Categories: ଫୁରସତ

ଭକ୍ତଙ୍କୁ ମନ୍ତ୍ରମୁଗ୍ଧ କରୁଛି କାଳିଚରଣଙ୍କ ଶିବତାଣ୍ଡବ ସ୍ତୋତ୍ର ପାଠ: ଶୁଣିଲେ ଟାଙ୍କୁରି ଉଠିବ ଲୋମ…

ଚାଲିଛି ଶ୍ରାବଣ ମାସ। ପ୍ରଭୁ ଶିବଙ୍କ ପ୍ରୀୟ ମାସ। ଏହି ମାସରେ ଭକ୍ତମାନେ ଶିବଙ୍କୁ ଆରାଧନା କରିବା ପାଇଁ ପ୍ରତ୍ୟେକ ସୋମବାର ପବିତ୍ର ପୁଷ୍କରିଣୀର ଜଳ ଆଣି ଶିବଲିଙ୍ଗରେ ଢ଼ାଳିଥାନ୍ତି। ଚଳିତ ବର୍ଷ କରୋନା କଟକଣା ପାଇଁ ଭକ୍ତମାନଙ୍କୁ ନିରାଶ ହେବାକୁ ପଡ଼ିଛି। ଏହା ଭିତରେ ଶିବଙ୍କ ସ୍ତ୍ରୋତପାଠକୁ ନେଇ ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି।
ଭୋପାଳ ସହର ନିକଟରେ ଥିବା ଏସିଆର ସବୁଠାରୁ ବଡ଼ ଶିବଲିଙ୍ଗଙ୍କ ସମ୍ମୁଖରେ କାଳିଚରଣ ମହାରାଜ ଶିବ ସ୍ତ୍ରୋତ ପାଠ କରୁଥିବା ଭିଡିଓରେ ଦେଖିବାକୁ ମିଳୁଛି। କାଳିଚରଣ ରାବଣଙ୍କ ଦ୍ୱାରା ରଚିତ ଶିବ ତାଣ୍ଡବ ସ୍ତୋତ୍ରକୁ ଲୟ ସହ ଗାଇଛନ୍ତି। କେହି ବି ତାହା ଶୁଣିଲେ ଲୋମ ଟାଙ୍କୁରୀ ଉଠିବା ସହ ମନରେ ଭକ୍ତି ଭାବନା ଜାଗ୍ରତ ହେଉଛି। ଲୋକମାନେ ଏହାକୁ ଫରଓ୍ବାର୍ଡ କରିବାକୁ ବାଧ୍ୟ ହେଉଛନ୍ତି।

Goosebumps. Mind bIowing pic.twitter.com/iR5BeOrCVe

— Roop Darak BHARTIYA (@iRupND) July 14, 2020

Share