Categories: ବାଣିଜ୍ୟ

ଅଂଶଧନ ବିକ୍ରି କରିବ ସ୍ପାଇସ୍‌ଜେଟ୍‌

ନୂଆଦିଲ୍ଲୀ,୫।୮: ଦେଶର ପ୍ରମୁଖ ଘରୋଇ ବିମାନ କମ୍ପାନୀ ସ୍ପାଇସ୍‌ଜେଟ୍‌ ପାଣ୍ଠି ଯୋଗାଡ଼ କରିବା ଲାଗି ନିଜର ଅଂଶଧନ ବିକ୍ରି କରିବା ସମ୍ପର୍କରେ ବିଚାର କରୁଛି। ଏପରିକି ବିଭିନ୍ନ କାରଣରୁ କମ୍ପାନୀ ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଛି। କମ୍ପାନୀର ଅଂଶଧନ କ୍ରୟ ପାଇଁ ମଧ୍ୟ ପ୍ରାଚ୍ୟର ଏକ ସଂସ୍ଥା ସହ ଆଲୋଚନା କରୁଥିବା ଜଣାପଡିଛି। ସେହିଭଳି ପାଣ୍ଠି ସଂଗ୍ରହ ଲାଗି ନିବେଶକମାନଙ୍କ ସହ ଏଭଳି ଆଲୋଚନା ଜାରି ରହିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ଏ ନେଇ ମଧ୍ୟ ବେସାମରିକ ବିମାନ ଚଳାଚଳ ନିୟାମକ ସଂସ୍ଥା ଡିଜିସିଏ ପକ୍ଷରୁ କମ୍ପାନୀକୁ କାରଣ ଦର୍ଶାଅ ନୋଟିସ କରାଯାଇଥିଲା। ସ୍ପାଇସ୍‌ ଜେଟ୍‌ର ମୁଖ୍ୟ ଅଜୟ ସିଂହଙ୍କ ୬୦% ଅଂଶଧନ ରହିଛି। କମ୍ପାନୀର ୨୪% ଅଂଶଧନ ମଧ୍ୟ ପ୍ରାଚ୍ୟର ଏକ ବିମାନ କମ୍ପାନୀକୁ ବିକ୍ରି କରିବାକୁ ଉଦ୍ୟମ ଆରମ୍ଭ ହୋଇଛି।

Share