Posted inଖେଳ

ଆଜି ଲକ୍ଷ୍ନୌ-ଗୁଜରାଟ, ଦିଲ୍ଲୀ-ମୁମ୍ବାଇ ମ୍ୟାଚ୍‌

ଲକ୍ଷ୍ନୌ,୭ା୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଟି୨୦ କ୍ରିକେଟ ଟୁର୍ନାମେଣ୍ଟରେ ରବିବାର ଡବଲ୍‌ ହେଡରରେ ପରସ୍ପରକୁ ଭେଟିବେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ-ଗୁଜରାଟ ଟାଇଟନ୍ସ ଓ ଦିଲ୍ଳୀ କ୍ୟାପିଟାଲ୍ସ-ମୁମ୍ବାଇ ଇଣ୍ଡିଆନ୍ସ। ପେସ୍‌ ସେନସେସନ୍‌ ମୟଙ୍କ ଯାଦବଙ୍କ ଉପରେ ସଭିଙ୍କ ନଜର ରହିବ। ଦୁଇଟି ମ୍ୟାଚ୍‌ ଖେଳିସାରିଥିବା ମୟଙ୍କ ନିଜ ପେସ୍‌ ଜରିଆରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ୨୧ ବର୍ଷୀୟ ମୟଙ୍କ ଉଭୟ ମ୍ୟାଚରେ ୩ ଉଇକେଟ ସଫଳତା ହାସଲ କରିଥିବା ବେଳେ ପ୍ଲେୟର ଅଫ୍‌ ଦ ମ୍ୟାଚ୍‌ ହୋଇଥିଲେ। ପଞ୍ଜାବ କିଙ୍ଗ୍ସ ବିପକ୍ଷ ମ୍ୟାଚ୍‌ରେ ପଦାର୍ପଣ କରି ୩/୨୭ର ଫିଗର ହାସଲ କରିଥିବା ବେଳେ ଆର୍‌ସିବି ବିପକ୍ଷରେ ୩/୧୪ ହାସଲ କରିଥିଲେ। ପ୍ରଥମ ମ୍ୟାଚ୍‌ରେ ପରାଜୟ ପରେ ଲକ୍ଷ୍ନୌ ଲଗାତର ଦୁଇଟି ମ୍ୟାଚ୍‌ରେ ବିଜୟୀ ହୋଇଛି। ରବିବାର ମ୍ୟାଚ୍‌କୁ ଜିତିବା ସହ ବିଜୟରେ ହ୍ୟାଟ୍ରିକ ଅର୍ଜନ କରିବାକୁ ଚେଷ୍ଟା କରିବ ଲକ୍ଷ୍ନୌ। ଟି୨୦ ବିଶ୍ୱକପ ପାଇଁ ଦଳ ଚୟନ ଲାଗି ଆଇପିଏଲ ଉପରେ ନଜର ରଖିଥିବା ଚୟନକର୍ତ୍ତାମାନେ ମଧ୍ୟ ଏହା ଉପରେ ନଜର ରଖିଛନ୍ତି। ଲକ୍ଷ୍ନୌ ପକ୍ଷରୁ ଲୋକେଶ ରାହୁଲ ଓ କ୍ୱିଣ୍ଟନ୍‌ ଡି କକ୍‌ ଓପନ କରୁଥିବା ବେଳେ ଚମତ୍କାର ଫର୍ମରେ ରହିଛନ୍ତି। ନିକୋଲାସ୍‌ ପୁରନ୍‌ ଡେଥ୍‌ ଓଭରରେ ଚମତ୍କାର ବ୍ୟାଟିଂ କରୁଥିବା ବେଳେ ଶେଷ ମ୍ୟାଚ୍‌ରେ କୃନାଲ ପାଣ୍ଡ୍ୟା ମଧ୍ୟ ଉପଯୋଗୀ ବ୍ୟାଟିଂ କରିଛନ୍ତି। ତେବେ ଦଳ ପାଇଁ ସମସ୍ୟା ହେଉଛି ୩ ନମ୍ବର ବ୍ୟାଟର ଦେବଦତ୍ତ ପଡିକାଲ ଓ ଅଷ୍ଟ୍ରେଲୀୟ ଅଲରାଉଣ୍ଡର ମାର୍କସ୍‌ ଷ୍ଟୋଇନିସ୍‌ଙ୍କ ଫର୍ମ। ଉଭୟ ଖେଳାଳିଙ୍କ ବ୍ୟାଟ୍‌ ଏଯାଏ ନୀରବ ରହିଛି। ବୋଲିଂରେ ଲକ୍ଷ୍ନୌ ନିକଟରେ ମୟଙ୍କଙ୍କ ବ୍ୟତୀତ ନବୀନ ଉଲ ହକ୍‌, ୟଶ୍‌ ଠାକୁର, ମୋହସିନ୍‌ ଖାନ୍‌ ଓ ଲେଗ୍‌ ସ୍ପିନର ରବି ବିଷ୍ଣୋଇଙ୍କ ବିକଳ୍ପ ଉପଲବ୍ଧ ରହିଛି।
ଅନ୍ୟପକ୍ଷରେ ଗୁଜରାଟ ନିଜ ଅନ୍ତିମ ମ୍ୟାଚ୍‌ରେ ପରାଜିତ ହୋଇଛି। ଶୁବମନ ଗିଲ୍‌ ଚମତ୍କାର ୮୯ ରନ୍‌ ସହ ଫର୍ମକୁ ଫେରିଥିଲେ ମଧ୍ୟ ଶଶାଙ୍କ ସିଂଙ୍କ ଚମତ୍କାର ୬୧ ରନ୍‌ ବଳରେ ଅନ୍ତିମ ଓଭରରେ ମ୍ୟାଚକୁ ଜିତି ନେଇଥିଲା ପଞ୍ଜାବ କିଙ୍ଗ୍ସ। ବି. ସାଇ ସୁଦର୍ଶନ ଆଉ ଏକ ଭଲ ଆରମ୍ଭ ପାଇଥିବା ବେଳେ ବଡ଼ ସ୍କୋର ହାସଲ କରିବାକୁ ପ୍ରୟାସ କରିବେ। ତେବେ ରିଦ୍ଧିମାନ ଶାହା ଓ ବିଜୟ ଶଙ୍କରଙ୍କ ନିକଟରୁ ଭଲ ପ୍ରଦର୍ଶନ ଆଶା କରିବ ଦଳ। ବୋଲିଂରେ ମୋହିତ ଶର୍ମା ଦଳର ଏକ ନମ୍ବର ବୋଲର ରହିଥିବା ବେଳେ ରଶିଦ୍‌ ଖାନ ଓ ନୁର୍‌ ଅହମଦଙ୍କଠାରୁ ଭଲ ପ୍ରଦର୍ଶନର ଆଶା ରହିବ। ସେହିପରି ଓ୍ବାଙ୍ଖଡେ ଷ୍ଟାଡିୟମରେ ଦିଲ୍ଳୀ କ୍ୟାପିଟାଲ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ପରସ୍ପରକୁ ଭେଟିବେ। ହ୍ୟାଟ୍ରିକ୍‌ ପରାଜୟ ପରେ ପ୍ରଥମ ବିଜୟ ସନ୍ଧାନରେ ରହିଛି ମୁମ୍ବାଇ। ଅନ୍ୟପକ୍ଷରେ ଦିଲ୍ଲୀ ମଧ୍ୟ ୪ ମ୍ୟାଚ୍‌ ଖେଳି ମାତ୍ର ଗୋଟିଏ ବିଜୟ ହାସଲ କରିଛି। ସୂର୍ଯ୍ୟକୁମାର ଯାଦବ ପ୍ରତ୍ୟାବର୍ତ୍ତନ କରୁଥିବା ବେଳେ ଏହି ମ୍ୟାଚ୍‌ରେ ବିଜୟୀ ହେବାକୁ ମୁମ୍ବାଇ ପ୍ରୟାସ କରିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆମ ଟିମ ନ୍ୟୁଜିଲାଣ୍ଡ ଠାରୁ ଅଧିକ ମଜଭୁତ, ଟି ୨୦ ସିରିଜ ଜିତିବ, ଜାଣନ୍ତୁ କାହାର ବୟାନ ହେଉଛି ଭାଇରାଲ

ନୂଆଦିଲ୍ଲୀ,୨୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ ବୁଧବାର ନାଗପୁରରେ ଖେଳାଯିବାକୁ ଯାଉଛି। ଏହି ମ୍ୟାଚକୁ ନେଇ...

IPL 2026: ହେଲା ବଡ଼ ଘୋଷଣା! ଏହି ୧୮ ପଡ଼ିଆରେ ଖେଳାଯିବ IPL ମ୍ୟାଚ, ରହିଛି ଗୋଟିଏ ବିବାଦୀୟ ଗ୍ରାଉଣ୍ଡ

ନୂଆଦିଲ୍ଲୀ,୨୧।୧: ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୬ ସମ୍ପର୍କରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଏହି ସିଜିନରେ ମ୍ୟାଚ ଖେଳାଯିବ ବୋଲି ସ୍ଥାନ ଘୋଷଣା କରାଯାଇଛି।...

ହଠାତ୍‌ କ୍ରିକେଟ୍‌କୁ ବାଏ ବାଏ କଲେ ଏହି କିମ୍ବଦନ୍ତୀ କ୍ରିକେଟର୍‌: ଭାବପ୍ରବଣ ହୋଇ କହିଲେ…

ନୂଆଦିଲ୍ଲୀ,୨୧।୧: କିମ୍ବଦନ୍ତୀ ପାକିସ୍ତାନୀ କ୍ରିକେଟର ଶୋଏବ ମଲିକ ୪୩ ବର୍ଷ ବୟସରେ ପାକିସ୍ତାନ ସୁପର ଲିଗରୁ ଅବସର ନେଇଛନ୍ତି। ସେ ୨୦୧୬ରେ ଏହାର ଉଦଘାଟନୀ ସିଜିନରୁ...

ବିରାଟ-ରୋହିତଙ୍କ କଟିବ ଦରମା! କିଏ କେଉଁ କାଟାଗୋରୀରେ ରହିବେ? ସେଣ୍ଟ୍ରାଲ କଣ୍ଟ୍ରାକ୍ଟକୁ ନେଇ BCCIର ବଡ଼ ବୟାନ

ନୂଆଦିଲ୍ଲୀ,୨୧।୧: ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (BCCI) ପୁରୁଷ କ୍ରିକେଟ ପାଇଁ କେନ୍ଦ୍ରୀୟ ଚୁକ୍ତିନାମା ତାଲିକାକୁ ସୁଗମ କରିବାକୁ ପ୍ରସ୍ତୁତ ହେଉଛି। ଖେଳାଳିଙ୍କ କେନ୍ଦ୍ରୀୟ ଚୁକ୍ତିନାମାକୁ...

ICCର ଅଲ୍ଟିମେଟମ୍‌ ପରେ ବି ସୁଧୁରିଲାନି ବାଂଲାଦେଶ, ସିଧା ସିଧା ଶୁଣାଇଦେଲା ‘ଆମେ…’

ଢାକା,୨୧।୧: ଆସନ୍ତା ୭ ତାରିଖରୁ ହେବାକୁଥିବା ଟି୨୦ ବିଶ୍ୱକପ୍‌ରେ ଭାଗ ନେବା ପାଇଁ ବାଂଲାଦେଶ ଦଳ କୌଣସି ପରିସ୍ଥିତିରେ ଭାରତ ଯିବନାହିଁ। ୨୧ ତାରିଖ ସୁଦ୍ଧା...

ଏହି କ୍ରିକେଟର୍‌ଙ୍କୁ ଟାର୍ଗେଟ କଲେ କୋହଲିଙ୍କ ଭାଇ: କହିଲେ, କରିବା ଅପେକ୍ଷା କହିବା ସହଜ

ନୂଆଦିଲ୍ଲୀ,୨୦।୧: ଭାରତୀୟ ଷ୍ଟାର କ୍ରିକେଟର୍‌ ବିରାଟ କୋହଲିଙ୍କ ଭାଇ ବିକାଶ କୋହଲି ପୁଣି ଥରେ ପୂର୍ବତନ ଭାରତୀୟ କ୍ରିକେଟର ଏବଂ ପ୍ରସିଦ୍ଧ ଭାଷ୍ୟକାର ସଞ୍ଜୟ ମାଞ୍ଜରେକରଙ୍କୁ...

ବିରାଟ-ରୋହିତଙ୍କୁ ବଡ଼ ଝଟକା ଦେବ BCCI! ଜାଡେଜାଙ୍କୁ ହେବ ଫାଇଦା, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୨୦।୧: ଟିମ ଇଣ୍ଡିଆ ନ୍ୟୁଜିଲାଣ୍ଡ ବିପକ୍ଷରେ ଏକଦିବସୀୟ ସିରିଜ ହାରିଗଲା। ଏହି ପରାଜୟ ଦଳ ପରିଚାଳନା ଉପରେ ଗମ୍ଭୀର ପ୍ରଶ୍ନ ଉଠାଇଛି। ଏହି ସମୟରେ, ବିସିସିଆଇ...

ଚଳିତ ବର୍ଷ ସନ୍ୟାସ ନେବେ ଏହି ୫ ଭାରତୀୟ କ୍ରିକେଟର! ଟିମ୍‌ ଇଣ୍ଡିଆରେ ସ୍ଥାନ ମିଳିବା ଅସମ୍ଭବ

ନୂଆଦିଲ୍ଲୀ,୨୦।୧: ଅନେକ ଷ୍ଟାର ଖେଳାଳି ଦୀର୍ଘ ସମୟ ଧରି ଭାରତୀୟ ଦଳରୁ ବାହାରେ ଅଛନ୍ତି। ଅନେକ ଯୁବ ଖେଳାଳି ଥିଲେ ମଧ୍ୟ ଖରାପ ଫର୍ମ ଯୋଗୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri