Posted inଜାତୀୟ

ରାଜଧାନୀର ୩୦ ସ୍ଥାନରେ ଡମି ଆଇଇଡ଼ି ପ୍ଲାଣ୍ଟ କରିଛି ସ୍ପେଶାଲ ସେଲ, ପୋଲିସ ବିଭାଗକୁ ମିଳିଛି ୧୨ର ସୂଚନା…

ନୂଆଦିଲ୍ଲୀ,୧୪।୭ : ରାଜଧାନୀ ଦିଲ୍ଲୀରେ ପୋଲିସ ବିଭାଗର ପ୍ରସ୍ତୁତିକୁ ପରୀକ୍ଷାମୂଳକ ଭାବେ ଯାଞ୍ଚ କରିବା ପାଇଁ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ ଗତ ଏକ ମାସ ମଧ୍ୟରେ ଉଚ୍ଚ ଫୁଟଫଲ ସ୍ଥାନରେ ୩୦ ଡମି ଇମ୍ପ୍ରୋଭାଇଜଡ ବିସ୍ଫୋରକ ଉପକରଣ (ଆଇଇଡି) ସ୍ଥାପନ କରିଛି। ଏଥିମଧ୍ୟରୁ ଜନସାଧାରଣ, ବେସରକାରୀ ସୁରକ୍ଷାକର୍ମୀ ଏବଂ ସ୍ଥାନୀୟ ପୋଲିସ କେବଳ ୧୨ଟି ଖୋଜି ପାଇ ପାରିଛନ୍ତି।

ଭାରତୀୟ ଉପମହାଦେଶରେ ଅଲ-କାଏଦା ଚେତାବନୀ ଦେବା ପରେ ଏଭଳି ଡମି ଆଇଇଡି ପ୍ଳାଣ୍ଟ୍‌ କରାଯାଇ ପୋଲିସ ପ୍ରସ୍ତୁତି ଯାଞ୍ଚ୍‌ କରିବାକୁ ନିଷ୍ପତ୍ତି ନିଆଯାଇଥିଲା।

ନିଲମ୍ବିତ ଭାଜପା ନେତା ନୂପୁର ଶର୍ମାଙ୍କ ବିବାଦୀୟ ବକ୍ତବ୍ୟକୁ ନେଇ ଦିଲ୍ଲୀ, ମୁମ୍ବାଇ, ଉତ୍ତରପ୍ରଦେଶ ଏବଂ ଗୁଜରାଟରେ ଆତ୍ମଘାତୀ ବିସ୍ଫୋରଣ କରିବାକୁ ଆତଙ୍କବାଦୀ ସଂଗଠନ ଧମକ ଦେଇଛି। ନିକଟରେ କ୍ରାଇମବ୍ରାଞ୍ଚ ସମୀକ୍ଷା ବୈଠକରେ ସ୍ପେଶାଲ କମିଶନର ପୋଲିସ (ସ୍ପେଶାଲ ସେଲ) ହରଗୋବିନ୍ଦର ସିଂ ଧାଲିୱାଲ ଏପରି ନକଲି ଅନୁପ୍ରବେଶ ଅଭ୍ୟାସ ବିଷୟରେ ପୋଲିସ କମିଶନର ରାକେଶ ଆସ୍ଥାନାଙ୍କ ସମ୍ମୁଖରେ ଏକ ଉପସ୍ଥାପନା କରିଥିଲେ।

ଇଣ୍ଡିଆନ ଏକ୍ସପ୍ରେସ ରିପୋର୍ଟ ଅନୁଯାୟୀ, ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି, ଜୁନ ୧୨ ରେ ଦିଲ୍ଲୀର ବିଭିନ୍ନ ଜିଲାରେ ୧୫ଟି ଡମି ଆଇଇଡି ଲଗାଯାଇଥିଲା। ସେଥିମଧ୍ୟରୁ ୧୦ ଟି ଚିହ୍ନଟ କରାଯାଇଥିଲା। ସେଥିରୁ ୨ଟି ସାଧାରଣ ଲୋକେ ପାଇଥିଲେ। ଦକ୍ଷିଣ, ରୋହିଣୀ ଏବଂ ବାହ୍ୟ ଜିଲାର ମଲ ସୁରକ୍ଷାକର୍ମୀ ୨ଟି ଖୋଜି ପାଇଥିଲେ। ସେହିପରି ୫ଟିର ସନ୍ଧାନ ଦକ୍ଷିଣ-ପୂର୍ବ ଏବଂ ଉତ୍ତର ଜିଲାର ଉତ୍ତର, ଉତ୍ତର-ପୂର୍ବ, ପୂର୍ବ, ଉତ୍ତର-ପଶ୍ଚିମ ଏବଂ ବାହ୍ୟ ଉତ୍ତର ଜିଲାର ସ୍ଥାନୀୟ ପୋଲିସକୁୂ ମିଳିଥିଲା।

ଧଲିୱାଲ କହିଛନ୍ତି ଯେ ଜୁନ ୨୮ରେ ପୁନର୍ବାର ସମସ୍ତ ଜିଲାରେ ୧୫ ଡମି ଆଇଇଡି ଲଗାଯାଇଥିଲା। କିନ୍ତୁ ଏଥର ୧୩ ଟି ଚିହ୍ନଟ ହୋଇପାରି ନାହିଁ। ଚିହ୍ନଟ ହୋଇଥିବା ଦୁଇ ଆଇଇଡି ଉତ୍ତର ସୀମାରେ ଲଗାଯାଇଥିଲା। ଜଣେ ଅଧିକାରୀ କହିଛନ୍ତି,ଏଗୁଡ଼ିକୁ ସ୍ପେଶାଲ ସେଲ୍‌ ଦ୍ୱାରା ଲଗାଯାଇଥିଲା। ଗୋଟିଏ ଫୁଲପାତ୍ରରୁ, ଗୋଟିଏ ମଲରେ ଥିବା ଡଷ୍ଟବିନ ନିକଟରୁ ଏବଂ ଗୋଟିଏ ପାଲିକା ବଜାରର ଫାଟକ ବାହାରୁ ମିଳିଛି।

ଉପସ୍ଥାପନା ପରେ ଆସ୍ଥାନା ଧଲିୱାଲଙ୍କୁ ଆଇଜି ବିମାନ ବନ୍ଦର, ରେଳବାଇ ଏବଂ ମେଟ୍ରୋ ଷ୍ଟେଶନରେ ପୋଲିସର ସଜାଗତା ଯାଞ୍ଚ ଏବଂ ସୁନିଶ୍ଚିତ କରିବା ପାଇଁ କହିଥିଲେ। ପ୍ରାରମ୍ଭରେ, ସ୍ପେଶାଲ ସେଲ ମାସରେ ଦୁଇଥର ଏହିପରି ଅଭିଯାନ କରିବାକୁ ନିଷ୍ପତ୍ତି ନେଇଥିଲା। କିନ୍ତୁ ବର୍ତ୍ତମାନ ସେମାନେ ପ୍ରତି ମାସରେ ଥରେ ଏହା କରିବାକୁ ଯୋଜନା କରିଛନ୍ତି।
ଗତ ମାସରେ ଡିସିପି (ସ୍ପେଶାଲ ସେଲ) ପଣ୍ଡିତ ପ୍ରତାପ ସିଂଙ୍କ ଦ୍ୱାରା ଜାରି କରାଯାଇଥିବା ଏକ ଚିଠିରେ ପୋଲିସ କର୍ମଚାରୀଙ୍କୁ ପ୍ରଫେଟ ମହମ୍ମଦଙ୍କ ବିରୋଧ ବିବାଦୀୟ ବିବୃତ୍ତି ନେଇ ଭାରତରେ ଅଲ-କାଏଦା ଆତ୍ମଘାତୀ ଆକ୍ରମଣର ଧମକକୁ ଧ୍ୟାନରେ ରଖିବାକୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

ନୂଆବର୍ଷରୁ ବଦଳିଯିବ ଏହି ୧୦ନିୟମ, ଜାନୁଆରୀରୁ ବଢିଯିବ ପେଟ୍ରୋଲ-ଗ୍ୟାସ ଦର!

ନୂଆଦିଲ୍ଲୀ,୨୬।୧୨: ନୂଆବଷର୍ର୍ ୨୦୨୬ କେବଳ କ୍ୟାଲେଣ୍ଡରରେ ପରିବର୍ତ୍ତନ ପର୍ଯ୍ୟନ୍ତ ସୀମିତ ରହିବ ନାହିଁ; ଏହା ସହିତ ଅନେକ ନିୟମ ମଧ୍ୟ ଆଣିବ ଯାହା ସିଧାସଳଖ ଆପଣଙ୍କ...

ପ୍ରତିଶ୍ରୁତି ଭୁଲିଯାଇଛି ଭାଜପା: ପ୍ରତିଷ୍ଠା ଦିବସରେ ଗର୍ଜିଲା ବିଜେଡି

ଭଞ୍ଜନଗର,୨୬।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ବାଉଁଶଲୁଣ୍ଡି ବିଜୁ ସ୍ମୃତି ଭବନ ଠାରେ ଶୁକ୍ରବାର ବିଜେଡିର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏଥିରେ ବିଜେଡି ବ୍ଲକ...

ଖୁବଶୀଘ୍ର BSNL ବନ୍ଦ କରିଦେବ ଏହି ସର୍ଭିସ, ଲକ୍ଷଲକ୍ଷ ୟୁଜର୍ସଙ୍କ ଉପରେ ପଡିବ ପ୍ରଭାବ

ନୂଆଦିଲ୍ଲୀ,୨୬।୧୨: ଦେଶର ସରକାରୀ ଟେଲିକମ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ (BSNL) ଏହାର 3G ସେବା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଆଗାମୀ କିଛି...

ୟୁନୁସ ସରକାରଙ୍କ କ୍ଲାସ୍‌ ନେଲା ଭାରତ: ଆମେ ଅଣଦେଖା କରିପାରିବୁ ନାହିଁ…

ଢାକା,୨୬।୧୨: ବାଂଲାଦେଶରେ ଚାଲିଥିବା ରାଜନୈତିକ ସଙ୍କଟ ଏବଂ ସଂଖ୍ୟାଲଘୁ ହିନ୍ଦୁଙ୍କ ଉପରେ ଅତ୍ୟାଚାର ସମ୍ପର୍କରେ ଭାରତ ସରକାର ଏକ ବିବୃତ୍ତି ଜାରି କରିଛନ୍ତି। ବୈଦେଶିକ ମନ୍ତ୍ରଣାଳୟର...

ମାତ୍ର ୫୬ ବଲରେ କମାଲ୍‌ କରିଦେଲେ ରିଙ୍କୁ ସିଂ: ଟି-୨୦ ବିଶ୍ୱକପ୍‌ ପୂର୍ବରୁ…

ନୂଆଦିଲ୍ଲୀ,୨୬।୧୨: ବିଜୟ ହଜାରେ ଟ୍ରଫିରେ ଚଣ୍ଡିଗଡ଼ ବିପକ୍ଷରେ ଉତ୍ତର ପ୍ରଦେଶର ଅଧିନାୟକ ରିଙ୍କୁ ସିଂହ ଏକ ଚମତ୍କାର ଶତକ ହାସଲ କରିଥିଲେ। ଏହା ପୂର୍ବରୁ, ୟୁପି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri