରେମ ଜିତି ଯାଇଥିଲା। ଦୁହେଁ ହିନ୍ଦୁ ଏବଂ ମୁସଲିମ ରୀତିନୀତି ଅନୁସାରେ ବିବାହ କରିଥିଲେ, ଯାହାକୁ ସୋସିଆଲ ମିଡିଆରେ ପ୍ରବଳ ସମାଲୋଚନା କରାଯାଇଥିଲା। କିନ୍ତୁ ପରିବାର ପରି, ଦୁନିଆକୁ ମଧ୍ୟ ସେମାନଙ୍କ ପ୍ରେମ ଆଗରେ ମୁଣ୍ଡ ନୁଆଁଇବାକୁ ପଡିଥିଲା।

ଶିବମ ଏବଂ ଅଞ୍ଜୁମ ଏବେ ଦୁଇଟି ସନ୍ତାନର ପିତାମାତା। ବିବାହର ପର ବର୍ଷ ଅର୍ଥାତ ୨୦୨୨ ମସିହାରେ ସେମାନଙ୍କର ଏକ ପୁଅ ହୋଇଥିଲା। ଚଳିତ ବର୍ଷ ଜାନୁଆରୀରେ, ସେମାନଙ୍କର ଏକ ଝିଅ ଜନ୍ମ ହୋଇଛି। ପୁଅର ନାମ ଅୟାନ ହୋଇଥିବା ବେଳେ ଦୁହେଁ ଝିଅର ନାମ ମେହୱିସ ରଖିଛନ୍ତି।

ଶିବମ ଦୁବେ ବର୍ତ୍ତମାନ IPL ୨୦୨୫ ରେ ବ୍ୟସ୍ତ ଅଛନ୍ତି। ଏହି ସିଜିନରେ ସେ ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ଖେଳୁଛନ୍ତି, ଯିଏ ତାଙ୍କୁ ୧୨ କୋଟି ଟଙ୍କାରେ ରିଟେନ୍‌ କରିଥିଲା। IPL ୨୦୨୫ ରେ ଏପର୍ଯ୍ୟନ୍ତ ଖେଳାଯାଇଥିବା ୪ଟି ମ୍ୟାଚରେ ସେ ୬୪ ରନ କରିଛନ୍ତି, ଯେଉଁଥିରେ ତାଙ୍କର ସର୍ବୋତ୍ତମ ସ୍କୋର ହେଉଛି ୧୯ ରନ। ଏହା ସ୍ପଷ୍ଟ ଯେ ଶିବମ ବର୍ତ୍ତମାନ ତାଙ୍କଠାରୁ ଯେଉଁ ପ୍ରଦର୍ଶନ ଆଶା କରାଯାଉଛି ତାହା ଏପର୍ଯ୍ୟନ୍ତ ପୂରଣ କରିନାହାଁନ୍ତି।

CSK ହେଉଛି IPLରେ ଶିବମ ଦୁବେଙ୍କ ତୃତୀୟ ଦଳ। ସେ ୨୦୨୨ ମସିହାରୁ ଚେନ୍ନାଇ ସୁପର କିଙ୍ଗସ ସହିତ ଅଛନ୍ତି। ଏହା ପୂର୍ବରୁ ସେ ଆଇପିଏଲ ୨୦୨୧ରେ ରାଜସ୍ଥାନ ରୟାଲ୍ସ ପାଇଁ ଖେଳିଥିଲେ, ଯେତେବେଳେ ସେ ଆଇପିଏଲ୍‌ ୨୦୧୯ ଏବଂ ଆଇପିଏଲ୍‌ ୨୦୨୦ରେ ଆରସିବି ପାଇଁ ଖେଳିଥିଲେ। ଶିବମ ଦୁବେ ଆରସିବି ପାଇଁ ତାଙ୍କର ଆଇପିଏଲ ଡେବ୍ୟୁ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନବ ଦାସ ହତ୍ୟା ମାମଲା: PSO ମିତ୍ରଭାନୁ ଦେଓଙ୍କ ସାକ୍ଷ୍ୟ ଗ୍ରହଣ, କ’ଣ କହିଲେ କୋର୍ଟରେ…

ଝାରସୁଗୁଡ଼ା, ୨୧ା୨(ଆଶିଷ ରଞ୍ଜନ ଦାଶ): ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ତାଙ୍କର ତତ୍କାଳୀନ ପିଏସ୍‌ଓ ମିତ୍ରଭାନୁ ଦେଓ ଶନିବାର ଝାରସୁଗୁଡ଼ା ଅତିରିକ୍ତ ଜିଲାଜଜ୍‌ କୋର୍ଟରେ…

ଦିବ୍ୟାଙ୍ଗ ଯୁବତୀଙ୍କୁ ବଳାତ୍କାର

ଦେବଗଡ଼,୨୧ା୨(ଶଶାଙ୍କ ଶେଖର ଝାଙ୍କର)- ଦେବଗଡ଼ ଥାନା ଅଞ୍ଚଳର ଦିବ୍ୟାଙ୍ଗ ଯୁବତୀଙ୍କୁ ବଳାତ୍କାର କରିବା ଅଭିଯୋଗରେ ପୋଲିସ ଜଣେ ବିବାହିତ ଯୁବକଙ୍କୁ ଗିରଫ କରି ଶନିବାର କୋର୍ଟ ଚାଲାଣ…

ପଶ୍ଚିମବଙ୍ଗ ପାଇଁ BJPର ମାଷ୍ଟରଷ୍ଟ୍ରୋକ୍‌! ସାରା ରାଜ୍ୟରେ ବାହାରିବ…ମୋଦି କରିବେ… 

କୋଲକାତା,୨୧।୨: ଆଗାମୀ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି (ଭାଜପା) ଏକ ବଡ଼ ରଣନୀତି ପ୍ରସ୍ତୁତ କରିଛି। ମମତା ବାନାର୍ଜୀଙ୍କ ସରକାରକୁ କ୍ଷମତାରୁ ହଟାଇବା…

ନୂଆପଡ଼ାରୁ ଧରାପଡ଼ିଲେ ୬ ସାଇବର ଅପରାଧୀ

ନୂଆପଡ଼ା,୨୧ା୨ (ମକାରୁ ବେମାଲ): ନୂଆପଡ଼ା ଜିଲା ପୋଲିସ ୬ଜଣ ସାଇବର ଠକଙ୍କୁ ଗିରଫ କରି ସେମାନଙ୍କଠାରୁ ୬ଟି ମୋବାଇଲ, ୩ ଆକାଉଣ୍ଟ୍ସ ଡିଟେଲ୍‌ ପାଇଛି। ସେଥିରେ ୨…

ଭଦ୍ରକ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଯୁବତୀଙ୍କ ଆତ୍ମାହୁତି ଉଦ୍ୟମ, ନିଜ ଡ୍ରେସରେ ନିଆଁ ଲଗାଇଦେବା ପରେ…

ଭଦ୍ରକ, ୨୧।୨(ସନାତନ ରାଉତ)- ଭଦ୍ରକ ଜିଲାପାଳଙ୍କ କାର୍ଯ୍ୟଳୟ ପରିସରରେ ଜଣେ ଯୁବତୀ ଆତ୍ମାହୁତି ଉଦ୍ୟମ କରିଛନ୍ତି । ଯୁବତୀ ଜଣଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ତେବେ ଯୁବତୀଜଣଙ୍କ…

୧୦ ବର୍ଷ ଅପେକ୍ଷାର ଅନ୍ତ, ଅଷ୍ଟ୍ରେଲିଆ ମାଟିରେ ଟି-୨୦ ସିରିଜ ଜିତି ଇତିହାସ ରଚିଲା ଭାରତ

ଆଡିଲେଡ,୨୧।୨: ଅଷ୍ଟ୍ରେଲିଆ ଗସ୍ତରେ ଥିବା ଭାରତୀୟ ମହିଳା କ୍ରିକେଟ ଦଳ ଜବରଦସ୍ତ ପ୍ରଦର୍ଶନ କରି ଟି-୨୦ ସିରିଜକୁ ୨-୧ରେ ନିଜ ନାମରେ କରିଛି। ଶନିବାର ୨୧ ଫେବୃଆରୀରେ…

ଅଭିଷେକଙ୍କ ଫର୍ମକୁ ନେଇ ମୁହଁ ଖୋଲିଲେ ଅଧିନାୟକ ସୂର୍ଯ୍ୟକୁମାର

ଅହମଦାବାଦ,୨୧ା୨: ଭାରତୀୟ ଓପନର ଅଭିଷେକ ଶର୍ମା ୩ ମ୍ୟାଚ୍‌ରେ ୩ ଥର ଖାତା ଖୋଲିବାରେ ବିଫଳ ହେବା ସତ୍ତ୍ୱେ ତାଙ୍କ ଫର୍ମ ଦଳ ପାଇଁ ଚିନ୍ତାର କାରଣ…

ଧାଓ୍ବନଙ୍କ ନୂଆ ଇନିଂସ: ପ୍ରେମିକାଙ୍କ ସହ ଧୁମ୍‌ଧାମରେ ବିବାହ ଶେଷ; ବରଯାତ୍ରୀରେ ସାମିଲ ହେଲେ ଏହି କ୍ରିକେଟର; ଦେଖନ୍ତୁ Photos 

ନୂଆଦିଲ୍ଲୀ,୨୧।୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ବିସ୍ଫୋରକ ଓପନର୍‌ ଶିଖର ଧାଓ୍ବନ ନିଜ ଜୀବନର ଏକ ନୂଆ ଇନିଂସ ଆରମ୍ଭ କରିଛନ୍ତି। ଶନିବାର ୨୧ ଫେବୃଆରୀରେ ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri