Posted inଖେଳ

ଫାଫ୍‌ ଡୁ ପ୍ଲେସିସ୍‌ଙ୍କ ଆଗରେ ମୁକ ହୋଇଯାଉଛନ୍ତି ଖେଳାଳି? ଆର୍‌ସିବି ପରାଜୟକୁ ନେଇ ଚମକାଇବା ଭଳି ବୟାନ ଦେଲେ ସେହ୍ବାଗ

ନୂଆଦିଲ୍ଲୀ,୧୬।୪: ଆଇପିଏଲ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍‌ସିବି)ର ପ୍ରଦର୍ଶନ ନୈରାଶ୍ୟଜନକ ରହିଛି। ସୋମବାର ଦଳ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମୁକାବିଲାରେ ପରାଜିତ ହୋଇଛି(ଲିଡ୍‌ ରାଉଣ୍ଡରେ ୬ଷ୍ଠ)। ଏଯାବତ ଦଳ ଗୋଟିଏ ମ୍ୟାଚ୍‌ରେ ବିଜେତା ହୋଇଛି। ଖରାପ ପ୍ରଦର୍ଶନ ଯୋଗୁ ଦଳ ପ୍ଲେ ଅଫ୍‌ରେ ପହଞ୍ଚିବା କଷ୍ଟକର ମନେ ହେଉଛି। ଯଦି ବାଙ୍ଗାଲୋର ଟିମ୍‌ ବାକିଥିବା ମ୍ୟାଚ୍‌ ଜିତିଯାଏ ତେବେ ବି ପ୍ଲେ ଅଫ୍‌ରେ କ୍ୱାଲିଫାଏ କରିବା ଲାଗି ଅନ୍ୟଟିମ୍‌ ଉପରେ ନିର୍ଭର ହେବାକୁ ପଡ଼ିବ। ଦଳରେ ପ୍ରମୁଖ ଖେଳାଳି ରହିଥାଇ ବି ଏଭଳି କ୍ରିକେଟକୁ ନେଇ ପ୍ରଶଂସକ ଅସନ୍ତୋଷ ପ୍ରକାଶ କରିବା ସହ ପ୍ରଶ୍ନ ଉଠାଉଛନ୍ତି। ଏବେ ଭାରତର ପୂର୍ବତନ କ୍ରିକେଟର ବିରେନ୍ଦ୍ର ସେହ୍ବାଗ ଏହି ମାମଲାରେ ଚମକାଇବା ଭଳି ବୟାନ ଦେଇଛନ୍ତି।

କ୍ରିକ୍‌ବଜରେ ଆନାଲିସିସ୍‌ କରିବା ବେଳେ ସେହ୍ବାଗ କହିଛନ୍ତି, ଆର୍‌ସିବିରେ ଏକ ବଡ଼ ସମସ୍ୟା ରହିଛି। ଟିମ୍‌ର କୋଚ୍‌ଠାରୁ ଆରମ୍ଭ କରି ଅନ୍ୟ ସମସ୍ତେ ବିଦେଶୀ। ସେମାନଙ୍କ ମଧ୍ୟରେ ଅନ୍ୟତଃ ପକ୍ଷେ ଜଣେ କିମ୍ବା ଦୁଇଜଣ ଭାରତୀୟ କର୍ମଚାରୀ ରହିବା ଆବଶ୍ୟକତା ରହିଛି। କାରଣ ଆର୍‌ସିବିରେ ୧୦ ବିଦେଶୀ ଖେଳାଳି ସହ ପ୍ରାୟ ୧୫ ଖେଳାଳି ଭାରତୀୟ ଅଛନ୍ତି। ପ୍ରାୟ ସମସ୍ତେ ଘରୋଇ କ୍ରିକେଟ ଖେଳି ଯାଇଛନ୍ତି, ସେମାନେ ଇଂରାଜୀ ଭାଷା ବୁଝିବା କଷ୍ଟକର।

ଭାରତୀୟ ଷ୍ଟାଫ୍‌ ନ ଥିବା କାରଣରୁ ଘରୋଇ କ୍ରିକେଟରୁ ଯାଇଥିବା ଖେଳାଳିଙ୍କୁ କଥାବାର୍ତ୍ତା କରିବାରେ ଅସୁବିଧା ହୋଇଥାଏ। ସେ ନିଜର ସମସ୍ୟା ଦଳ ସମ୍ମୁଖରେ ରଖି ପାରନ୍ତି ନାହିଁ। ଦଳର ଖରାପ ପ୍ରଦର୍ଶନ ପରେ ତାଙ୍କୁ ଉତ୍ସାହିତ କରିବାକୁ କେହି ନାହାନ୍ତି। ଏସବୁ ଖେଳାଳି ଅଧିନାୟକ ଫାଫ୍‌ ଡୁ ପ୍ଲେସିଙ୍କ ସମ୍ମୁଖରେ ମୁକ ହୋଇଯାଉଛନ୍ତି, କାରଣ ସେମାନଙ୍କୁ ଇଂରାଜୀ ଆସେନାହିଁ, କଥାର ଉତ୍ତର ଦେଇପାରି ନ ଥାନ୍ତି ବୋଲି ସେହ୍ବାଗ କହିଛନ୍ତି।

ଏହାଛଡ଼ା ହାଇଦ୍ରାବାଦ ବିପକ୍ଷ ମ୍ୟାଚ୍‌ରେ ଆର୍‌ସିବି ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ ମ୍ୟାଚ୍‌ ସହଜରେ ଜିତିଥାନ୍ତା ବୋଲି କହିଛନ୍ତି। ଯେଉଁ ଟିମ୍‌ ୨୦୧୬-୧୭ ଯାଏ କେବେ ବି ୧୮୦ ରନ୍‌ରୁ ଅଧିକ ସ୍କୋର ହାସଲ କରିପାରିନାହିଁ, ସେହି ଟିମ୍‌ ପ୍ରଥମେ ବୋଲିଂ କାହିଁକି ଚୟନ କଲା ବୋଲି ସେ ଚିନ୍ତା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ମାଟ୍ରିକ ଛାତ୍ରୀଙ୍କ ସନ୍ଦେହଜନକ ମତ୍ୟୁ; ଶୋକାକୁଳ ପରିବେଶରେ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ମାଟ୍ରିକ ପରୀକ୍ଷା ଦେଇଥିବା ଜଣେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ…

୧୫ଦିନରେ ଚାଷୀଙ୍କ ଧାରଣା, ବିକ୍ରି ହେଲାନି ଧାନ: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଚାଷୀ

ବରଗଡ଼,୨୩।୩(ପ୍ରେମାନନ୍ଦ ଖମାରୀ): ରବି ଧାନବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ଚାଲିଛି । କିନ୍ତୁ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀ ଗତ ଖରିଫରେ ଅମଳ ଧାନ ବିକ୍ରି…

ଅନ୍ୟ ଜାତିର ଝିଅକୁ ପ୍ରେମ ବିବାହ ପଡିଲା ମହଙ୍ଗା: ଲଣ୍ଡା ହେଲେ ବର, ଚୁଟି କାଟିଲେ କନ୍ୟା

କୋରାପୁଟ,୨୩।୩(ଅମିତାଭ ବେହେରା ):ଆଧୁନିକ ସଭ୍ୟ ସମାଜରେ ଏବଂ ଡିଜିଟାଲ ଯୁଗରେ ଏବେ ମଧ୍ୟ କୁଳପ୍ରଥା ବଞ୍ଚିଛି । ଏହାର ଏକ ଜ୍ୱଳନ୍ତ ନମୁନା କୋରାପୁଟ ବ୍ଲକ ମାଛରା…

ବୋଟ୍‌ରୁ କାଢ଼ୁଥିଲେ ମାଛ ହଠାତ୍‌ ଟଳିପଡ଼ିଲେ…

ବାଲେଶ୍ୱର,୨୩।୩(ବାଞ୍ଛାନିଧି ଦେ): ବିଷାକ୍ତ ଗ୍ୟାସ ଯୋଗୁ ଦୁଇ ଜଣ ବୋଟ କର୍ମଚାରୀଙ୍କ ମତ୍ୟୁ ଅଭିଯୋଗ ହୋଇଛି। ବାଲେଶ୍ୱର ଜିଲା ବଳରାମଗଡ଼ି ମେରାଇନ ଥାନା ନାଉପାଳଗଡ଼ିରେ ଏଭଳି ଘଟଣା…

ମା’ ବୁଢ଼ୀ ଠାକୁରାଣୀ ମନ୍ଦିର ପ୍ରତିଷ୍ଟା ଉତ୍ସବରେ ଯୋଗଦେଲେ ରାଜ୍ୟ ଶିଶୁ ସୁରକ୍ଷା ଅଧ୍ୟକ୍ଷା

ଗଞ୍ଜାମ,୨୩।୩(ବିଦ୍ୟାଧର ସାହୁ): ରାଜ୍ୟ ଶିଶୁ ସୁରକ୍ଷା ଅଧ୍ୟକ୍ଷା ବବିତା ପାତ୍ର ଗଞ୍ଜାମ ଜଲାର ଗ୍ରସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ସହ ନିମନ୍ତ୍ରଣକ୍ରମେ ଗଞ୍ଜାମ ବ୍ଲକ ଅନ୍ତର୍ଗତ…

ଯୁଦ୍ଧ ଭିତରେ ଟ୍ରମ୍ପଙ୍କ ବଡ଼ ଘୋଷଣା, ଇରାନ ବିରୋଧରେ ୫ ଦିନ ଯୁଦ୍ଧ ସ୍ଥଗିତ ରଖିଲା ଆମେରିକା

ନୂଆଦିଲ୍ଲୀ,୨୩।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି ଯେ ସେ ଆଗାମୀ ପାଞ୍ଚ ଦିନ ପାଇଁ ଇରାନର ଏନର୍ଜୀ ଭିତ୍ତିଭୂମି ଉପରେ ଆକ୍ରମଣ ଯୋଜନାକୁ ସ୍ଥଗିତ…

ମୃତଦେହ ସହିତ ୧୩ ଘଣ୍ଟା ଉଡିଲା ବିମାନ, ହେଲେ ଜରୁରୀକାଳୀନ ଅବତରଣ କଲେନି ପାଇଲଟ, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୨୩।୩: ହଂକଂରୁ ଲଣ୍ଡନ ଯାଉଥିବା ବ୍ରିଟିଶ ଏୟାରୱେଜ ବିମାନ BA32ରେ ଏକ ଏଭଳି ଘଟଣା ଘଟିଛି, ଯାହା ବିମାନ ଚଳାଚଳ ନିୟମ ଏବଂ ମାନବ ସମ୍ବେଦନଶୀଳତା ମଧ୍ୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri