Posted inରାଜ୍ୟ

ତ୍ୱରିତ ଶୁଣାଣି ସମ୍ପର୍କରେ ଜଣାଅ: ହାଇକୋର୍ଟ, ଏମ୍‌ପି, ବିଧାୟକଙ୍କ ବିରୋଧରେ ଆପରାଧିକ ମାମଲା

କଟକ,୧୨।୧(କାର୍ତ୍ତିକ ସାହୁ): ରାଜ୍ୟରେ ଏମ୍‌ପି ଏବଂ ବିଧାୟକଙ୍କ ବିରୋଧରେ ଥିବା ଆପରାଧିକ ମାମଲାଗୁଡ଼ିକର ତ୍ୱରିତ ଶୁଣାଣି ପାଇଁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ଜଣାଇବାକୁ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ଗୁରୁବାର ନିର୍ଦ୍ଦେଶ ଦେଇଛନ୍ତି। ହାଇକୋର୍ଟ କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଡ. ବିଦ୍ୟୁତ୍‌ ରଞ୍ଜନ ଷଡ଼ଙ୍ଗୀ ଓ ବିଚାରପତି ଏମ୍‌ଏସ୍‌ ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ରି ଡେଜିଗ୍‌ନେଟେଡ୍‌ କୋର୍ଟସ୍‌ ଫର୍‌ ଏମ୍‌ପି ଆଣ୍ଡ ଏମ୍‌ଏଲ୍‌ଏ ପକ୍ଷରୁ ଆଗତ ମାମଲାର ଶୁଣାଣି କରି ଏପରି ଆଦେଶ ଦେଇଛନ୍ତି। ୨ ସପ୍ତାହ ପରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।

ମାମଲାର ବିବରଣୀ ଅନୁସାରେ, ୨୦୨୩ ଡିସେମ୍ବର ୩୧ ତାରିଖ ସୁଦ୍ଧା ରାଜ୍ୟର ୩୦ ଜିଲାରେ ଏମ୍‌ପି ଓ ବିଧାୟକଙ୍କ ବିରୋଧରେ ରହିଥିବା ମାମଲା ସମ୍ପର୍କରେ ହାଇକୋର୍ଟ ୱେବ୍‌ସାଇଟ୍‌ରେ ସୂଚନା ଜାରି କରାଯାଇଛି। ଏମ୍‌ପି ଓ ବିଧାୟକଙ୍କ ବିରୋଧରେ ଖୋର୍ଦ୍ଧା ଜିଲାରେ ସର୍ବାଧିକ ୮୬, ସମ୍ବଲପୁରରେ ୫୩ ଓ ଗଞ୍ଜାମ ଜିଲାରେ ୫୧ ମାମଲା ବିଚାରାଧୀନ ରହିଛି। ମାମଲାର ଶୁଣାଣିରୁ ଜଣାପଡିଥିଲା ଅନୁଗୋଳରେ ୨୭, ବାଲେଶ୍ୱରରେ ୨୮, ବରଗଡ଼ରେ ଗୋଟିଏ, ବଲାଙ୍ଗୀରରେ ୨୬, କଟକରେ ୩୬, କଳାହାଣ୍ଡିରେ ୧, କୋରାପୁଟରେ ୪୮, ମୟୂରଭଞ୍ଜରେ ୨୪, ସୋନପୁରରେ ୧, ସୁନ୍ଦରଗଡ଼ରେ ୪୧ଟି ମାମଲା ଏମ୍‌ପି ଓ ବିଧାୟକଙ୍କ ବିରୋଧରେ ବିଚାରାଧୀନ ରହିଛି। ଏଭଳି ଅନ୍ୟ ଜିଲାଗୁଡିକରେ ଏମ୍‌ପି ଓ ବିଧାୟକଙ୍କ ବିରୋଧରେ ଥିବା ମାମଲାଗୁଡିକୁ ମିଶାଇ ମୋଟ୍‌ ୪୩୧ ମାମଲା ରାଜ୍ୟରେ ବିଚାରାଧୀନ ଅଛି।

ସୁପ୍ରିମକୋର୍ଟ ୨୦୨୦ ସେପ୍ଟେମ୍ବର ୧୬ ତାରିଖରେ ଅଶ୍ୱିନୀ କୁମାର ଉପାଧ୍ୟାୟ ବନାମ କେନ୍ଦ୍ର ସରକାର ମାମଲାର ଶୁଣାଣି କରି ନିର୍ବାଚିତ ଜନ ପ୍ରତିନିଧିଙ୍କ ବିରୋଧରେ ଥିବା ମାମଲାଗୁଡ଼ିକ ଅଦାଲତରେ ତ୍ୱରିତ ଶୁଣାଣି ଓ ଫଏସଲା ପାଇଁ ସ୍ବତନ୍ତ୍ର ଅଦାଲତ ଗଠନ ପ୍ରସଙ୍ଗ ଉପରେ ଗୁରୁତ୍ୱାରୋପ କରିଥିଲେ। ଏହାପରେ ହାଇକୋର୍ଟ ଏହି ପ୍ରସଙ୍ଗକୁ ନେଇ ୨୦୨୦ରେ ନିଜ ଆଡୁ ଏକ ମାମଲା ରୁଜୁ କରିଥିଲେ। ମାମଲାର ଶୁଣାଣିବେଳେ ରାଜ୍ୟ ସରକାର ଏମ୍‌ପି ଓ ବିଧାୟକଙ୍କ ବିରୋଧରେ ଥିବା ଆପରାଧିକ ମାମଲାଗୁଡ଼ିକର ତ୍ୱରିତ ଶୁଣାଣି ପାଇଁ କେତେକ ସ୍ଥାନରେ ସ୍ବତନ୍ତ୍ର ଅଦାଲତ ପ୍ରତିଷ୍ଠା ନିମନ୍ତେ ପଦକ୍ଷେପ ଗ୍ରହଣ କରାଯାଉଥିବା ହାଇକୋର୍ଟଙ୍କୁ ଅବଗତ କରାଇଥିଲେ।

ତଦନୁସାରେ ଏମ୍‌ପି, ପୂର୍ବତନ ଏମ୍‌ପି, ବିଧାୟକ ଓ ପୂର୍ବତନ ବିଧାୟକଙ୍କ ବିରୋଧରେ ମାଜିଷ୍ଟେଟଙ୍କ ଦ୍ୱାରା ଟ୍ରାଏଲ ଯୋଗ୍ୟ ମାମଲାଗୁଡ଼ିକର ଶୁଣାଣି ପାଇଁ ୧୧ଟି ସିଭିଲ ଜଜ୍‌ ଅଦାଲତଙ୍କୁ ସ୍ବତନ୍ତ୍ର ଅଦାଲତ ମାନ୍ୟତା ଦିଆଯାଇଥିବା ଦର୍ଶାଇଥିଲେ। ରାଜ୍ୟ ସରକାର ୨୦୨୧ ମାର୍ଚ୍ଚ ୧୭ର ବିଜ୍ଞପ୍ତି ଅନୁସାରେ ୩ଟି ଅତିରିକ୍ତ ଜିଲା ଓ ଦୌରା ଜଜ୍‌ ଅଦାଲତଙ୍କୁ ଏଭଳି ମାମଲା ଶୁଣାଣି ପାଇଁ ସ୍ବତନ୍ତ୍ର ଅଦାଲତ ମାନ୍ୟତା ପ୍ରଦାନ କରାଯାଇଥିବା ୨୦୨୧ ଏପ୍ରିଲ ୫ ଶୁଣାଣିବେଳେ ହାଇକୋର୍ଟଙ୍କୁ ଅବଗତ କରାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରୋଗୀଙ୍କୁ ଔଷଧ ଖୁଆଇବେ ସ୍ବାସ୍ଥ୍ୟକର୍ମୀ

ଭୁବନେଶ୍ୱର,୬୬।୨: ଫାଇଲେରିଆ ନିରାକରଣ ପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏକ ବଡ଼ ଆକ୍ସନ ପ୍ଲାନ ପ୍ରସ୍ତୁତ କରାଯାଇଛି। ଏଣିକି ସ୍ବାସ୍ଥ୍ୟକର୍ମୀ ଘରକୁ ଘର ଯାଇ ଫାଇଲେରିଆରେ ଆକ୍ରାନ୍ତ…

କୋରାପୁଟରେ ପରୀକ୍ଷା ପେ’ ଚର୍ଚ୍ଚା, ସିଧା ଯୋଡ଼ି ହେଲେ ଛାତ୍ରୀଛାତ୍ର

କୋରାପୁଟ,୬ା୨(ଅମିତାଭ ବେହେରା): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନବମ ପରୀକ୍ଷା ପେ’ ଚର୍ଚ୍ଚା କାର୍ଯ୍ୟକ୍ରମର ସିଧା ପ୍ରସାରଣ ଶୁକ୍ରବାର ସାରା ଦେଶର ବିଭିନ୍ନ ଶିକ୍ଷା ଅନୁଷ୍ଠାନରେ ଚାଲିଥିଲା ବେଳେ…

ଦିଲ୍ଲୀପ ରାୟଙ୍କ ନିର୍ବାଚନୀ ମାମଲା ଚାଲିବ: ହାଇକୋର୍ଟ

ଭୁବନେଶ୍ୱର,୬।୨: ହାଇକୋର୍ଟରେ ରାଉଲକେଲା ବିଧାନସଭା ନିର୍ବାଚନୀ ମାମଲାର ଶୁଣାଣି ହୋଇଛି। ବିଧାୟକ ଶାରଦା ନାୟକଙ୍କ ବିରୋଧରେ ୩ ମାମଲାକୁ  ହାଇକୋର୍ଟ ଖାରଜ କରିଛନ୍ତି । ଅନ୍ୟପକ୍ଷେ, ୩…

ଅସ୍ତ୍ରଶସ୍ତ୍ର ସହ ପୋଲିସ ଆଗରେ ଆତ୍ମସମର୍ପଣ କଲେ ୪ ମାଓବାଦୀ

ଫୁଲବାଣୀ,୬।୨: ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଛି ମାଓବାଦୀ ସଙ୍ଗଠନ । ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାନେଇ କନ୍ଧମାଳ ପୋଲିସ ନିକଟରେ ଶୁକ୍ରବାର ୪ଜଣ ମାଓବାଦୀ…

ଯାତ୍ରା ମଞ୍ଚରେ ଅଶ୍ଳୀଳ ନୃତ୍ୟ ପରିବେଷଣ କରିଥିଲେ ନିଶା: ଗିରଫ ଭୟରେ ଆଗୁଆ ଜାମିନ ଆବେଦନ ପରେ ଏବେ…

ବଲାଙ୍ଗୀର,୬ା୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଯାତ୍ରା ମଞ୍ଚରେ ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନ ଘଟଣାରେ ନିଶା ମହାରଣାଙ୍କୁ ହାଇକୋର୍ଟରୁ ସର୍ତ୍ତମୂଳକ ଆଗୁଆ ଜାମିନ ମିଳିଛି। ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନକୁ…

ବରଗଡ଼ ସିଭିଲ କୋର୍ଟକୁ ବୋମା ଧମକ, ଛାନିଆ ହୋଇ ବାହାରକୁ ଚାଲିଆସିଲେ…

ବରଗଡ,୬।୨(ପ୍ରେମାନନ୍ଦ ଖମାରୀ): ରାଜ୍ୟର ବିଭିନ୍ନ କୋର୍ଟକୁ ଶୁକ୍ରବାର ମିଳିଥିବା ବୋମା ଧମକ ହଇଚଇ ସୃଷ୍ଟି କରିଛି। ବରଗଡ଼ ସିଭିଲ କୋର୍ଟକୁ ମଧ୍ୟ ଇ-ମେଲରେ ଏଭଳି ଧମକ ଆସିଛି।…

ଟି-୨୦ ବିଶ୍ୱକପ୍‌ରୁ ବାଦ୍ ପଡ଼ିଲେ ହର୍ଷିତ ରାଣା: ଭାରତକୁ ବଡ଼ ଝଟ୍‌କା

ମୁମ୍ବାଇ,୬।୨: ଟି-୨୦ ବିଶ୍ୱକପ୍ ୨୦୨୬ ଆରମ୍ଭ ହେବା ପୂର୍ବରୁ ଭାରତୀୟ କ୍ରିକେଟ ଦଳ ପାଇଁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଦ୍ରୁତ ବୋଲର ହର୍ଷିତ ରାଣା…

ଯାତ୍ରା ମାଲିକ ନାଣ୍ଡୁଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ସାଇଙ୍କ ମା’, କହିଲେ ମୋ ପୁଅକୁ…

ଭୁବନେଶ୍ୱର,୬।୨: ଅନନ୍ତ ନାରାୟଣ ଧଳ ଓରଫ ନାଣ୍ଡୁ ବାବୁଙ୍କ ପିଛା ଛାଡ଼ୁନାହିଁ ବିବାଦ। ପୁଣି ଥରେ ବିବାଦର ଅଡ଼ୁଆ ସୂତାରେ ଛନ୍ଦି ହୋଇଛନ୍ତି ତୁଳସୀ ଗଣନାଟ୍ୟର ମାଲିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri