Train derail: କାମାକ୍ଷା ଏକ୍ସପ୍ରେସ୍‌ ଲାଇନଚ୍ୟୁତ ପରେ ଫସି ରହିଛନ୍ତି ଯାତ୍ରୀ, କରାଗଲା ସ୍ବତନ୍ତ୍ର ଟ୍ରେନ୍‌ ବ୍ୟବସ୍ଥା

ଚୌଦ୍ୱାର,୩୦।୩: କଟକ ଜିଲା ମଙ୍ଗୁଳି ନିକଟ ନିର୍ଗୁଣ୍ଡିରେ ରବିବାର କାମାକ୍ଷା ଏକ୍ସପ୍ରେସ୍‌ ଲାଇନ୍‌ଚ୍ୟୁତ ହୋଇଛି। ଏହି ଘଟଣାରେ ଜଣେ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ଏକାଧିକ ଆହତ ହୋଇଛନ୍ତି। ଆହତଙ୍କ ଚିକିତ୍ସା ଜାରି ରହିଥିବା ବେଳେ ଫସି ରହିଥିବା ଯାତ୍ରୀଙ୍କୁ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଇବା ସ୍ବତନ୍ତ୍ର ଟ୍ରେନ୍‌ ବ୍ୟବସ୍ଥା କରାଯାଇଛି। ଭୁବନେଶ୍ୱରରୁ ସ୍ବତନ୍ତ୍ର ଟ୍ରେନ୍‌ ବାହାରିଥିବା ବେଳେ ଏହା ନରାଜ ଦେଇ ଯିବ। ଅଧାରେ ଫସିଥିବା ଯାତ୍ରୀଙ୍କୁ ନେଇ ଟ୍ରେନ୍‌ଟି ଗନ୍ତବ୍ୟସ୍ଥଳରେ ପହଞ୍ଚାଇବ ବୋଲି ଜଣାପଡ଼ିଛି।

ସୂଚନା ଥାଉ କି, କାମାକ୍ଷା ଏକ୍ସପ୍ରେସ (ନଂ ୧୨୫୫୧) ବେଙ୍ଗାଲୁରୁରୁ କାମାକ୍ଷା ଯାଉଥିଲା। ନିର୍ଗୁଣ୍ଡିଠାରେ ମଧ୍ୟାହ୍ନରେ ଏକ୍ସପ୍ରେସର ୧୧ଟି ବଗି ଲାଇନ୍‌ଚ୍ୟୁତ ହୋଇଛି। ଘଟଣାସ୍ଥଳରେ ରେଳବାହିନୀ ଟିମ୍‌ ପହଞ୍ଚିଥିବା ଜଣାପଡ଼ିଛି। ଆର୍‌ପିଏଫ୍‌ ଏବଂ ଜିଆର୍‌ପିଏଫ୍‌ ଏବଂ ସ୍ଥାନୀୟ ଲୋକେ ଉଦ୍ଧାର କାର୍ଯ୍ୟ କରୁଥିବା ଜଣାପଡ଼ିଛି। ହେଲେ ଟ୍ରେନ୍‌ କିପରି ଲାଇନଚ୍ୟୁତ ହେଲା ତାହାର କାରଣ ଏଯାଏ ସ୍ପଷ୍ଟ ହୋଇନାହିଁ।

ଅପରପକ୍ଷେ ହେଲ୍ପଲାଇନ୍‌ ନମ୍ବର ଜାରି କରିଛି ପୂର୍ବତଟ ରେଳପଥ। କଟକ ପାଇଁ ହେଲ୍ପ ଲାଇନ୍‌ ନମ୍ବର- ୮୯୯୧୧୨୪୨୩୮, କଟକ ପାଇଁ ମୋବାଇଲ ନଂ- ୭୨୦୫୧୪୯୫୯୧, ଭୁବନେଶ୍ବର ୧ନଂ ପ୍ଲାଟ୍‌ଫର୍ମରେ ହେଲ୍ପ ଡେସ୍କ ବ୍ୟବସ୍ଥା କରାଯାଇଛି। ହେଲ୍ପ ଡେସ୍କ ପାଇଁ ୮୧୧୪୩୮୨୩୭୧ ନଂ ଜାରି କରାଯାଇଛି। ସେହିପରି ଖୋର୍ଦ୍ଧା ରୋଡ୍‌ ପାଇଁ ହେଲ୍ପ ଡେସ୍କ- ୦୬୭୪୨୪୯୨୨୪୫, ଭଦ୍ରକ ପାଇଁ ହେଲ୍ପ ଲାଇନ ନଂ- ୯୪୩୭୪୪୩୪୬୯ ଜାରି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମହିଳାଙ୍କୁ ନେଇ ବଡ଼ ଘୋଷଣା କଲେ ପ୍ରଧାନମନ୍ତ୍ରୀ, ଅପେକ୍ଷାର ଅନ୍ତ ହେବାକୁ…

ନୂଆଦିଲ୍ଲୀ,୧୩।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀରେ ନାରୀ ଶକ୍ତି ବନ୍ଦନ ସମ୍ମିଳନୀକୁ ସମ୍ବୋଧିତ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଦେଶର ବିକାଶ ଯାତ୍ରାର ଏହି ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ…

ଅପମାନିତ ପରେ ମନ ବୁଝିଲାନି, ପୁଣି ଥରେ ଆମେରିକା-ଇରାନ ମଧ୍ୟରେ ଆଲୋଚନା ପାଇଁ ପାକିସ୍ତାନ…

ଇସଲାମାବାଦ,୧୩ା୪: ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ଆଲୋଚନା ବିଫଳ ହେବା ପରେ, ପାକିସ୍ତାନ ଦୁଇ ଦେଶକୁ ଆଲୋଚନା ଟେବୁଲକୁ ଫେରାଇ ଆଣିବା ପାଇଁ…

ବନ୍ଧାହେଲେ କୁବେର ଗୁଡାରି ରେଞ୍ଜର

ଗୁଡାରି,୧୩।୪(ପ୍ରମୋଦ କୁମାର ପତି): ଗୁଡାରି ରେଞ୍ଜର ସୁକୁମାର ଦୁଖୁ ରବିବାର ରାତିରେ ଓଡିଶା ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି। ଗୁଡାରି ରେଞ୍ଜର ନିଜ ଅଫିସ ଗାଡ଼ି (ବୋଲେରୋ…

ରଙ୍ଗ ରୁଟ୍‌ରେ ପଶିଆସିଲା ହାଇଓ୍ବା: ଧକ୍କାଦେଲା କଲେଜ ବସ୍‌,୧୫ରୁ ଉର୍ଦ୍ଧ୍ୱ ଛାତ୍ର ଗୁରୁତର  

କଳିଙ୍ଗନଗର,୧୩୪(ଶୁଭାଶିଷ ରାଉତ ): ଯାଜପୁର ଜିଲା କୋରେଇ ଥାନା ଅନ୍ତର୍ଗତ ଓଉପଦା ଛକ ନିକଟରେ ଏକ ଘରୋଇ କଲେଜ(ପ୍ରୟାସ)ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ରଙ୍ଗରୁଟରେ ପଶିଆସିଥିବା ଏକ ହାଇୱାକୁ…

ଶାନ୍ତି ଆଲୋଚନା ବାଟବଣା ହେବା ବେଳେ, ଆକ୍ରମଣାତ୍ମକ ମନୋଭାବ ଗ୍ରହଣ କରିଛନ୍ତି ଟ୍ରମ୍ପ

ଓ୍ବାଶିଂଟନ,୧୩।୪: ପାକିସ୍ତାନରେ ଆମେରିକା-ଇରାନ ‘ଶାନ୍ତି ଆଲୋଚନା’ ବିଫଳ ହୋଇଛି। ଇରାନ ଆମେରିକୀୟ ପ୍ରସ୍ତାବକୁ ଗ୍ରହଣ କରିବାକୁ ମନା କରିଛି। ଫଳସ୍ବରୂପ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ…

ଯୁବ ବ୍ୟବସାୟୀଙ୍କୁ ଗାଡ଼ି ଚଢ଼ାଇ ହତ୍ୟା ଉଦ୍ୟମ: ପ୍ରି ପ୍ଲାନ୍‌ରେ ଲୁଚାଯାଇଥିବା ଗାଡ଼ି ଜବତ

ବଲାଙ୍ଗୀର/ସଇଁତଳା,୧୩।୪(ସୁନିଲ ମହାନ୍ତି/ରାଖାଲ ପ୍ରସାଦ ଶତପଥୀ): ବଲାଙ୍ଗୀର ଜିଲା ସଇଁତଳା ଜାତୀୟ ରାଜପଥ-୨୬ ନବୀନ ଛକ ନିକଟରେ ଶୁକ୍ରବାର ଅପରାହ୍ନ ସମୟରେ ଏକ ଚାରି ଚକିଆ ଗାଡ଼ି ମଡ଼ାଇ…

ବିଶୋଧିତ ଜଳ ବ୍ୟବହାର କଲେ ମନୁଷ୍ୟ ସମାଜ ସୁସ୍ଥ ରହିବ

ବିଶାଳ ଭୂପୃଷ୍ଠକୁ ସୁବିସ୍ତୃତ ଜଳରାଶି ଚାରିପଟୁ ସଜାଗ ପୋଲିସ ବାହିନୀ ସଦୃଶ ଘେରିରହିଛି। ମହାସାଗର, ସାଗର ଓ ନଦୀଜଳ ଦ୍ୱାରା ଜାଗତିକ ସଭ୍ୟତା ଉନ୍ନତିର ସୋପାନରେ ଆଗେଇ…

ଅନ୍ଧକାର ଘେରରେ ଛତ୍ରପୁର ଶିଶୁ ଉଦ୍ୟାନ; ଜଳୁନି ଲାଇଟ୍, ପ୍ରଶାସନକୁ ଧ୍ୟାନ ଦେବାକୁ ଦାବି

ଛତ୍ରପୁର,୧୩।୪(ଦିଲୀପ ସାମଲ): ସାରା ଦିନ କଠିନ ପରିଶ୍ରମ କରି ପାଠ ପଢୁଥିବା ଶିଶୁଟିଏ ସଞ୍ଜ ନଇଁଲେ ନିଜକୁ ଖେଳ କୁଦରେ ଲିପ୍ତ କରି ଦେଇଥାଏ। ଆଉ ଯେତେବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri