Posted inଖେଳ

ଦେଶ ବିକାଶରେ କ୍ରୀଡ଼ା ଅପରିହାର୍ଯ୍ୟ: ପ୍ରଧାନମନ୍ତ୍ରୀ

ଡେରାଡୁନ, ୨୯ା୧ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ସ୍ଥାନୀୟ ରାଜୀବ ଗାନ୍ଧୀ ଇଣ୍ଟରନ୍ୟାଶନାଲ କ୍ରିକେଟ ଷ୍ଟାଡିୟମରେ ୩୮ତମ ଜାତୀୟ କ୍ରୀଡ଼ାର ଆନୁଷ୍ଠାନିକ ଶୁଭ ଉଦ୍‌ଘାଟନ କରିଛନ୍ତି। ଏହି ଉପଲକ୍ଷେ ଉତ୍ତରାଖଣ୍ଡର ଧାର୍ମିକ ଐତିହ୍ୟ ଏବଂ ଜୈବବିବିଧତାକୁ ପ୍ରଦର୍ଶନ କରି ଏକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା। ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମିଙ୍କ ସହ ପ୍ରଧାନମନ୍ତ୍ରୀ ଷ୍ଟାଡିୟମରେ ପ୍ରବେଶ କରିଥିଲେ। ଥଣ୍ଡା ପାଗ ସତ୍ତ୍ୱେ ୨୫,୦୦୦ ଆସନ ବିଶିଷ୍ଟ ଷ୍ଟାଡୟମ ଦର୍ଶକରେ ଭରପୂର ଥିଲା। ମୋଦି ପ୍ରଥମେ ଏକ ସୁସଜ୍ଜିତ ଗଲ୍ଫ କାର୍ଟ ଯୋଗେ ଷ୍ଟାଡିୟମ ପରିକ୍ରମା କରିବା ପରେ ତାଙ୍କୁ ଏକ ପାରମ୍ପରିକ ଟୋପି, ଶାଲ ଏବଂ ମାସ୍କଟ ‘ମାଉଲି’ ଓ ପଦକ ସମ୍ବଳିତ ଏକ ସ୍ମାରକୀ ପ୍ରଦାନ କରାଯାଇଥିଲା। ଏହି ଅବସରରେ ଉତ୍ତରାଖଣ୍ଡ ଗଭର୍ନର ଲ୍ୟୁଟନାଣ୍ଟ ଜେନେରାଲ ଗୁରମିତ ସିଂ, କେନ୍ଦ୍ର କ୍ରୀଡ଼ା ରାଷ୍ଟ୍ରମନ୍ତ୍ରୀ ରକ୍ଷା ନିଖିଲ ଖଡ୍‌ସେ ଏବଂ ଉତ୍ତରାଖଣ୍ଡ କ୍ରୀଡ଼ାମନ୍ତ୍ରୀ ରେଖା ଆର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ। ଏହାଛଡ଼ା ଭାରତୀୟ ଅଲିମ୍ପିକ ଆସୋସିଏଶନ (ଆଇଓଏ) ସଭାପତି ପି.ଟି. ଉଷା ଏବଂ ରାଜ୍ୟଗୋଷ୍ଠୀ କ୍ରୀଡ଼ା ମହାସଂଘ ମୁଖ୍ୟ ଖ୍ରିସ୍‌ ଜେନ୍‌କିନ୍ସ ପ୍ରମୁଖ ମଧ୍ୟ ଉପସ୍ଥିତ ଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ଆଥ୍‌ଲେଟମାନଙ୍କୁ ସମ୍ବୋଧିତ କରି କହିଥିଲେ ‘ଏହା ଏକ ଭାରତ, ଶ୍ରେଷ୍ଠ ଭାରତ’ର ଅତି ସୁନ୍ଦର ନିଦର୍ଶନ। ଦେଶର ବିକାଶ କ୍ଷେତ୍ରରେ କ୍ରୀଡ଼ା ଅପରିହାର୍ଯ୍ୟ ବୋଲି ଆମେ ବିଚାରକରୁ। ଆପଣମାନଙ୍କ ସାମର୍ଥ୍ୟ ବୃଦ୍ଧି ପାଇଁ ସମସ୍ତ ପ୍ରକାର ଅତ୍ୟାବଶ୍ୟକ ସହାୟତା ପ୍ରଦାନ ଲାଗି ଆମର ଉଦ୍ୟମ ଜାରି ରହିବ। ୨୦୩୬ ଅଲିମ୍ପିକ୍ସ ଆୟୋଜନ ଅଧିକାର ହାସଲ କରିବା ଲାଗି ଚେଷ୍ଟା ଜାରି ରହିଛି। ଏହା ଭାରତୀୟ କ୍ରୀଡ଼ାକୁ ନୂତନ ଶିଖରରେ ପହଞ୍ଚାଇବ। ଯେତେବେଳେ ଅଲିମ୍ପିକ୍ସ ହେବ ସବୁ କ୍ଷେତ୍ରରେ ଉନ୍ନତି ଘଟିବ। ଏହା ଆଥ୍‌ଲେଟମାନଙ୍କ ଲାଗି ଉନ୍ନତ ସୁବିଧା ସୁଯୋଗ ସୃଷ୍ଟି କରିବ। ଉତ୍ତରାଖଣ୍ଡ ରାଜ୍ୟ ସୃଷ୍ଟିର ୨୫ବର୍ଷ ପୂର୍ତ୍ତି ପାଳନ ଅବସରରେ ଜାତୀୟ କ୍ରୀଡ଼ା ଆୟୋଜନ ଏକ ବିଶେଷ ଗୁରୁତ୍ୱ ବହନ କରେ। ୧୮ ଦିନ ଧରି ଅନୁଷ୍ଠିତ ହେବାକୁଥିବା ଏହି କ୍ରୀଡ଼ା ମହୋତ୍ସବରେ ପ୍ରାୟ ୧୦,୦୦୦ ଆଥ୍‌ଲେଟ ଏବଂ ୩୮ଟି ଦଳର ଅଫିସିଆଲମାନେ ଅଂଶଗ୍ରହଣ କରିବେ। ଆଥ୍‌ଲେଟମାନେ ୩୨ଟି ଖେଳ ବିଭାଗରେ ୪୫୦ ସ୍ବର୍ଣ୍ଣ ପଦକ ଏବଂ ସମାନ ସଂଖ୍ୟକ ରୌପ୍ୟ ଓ ବ୍ରୋଞ୍ଜ ପଦକ ପାଇଁ ମଇଦାନକୁ ଓହ୍ଲାଇବେ। ସଂଖ୍ୟା ଦୃଷ୍ଟିରୁ କହିବାକୁ ଗଲେ ଏହା ବିଶ୍ୱର ସର୍ବବୃହତ୍‌ ଜାତୀୟ କ୍ରୀଡ଼ା। ଏଥର ଗେମ୍‌ଗୁଡ଼ିକ ଉତ୍ତରାଖଣ୍ଡର ୭ଟି ସହରରେ ହେବ। ତନ୍ମଧ୍ୟରେ ଡେରାଡୁନ୍‌ ହେଉଛି ମୁଖ୍ୟ ଭେନ୍ୟୁ। ଫେବୃଆରୀ ୧୪ ପର୍ଯ୍ୟନ୍ତ ହେବାକୁଥିବା ଏହି ଇଭେଣ୍ଟର ଅନ୍ୟ ଭେନ୍ୟୁଗୁଡ଼ିକ ହେଲା ହରିଦ୍ୱାରା, ନୈନିତାଲ, ହଲ୍‌ଦଓ୍ବାନି, ରୁଦ୍ରପୁର, ଶିବପୁର ଓ ନ୍ୟୁ ତେହରି।
ବିଭିନ୍ନ ରାଜ୍ୟର ପରେଡ ସମୟରେ ଅଲିମ୍ପିଆନ ଅନୁରାଧା ବିଶ୍ୱାଳ ଓ ଅନ୍ତର୍ଜାତୀୟ ରଗ୍‌ବୀ ଖେଳାଳି ଶାନଓ୍ବାଜ ଅହମଦ ପତାକାଧରି ଓଡ଼ିଶା ପ୍ରତିନିଧି ଦଳର ନେତୃତ୍ୱ ନେଇଥିଲେ। ଚିଫ୍‌ ଡି ମିଶନ ଅଶୋକ କୁମାର ସାହୁ ଓ ସହକାରୀ ଚିଫ୍‌ ଡି ମିଶନ କାଲୋଲ ମୁଖାର୍ଜୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ: ଏହି ତାରିଖ ଯାଏ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ଏନଏସି ପ୍ରଶାସନ ପକ୍ଷରୁ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜାତୀୟ ଜନଗଣନା ୨୦୨୭ର ପ୍ରଥମ ପର୍ଯ୍ୟାୟ…

ଗଞ୍ଜାମରେ ଜୋରଦାର ଧରପକଡ: ୩ ଦିନରେ ଗାଡି ଚାଳକଙ୍କଠୁ ଆଦାୟ ହେଲାଣି ୩୯ ଲକ୍ଷରୁ ଅଧିକ ଜରିମାନା

ଛତ୍ରପୁର,୨୩।୩ (ଦିଲ୍ଲୀପ ସାମଲ): ଏଣିକି ବେପରୁଆଓ ନିୟମ ଉଲ୍ଲଙ୍ଘନ କରୁଥିବା ଗାଡି ଚାଳକଙ୍କୁ ସାବାଡ କରାଯିବ । ସଡ଼କ ଦୁର୍ଘଟଣା ଓ ମୃତ୍ୟୁସଂଖ୍ୟା ହ୍ରାସ ଲକ୍ଷ୍ୟରେ ସ୍ବତନ୍ତ୍ର…

ଇସ୍ତଫା ଦେଲେ ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ, କଲେ ବଡ଼ ଖୁଲାସା, ଏହି କାରଣରୁ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକର ପୂର୍ବତନ ଜିଲା ପରିଷଦ ସଦସ୍ୟ ତଥା ପ୍ରଦେଶ କଂଗ୍ରେସ କମିିଟି ସଦସ୍ୟ ଅରବିନ୍ଦ ନାହାକ ସୋମବାର ସନ୍ଧ୍ୟାରେ…

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

‘ସରୁନି ଗପ କି ସରୁନି ପାପ ‘ନାଟକ ମଞ୍ଚସ୍ଥ… 

ଦିଗପହଣ୍ଡି,୨୩|୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ପଡିଆ ପୁରୁଷୋତ୍ତମପୁର ଗ୍ରାମ ପ୍ରକଳ୍ପ ଉଚ୍ଚ  ପ୍ରଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି।…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ମାଟ୍ରିକ ଛାତ୍ରୀଙ୍କ ସନ୍ଦେହଜନକ ମତ୍ୟୁ; ଶୋକାକୁଳ ପରିବେଶରେ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ମାଟ୍ରିକ ପରୀକ୍ଷା ଦେଇଥିବା ଜଣେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ…

୧୫ଦିନରେ ଚାଷୀଙ୍କ ଧାରଣା, ବିକ୍ରି ହେଲାନି ଧାନ: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଚାଷୀ

ବରଗଡ଼,୨୩।୩(ପ୍ରେମାନନ୍ଦ ଖମାରୀ): ରବି ଧାନବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ଚାଲିଛି । କିନ୍ତୁ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀ ଗତ ଖରିଫରେ ଅମଳ ଧାନ ବିକ୍ରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri