Posted inଖେଳ

‘କ୍ରୀଡ଼ା ଏକତା ସୂତ୍ରରେ ବାନ୍ଧିଥାଏ’

ଭୁବନେଶ୍ୱର, ୧୮ା୨ (କ୍ରୀଡ଼ା ପ୍ରତିନିଧି): ଓଡ଼ିଶାରେ କ୍ରୀଡ଼ା ଭିତ୍ତିଭୂମି ବଢ଼ିବାରେ ଲାଗିଛି। ରାଜ୍ୟ ସରକାର କ୍ରମାଗତ ଦ୍ୱିତୀୟ ଥର ପାଇଁ ହକି ବିଶ୍ୱକପ୍‌ ଆୟୋଜନ କରିଛନ୍ତି। କେବଳ ସେତିକି ନୁହେଁ, ଏହାକୁ ଯେଭଳିଭାବେ ଆୟୋଜନ କରିଛନ୍ତି ତାହା ଉଦାହରଣ ପାଲଟିଯାଇଛି। ରାଜ୍ୟ ସରକାରଙ୍କ ବ୍ୟତୀତ କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ବିଶ୍ୱବିଦ୍ୟାଳୟ ପରିସରରେ ବିଶ୍ୱସ୍ତରୀୟ ଭିତ୍ତିଭୂମିମାନ ଉପଲବ୍ଧ କରାଇଛନ୍ତି। ଏଠାରେ ଯେଭଳି ଭିତ୍ତିଭୂମି ଉପଲବ୍ଧ ହୋଇଛି ତାହା ସମ୍ଭବତଃ ବିଶ୍ୱର ଅନ୍ୟ କୌଣସି ବିଶ୍ୱବିଦ୍ୟାଳୟରେ ନାହିଁ। ଯୁବପିଢ଼ି ଏହାର ସଦୁପଯୋଗ କରିବା ଉଚିତ। କ୍ରୀଡ଼ା ହିଁ ସମସ୍ତଙ୍କୁ ଏକତା ସୂତ୍ରରେ ବାନ୍ଧିଥାଏ। ଆଗକୁ ବଢ଼ିବାକୁ ସୁଯୋଗ ସୃଷ୍ଟି କରିଥାଏ। ଫଳସ୍ବରୂପ ଏଠାରୁ ୭ ଅଲିମ୍ପିଆନ ବାହାରି ପାରିଛନ୍ତି। କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ଯୁବବର୍ଗଙ୍କୁ ସମର୍ଥନ କରିବାର ଏହା ପ୍ରତିଫଳନ। ତେଣୁ ଆଗାମୀ ଦିନରେ ଏହି ସଂଖ୍ୟା ଆହୁରି ବଢ଼ିବା ସମ୍ଭାବନା ଅଛି ବୋଲି ଶୁକ୍ରବାର ‘କ୍ରୀଡ଼ା ମାଧ୍ୟମରେ ଯୁବବର୍ଗଙ୍କୁ ଗଢ଼ିବା’ ଜାତୀୟ ସେମିନାରରେ ଅଂଶଗ୍ରହଣ କରି ଅଲିମ୍ପିଆନ ତଥା ପଦ୍ମଭୂଷଣ ପୁରସ୍କାରପ୍ରାପ୍ତ ଟେନିସ ତାରକା ଲିଆଣ୍ଡର ପେସ୍‌ ପ୍ରକାଶ କରିଛନ୍ତି। ୭ଟି ଅଲିମ୍ପିକ୍ସରେ ଅଂଶଗ୍ରହଣ କରି ରେକର୍ଡ କରିଥିବା ଲିଆଣ୍ଡର ଏହି ଅବସରରେ ନିଜ ଖେଳ ଜୀବନ ଏବଂ କିଛି ସ୍ମରଣୀୟ ସ୍ମୃତିକୁ ଉଜ୍ଜୀବିତ କରିଥିଲେ।
ଉକ୍ତ ସେମିନାରରେ ଅଂଶଗ୍ରହଣ କରି ରଗ୍‌ବୀ ଇଣ୍ଡିଆ ସଭାପତି ତଥା ପୂର୍ବତନ ଭାରତୀୟ ରଗ୍‌ବୀ ଖେଳାଳି ରାହୁଲ ବୋଷ କହିଲେ ଯେ, ଓଡ଼ିଶା ହେଉଛି ରଗ୍‌ବୀ ପାଇଁ ଦ୍ୱିତୀୟ ଘର। ରଗ୍‌ବୀରୁ ଅନେକ କିଛି ଶିଖିବାକୁ ମିଳିଥାଏ। କୌଣସି ଜଣେ ଖେଳାଳି ଆଗକୁ ବଢ଼ିଲେ ଆଘାତପ୍ରାପ୍ତ ହେବା ସ୍ବାଭାବିକ। ତେଣୁ ସମସ୍ତଙ୍କୁ ନେଇ ଯେ ଆଗକୁ ବଢ଼ିବା ଉଚିତ ଏହା ରଗ୍‌ବୀ ଖେଳରୁ ହିଁ ଶିକ୍ଷା ମିଳେ। ହକି ଇଣ୍ଡିଆ ସଭାପତି ତଥା ପୂର୍ବତନ ଭାରତୀୟ ହକି ଅଧିନାୟକ ଦିଲୀପ ତିର୍କୀ କହିଲେ ଯେ, କିଟ୍‌ ଓ କିସ୍‌ ପରିସରରେ ଖେଳ ପାଇଁ ଯେପରି ବାତାବରଣ ସୃଷ୍ଟି କରାଯାଇଛି ତାହା ବିଶ୍ୱରେ ବିରଳ। ଗୋଟିଏ ବିଶ୍ୱବିଦ୍ୟାଳୟ ପରିସରରେ ଏତେ ସଂଖ୍ୟକ ଭିତ୍ତିଭୂମି ଥିବା ମୁଁ କେବେ ଶୁଣିନାହିଁ। ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଓଡ଼ିଶାରେ ଖେଳ ଓ ଖେଳାଳିଙ୍କୁ ପ୍ରୋତ୍ସାହନ ଦେଇ ଚାଲିଛନ୍ତି। ତେଣୁ ମୋ ମତରେ ଏ ଦୁହେଁ ହେଉଛନ୍ତି ରୋଲ ମଡେଲ। ଅଚ୍ୟୁତ ସର୍ବଦା ଯୁବ କ୍ରୀଡ଼ାବିତ୍‌ଙ୍କୁ ପ୍ରୋତ୍ସାହନ ଦେଇ ଆସିଛନ୍ତି। ୨୦୧୩ରେ ଦୂତୀ ଚାନ୍ଦଙ୍କୁ ସମର୍ଥନ କରି ନ ଥିଲେ ହୁଏତ ଆଜି ଦୂତି ଏହି ସ୍ତରରେ ପହଞ୍ଚତ୍ପାରି ନ ଥାନ୍ତେ। ସେହିପରି ୭ ଥର ଅଲିମ୍ପିକ୍‌ ଖେଳିଥିବା ଲିଆଣ୍ଡର ପେସ୍‌ଙ୍କଠାରୁ ଅନେକ କିଛି ଶିଖିବାର ଅଛି। ଯୁବପିଢ଼ି ତାଙ୍କଠାରୁ ପ୍ରେରଣା ନେବା ଉଚିତ। ସର୍ବଭାରତୀୟ ଚେସ୍‌ ଫେଡେରେଶନ ସମ୍ପାଦକ ଭରତ ସିଂ ଚୌହାନ ମଧ୍ୟ ଓଡ଼ିଶା ଏବଂ କିଟ୍‌ ଓ କିସ୍‌ ବିଶ୍ୱବିଦ୍ୟାଳୟ ପରିସରରେ ଉପଲବ୍ଧ କରାଯାଇଥିବା ଭିତ୍ତିଭୂମିକୁ ଉଚ୍ଚ ପ୍ରଶଂସା କରିଥିଲେ। ଭାରତର ସ୍ପ୍ରିଣ୍ଟ କୁଇନ୍‌ ଦୂତୀ ଚାନ୍ଦ କହିଥିଲେ ଯେ, ଦିନଥିଲା ମୁଁ କିଟ୍‌କୁ ଗର୍ବିତ କରୁଥିଲି, ମାତ୍ର ଏବେ ଏହି ବିଶ୍ୱବିଦ୍ୟାଳୟ ମୋତେ ଗର୍ବିତ କରୁଛି। ମୋ ନାମରେ ଷ୍ଟାଡିୟମକୁ ନାମିତ କରାଯାଇଛି ଅର୍ଥ ମୁଁ ବଞ୍ଚତ୍ଥାଉଥାଉ ସ୍ବର୍ଗ ଦର୍ଶନଭଳି ଅନୁଭବ ହେଉଛି। ଭାରତୀୟ ମହିଳା ଫୁଟବଲ ଦଳର ପୂର୍ବତନ ଅଧିନାୟିକା ଶ୍ରଦ୍ଧାଞ୍ଜଳି ସାମନ୍ତରାୟଙ୍କ ନାମରେ ଫୁଟବଲ ଷ୍ଟାଡିୟମକୁ ନାମିତ କରାଯାଇଛି। ତେଣୁ ସେ ଅଚ୍ୟୁତଙ୍କ ପ୍ରତି ନିଜର କୃତଜ୍ଞତା ଜ୍ଞାପନ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଅର୍ଜୁନ ପୁରସ୍କାରପ୍ରାପ୍ତ ସାଇକ୍ଲିଷ୍ଟ ମୀନତି ମହାପାତ୍ର, ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର ଏବଂ ଜାତୀୟ ଚୟନକର୍ତ୍ତା ଦେବାଶିଷ ମହାନ୍ତି ଓ ଭାରତର ଦ୍ରୁତତମ ଧାବକ ଅମିୟ ମଲିକ ଉପସ୍ଥିତ ରହି ନିଜର ମତ ରଖିଥିଲେ। ପଦ୍ମବିଭୂଷଣ ଚେସ୍‌ ତାରକା ବିଶ୍ୱନାଥନ ଆନନ୍ଦ, ପଦ୍ମଭୂଷଣ ଶୁଟର ଅଭିନବ ବିନ୍ଦ୍ରା, ଅଲିମ୍ପିଆନ ଶ୍ରାବଣୀ ନନ୍ଦ, ପାରାଲିମ୍ପିଆନ ତଥା ଖେଳରନତ୍ ପୁରସ୍କାରପ୍ରାପ୍ତ ପ୍ରମୋଦ ଭଗତ ପ୍ରମୁଖ ଭିଡିଓ ବାର୍ତ୍ତା ମାଧ୍ୟମରେ ନିଜର ମତ ଉପସ୍ଥାପନ କରିଥିଲେ। ଅଚ୍ୟୁତ ସାମନ୍ତ ନିଜ ପିଲାବେଳର କଥାକୁ ମନେ ପକାଇବା ସହ କିଟ୍‌ ଓ କିସ୍‌ କିପରି ଖେଳାଳିଙ୍କୁ ସହାୟତା କରି ଆସୁଛି ତା’ ଉପରେ ଆଲୋକପାତ କରିଥିଲେ। ଶେଷରେ ରେଜିଷ୍ଟ୍ରାର ଜ୍ଞାନ ରଞ୍ଜନ ମହାନ୍ତି ଏବଂ କ୍ରୀଡ଼ା ମହାନିର୍ଦ୍ଦେଶକ ଗଗନେନ୍ଦୁ ଦାଶ ସମସ୍ତ ଅତିଥି ଓ କ୍ରୀଡ଼ାବିତ୍‌ଙ୍କୁ ସ୍ବାଗତ ଜଣାଇବା ସହ ଧନ୍ୟବାଦ ଅର୍ପଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ଧୁ ମିଳନ ନାମରେ ବଳ କଷିଲେ ଯୁବ ଗୋଷ୍ଠୀ: ସାମିଲ ହେଲେ ଶହ ଶହ…

ଗଞ୍ଜାମ,୩।୪(ବିଦ୍ୟାଧର ସାହୁ ): ୧୬ ନଂ ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ମା’ ଏଲେମା ମନ୍ଦିର ପ୍ରାଙ୍ଗଣରେ ଗଞ୍ଜାମ ସହରର ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଶୁକ୍ରବାର…

ଉତ୍ସବମୁଖର ଦାରିଙ୍ଗବାଡି: ଉତ୍ସାହ ସହ ପାଳନହେଲା ଗୁଡ ଫ୍ରାଇଡେ, ଯୀଶୁଖ୍ରୀଷ୍ଟଙ୍କ ଯାତନାର ଦୃଶ୍ୟ…

ଦାରିଙ୍ଗବାଡି,୩।୪ (ଅରୁଣ ସାହୁ): ଗୁଡ୍‌ ଫ୍ରାଇଡେ ପାଇଁ କନ୍ଧମାଳ ଜିଲା  ଉତ୍ସବ ମୁଖର ହୋଇଥିବା ବେଳେ ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ମଧ୍ୟ ଏହି ପର୍ବ ବଡ଼ ଧୁମଧାମରେ…

ମାମୁଁ ଘରକୁ ଆସି ଗତକାଲିଠୁ ଥିଲେ ନିଖୋଜ: ଆଜି କେନାଲରୁ ମିଳିଲା ମୃତଦେହ, ପରିବାର ଲୋକେ ଆଣିଲେ ସାଂଘାତିକ ଅଭିଯୋଗ

ପଟ୍ଟାମୁଣ୍ଡାଇ ୩।୪(କଳ୍ପତରୁ ନାୟକ) କେନ୍ଦ୍ରାପଡା ଜିଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗୁରୁବାର ପୂର୍ବାହ୍ନରୁ ନିଖୋଜ ଥିବା ଜଣେ ୭ ବର୍ଷୀୟ ନାବାଳିକା ସ୍କୁଲ…

ଇସ୍ରାଏଲକୁ ‘ପଙ୍ଗୁ’ କରିଦେଲା ଇରାନ: IDF ‘ଗୁପ୍ତଚର’ଙ୍କୁ ତାଲିମ ଦେଇଥିବା କାରଖାନାକୁ ଉଡ଼ାଇ ଦେଲା

ତେହରାନ,୩।୪: ଇରାନ ପୁଣିଥରେ ଇସ୍ରାଏଲର ଏକ ଉଚ୍ଚ-ପ୍ରଯୁକ୍ତି ପ୍ରତିରକ୍ଷା କେନ୍ଦ୍ର ଉପରେ ଏକ ସଠିକ ବାଲିଷ୍ଟିକ କ୍ଷେପଣାସ୍ତ୍ର ଆକ୍ରମଣ କରିଛି। ଏଥର, ଟାର୍ଗେଟ ଥିଲା ପେଟାହ ଟିକଭା…

ଆମେରିକାକୁ ଇରାନର ଖୋଲା ଧମକ, କହିଲା ‘ଆମେ ଆମେରିକାକୁ ପ୍ରସ୍ତର ଯୁଗଠାରୁ ବି ପୂର୍ବ ଯୁଗକୁ ଫେରାଇ ଦେବୁ’

ତେହରାନ,୩।୪: ମଧ୍ୟପ୍ରାଚ୍ୟରେ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ଏବେ ଆହୁରି ବିପଦପୂର୍ଣ୍ଣ ପର୍ଯ୍ୟାୟରେ ପ୍ରବେଶ କରିଛି। ଏହି ମୁକାବିଲା ଆଉ କେବଳ ଦୁଇଟି ରାଷ୍ଟ୍ର…

ରାଜ୍ୟ ସଭାର ଉପନେତା ପଦରୁ ହଟାଯିବା ପରେ କମିଯିବ କି ରାଘବ ଚଢାଙ୍କ ଦରମା? ଜାଣନ୍ତୁ କ’ଣ ରହିଛି ନିୟମ

ନୂଆଦିଲ୍ଲୀ,୩।୪: ରାଜ୍ୟ ସଭାରେ ଉପନେତା ପଦରୁ ରାଘବ ଚଢାଙ୍କୁ ହଟାଇବା ପରେ ରାଜନୈତିକ ବିତର୍କ ଆରମ୍ଭ ହୋଇଛି। ଅଶୋକ ମିତ୍ତଲ ଏବେ ଏହି ଭୂମିକା ଗ୍ରହଣ କରିବେ।…

ସ୍ତ୍ରୀଙ୍କ ସହ ଯାଇଥିଲେ ଶ୍ୱଶୁର ଘର: ଘରେ ବୁଲିଲା କଳାକନା

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଜଗନ୍ନାଥ ମନ୍ଦିର ସାହିରେ ରହୁଥିବା ରାଜମିସ୍ତ୍ରୀ ପିଣ୍ଟୁ ସାହୁଙ୍କ ଘର ତାଲା ଭାଙ୍ଗି ଦୁର୍ୱୃତ୍ତମାନେ କଳାକନା…

ଶପଥ ନେଲେ ନବନିର୍ବାଚିତ ବାର ଆସୋସିଏଶନ କର୍ମକର୍ତ୍ତା, ଜାଣନ୍ତୁ ସେମାନେ କିଏ…

ଭଞ୍ଜନଗର,୩।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନର ନବ ନିର୍ବାଚିତ କର୍ମକର୍ତ୍ତାମାନେ ଶୁକ୍ରବାର ଶପଥ ନେଇଛନ୍ତି। ନିର୍ବାଚନ ଅଧିକାରୀ ଲଡ଼ୁ କିଶୋର ଅଳତିଆ ନବନିର୍ବାଚିତ କର୍ମକର୍ତ୍ତାଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri