Posted inଖେଳ

ହଠାତ୍‌ ସନ୍ନ୍ୟାସ ଘୋଷଣା କରି ଚମକାଇଲେ ଏହି ଅଷ୍ଟ୍ରେଲିୟ କ୍ରିକେଟର

ନୂଆଦିଲ୍ଲୀ,୨୬।୨: ଜଣେ ଅଷ୍ଟ୍ରେଲୀୟ ଦ୍ରୁତ ବୋଲର ଅବସର ଘୋଷଣା କରି ଚମକାଇଛନ୍ତି। ତାଙ୍କ ୧୬ ବର୍ଷର କ୍ୟାରିଅରରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ସେ ହେଲେ ଜାସନ ବେହେରେଣ୍ଡର୍ଫ। ବର୍ତ୍ତମାନ ସେ ରାଜ୍ୟ କ୍ରିକେଟରୁ ବିଦାୟ ନେଇଛନ୍ତି। ଅର୍ଥାତ ସେ ଟି-୨୦ ଲିଗ୍‌ରେ ଖେଳିବା ଜାରି ରଖିବେ। ତେବେ ବେହେରେଣ୍ଡର୍ଫ ଚାମ୍ପିଅନ୍ସ ଟ୍ରଫିରେ ଅଷ୍ଟ୍ରେଲିଆ ଦଳରେ ସାମିଲ ନାହାନ୍ତି।

ଚଳିତ ବର୍ଷ ଏପ୍ରିଲରେ ୩୫ ବର୍ଷ ବୟସରେ ପଦାର୍ପଣ କରିଥିବା ବେହେରେଣ୍ଡର୍ଫ ଜାତୀୟ ଚୟନ ପାଇଁ ଉପଲବ୍ଧ ରହିବେ। ସେ ଏପର୍ଯ୍ୟନ୍ତ ଅଷ୍ଟ୍ରେଲିଆ ପାଇଁ ସେ ୧୭ ଟି-୨୦ ମ୍ୟାଚ୍‌ ଖେଳିଛନ୍ତି। ୧୨ ମାସ ତଳେ ସେ ନିଜର ଶେଷ ମ୍ୟାଚ୍‌ ଖେଳିଥିଲେ। ୱେଷ୍ଟଇଣ୍ଡିଜ ବିପକ୍ଷରେ ସେ ତାଙ୍କର ଶେଷ ଟି-୨୦ ମ୍ୟାଚ୍‌ ଖେଳିଥିଲେ। ବେହେରେଣ୍ଡର୍ଫ ୨୦୧୯ ରୁ ୨୦୨୨ ମଧ୍ୟରେ ଅଷ୍ଟ୍ରେଲିଆ ପାଇଁ ୧୨ ଦିନିକିଆ ଖେଳିଛନ୍ତି। ଏହି ୧୨ ଦିନିକିଆରେ ସେ ଅଷ୍ଟ୍ରେଲିଆ ପାଇଁ ୧୬ ଉଇକେଟ ନେଇଥିବା ବେଳେ ୧୭ ଟି୨୦ ମ୍ୟାଚ୍‌ରେ ୧୮ ଉଇକେଟ ନେଇଛନ୍ତି।

ଜେସନ ବେହେରେଣ୍ଡର୍ଫ ରାଜ୍ୟ କ୍ରିକେଟରୁ ଅବସର ଘୋଷଣା କରି କହିଛନ୍ତି ଯେ ଏବେ ତାଙ୍କ କ୍ୟାରିୟରର ଏକ ଅଧ୍ୟାୟ ଶେଷ ହୋଇଛି। ଏହି ୧୬ ବର୍ଷ ବହୁତ ସ୍ମରଣୀୟ ଥିଲା। ରାଜ୍ୟ କ୍ରିକେଟ ଖେଳି ପିଲାଦିନର ସ୍ବପ୍ନକୁ ବଞ୍ଚିବାର ସୁଯୋଗ ମିଳିଲା। ସେଥିଲାଗି ଅଷ୍ଟ୍ରେଲିଆ ପାଇଁ ଖେଳିବାର ସୁଯୋଗ ପାଇଥିଲି ବୋଲି ସେ କହିଛନ୍ତି।

ବେହେରେଣ୍ଡର୍ଫ ପଶ୍ଚିମ ଅଷ୍ଟ୍ରେଲିଆ ପାଇଁ ରାଜ୍ୟ କ୍ରିକେଟ ଖେଳିଛନ୍ତି। ସେ ୧୯ ବର୍ଷ ବୟସରେ ରାଜ୍ୟ ସ୍ତରରେ ଖେଳିବା ଆରମ୍ଭ କରିଥିଲେ। ତା’ପରେ ଧୀରେ ଧୀରେ ସେ ପଶ୍ଚିମ ଅଷ୍ଟ୍ରେଲିଆର ମୁଖ୍ୟ ଖେଳାଳି ପାଲଟିଥିଲେ। ସେ ୫ଟି ODI କପ ଜିତିଛନ୍ତି।
ବେହେରେଣ୍ଡର୍ଫ ମଧ୍ୟ ଭାରତ ଗସ୍ତରେ ଆସିଛନ୍ତି ଏବଂ ଭାରତୀୟ ମାଟିରେ ଟି-୨୦ ଫର୍ମାଟରେ ନିଜର ବୋଲିଂ ଦକ୍ଷତା ଦେଖାଇଛନ୍ତି। ୨୦୧୭ ମସିହାରେ ଗୁଆହାଟୀରେ ଖେଳାଯାଇଥିବା ଟି-୨୦ ମ୍ୟାଚ୍‌ରେ ସେ ଏକାକୀ ଭାରତର ଶୀର୍ଷ କ୍ରମକୁ ଧ୍ୱଂସ କରିଥିଲେ। ସେ ରୋହିତ ଏବଂ ବିରାଟଙ୍କ ସମେତ ଶ୍ରେଷ୍ଠ ୪ ଉଇକେଟ ମାତ୍ର ୨୧ ରନ ଦେଇ ନେଇଥିଲେ। ଏହା ତାଙ୍କ ଟି-୨୦ ଅନ୍ତର୍ଜାତୀୟ କ୍ୟାରିୟରର ସର୍ବୋତ୍ତମ ପ୍ରଦର୍ଶନ। ଏଥିଯୋଗୁ ଅଷ୍ଟ୍ରେଲିଆ ସେହି ମ୍ୟାଚ୍‌ରେ ଏକ ବଡ଼ ବିଜୟ ହାସଲ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?