Posted inଖେଳ

ଆଜି ଲକ୍ଷ୍ନୌ-ଗୁଜରାଟ, ଦିଲ୍ଲୀ-ମୁମ୍ବାଇ ମ୍ୟାଚ୍‌

ଲକ୍ଷ୍ନୌ,୭ା୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଟି୨୦ କ୍ରିକେଟ ଟୁର୍ନାମେଣ୍ଟରେ ରବିବାର ଡବଲ୍‌ ହେଡରରେ ପରସ୍ପରକୁ ଭେଟିବେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ-ଗୁଜରାଟ ଟାଇଟନ୍ସ ଓ ଦିଲ୍ଳୀ କ୍ୟାପିଟାଲ୍ସ-ମୁମ୍ବାଇ ଇଣ୍ଡିଆନ୍ସ। ପେସ୍‌ ସେନସେସନ୍‌ ମୟଙ୍କ ଯାଦବଙ୍କ ଉପରେ ସଭିଙ୍କ ନଜର ରହିବ। ଦୁଇଟି ମ୍ୟାଚ୍‌ ଖେଳିସାରିଥିବା ମୟଙ୍କ ନିଜ ପେସ୍‌ ଜରିଆରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ୨୧ ବର୍ଷୀୟ ମୟଙ୍କ ଉଭୟ ମ୍ୟାଚରେ ୩ ଉଇକେଟ ସଫଳତା ହାସଲ କରିଥିବା ବେଳେ ପ୍ଲେୟର ଅଫ୍‌ ଦ ମ୍ୟାଚ୍‌ ହୋଇଥିଲେ। ପଞ୍ଜାବ କିଙ୍ଗ୍ସ ବିପକ୍ଷ ମ୍ୟାଚ୍‌ରେ ପଦାର୍ପଣ କରି ୩/୨୭ର ଫିଗର ହାସଲ କରିଥିବା ବେଳେ ଆର୍‌ସିବି ବିପକ୍ଷରେ ୩/୧୪ ହାସଲ କରିଥିଲେ। ପ୍ରଥମ ମ୍ୟାଚ୍‌ରେ ପରାଜୟ ପରେ ଲକ୍ଷ୍ନୌ ଲଗାତର ଦୁଇଟି ମ୍ୟାଚ୍‌ରେ ବିଜୟୀ ହୋଇଛି। ରବିବାର ମ୍ୟାଚ୍‌କୁ ଜିତିବା ସହ ବିଜୟରେ ହ୍ୟାଟ୍ରିକ ଅର୍ଜନ କରିବାକୁ ଚେଷ୍ଟା କରିବ ଲକ୍ଷ୍ନୌ। ଟି୨୦ ବିଶ୍ୱକପ ପାଇଁ ଦଳ ଚୟନ ଲାଗି ଆଇପିଏଲ ଉପରେ ନଜର ରଖିଥିବା ଚୟନକର୍ତ୍ତାମାନେ ମଧ୍ୟ ଏହା ଉପରେ ନଜର ରଖିଛନ୍ତି। ଲକ୍ଷ୍ନୌ ପକ୍ଷରୁ ଲୋକେଶ ରାହୁଲ ଓ କ୍ୱିଣ୍ଟନ୍‌ ଡି କକ୍‌ ଓପନ କରୁଥିବା ବେଳେ ଚମତ୍କାର ଫର୍ମରେ ରହିଛନ୍ତି। ନିକୋଲାସ୍‌ ପୁରନ୍‌ ଡେଥ୍‌ ଓଭରରେ ଚମତ୍କାର ବ୍ୟାଟିଂ କରୁଥିବା ବେଳେ ଶେଷ ମ୍ୟାଚ୍‌ରେ କୃନାଲ ପାଣ୍ଡ୍ୟା ମଧ୍ୟ ଉପଯୋଗୀ ବ୍ୟାଟିଂ କରିଛନ୍ତି। ତେବେ ଦଳ ପାଇଁ ସମସ୍ୟା ହେଉଛି ୩ ନମ୍ବର ବ୍ୟାଟର ଦେବଦତ୍ତ ପଡିକାଲ ଓ ଅଷ୍ଟ୍ରେଲୀୟ ଅଲରାଉଣ୍ଡର ମାର୍କସ୍‌ ଷ୍ଟୋଇନିସ୍‌ଙ୍କ ଫର୍ମ। ଉଭୟ ଖେଳାଳିଙ୍କ ବ୍ୟାଟ୍‌ ଏଯାଏ ନୀରବ ରହିଛି। ବୋଲିଂରେ ଲକ୍ଷ୍ନୌ ନିକଟରେ ମୟଙ୍କଙ୍କ ବ୍ୟତୀତ ନବୀନ ଉଲ ହକ୍‌, ୟଶ୍‌ ଠାକୁର, ମୋହସିନ୍‌ ଖାନ୍‌ ଓ ଲେଗ୍‌ ସ୍ପିନର ରବି ବିଷ୍ଣୋଇଙ୍କ ବିକଳ୍ପ ଉପଲବ୍ଧ ରହିଛି।
ଅନ୍ୟପକ୍ଷରେ ଗୁଜରାଟ ନିଜ ଅନ୍ତିମ ମ୍ୟାଚ୍‌ରେ ପରାଜିତ ହୋଇଛି। ଶୁବମନ ଗିଲ୍‌ ଚମତ୍କାର ୮୯ ରନ୍‌ ସହ ଫର୍ମକୁ ଫେରିଥିଲେ ମଧ୍ୟ ଶଶାଙ୍କ ସିଂଙ୍କ ଚମତ୍କାର ୬୧ ରନ୍‌ ବଳରେ ଅନ୍ତିମ ଓଭରରେ ମ୍ୟାଚକୁ ଜିତି ନେଇଥିଲା ପଞ୍ଜାବ କିଙ୍ଗ୍ସ। ବି. ସାଇ ସୁଦର୍ଶନ ଆଉ ଏକ ଭଲ ଆରମ୍ଭ ପାଇଥିବା ବେଳେ ବଡ଼ ସ୍କୋର ହାସଲ କରିବାକୁ ପ୍ରୟାସ କରିବେ। ତେବେ ରିଦ୍ଧିମାନ ଶାହା ଓ ବିଜୟ ଶଙ୍କରଙ୍କ ନିକଟରୁ ଭଲ ପ୍ରଦର୍ଶନ ଆଶା କରିବ ଦଳ। ବୋଲିଂରେ ମୋହିତ ଶର୍ମା ଦଳର ଏକ ନମ୍ବର ବୋଲର ରହିଥିବା ବେଳେ ରଶିଦ୍‌ ଖାନ ଓ ନୁର୍‌ ଅହମଦଙ୍କଠାରୁ ଭଲ ପ୍ରଦର୍ଶନର ଆଶା ରହିବ। ସେହିପରି ଓ୍ବାଙ୍ଖଡେ ଷ୍ଟାଡିୟମରେ ଦିଲ୍ଳୀ କ୍ୟାପିଟାଲ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ପରସ୍ପରକୁ ଭେଟିବେ। ହ୍ୟାଟ୍ରିକ୍‌ ପରାଜୟ ପରେ ପ୍ରଥମ ବିଜୟ ସନ୍ଧାନରେ ରହିଛି ମୁମ୍ବାଇ। ଅନ୍ୟପକ୍ଷରେ ଦିଲ୍ଲୀ ମଧ୍ୟ ୪ ମ୍ୟାଚ୍‌ ଖେଳି ମାତ୍ର ଗୋଟିଏ ବିଜୟ ହାସଲ କରିଛି। ସୂର୍ଯ୍ୟକୁମାର ଯାଦବ ପ୍ରତ୍ୟାବର୍ତ୍ତନ କରୁଥିବା ବେଳେ ଏହି ମ୍ୟାଚ୍‌ରେ ବିଜୟୀ ହେବାକୁ ମୁମ୍ବାଇ ପ୍ରୟାସ କରିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭାରତ-ନ୍ୟୁଜିଲାଣ୍ଡ ଫାଇନାଲ ମ୍ୟାଚ୍‌: ହୋଟେଲ ରୁମ୍‌ ଭଡ଼ା ୪୦୦% ବୃଦ୍ଧି

ଅହମଦାବାଦ,୭।୩:  ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ସନ୍ଧ୍ୟାରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଟି୨୦ ବିଶ୍ୱକପ୍‌ ଫାଇନାଲ ମ୍ୟାଚ୍‌ ଖେଳାଯିବ। ଏଥିଲାଗି ସହରର ପ୍ରାୟତଃ ହୋଟେଲରେ ରୁମ୍‌…

ମୋ’ କଥା କେହି ଶୁଣନ୍ତିନି! ବାପା କି ବଡ଼ ଭାଇ ହୋଇ କିଛି ଲାଭ ନାହିଁ…ଫାଇନାଲ ପୂର୍ବରୁ କାହିଁକି ଏମିତି କହିଲେ ସୂର୍ଯ୍ୟା

ଅହମ୍ମଦାବାଦ,୭।୩: ଟି-୨୦ ବିଶ୍ୱକପ ୨୦୨୬ର ଫାଇନାଲ ମୁକାବିଲା ପାଇଁ ପ୍ରସ୍ତୁତ ଟିମ ଇଣ୍ଡିଆ। ୮ ମାର୍ଚ୍ଚରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଫାଇନାଲ ମୁକାବିଲା ପାଇଁ ପଡ଼ିଆକୁ ଓହ୍ଲାଇବେ ସୂର୍ଯ୍ୟକୁମାର…

ଫାଇନାଲ ମ୍ୟାଚ୍‌ ପୂର୍ବରୁ ନ୍ୟୁଜିଲାଣ୍ଡ ଅଧିନାୟକଙ୍କ ବଡ଼ ବୟାନ, ଯଦି ଆମକୁ ହୃଦୟ ଭାଙ୍ଗିବାକୁ ପଡ଼େ…

ଅହମଦାବାଦ,୭।୩: ଟୁର୍ନାମେଣ୍ଟ ଜିତିବା ପାଇଁ ଆମେ ଫେଭରାଇଟ୍‌ ଦଳ ନୁହେଁ। କିନ୍ତୁ ଥରେ ଟ୍ରଫି ଉଠାଇବା ପାଇଁ ଯଦି ଆମକୁ କିଛି ହୃଦୟ ଭାଙ୍ଗିବାକୁ ପଡ଼େ, ତେବେ…

ଫାଇନାଲ ପୂର୍ବରୁ ମିଚେଲ ସାଣ୍ଟର୍ନରଙ୍କ ଫଟୋକୁ ନେଇ ହଇଚଇ! ତାଜା ହେଲା ୨୦୨୩ର କ୍ଷତ, ପ୍ରଶଂସକ ଛାନିଆ…

ଅହମ୍ମଦାବାଦ,୭।୩: ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଟି-୨୦ ବିଶ୍ୱକପ୍‌ ୨୦୨୬ର ମହାଲଢ଼େଇ ଅନୁଷ୍ଠିତ ହେବ। ପ୍ରଥମ ଥର ପାଇଁ ଏହି…

ସେମିଫାଇନାଲରେ ପହଞ୍ଚିଲେ ଲକ୍ଷ୍ୟ ସେନ୍‌

ବର୍ମିଂହାମ୍‌,୭ା୩:ଭାରତର ଲକ୍ଷ୍ୟ ସେନ୍‌ ଅଲ୍‌ ଇଂଲଣ୍ଡ ଓପନ ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ୍‌ ପୁରୁଷ ସିଙ୍ଗଲ୍ସ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ୨୦୨୨ ସଂସ୍କରଣରେ ରନର-ଅପ୍‌ ବିଶ୍ୱର ୧୨ତମ ମାନ୍ୟତାପ୍ରାପ୍ତ ଏହି…

ଫାଇନାଲ ମ୍ୟାଚ ପୂର୍ବରୁ ଟିମ ଇଣ୍ଡିଆକୁ ଖୋଲା ଚ୍ୟାଲେଞ୍ଜ ଦେଲେ Mitchell Santner, କହିଲେ…

ନୂଆଦିଲ୍ଲୀ,୭।୩: ରବିବାର ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ୨୦୨୬ ଟି୨୦ ବିଶ୍ୱକପର ଫାଇନାଲ ଖେଳାଯିବ। ଏହି ଦୁଇ ଦଳ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ମୁହାଁମୁହିଁ ହେବେ।…

ହାର୍ଦ୍ଦିକଙ୍କ ସହ ମାହିକାଙ୍କୁ ଦେଖି କେମିତି ରିଆକ୍ସନ ଦେଲେ ଗୌତମ ଗମ୍ଭୀର? ଦେଖନ୍ତୁ ଭିଡ଼ିଓ

ନୂଆଦିଲ୍ଲୀ,୭।୩: ଇଂଲଣ୍ଡ ବିପକ୍ଷ ସେମିଫାଇନାଲରେ ଟିମ ଇଣ୍ଡିଆର ବିଜୟରେ ହାର୍ଦ୍ଦିକ ପାଣ୍ଡ୍ୟା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ସେ ପ୍ରଥମେ ବ୍ୟାଟ ସହିତ ଚମତ୍କାର ପ୍ରଦର୍ଶନ କରିଥିଲେ,…

ଫାଇନାଲ୍‌ରେ ସଞ୍ଜୁ ସାମସନ ମାତ୍ର ୨୬ ରନ୍‌ କଲେ ଟିମ୍‌ ଇଣ୍ଡିଆ ହୋଇଯିବ ଚାମ୍ପିୟନ: ଜାଣନ୍ତୁ କେମିତି

ଅହମ୍ମଦାବାଦ୍‌,୭।୩: ଟି୨୦ ବିଶ୍ୱକପର ଫାଇନାଲ ମ୍ୟାଚ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ମାର୍ଚ୍ଚ ୮ରେ ଅନୁଷ୍ଠିତ ହେବାକୁଯାଉଛି। ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ହେବାକୁ ଥିବା ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri