Posted inଖେଳ

ପୃଥ୍ବୀ ଶ’ଙ୍କ ମାମଲାର ତଦନ୍ତ ପାଇଁ କୋର୍ଟଙ୍କ ନିର୍ଦ୍ଦେଶ

ମୁମ୍ବାଇ,୪ା୪(ପି.ଟି.): ଭାରତୀୟ କ୍ରିକେଟର ପୃଥ୍ବୀ ଶ’ଙ୍କ ବିରୋଧରେ ଆଗତ ଯୌନ ଶୋଷଣ ମାମଲାର ତଦନ୍ତ ପାଇଁ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି ମୁମ୍ବାଇର ଏକ କୋର୍ଟ। ସୋସିଆଲ ମିଡିଆ ଇନ୍‌ଫ୍ଲୁଏନ୍ସର ସପନା ଗିଲ୍‌ କ୍ରିକେଟରଙ୍କ ନାମରେ ଯୌନ ଶୋଷଣ ମାମଲା ରୁଜୁ କରିଥିଲେ। ୨୦୨୩ ମସିହାରେ ସେଲ୍‌ଫି ଉଠାଇବାକୁ କେନ୍ଦ୍ର କରି ଭାରତୀୟ କ୍ରିକେଟର ପୃଥ୍ବୀ ଶ’ଙ୍କୁ ଆକ୍ରମଣ କରିଥିଲେ। ଏହି ଘଟଣାରେ ଓଶିଓ୍ବାରା ଥାନାରେ ପୃଥ୍ବୀ ମାମଲା ରୁଜୁ କରିଥିଲେ। ପରେ ସପନାଙ୍କ ସମେତ ତାଙ୍କର ୪ ଜଣ ସାଙ୍ଗଙ୍କୁ ପୋଲିସ ଗିରଫ କରିଥିଲା। ଜାମିନରେ ଆସିବା ପରେ ସପ୍‌ନା ପାଲଟା ଅଭିଯୋଗ କରିଥିଲେ। ପୃଥ୍ବୀ ଶ’ତାଙ୍କୁ ଶୋଷଣ କରିଥିବା ନେଇ ସେ ଅଭିଯୋଗ କରିଥିଲେ। ଶ’ ଏହି ଅଭିଯୋଗକୁ ଖଣ୍ଡନ କରିଥିବା ବେଳେ ବୁଧବାର ମାମଲାର ତଦନ୍ତ ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମେଟ୍ରୋପଲିଟାନ ମାଜିଷ୍ଟ୍ରେଟ୍‌ ଏସ୍‌. ସି. ତାୟଡେ ମାମଲାର ତଦନ୍ତ ପାଇଁ ମୁମ୍ବାଇ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି।

ସେଲ୍‌ଫି ନେବାକୁ କେନ୍ଦ୍ର କରି ଶୋଭିତ ଠାକୁର ଏବଂ ସୋସିଆଲ ମିଡିଆ ଇନ୍‌ଫ୍ଲୁଏନ୍ସର ସପନା ଗିଲ୍‌ ଅନ୍ୟମାନଙ୍କ ସହିତ ମିଶି ପୃଥ୍ବୀଙ୍କୁ ଆକ୍ରମଣ କରିଥିଲେ। ଏକ ବେସ୍‌ ବଲ ବ୍ୟାଟରେ ଆକ୍ରମଣ କରିବା ସହିତ ଗାଡିର ଓ୍ବିଣ୍ଡ ସିଲ୍ଡ ଭାଙ୍ଗି ଦେଇଥିଲେ। ସପନା ବେସ୍‌ବଲ୍‌ ବ୍ୟାଟରେ ଆକ୍ରମଣ କରୁଥିବାର ଏକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ସପନାଙ୍କୁ ଓଶିଓ୍ବାରା ପୋଲିସ ଷ୍ଟେଶନରେ ଅଟକ ରଖାଯାଇଥିବା ବେଳେ ପରବର୍ତ୍ତୀ ମୁହୂର୍ତ୍ତରେ ଗିରଫ କରାଯାଇଥିଲା। ମୁମ୍ବାଇ ବିମାନ ବନ୍ଦରର ଏକ ବିଳାସପୂର୍ଣ୍ଣ ହୋଟେଲରେ ପୃଥ୍ବୀ ରହିଥିବା ବେଳେ ଶୋଭିତ୍‌ ଠାକୁର ଏବଂ ସପନା ଗିଲ୍‌ ସେଲ୍‌ଫି ପାଇଁ ନିକଟକୁ ଆସିଥିଲେ। ସେଲ୍‌ଫି ନେବା ପରେ ମଧ୍ୟ ଉଭୟ ପୃଥ୍ବୀଙ୍କୁ ଛାଡି ନ ଥିଲେ। ହୋଟେଲ କର୍ମଚାରୀଙ୍କ ନିକଟରେ ଅଭିଯୋଗ ପରେ ଉଭୟଙ୍କୁ ବାହାର କରାଯାଇଥିଲା। ପୃଥ୍ବୀ ହୋଟେଲରୁ ବାହାରିବା ପରେ ଉଭୟ ଅନ୍ୟମାନଙ୍କ ସହିତ ମିଶି ଗାଡିକୁ ପିଛା କରିଥିଲେ। ଏକ ବେସ୍‌ ବଲ ବ୍ୟାଟରେ ଆକ୍ରମଣ କରିବା ସହିତ ଗାଡିର ଓ୍ବିଣ୍ଡ ସିଲ୍ଡ ଭାଙ୍ଗି ଦେଇଥିଲେ। ପୃଥ୍ବୀଙ୍କ ସାଙ୍ଗ ଆଶିଷ ଯାଦବ ଏନେଇ ଥାନାରେ ଏକ ମାମଲା ରୁଜୁ କରିଥିଲେ। ସପନା ଓ ଶୋଭିତ ଅଭିଯୋଗକୁ ଖଣ୍ଡନ କରିବା ସହିତ ପୃଥ୍ବୀ ଶ’ ନିଶାରେ ଥିଲେ ବୋଲି କହିଛନ୍ତି। ଏପରିକି ପୃଥ୍ବୀ ଶ’ କିଏ ମୁଁ ଜାଣିନି ଆଉ ମୁଁ ସେଲ୍‌ଫି ନେବାକୁ ପ୍ରୟାସ କରି ନ ଥିବା କହିଥିଲେ ସପନା ଗିଲ୍‌।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ: ଏହି ତାରିଖ ଯାଏ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ଏନଏସି ପ୍ରଶାସନ ପକ୍ଷରୁ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜାତୀୟ ଜନଗଣନା ୨୦୨୭ର ପ୍ରଥମ ପର୍ଯ୍ୟାୟ…

ଗଞ୍ଜାମରେ ଜୋରଦାର ଧରପକଡ: ୩ ଦିନରେ ଗାଡି ଚାଳକଙ୍କଠୁ ଆଦାୟ ହେଲାଣି ୩୯ ଲକ୍ଷରୁ ଅଧିକ ଜରିମାନା

ଛତ୍ରପୁର,୨୩।୩ (ଦିଲ୍ଲୀପ ସାମଲ): ଏଣିକି ବେପରୁଆଓ ନିୟମ ଉଲ୍ଲଙ୍ଘନ କରୁଥିବା ଗାଡି ଚାଳକଙ୍କୁ ସାବାଡ କରାଯିବ । ସଡ଼କ ଦୁର୍ଘଟଣା ଓ ମୃତ୍ୟୁସଂଖ୍ୟା ହ୍ରାସ ଲକ୍ଷ୍ୟରେ ସ୍ବତନ୍ତ୍ର…

ଇସ୍ତଫା ଦେଲେ ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ, କଲେ ବଡ଼ ଖୁଲାସା, ଏହି କାରଣରୁ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକର ପୂର୍ବତନ ଜିଲା ପରିଷଦ ସଦସ୍ୟ ତଥା ପ୍ରଦେଶ କଂଗ୍ରେସ କମିିଟି ସଦସ୍ୟ ଅରବିନ୍ଦ ନାହାକ ସୋମବାର ସନ୍ଧ୍ୟାରେ…

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

‘ସରୁନି ଗପ କି ସରୁନି ପାପ ‘ନାଟକ ମଞ୍ଚସ୍ଥ… 

ଦିଗପହଣ୍ଡି,୨୩|୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ପଡିଆ ପୁରୁଷୋତ୍ତମପୁର ଗ୍ରାମ ପ୍ରକଳ୍ପ ଉଚ୍ଚ  ପ୍ରଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି।…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ମାଟ୍ରିକ ଛାତ୍ରୀଙ୍କ ସନ୍ଦେହଜନକ ମତ୍ୟୁ; ଶୋକାକୁଳ ପରିବେଶରେ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ମାଟ୍ରିକ ପରୀକ୍ଷା ଦେଇଥିବା ଜଣେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ…

୧୫ଦିନରେ ଚାଷୀଙ୍କ ଧାରଣା, ବିକ୍ରି ହେଲାନି ଧାନ: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଚାଷୀ

ବରଗଡ଼,୨୩।୩(ପ୍ରେମାନନ୍ଦ ଖମାରୀ): ରବି ଧାନବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ଚାଲିଛି । କିନ୍ତୁ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀ ଗତ ଖରିଫରେ ଅମଳ ଧାନ ବିକ୍ରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri