Categories: ଖେଳ

ପଦାର୍ପଣକାରୀ ବୋଲରଙ୍କ ଉପରେ ନିର୍ଭର କରେ ସବୁ କିଛି

କଲମ୍ବୋ,୨୩।୭: ଶ୍ରୀଲଙ୍କା ବିପକ୍ଷ ତୃତୀୟ ତଥା ଅନ୍ତିମ ଦିନିକିଆ ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆ ୨୨୫ ରନ୍‌ରେ ଅଲଆଉଟ୍‌ ହୋଇଯାଇଛି। ଏହି ମ୍ୟାଚ୍‌ ଜରିଆରେ ଦିନିକିଆ କ୍ୟାରିୟର ଆରମ୍ଭ କରୁଥିବା ଚେତନ ଶାକରିୟା, ନବଦୀପ ସାଇନି ଓ ରାହୁଲ ଚହରଙ୍କ ଉପରେ ନିର୍ଭର କରେ ସବୁ କିଛି। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଟିମ୍‌ ଇଣ୍ଡିଆକୁ ଭଲ ଆରମ୍ଭ ଦେଇଥିଲେ ପୃଥ୍ବୀ ଶ’ ଓ ପଦାର୍ପଣକାରୀ ବ୍ୟାଟ୍ସମ୍ୟାନ ସଞ୍ଜୁ ସାମସନ। ଦୁହେଁ ଦ୍ୱିତୀୟ ଉଇକେଟ ପାଇଁ ୭୪ ରନ୍‌ ଯୋଡ଼ିଥିଲେ। ଏହାପରେ ଆରମ୍ଭ ହୋଇଥିଲା ଉଇକେଟ ପତନ। ଏଥିରୁ ଦଳକୁ ଉଦ୍ଧାର କରିପାରି ନ ଥିଲେ କୌଣସି ବ୍ୟାଟ୍ସମ୍ୟାନ। ଫଳରେ ଟିମ୍‌ ଇଣ୍ଡିଆ ୪୩.୧ ଓଭରରେ ୨୨୫ ରନ୍‌ରେ ଅଲଆଉଟ୍‌ ହୋଇଯାଇଛି। ଭାରତ ପକ୍ଷରୁ ପୃଥ୍ବୀ ୪୯, ସାମସନ ୪୬ ଓ ସୂର୍ଯ୍ୟକୁମାର ଯାଦବ ୪୦ ରନ୍‌ କରିଥିଲେ। ଶ୍ରୀଲଙ୍କା ପାଇଁ ବୋଲିଂରେ ଅକିଲ ଧନଞ୍ଜୟ ଓ ପ୍ରବୀନ ଜୟଓ୍ବିକ୍ରମ ହାତେଇଥିଲେ ୩ ଲେଖାଏ ଉଇକେଟ ।

Share