୧୫ରୁ ମାପ ଓଜନ ବିଭାଗର ସ୍ବତନ୍ତ୍ର ଚଢ଼ାଉ

ଭୁବନେଶ୍ୱର,୯।୪(ବ୍ୟୁରୋ): ବିଧାନସଭା ଅଧିବେଶନରେ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କେତେକ ସୁନା ଦୋକାନରେ ମାପ ଓଜନରେ ଠକେଇ ହେଉଥିବା ସୂଚନା ଦେଇଥିଲେ। ଏହାକୁ ନେଇ ଲୋକଙ୍କ ମଧ୍ୟରେ ଛନକା ପଶିଥିବାବେଳେ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଆସନ୍ତା ୧୫ ତାରିଖରୁ ରାଜ୍ୟର ସମସ୍ତ ସୁନା ଦୋକାନରେ ମାପ ଓଜନର ଯାଞ୍ଚ କଡାକଡି କରାଯିବ। ସେହିପରି ପେଟ୍ରୋଲ ପମ୍ପ, ଧର୍ମକଣ୍ଟା, ତେଜରାତି, ମାଛ, ମାଂସ, ପରିବା ଆଦି ଦୋକାନରେ ମଧ୍ୟ ମାପ ଓଜନର ଯାଞ୍ଚ କରାଯିବ ବୋଲି ବୈଧ ମାପ ବିଜ୍ଞାନ ନିର୍ଦ୍ଦେଶାଳୟ ତରଫରୁ ସୂଚନା ମିଳିଛି।
ଅନ୍ୟପକ୍ଷରେ ବିଭାଗୀୟ ନିୟନ୍ତ୍ରକ ସତ୍ୟନାରାୟଣ ଦାଶଙ୍କ ସୂଚନାନୁସାରେ, ଯାଞ୍ଚ, ଜରିମାନା ଓ ଅନ୍ୟ ମାଧ୍ୟମରୁ ରାଜସ୍ବ ଆସୁଛି। ୨୦୨୦-୨୧ରେ ନିର୍ଦ୍ଦେଶାଳୟ ମୋଟ ୧୪ କୋଟି ୧୪ ଲକ୍ଷ ଟଙ୍କାର ରାଜସ୍ବ ପାଇଛି। ୧,୬୨, ୩୯୭ ବ୍ୟବସାୟ ପ୍ରତିଷ୍ଠାନ ଯାଞ୍ଚ କରାଯାଇ ୧୩ କୋଟି ୪ ଲକ୍ଷ ୪ହଜାର ୫୭୩ ଟଙ୍କା ଆଦାୟ ହୋଇଥିଲା। ସେହିପରି ଚଢାଉବେଳେ ୪୨୮୩ଟି ଘଟଣାରେ ଅନିୟମିତତା ଧରାପଡିଥିବାବେଳେ ଜରିମାନା ବାବଦକୁ ୧ କୋଟି ୧୦ ଲକ୍ଷ ୮୩ ହଜାର ୮୦୦ ଟଙ୍କା ଆଦାୟ କରାଯାଇଥିଲା। ସେହିପରି ଜୁଏଲେରୀ ପ୍ରତିଷ୍ଠାନ ଉପରେ ସ୍ବତନ୍ତ୍ର ଚଢ଼ାଉ କରାଯାଇଥିଲା। ମାପ ଓଜନ ଆଇନର ବିଭିନ୍ନ ଧାରାରେ ପ୍ରତିବର୍ଷ ସମୟ ଅନୁଯାୟୀ ମାପ ଓଜନ ଯନ୍ତ୍ରପାତିଗୁଡିକର ନବୀକରଣ କରିବା ପାଇଁ ନିୟମ ରହିଛି। କିନ୍ତୁ କେତେଜଣ ବ୍ୟବସାୟୀ ଲାଭଖୋର ମନୋଭାବ ଯୋଗୁ ଏହା ନ କରି ଗ୍ରାହକଙ୍କୁ ଠକିଥାନ୍ତି। ଏନେଇ ଗତବର୍ଷ ଜୟପୁରରେ ଗୋଟିଏ, ସମ୍ବଲପୁରରେ ଗୋଟିଏ ଓ ଭୁବନେଶ୍ୱର ମୁଖ୍ୟାଳୟରେ ୩ଟି ସ୍କ୍ବାଡ୍‌ ଗଠନ କରାଯାଇ ଚଢାଉ କରାଯାଇଥିଲା। ସେହିପରି ୧୯-୨୦ରେ ବିଭିନ୍ନ ବ୍ୟବସାୟ ପ୍ରତିଷ୍ଠାନ ଯାଞ୍ଚ କରାଯାଇ ୧୩ କୋଟି ୪୪ ଲକ୍ଷ ୪୯ ହଜାର ୪୧୧ ଟଙ୍କା ଓ ଜରିମାନା ବାବଦରୁ ୨କୋଟି ୨୦ ଲକ୍ଷ ରାଜସ୍ବ ଆଦାୟ କରାଯାଇଥିଲା। ତେବେ ବିଭାଗରେ ଆବଶ୍ୟକ କର୍ମଚାରୀ ନ ଥିବାରୁ ଚଢ଼ାଉ ଓ ରାଜସ୍ବ ଆଦାୟରେ ସମସ୍ୟା ଉପୁଜୁଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୩୧ଟି ସହକାରୀ ନିୟନ୍ତ୍ରକ ପଦବୀ ରହିଥିବାବେଳେ ୧୪ ଖାଲିପଡିଛି। ସେହିପରି ସମୁଦାୟ ୮୭ ନିରୀକ୍ଷକ ପଦବୀ ମଧ୍ୟରୁ ୫୧ଜଣ କାର୍ଯ୍ୟ କରୁଥିବାବେଳେ ୩୬ଟି ପଦବୀ ଖାଲିପଡିଛି। ଫଳରେ ଯେଉଁ ମାତ୍ରାରେ ରାଜସ୍ବ ଆଦାୟ ହେବା କଥା, ତାହା ହୋଇପାରୁନାହିଁ ବୋଲି ଦାଶ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନରେ ହେବ ଲକ୍‌ଡାଉନ୍‌

ଇସ୍‌ଲାମାବାଦ,୨୯ା୩: ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁ ପାକିସ୍ତାନରେ ଇନ୍ଧନ ସଙ୍କଟ ଗୁରୁତର ହୋଇପଡିଛି। ଦେଶରେ ଶକ୍ତି ଏବଂ ଇନ୍ଧନ ବ୍ୟବହାର କମାଇବା ଉଦ୍ୟମ ସ୍ବରୂପ ପାକ୍‌ ସରକାର ପ୍ରତି…

ଭିମ୍‌ସାରରେ ପିଜି ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ, ନିର୍ଯାତନା ଅଭିଯୋଗ ନେଇ ଚର୍ଚ୍ଚା

ସମ୍ବଲପୁର,୨୯ା୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ(ଭିମ୍‌ସାର)ର ଜଣେ ପିଜି ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ହୋଇଛନ୍ତି।…

ଇସ୍ରାଏଲ ଉପରେ ବଡ଼ ଆକ୍ରମଣ କଲା ଇରାନ; କେମିକାଲ୍ ଲିକ୍ ନେଇ ଚେତାବନୀ, ଝରକା ବନ୍ଦ ରଖିବାକୁ…

ନୂଆଦିଲ୍ଲୀ,୨୯।୩: ଇରାନ ଇସ୍ରାଏଲର ଏକ ପ୍ରମୁଖ ରାସାୟନିକ କେନ୍ଦ୍ର ଉପରେ ବାଲିଷ୍ଟିକ୍ ମିଶାଇଲ୍ ହମଲା କରିଛି । ଏହା ଫଳରେ ସେହି ସ୍ଥାନରେ ଏକ ବଡ଼ ଅଗ୍ନିକାଣ୍ଡ ଘଟିଛି…

 ଓହରିଯାଉଥିବା ବିଦେଶୀ ଖେଳାଳିଙ୍କୁ କଠୋର ଦଣ୍ଡ ଦେବାକୁ ଦାବି କଲେ ଗାଭାସ୍କର

ନୂଆଦିଲ୍ଲୀ,୨୯ା୩: କିମ୍ବଦନ୍ତୀ ଭାରତୀୟ କ୍ରିକେଟର ସୁନୀଲ ଗାଭାସ୍କର ଆଇପିଏଲ୍‌ରୁ ଅନ୍ତିମ ସମୟରେ ଓହରିଯାଉଥିବା ବିଦେଶୀ ଖେଳାଳିଙ୍କ ପାଇଁ କଠୋର ଦଣ୍ଡ ଲାଗି ଦାବି କରିଛନ୍ତି। ଏଥିସହିତ ବର୍ତ୍ତମାନ…

ଅଭିଯୋଗର ୧୨ ଘଣ୍ଟା ମଧ୍ୟରେ ନିଖୋଜ ନାବାଳିକାଙ୍କୁ ଖୋଜିଲା ପାଟପୁର ପୋଲିସ, ଗାଁରୁ….

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଉଦ୍ଧାର କଲା…

ଆମେରିକାକୁ ଧମକ ଦେଲା ତେହେରାନ, ‘ସାର୍କର ଖାଦ୍ୟ ହେବେ…..’

ନୂଆଦିଲ୍ଲୀ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ଅନ୍ତ ପାଇଁ ପ୍ରୟାସ ଚାଲିଥିବା ବେଳେ ଉଭୟ ପକ୍ଷ ପରସ୍ପର ଉପରେ ନିରନ୍ତର ଆକ୍ରମଣ ଜାରି ରଖିଛନ୍ତି । ଆମେରିକାର ସ୍ଥଳ…

ଗାଧୋଇବାକୁ ଯାଇ ମହାନଦୀରେ ବୁଡ଼ିଗଲେ ନାବାଳକ

ବାଙ୍କୀ,୨୯।୩(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ବୈଦେସ୍ବର ଥାନା ଅଧୀନ ମହାନଦୀରେ ଗାଧୋଉଥିବା ବେଳେ ପାଣିରେ ବୁଡି ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଶୁଭମ୍‌ କୁମାର ରାଉତ(୧୫)।…

ବରଗଡ଼ରେ ଟମାଟୋର ଅଭାବୀ ବିକ୍ରି, ମିଳୁନି ମୂଲ

ବରଗଡ଼,୨୯।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଧାନ ଭଳି ବିଭିନ୍ନ ପନିପରିବାରେ ମଧ୍ୟ ଅଭାବୀ ବିକ୍ରି ସ୍ଥିତି ଉପୁଜିଛି । ଫଳରେ ଚାଷୀଙ୍କୁ କ୍ଷତି ସହିବାକୁ ପଡୁଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri