Posted inଖେଳ

ଇଂଲଣ୍ଡରେ ଆସନ୍ତା ସପ୍ତାହରୁ ଦର୍ଶକଙ୍କୁ ଅନୁମତି

ଲଣ୍ଡନ, ୧୮ା୭ (ଏପି)-ଇଂଲଣ୍ଡରେ ଆସନ୍ତା ସପ୍ତାହରେ କେତୋଟି ସ୍ପୋଟର୍‌ସ ଇଭେଣ୍ଟରେ ଅଳ୍ପ କେତେଜଣ ଦର୍ଶକଙ୍କୁ ପରୀକ୍ଷାମୂଳକ ଭାବେ ଅନୁମତି ମିଳିବ। କରୋନା ଭାଇରସ୍‌ ପାଇଁ ଏଥିରେ କେତେକ ପ୍ରତିଷେଧକ ମୂଳକ ବ୍ୟବସ୍ଥା ଗ୍ରହଣ କରାଯିବ। ସଫଳ ହେଲେ ଅକ୍ଟୋବରରେ ଷ୍ଟାଡିୟମକୁ ଅଧିକ ସଂଖ୍ୟାରେ ଦର୍ଶକଙ୍କୁ ଅନୁମତି ଦେବା ଲାଗି ଯୋଜନା ରହିଛି। ଜୁଲାଇ ୨୬-୨୭ରେ ଘରୋଇ କ୍ରିକେଟ ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି। ମାର୍ଚ୍ଚ ପରେ ଏହା ହେବ ପ୍ରଥମ କ୍ରୀଡ଼ା ଯେଉଁଥିରେ ଦର୍ଶକଙ୍କୁ ଅନୁମତି ମିଳିବ। ଜୁଲାଇ ୩୧ରୁ ଶେଫିଲ୍ଡରେ ବିଶ୍ୱ ସ୍ନୁକର ଚାମ୍ପିୟନଶିପ୍‌ ଅନୁଷ୍ଠିତ ହେବ। ଏଥିରେ କିଛି ଦର୍ଶକଙ୍କୁ ଅନୁମତି ମିଳିବ। ସରକାରଙ୍କ ଯୋଜନାର ଏକ ଅଂଶ ବିଶେଷ ସ୍ବରୂପ ଅଗଷ୍ଟ ୧ରେ ଗ୍ଲୋରିଅସ୍‌ ଗୁଡ୍‌ଉଡ୍‌ ହର୍ସ ରେସିଂ ଫେଷ୍ଟିଭାଲରେ ମଧ୍ୟ ଅଳ୍ପ ସଂଖ୍ୟକ ଦର୍ଶକଙ୍କୁ ଅନୁମତି ମିଳିବ। ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନସନ କହିଛନ୍ତି ଅକ୍ଟୋବରରେ ଷ୍ଟାଡିୟମକୁ ଦର୍ଶକ ଫେରାଇ ଆଣିବା ଲାଗି ଯୋଜନା ରହିଛି। ଷ୍ଟାଡିୟମରେ ଦର୍ଶକଙ୍କ ସଂଖ୍ୟା ସୀମିତ କରାଯିବ। ପ୍ରବେଶ ପାଇଁ ପୃଥକ୍‌ ପୃଥକ୍‌ ସମୟ ଧାର୍ଯ୍ୟ କରାଯିବ। ସାମାଜିକ ଦୂରତ୍ୱ ବଜାୟ ରଖାଯିବ। ଓ୍ବାନ ଓ୍ବେ ସିଷ୍ଟମ କାର୍ଯ୍ୟକାରୀ କରାଯିବ। କୋଭିଡ୍‌-୧୯ ନିୟମ ଉଲ୍ଲଂଘନ କଲେ ସମ୍ପୃକ୍ତ ଖେଳପ୍ରେମୀଙ୍କୁ ଷ୍ଟାଡିୟମରେ ଅନୁମତି ମିଳିବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଧୋନୀ, କପିଲଙ୍କୁ କ୍ଷମା ମାଗିଲେ ଯୁବରାଜ, କାହିଁକି ଜାଣନ୍ତୁ…

ନୂଆଦିଲ୍ଲୀ,୩ା୪: କିମ୍ୱଦନ୍ତୀ ଅଲରାଉଣ୍ଡର ଯୁବରାଜ ସିଂଙ୍କ ବାପା ଯୋଗରାଜ ସିଂ କିଛି ବର୍ଷ ତଳେ ଦେଶର ଦୁଇ ମହାନ୍‌ କ୍ରିକେଟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଓ…

ସଞ୍ଜୁ ସାମସନଙ୍କୁ ଭୁରି ଭୁରି ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦି, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୩।୪: ଟିମ ଇଣ୍ଡିଆ ନିକଟରେ ICC ଟି୨୦ ବିଶ୍ୱକପ ୨୦୨୬ ଜିତି ଇତିହାସ ରଚିଛି। ଷ୍ଟାର ଭାରତୀୟ ଉଇକେଟ୍‌କିପର-ବ୍ୟାଟ୍ସମ୍ୟାନ ସଞ୍ଜୁ ସାମସନ ଏହି ଟାଇଟଲ ବିଜୟର ହିରୋ…

IPL ନିଲାମରେ ମୁହଁମୋଡ଼ି ଦେଇଥିଲେ ସବୁ ଦଳ: ବଦଳ ଭାବେ ଆସି ଚମତ୍କାର କଲେ ଏହି କ୍ରିକେଟର୍‌

କୋଲକାତା,୩।୪: IPL 2026ର ଷଷ୍ଠ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ଇଡେନ ଗାର୍ଡେନରେ ଏକ ଧମାକାଦାର ବ୍ୟାଟିଂ ପ୍ରଦର୍ଶନ କରି ୨୦ ଓଭରରେ ୨୨୬ ରନର ବିଶାଳ ସ୍କୋର…

ଅଭିଷେକ ଶର୍ମାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଲା ବିସିସିଆଇ, ଜାଣନ୍ତୁ କାହିଁକି ମିଳିଲା ଦଣ୍ଡ

ନୂଆଦିଲ୍ଲୀ,୩।୪: କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ଅଭିଷେକ ଶର୍ମା ଗୁରୁବାର ୪୮ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ଏହି ଇନିଂସରେ ସେ ମାତ୍ର ୨୧ ବଲ…

LSG ମାଲିକ ସଞ୍ଜିବ ଗୋଏଙ୍କାଙ୍କ ଉପରେ ରାଗିଲେ ଲଳିତ ମୋଦି; ପନ୍ତଙ୍କୁ କଲେ ସମର୍ଥନ

ନୂଆଦିଲ୍ଲୀ,୩।୪: ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ପରାଜୟ ପରେ, ଲକ୍ଷ୍ନୌ ସୁପର ଜାଏଣ୍ଟସ ମାଲିକ ସଞ୍ଜିବ ଗୋଏଙ୍କା, ଅଧିନାୟକ ରିଷଭ ପନ୍ତ ଏବଂ ମୁଖ୍ୟ ପ୍ରଶିକ୍ଷକ ଜଷ୍ଟିନ ଲାଙ୍ଗରଙ୍କ…

୨୦୨୭ ରୁ ଆଇପିଏଲ ମ୍ୟାଚ ସଂଖ୍ୟା ବୃଦ୍ଧି ପାଇବ? ଅଧ୍ୟକ୍ଷଙ୍କ ଗୁରୁତ୍ୱପୂର୍ଣ୍ଣ ବୟାନ

ନୂଆଦିଲ୍ଲୀ,୩।୪: ଇଣ୍ଡିଆନ ପ୍ରିମିୟର ଲିଗର ୧୯ତମ ସଂସ୍କରଣ ବର୍ତ୍ତମାନ ଚାଲିଛି; ଛଅଟି ମ୍ୟାଚ ଖେଳାଯାଇସାରିଛି, ଏବଂ ଶୁକ୍ରବାର ଚେନ୍ନାଇ ସୁପର କିଙ୍ଗସ ଏବଂ ପଞ୍ଜାବ କିଙ୍ଗସ ମଧ୍ୟରେ…

IPLରେ ଅଭିଷେକଙ୍କ ବଡ଼ କାରନାମା: ୪ ଛକା ମାରି କଲେ ଅନନ୍ୟ ରେକର୍ଡ

କୋଲକାତା,୩।୪: ଇଡେନ ଗାର୍ଡେନ୍ସରେ କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ଅଭିଷେକ ଶର୍ମା ୪୮ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ୨୨୮.୫୭ ଷ୍ଟ୍ରାଇକ ରେଟରେ ଖେଳି ଅଭିଷେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri