ସ୍ବତନ୍ତ୍ର ଅଡିଟ୍‌ କହୁଛି ୨୦୬ କୋଟି ଟଙ୍କା ଆତ୍ମସାତ୍‌

ଭାପୁର ୪ା୨(ଭରତ କୁମାର ବେହେରା)ବର୍ଷ ବର୍ଷ ଧରି ସରକାରୀ କଳକୁ ଡରାଇ ଧମକାଇ କ୍ଷମତାର ଅପବ୍ୟବହାର ସହ କୋଟି କୋଟି ଟଙ୍କା ଆତ୍ମସାତ ହୋଇଛି। ଲୋକଙ୍କ ପାଇଁ ଥିବା ଜନକଲ୍ୟାଣ ମୂଳକ ଯୋଜନାକୁ ବାଟମାରଣା ସହ ଏଥିରୁ ବ୍ୟକ୍ତିଗତ ଲାଭ ପାଇଥିଲେ କରିତକର୍ମା ରାଜନେତା। ନୟାଗଡ଼ ଜିଲା ଭାପୁର ଅଞ୍ଚଳରେ ହୋଇଥିବା କୋଟି କୋଟି ଟଙ୍କାର ଦୁର୍ନୀତି ତଦନ୍ତ ସମୟରେ ଏଭଳି ଆଖି ଖୋସି ଦେଲା ଭଳି ତଥ୍ୟ ସାମ୍ନାକୁ ଆସିଛି। ଭାପୁର ବ୍ଲକରେ ପୂର୍ବତନ ଉପାଧ୍ୟକ୍ଷ ଗୟାଧର ପରିଡା ଅଧ୍ୟକ୍ଷା ଶାନ୍ତିଲତା ବେହେରାଙ୍କ ଜାଲ ଦସ୍ତଖତ ମାଧ୍ୟମରେ ୪ ବର୍ଷରେ ୨୦୬ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ହରିଲୁଟ କରିଥିବା ସ୍ପେଶାଲ ଅଡିଟ ଟିମ୍‌ ସ୍ପଷ୍ଟ କରିଛି। ଖାଲି ସେତିକି ନୁହେଁ ରାଜ୍ୟ ଲୋକାୟୁକ୍ତଙ୍କ ନିକଟରେ ଏ ନେଇ ବିଭାଗ ପକ୍ଷରୁ ସତ୍ୟପାଠ ଦାଖଲ ମଧ୍ୟ କରାଯାଇଛି। ଶୁକ୍ରବାର ଲୋକାୟୁକ୍ତ ଏହି ବହୁଚର୍ଚ୍ଚିତ ଦୁର୍ନୀତି ପ୍ରସଙ୍ଗରେ କ୍ରାଇମବବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖାକୁ ମଧ୍ୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।
ମିଳିଥିବା ସୂଚନା ମୁତାବକ, ୨୦୧୭ରୁ ୨୦୨୧ ମସିହା ପର୍ଯ୍ୟନ୍ତ ଭାପୁର ବ୍ଲକରେ ହୋଇଥିବା ଉନ୍ନତିମୂଳକ କାମର ତଦନ୍ତ ଆରମ୍ଭ କରିଥିଲା ସ୍ବତନ୍ତ୍ର ତଦନ୍ତ ଟିମ। ଏହି ଦୁର୍ନୀତିର ତଦନ୍ତ ସମୟରେ ଅନେକ ଫାଇଲ ଗାଏବ ଥିବା ଆଦୌ କାମ ନ ହୋଇ ବିଲ ହୋଇଥିବା ଭଳି ତଥ୍ୟ ମଧ୍ୟ ତଦନ୍ତକାରୀ ଟିମ ସୂତ୍ରରୁ ଜଣାପଡିଛି। ସବୁ ନିୟମକୁ ଜଳାଞ୍ଜଳି ଦେଇ କ୍ଷମତାର ଅପବ୍ୟବହାର ସହ ସରକାରୀ ଟଙ୍କା ହରିଲୁଟ ହୋଇଥିବା ୫ ଜଣିଆ ଅଡିଟ ଟିମ ୬୦୦ ପୃଷ୍ଠାର ଏକ ଦସ୍ତାବିଜ ଜିଲାପାଳ ତଥା ଲୋକାୟୁକ୍ତଙ୍କୁ ସତ୍ୟପାଠ ଜରିଆରେ ଅବଗତ କରାଇଛି। ପରିମାଣ ସ୍ବରୂପ ଗତ ବର୍ଷକ ମଧ୍ୟରେ ରାଜ୍ୟ ସରକାର ଅନେକ ଅଧିକାରୀଙ୍କୁ ନିଲମ୍ବନ କରିବା ସହିତ ବିଭିନ୍ନ ଦୁର୍ନୀତି ବାବଦରେ ମୋଟ ୨ କୋଟି ୨୫ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ରାଜ୍ୟ ରାଜକୋଷକୁ ଫେରି ପାରିଛି। ତେବେ ଦୁର୍ନୀତିରେ ପ୍ରଚ୍ଛନ୍ନ ଭୂମିକା ଗ୍ରହଣ କରିଥିବା ରାଜନେତା ଭାପୁର ବ୍ଲକର ପୂର୍ବତନ ଅଧକ୍ଷ ଗୟାଧର ପରିଡ଼ାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପଛଘୁଞ୍ଝା ଦେଉଛି ପ୍ରଶାସନ। ଲୋକଙ୍କ ସୁବିଧା ପାଇଁ ତଥା ଟିକସ ଅର୍ଥରେ ଯୋଜନା ରୂପାୟନ ହେଉଥିବା ବେଳେ ଦୁର୍ନୀତି ଯୋଗୁଁ ସୁଫଳ ପାଇବାରୁ ବଞ୍ଚତ୍ତ ହେଉଛନ୍ତି ସାଧାରଣ ବର୍ଗ। ଏ ସମ୍ପର୍କରେ ସ୍ଥାନୀୟ ଥାନା ତଥା ଲୋକାଯୁକ୍ତଙ୍କ ନିକଟରେ ଅଭିଯୋଗ କରିଥିବା ପୂର୍ବତନ ବ୍ଲକ ଅଧ୍ୟକ୍ଷା ଶାନ୍ତିଲତା ବେହେରା ନିଜ ମତାମତରେ କୁହନ୍ତି, ଲୋକାଯୁକ୍ତ ପାଖରେ ମୋର ବିଶ୍ୱାସ ଥିଲା ଏବଂ ଧର୍ମର ଜୟ ହୋଇଛି। ଅନ୍ୟପକ୍ଷରେ ଦୁର୍ନୀତି ପ୍ରସଙ୍ଗରେ କ୍ରାଇମବବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖାକୁ ଲୋକାୟୁକ୍ତ ତଦନ୍ତ ନିର୍ଦ୍ଦେଶ ଦେବାପରେ ଛାନିଆ ହୋଇପଡିଛନ୍ତି ଅସାଧୁ ରାଜନେତା ଓ କର୍ମଚାରୀ। ତଦନ୍ତର ଦିଗ ଆଗକୁ କେଉଁଆଡେ ଯାଉଛି ତାହାକୁ ଭାପୁର ଅଞ୍ଚଳର ଜନସାଧାରଣ ଅପେକ୍ଷା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri