Posted inଜାତୀୟ

ରାଜଧାନୀର ୩୦ ସ୍ଥାନରେ ଡମି ଆଇଇଡ଼ି ପ୍ଲାଣ୍ଟ କରିଛି ସ୍ପେଶାଲ ସେଲ, ପୋଲିସ ବିଭାଗକୁ ମିଳିଛି ୧୨ର ସୂଚନା…

ନୂଆଦିଲ୍ଲୀ,୧୪।୭ : ରାଜଧାନୀ ଦିଲ୍ଲୀରେ ପୋଲିସ ବିଭାଗର ପ୍ରସ୍ତୁତିକୁ ପରୀକ୍ଷାମୂଳକ ଭାବେ ଯାଞ୍ଚ କରିବା ପାଇଁ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ ଗତ ଏକ ମାସ ମଧ୍ୟରେ ଉଚ୍ଚ ଫୁଟଫଲ ସ୍ଥାନରେ ୩୦ ଡମି ଇମ୍ପ୍ରୋଭାଇଜଡ ବିସ୍ଫୋରକ ଉପକରଣ (ଆଇଇଡି) ସ୍ଥାପନ କରିଛି। ଏଥିମଧ୍ୟରୁ ଜନସାଧାରଣ, ବେସରକାରୀ ସୁରକ୍ଷାକର୍ମୀ ଏବଂ ସ୍ଥାନୀୟ ପୋଲିସ କେବଳ ୧୨ଟି ଖୋଜି ପାଇ ପାରିଛନ୍ତି।

ଭାରତୀୟ ଉପମହାଦେଶରେ ଅଲ-କାଏଦା ଚେତାବନୀ ଦେବା ପରେ ଏଭଳି ଡମି ଆଇଇଡି ପ୍ଳାଣ୍ଟ୍‌ କରାଯାଇ ପୋଲିସ ପ୍ରସ୍ତୁତି ଯାଞ୍ଚ୍‌ କରିବାକୁ ନିଷ୍ପତ୍ତି ନିଆଯାଇଥିଲା।

ନିଲମ୍ବିତ ଭାଜପା ନେତା ନୂପୁର ଶର୍ମାଙ୍କ ବିବାଦୀୟ ବକ୍ତବ୍ୟକୁ ନେଇ ଦିଲ୍ଲୀ, ମୁମ୍ବାଇ, ଉତ୍ତରପ୍ରଦେଶ ଏବଂ ଗୁଜରାଟରେ ଆତ୍ମଘାତୀ ବିସ୍ଫୋରଣ କରିବାକୁ ଆତଙ୍କବାଦୀ ସଂଗଠନ ଧମକ ଦେଇଛି। ନିକଟରେ କ୍ରାଇମବ୍ରାଞ୍ଚ ସମୀକ୍ଷା ବୈଠକରେ ସ୍ପେଶାଲ କମିଶନର ପୋଲିସ (ସ୍ପେଶାଲ ସେଲ) ହରଗୋବିନ୍ଦର ସିଂ ଧାଲିୱାଲ ଏପରି ନକଲି ଅନୁପ୍ରବେଶ ଅଭ୍ୟାସ ବିଷୟରେ ପୋଲିସ କମିଶନର ରାକେଶ ଆସ୍ଥାନାଙ୍କ ସମ୍ମୁଖରେ ଏକ ଉପସ୍ଥାପନା କରିଥିଲେ।

ଇଣ୍ଡିଆନ ଏକ୍ସପ୍ରେସ ରିପୋର୍ଟ ଅନୁଯାୟୀ, ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି, ଜୁନ ୧୨ ରେ ଦିଲ୍ଲୀର ବିଭିନ୍ନ ଜିଲାରେ ୧୫ଟି ଡମି ଆଇଇଡି ଲଗାଯାଇଥିଲା। ସେଥିମଧ୍ୟରୁ ୧୦ ଟି ଚିହ୍ନଟ କରାଯାଇଥିଲା। ସେଥିରୁ ୨ଟି ସାଧାରଣ ଲୋକେ ପାଇଥିଲେ। ଦକ୍ଷିଣ, ରୋହିଣୀ ଏବଂ ବାହ୍ୟ ଜିଲାର ମଲ ସୁରକ୍ଷାକର୍ମୀ ୨ଟି ଖୋଜି ପାଇଥିଲେ। ସେହିପରି ୫ଟିର ସନ୍ଧାନ ଦକ୍ଷିଣ-ପୂର୍ବ ଏବଂ ଉତ୍ତର ଜିଲାର ଉତ୍ତର, ଉତ୍ତର-ପୂର୍ବ, ପୂର୍ବ, ଉତ୍ତର-ପଶ୍ଚିମ ଏବଂ ବାହ୍ୟ ଉତ୍ତର ଜିଲାର ସ୍ଥାନୀୟ ପୋଲିସକୁୂ ମିଳିଥିଲା।

ଧଲିୱାଲ କହିଛନ୍ତି ଯେ ଜୁନ ୨୮ରେ ପୁନର୍ବାର ସମସ୍ତ ଜିଲାରେ ୧୫ ଡମି ଆଇଇଡି ଲଗାଯାଇଥିଲା। କିନ୍ତୁ ଏଥର ୧୩ ଟି ଚିହ୍ନଟ ହୋଇପାରି ନାହିଁ। ଚିହ୍ନଟ ହୋଇଥିବା ଦୁଇ ଆଇଇଡି ଉତ୍ତର ସୀମାରେ ଲଗାଯାଇଥିଲା। ଜଣେ ଅଧିକାରୀ କହିଛନ୍ତି,ଏଗୁଡ଼ିକୁ ସ୍ପେଶାଲ ସେଲ୍‌ ଦ୍ୱାରା ଲଗାଯାଇଥିଲା। ଗୋଟିଏ ଫୁଲପାତ୍ରରୁ, ଗୋଟିଏ ମଲରେ ଥିବା ଡଷ୍ଟବିନ ନିକଟରୁ ଏବଂ ଗୋଟିଏ ପାଲିକା ବଜାରର ଫାଟକ ବାହାରୁ ମିଳିଛି।

ଉପସ୍ଥାପନା ପରେ ଆସ୍ଥାନା ଧଲିୱାଲଙ୍କୁ ଆଇଜି ବିମାନ ବନ୍ଦର, ରେଳବାଇ ଏବଂ ମେଟ୍ରୋ ଷ୍ଟେଶନରେ ପୋଲିସର ସଜାଗତା ଯାଞ୍ଚ ଏବଂ ସୁନିଶ୍ଚିତ କରିବା ପାଇଁ କହିଥିଲେ। ପ୍ରାରମ୍ଭରେ, ସ୍ପେଶାଲ ସେଲ ମାସରେ ଦୁଇଥର ଏହିପରି ଅଭିଯାନ କରିବାକୁ ନିଷ୍ପତ୍ତି ନେଇଥିଲା। କିନ୍ତୁ ବର୍ତ୍ତମାନ ସେମାନେ ପ୍ରତି ମାସରେ ଥରେ ଏହା କରିବାକୁ ଯୋଜନା କରିଛନ୍ତି।
ଗତ ମାସରେ ଡିସିପି (ସ୍ପେଶାଲ ସେଲ) ପଣ୍ଡିତ ପ୍ରତାପ ସିଂଙ୍କ ଦ୍ୱାରା ଜାରି କରାଯାଇଥିବା ଏକ ଚିଠିରେ ପୋଲିସ କର୍ମଚାରୀଙ୍କୁ ପ୍ରଫେଟ ମହମ୍ମଦଙ୍କ ବିରୋଧ ବିବାଦୀୟ ବିବୃତ୍ତି ନେଇ ଭାରତରେ ଅଲ-କାଏଦା ଆତ୍ମଘାତୀ ଆକ୍ରମଣର ଧମକକୁ ଧ୍ୟାନରେ ରଖିବାକୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦମଦାର ବିଜୟ ସହ ସିଜିନ୍‌ ଆରମ୍ଭ କଲା ରାଜସ୍ଥାନ ରୟାଲ

ଗୁଆହାଟୀ,୩୦।୩: ରାଜସ୍ଥାନ ରୟାଲ୍ସ ଏକ ଦମଦାର ବିଜୟ ସହିତ IPL 2026 ସିଜିନ ଆରମ୍ଭ କରିଛି। ଗୁଆହାଟୀରେ ଖେଳାଯାଇଥିବା ସେମାନଙ୍କର ପ୍ରଥମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ସମ୍ପୂର୍ଣ୍ଣ…

୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ

ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ…

ଡାକ୍ତରଙ୍କ ପାଖକୁ ଯାଆନ୍ତୁ ନିଶିକାନ୍ତ ଦୁବେ: ବର୍ଷିଲେ ନବୀନ

ଭୁବନେଶ୍ୱର, ୩୦।୩: ଏମ୍‌ପି ନିଶିକାନ୍ତ ଦୁବେଙ୍କ ଦ୍ୱାରା ବିଜୁ ବାବୁଙ୍କ ବାବଦରେ ରବିବାର ରଖାଯାଇଥିବା ବିବୃତ୍ତି ଶୁଣି ଆଶ୍ଚର୍ଯ୍ୟ ହେଲି। ତାଙ୍କର ଏଭଳି ମନ୍ତବ୍ୟକୁ ନିନ୍ଦା କରୁଛି।…

ବିଜୁ ପଟ୍ଟନାୟକଙ୍କ ଉପରେ ଅସମ୍ମାନଜନକ ମନ୍ତବ୍ୟକୁ ନେଇ ମୁହଁ ଖୋଲିଲେ ବୈଜୟନ୍ତ ପଣ୍ଡା: କହୁ କହୁ କହିଦେଲେ…

ଭୁବନେଶ୍ୱର,୩୦।୩: ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କୁ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ରାଜନୀତି ଜୋର ଧରିଛି। ବିଜୁ ବାବୁଙ୍କ ପ୍ରତି ମନ୍ତବ୍ୟ ନେଇ…

ନାବାଳିକାଙ୍କୁ ଅପହରଣ କରିନେଇଥିଲେ ଶୁଭମ, ବଳାତ୍କାର ପରେ…

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ପାଟପୁର ପୋଲିସ…

କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ଚାଷୀ ଶୁଣିଲେ ହୋଇଯିବେ ଖୁସି

ନୂଆଦିଲ୍ଲୀ,୩୦।୩: ଦେଶରେ ଆଗାମୀ ଖରିଫ ଋତୁକୁ ନେଇ ଚାଷୀମାନେ କିଛି ଆଶ୍ୱସ୍ତି ପାଇଛନ୍ତି। କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି ଯେ ଦେଶରେ ପ୍ରଚୁର ପରିମାଣରେ ସାର ଗଚ୍ଛିତ…

ମୋଦିଙ୍କୁ ନେଇ ଏମିତି କହିଦେଲେ ଓମାର ଅବଦୁଲ୍ଲା: ରାଜନୀତିରେ ହଲଚଲ

ଶ୍ରୀନଗର,୩୦।୩: ଜମ୍ମୁ ଏବଂ କଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଯୁଦ୍ଧକୁ ନେଇ ନିଜ ମତ ରଖିଛନ୍ତି। ସେ କହିଛନ୍ତି, ଆମେ ନିଶ୍ଚିତ ଭାବରେ ଆଶା କରୁଛୁ ଯେ…

ଦିଗପହଣ୍ଡିରେ ଅସାମାଜିକ ଯୁବକଙ୍କ ଆତଙ୍କ: ଦେଶୀମଦ ପାଇଁ କରୁଛନ୍ତି ଚୋରି

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ସହରରେ ଅସାମାଜିକ ଯୁବକଙ୍କ ଆତଙ୍କରାଜ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ପୁଞ୍ଜିକଂୟା ଛକ, ବଜାର ସାହି, ଜନତା ଲେନ, ମେଡିକାଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri