Posted inଜାତୀୟ

ବିଶ୍ୱ ପରିବେଶ ଦିବସ ଅବସରରେ ଆର୍ଟ ଅଫ ଲିଭିଙ୍ଗର ସ୍ବତନ୍ତ୍ର କାର୍ଯ୍ୟକ୍ରମ…

ନୂଆଦିଲ୍ଲୀ, ୪।୬ : ବିଶ୍ୱ ପରିବେଶ ଦିବସ ଅବସରରେ, ଆର୍ଟ ଅଫ ଲିଭିଙ୍ଗ ପକ୍ଷରୁ ଆଜାଦି କା ଅମୃତ ମହୋତ୍ସବ ଉତ୍ସବର ଏକ ଅଂଶ ଭାବରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଘୋଷଣା କରାଯାଇଛି। ଏକ ସ୍ଥାୟୀ, ଶାନ୍ତିପୂର୍ଣ୍ଣ, ଶକ୍ତିଶାଳୀ ଏବଂ ସବୁଜ ଭାରତ ଗଠନରେ ଏହା ବେଶ୍‌ ଉପଯୋଗୀ ହେବ।

ଏହା ଅଅନ୍ତର୍ଗତ ୭୫ ନଦୀର ନବୀକରଣ, ପାଞ୍ଚ ଲକ୍ଷ ଗଛ ଲଗାଯିବ, ୭୫ ଟି ଦକ୍ଷତା ବିକାଶ କେନ୍ଦ୍ର, ଜେଲରେ ୭୫ ଟି ଡିଜିଟାଲ ସାକ୍ଷରତା କେନ୍ଦ୍ର ଏବଂ ସୀମାନ୍ତବର୍ତ୍ତୀ ଗ୍ରାମରେ ୭୫ ଟି ବିଦ୍ୟାଳୟର ସୌର ବିଦ୍ୟୁତିକରଣ ପାଇଁ ଆର୍ଟ ଅଫ ଲିଭିଙ୍ଗ ପକ୍ଷରୁ ଘୋଷଣା କରାଯାଇଛି।

ନଦୀ ନବୀକରଣ ପ୍ରକଳ୍ପ ଅଧୀନରେ, ୫ ଟି ଭାରତୀୟ ରାଜ୍ୟରେ ୪୯ ଟି ନଦୀର ପୁନରୁଦ୍ଧାର କରାଯାଇଛି। ଆର୍ଟ ଅଫ ଲିଭିଙ୍ଗ ସ୍ବେଚ୍ଛାସେବୀମାନଙ୍କ ଦ୍ୱାରା ସାରା ବିଶ୍ୱରେ ୮୧ ମିଲିୟନରୁ ଅଧିକ ବୃକ୍ଷ ରୋପଣ କରାଯାଇଛି। ଆର୍ଟ ଅଫ ଲିଭିଙ୍ଗ ସମଗ୍ର ଭାରତରେ ୫୨ ଟି ଦକ୍ଷତା ବିକାଶ କେନ୍ଦ୍ର ଏବଂ ୨୨ ଟି କାରାଗାର ପ୍ରତିଷ୍ଠା କରିଛି। ଏହାସହ ୧୪୫ ଟି ବିଦ୍ୟାଳୟକୁ ସୌର ବିଦ୍ୟୁତକରଣ କରାଯାଇଛି, ସେଥିମଧ୍ୟରୁ ୨୦ ଟି ସୀମାନ୍ତ ଗ୍ରାମରେ ଅଛି ।

ବିଶ୍ୱ ପରିବେଶ ଦିବସ ଅବସରରେ ପଣ୍ଡିତ ରବି ଶଙ୍କର କହିଛନ୍ତି ଯେ ଜଳ, ବାୟୁ ଏବଂ ପୃଥିବୀକୁ ଶୁଦ୍ଧ ରଖିବା ପାଇଁ ଏକ ପ୍ରତିଶ୍ରୁତି ଆଧାରରେ ଆର୍ଟ ଅଫ ଲିଭିଙ୍ଗ କାର୍ଯ୍ୟ କରୁଛି। ବିଶ୍ୱ ମାନବିକତା ତଥା ଦି ଆର୍ଟ ଅଫ ଲିଭିଙ୍ଗର ପ୍ରତିଷ୍ଠାତା ଗୁରୁଦେବ ଶ୍ରୀ ଶ୍ରୀ ରବି ଶଙ୍କର କହିଛନ୍ତି ଯେ ୭୫ ଟି ନଦୀର ପୁନରୁଦ୍ଧାର ଏବଂ ନବୀକରଣ ପାଇଁ ଆମର ସଂଗଠନ ଦାୟିତ୍ୱ ଗ୍ରହଣ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ଧୁ ମିଳନ ନାମରେ ବଳ କଷିଲେ ଯୁବ ଗୋଷ୍ଠୀ: ସାମିଲ ହେଲେ ଶହ ଶହ…

ଗଞ୍ଜାମ,୩।୪(ବିଦ୍ୟାଧର ସାହୁ ): ୧୬ ନଂ ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ମା’ ଏଲେମା ମନ୍ଦିର ପ୍ରାଙ୍ଗଣରେ ଗଞ୍ଜାମ ସହରର ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଶୁକ୍ରବାର…

ଉତ୍ସବମୁଖର ଦାରିଙ୍ଗବାଡି: ଉତ୍ସାହ ସହ ପାଳନହେଲା ଗୁଡ ଫ୍ରାଇଡେ, ଯୀଶୁଖ୍ରୀଷ୍ଟଙ୍କ ଯାତନାର ଦୃଶ୍ୟ…

ଦାରିଙ୍ଗବାଡି,୩।୪ (ଅରୁଣ ସାହୁ): ଗୁଡ୍‌ ଫ୍ରାଇଡେ ପାଇଁ କନ୍ଧମାଳ ଜିଲା  ଉତ୍ସବ ମୁଖର ହୋଇଥିବା ବେଳେ ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ମଧ୍ୟ ଏହି ପର୍ବ ବଡ଼ ଧୁମଧାମରେ…

ମାମୁଁ ଘରକୁ ଆସି ଗତକାଲିଠୁ ଥିଲେ ନିଖୋଜ: ଆଜି କେନାଲରୁ ମିଳିଲା ମୃତଦେହ, ପରିବାର ଲୋକେ ଆଣିଲେ ସାଂଘାତିକ ଅଭିଯୋଗ

ପଟ୍ଟାମୁଣ୍ଡାଇ ୩।୪(କଳ୍ପତରୁ ନାୟକ) କେନ୍ଦ୍ରାପଡା ଜିଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗୁରୁବାର ପୂର୍ବାହ୍ନରୁ ନିଖୋଜ ଥିବା ଜଣେ ୭ ବର୍ଷୀୟ ନାବାଳିକା ସ୍କୁଲ…

ଇସ୍ରାଏଲକୁ ‘ପଙ୍ଗୁ’ କରିଦେଲା ଇରାନ: IDF ‘ଗୁପ୍ତଚର’ଙ୍କୁ ତାଲିମ ଦେଇଥିବା କାରଖାନାକୁ ଉଡ଼ାଇ ଦେଲା

ତେହରାନ,୩।୪: ଇରାନ ପୁଣିଥରେ ଇସ୍ରାଏଲର ଏକ ଉଚ୍ଚ-ପ୍ରଯୁକ୍ତି ପ୍ରତିରକ୍ଷା କେନ୍ଦ୍ର ଉପରେ ଏକ ସଠିକ ବାଲିଷ୍ଟିକ କ୍ଷେପଣାସ୍ତ୍ର ଆକ୍ରମଣ କରିଛି। ଏଥର, ଟାର୍ଗେଟ ଥିଲା ପେଟାହ ଟିକଭା…

ଆମେରିକାକୁ ଇରାନର ଖୋଲା ଧମକ, କହିଲା ‘ଆମେ ଆମେରିକାକୁ ପ୍ରସ୍ତର ଯୁଗଠାରୁ ବି ପୂର୍ବ ଯୁଗକୁ ଫେରାଇ ଦେବୁ’

ତେହରାନ,୩।୪: ମଧ୍ୟପ୍ରାଚ୍ୟରେ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ଏବେ ଆହୁରି ବିପଦପୂର୍ଣ୍ଣ ପର୍ଯ୍ୟାୟରେ ପ୍ରବେଶ କରିଛି। ଏହି ମୁକାବିଲା ଆଉ କେବଳ ଦୁଇଟି ରାଷ୍ଟ୍ର…

ରାଜ୍ୟ ସଭାର ଉପନେତା ପଦରୁ ହଟାଯିବା ପରେ କମିଯିବ କି ରାଘବ ଚଢାଙ୍କ ଦରମା? ଜାଣନ୍ତୁ କ’ଣ ରହିଛି ନିୟମ

ନୂଆଦିଲ୍ଲୀ,୩।୪: ରାଜ୍ୟ ସଭାରେ ଉପନେତା ପଦରୁ ରାଘବ ଚଢାଙ୍କୁ ହଟାଇବା ପରେ ରାଜନୈତିକ ବିତର୍କ ଆରମ୍ଭ ହୋଇଛି। ଅଶୋକ ମିତ୍ତଲ ଏବେ ଏହି ଭୂମିକା ଗ୍ରହଣ କରିବେ।…

ସ୍ତ୍ରୀଙ୍କ ସହ ଯାଇଥିଲେ ଶ୍ୱଶୁର ଘର: ଘରେ ବୁଲିଲା କଳାକନା

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଜଗନ୍ନାଥ ମନ୍ଦିର ସାହିରେ ରହୁଥିବା ରାଜମିସ୍ତ୍ରୀ ପିଣ୍ଟୁ ସାହୁଙ୍କ ଘର ତାଲା ଭାଙ୍ଗି ଦୁର୍ୱୃତ୍ତମାନେ କଳାକନା…

ଶପଥ ନେଲେ ନବନିର୍ବାଚିତ ବାର ଆସୋସିଏଶନ କର୍ମକର୍ତ୍ତା, ଜାଣନ୍ତୁ ସେମାନେ କିଏ…

ଭଞ୍ଜନଗର,୩।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନର ନବ ନିର୍ବାଚିତ କର୍ମକର୍ତ୍ତାମାନେ ଶୁକ୍ରବାର ଶପଥ ନେଇଛନ୍ତି। ନିର୍ବାଚନ ଅଧିକାରୀ ଲଡ଼ୁ କିଶୋର ଅଳତିଆ ନବନିର୍ବାଚିତ କର୍ମକର୍ତ୍ତାଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri