ଭିତରକନିକା ସୀମା ନିର୍ଦ୍ଧାରଣ ପ୍ରସଙ୍ଗରେ ବାଚସ୍ପତିଙ୍କ ରୁଲିଂ: ଜନପ୍ରତିନିଧିଙ୍କ ସହ ମନ୍ତ୍ରୀ ଆଲୋଚନା କରନ୍ତୁ

ଭୁବନେଶ୍ୱର(ବ୍ୟୁରୋ)/ରାଜନଗର,୩୦ା୧୧(ଡି.ଏନ.ଏ.):ଭିତରକନିକା ଜାତୀୟ ଉଦ୍ୟାନର ସୀମା ନିର୍ଦ୍ଧାରଣ ପୂର୍ବରୁ ସ୍ଥାନୀୟ ଲୋକ ପ୍ରତିନିଧିମାନଙ୍କୁ ଡାକି ଆଲୋଚନା କରିବାକୁ ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର। ରବିବାର ଶୂନ୍ୟକାଳରେ ଭିତରକନିକାର ସୀମା ନିର୍ଦ୍ଧାରଣ ନେଇ କେନ୍ଦ୍ରାପଡ଼ା ଜିଲାର ବିଧାୟକମାନେ ଗୃହରେ ଉଦ୍‌ବେଗ ପ୍ରକାଶ କରିବା ପରେ ବାଚସ୍ପତି ଏନେଇ ରୁଲିଂ ଦେଇଥିଲେ। ବିଜେଡି ବିଧାୟକ ପ୍ରତାପ ଦେବ ଏହି ପ୍ରସଙ୍ଗ ଉଠାଇ କହିଥିଲେ, ଜଙ୍ଗଲ ଓ ପରିବେଶ ବିଭାଗ ଭିତରକନିକା ଅଭୟାରଣ୍ୟର ସୀମା ପୁନଃ ନିର୍ଦ୍ଧାରଣ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି। ହେଲେ ଏନେଇ ଜିଲାର ଲୋକ ପ୍ରତିନିଧିମାନଙ୍କ ପରାମର୍ଶ ନିଆଯାଇନାହିଁ କିମ୍ବା ଆଲୋଚନା କରାଯାଇନାହିଁ। ନୂତନ ସୀମା ନିର୍ଦ୍ଧାରଣ ଦ୍ୱାରା କେନ୍ଦ୍ରାପଡ଼ା ଜିଲାର ୪୦ ପ୍ରତିଶତ ଅଞ୍ଚଳ ଅଭୟାରଣ୍ୟ ଭିତରକୁ ଚାଲିଯିବ। ଅଭୟାରଣ୍ୟ ପରିସର ମଧ୍ୟକୁ ମହାକାଳପଡ଼ା, ଆଳି, ରାଜନଗର ନିର୍ବାଚନମଣ୍ଡଳୀର ଯେଉଁ ଅଞ୍ଚଳ ନିଆଯାଇଛି ସେଠାରେ ଆଦୌ ଜଙ୍ଗଲ ନାହିଁ। ଉକ୍ତ ଅଞ୍ଚଳରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟ ଓ ସରକାରୀ ପ୍ରକଳ୍ପ ଚାଲିଥିବାରୁ ଅଭୟାରଣ୍ୟ ମଧ୍ୟକୁ ଗଲେ ଉକ୍ତ କାମ ଅଟକିଯିବ। ତେଣୁ ବିଜ୍ଞପ୍ତି ପ୍ରକାଶ ପୂର୍ବରୁ ଲୋକ ପ୍ରତିନିଧିଙ୍କ ସହ ଆଲୋଚନା ଲାଗି ବିଭାଗୀୟ ମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେବାକୁ ସେ ବାଚସ୍ପତିଙ୍କୁ କହିଥିଲେ।
ବିଜେଡି ବିଧାୟକ ଅତନୁ ସବ୍ୟସାଚୀ ନାୟକ କହିଥିଲେ ଯେ, ପ୍ରକୃତି ସଙ୍ଗେ ସଙ୍ଗେ ମଣିଷ ମଧ୍ୟ ବଞ୍ଚତ୍ବା ଆବଶ୍ୟକ। ବାସ୍ତବତାକୁ ଦେଖି ସରକାର ସୀମା ପୁନଃ ନିର୍ଦ୍ଧାରଣ କରିବାକୁ ସେ କହିଥିଲେ। ଅଭୟାରଣ୍ୟ ଭିତରକୁ ଜନବସତି ଅଞ୍ଚଳ ଚାଲିଗଲେ ସେଠାରେ ଖୁଣ୍ଟଟିଏ ପୋତିହେବ ନାହିଁ କି ମୋରମ ଗଣ୍ଡାଏ ପକାଇ ହେବ ନାହିଁ। ରାସ୍ତା, ସ୍କୁଲ୍‌, ହସ୍ପିଟାଲ କିଛି ନିର୍ମାଣ କରାଯାଇପାରିବ ନାହିଁ। ସୀମା ପୁନଃ ନିର୍ଦ୍ଧାରଣରେ ଗୁଗୁଆ, ସୁନିତି, ଲାଞ୍ଜୁଡ଼ା ଓ ଜମ୍ବୁ ଆଦି ପଞ୍ଚାୟତ ଅଭୟାରଣ୍ୟ ପାଲଟିଯିବ। ଏହି ଇଲାକାରେ ଥିବା ଲୋକେ କୁଆଡ଼େ ଯିବେ ବୋଲି ସେ ପ୍ରଶ୍ନ କରିଥିଲେ। ଲୋକଙ୍କ ସମସ୍ୟା ପ୍ରତି ଦୃଷ୍ଟିଦେଇ ଡିଲିମିଟେଶନ ପ୍ରକ୍ରିୟାରୁ ଜଙ୍ଗଲ ବିଭାଗ ଓହରିବାକୁ ସେ ଦାବି କରିଥିଲେ। ବିଜେଡି ବିଧାୟକ ଧ୍ରୁବଚରଣ ସାହୁ କହିଥିଲେ ଯେ, ୪୫ବର୍ଷ ପରେ ଭିତରକନିକାର ସୀମା ପୁନଃ ନିର୍ଦ୍ଧାରଣ କରାଯାଉଛି। ୫୨ଟି ଗ୍ରାମକୁ ବାଦ୍‌ ପକାଇଥିଲେ ମଧ୍ୟ ୫୫ ବର୍ଗ କିଲୋମିଟରକୁ ଅଭୟାରଣ୍ୟ ପରିସର ମଧ୍ୟରେ ଯୋଡ଼ିଛନ୍ତି। ଏଥିରେ ରାଜନଗରର ୨୫ ପଞ୍ଚାୟତର ୨୨୬ ଗ୍ରାମ, ଆଳିର ୧୨ ପଞ୍ଚାୟତର ପାଖାପାଖି ୯୨ ଗ୍ରାମ ଏବଂ ମହାକାଳପଡ଼ାର ଅନେକ ଅଞ୍ଚଳ ଏଥିରେ ରହିଛି। ପ୍ରାୟ ୨.୫ଲକ୍ଷ ଜନବସତି ଏହାମଧ୍ୟରେ ରହିଛନ୍ତି। ସ୍ଥାନୀୟ ଲୋକ ଓ ଜନପ୍ରତିନିଧିଙ୍କ ମତାମତକୁ ନେଇ ଅଭୟାରଣ୍ୟ ଘୋଷଣା କରିବା କଥା। ମାତ୍ର ତାହା ହୋଇନାହିଁ। ଏହାଦ୍ୱାରା ଆଗାମୀ ଦିନରେ ୩ଟି ନିର୍ବାଚନମଣ୍ଡଳୀର ଜନସାଧାରଣ ସମସ୍ୟା ଭୋଗିବେ। କୌଣସି ସରକାରୀ ଯୋଜନା କାର୍ଯ୍ୟକାରୀ ହୋଇପାରିବ ନାହିଁ ସେ କହିଥିଲେ। ବିଧାୟକମାନଙ୍କ ଉଦ୍‌ବେଗକୁ ଦୃଷ୍ଟିରେ ରଖି ବାଚସ୍ପତି ଉପରୋକ୍ତ ନିର୍ଦ୍ଦେଶ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ସୁରକ୍ଷା ନେଇ ଆଗେଇ ଆସିଲେ ଛାତ୍ରୀ, ଆତ୍ମରକ୍ଷା ପାଇଁ କଲେ…

ଦିଗପହଣ୍ଡି,୨୬ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମସ୍ଥିତ ରାମଜୀ ଡିଗ୍ରୀ କଲେଜରେ ଗୁରୁବାର ଅଧ୍ୟକ୍ଷ ନିହାର ରଞ୍ଜନ କରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ‘ଛାତ୍ରୀ…

ଆସନ୍ତାକାଲି ଭକ୍ତଙ୍କୁ ଦର୍ଶନ ଦେବେ ନାହିଁ ମହାପ୍ରଭୁ, ୫ ଘଣ୍ଟା ବନ୍ଦ ରହିବ ଶ୍ରୀମନ୍ଦିର

ପୁରୀ,୨୬ା୩(ଅଜିତ କୁମାର ମହାନ୍ତି):  ଆସନ୍ତାକାଲି ଅର୍ଥାତ୍‌ ଶୁକ୍ରବାର ଭଗବାନ ଆଉ ଭକ୍ତଙ୍କ ମଧ୍ୟରେ ବଢ଼ିବ ଦୂରତା। ୫ ଘଣ୍ଟା ଭକ୍ତଙ୍କୁ ଦର୍ଶନ ଦେବେ ନାହିଁ ମହାପ୍ରଭୁ। ଚୈତ୍ର…

ହର୍ମୁଜ ବନ୍ଦ ହେଲେ LPG ପାଇଁ ଛଟପଟ ହେବ ସାରା ବିଶ୍ୱ, ଇରାନ ଏହି ରାସ୍ତା ବନ୍ଦ କଲେ କ’ଣ ହେବ? ଜାଣନ୍ତୁ…

ନୂଆଦିଲ୍ଲୀ/ତେହରାନ୍‌,୨୬।୩: ଯେତେବେଳେ ଇରାନ ଆମେରିକା ସହିତ ଚାଲିଥିବା ଯୁଦ୍ଧ ମଧ୍ୟରେ ହର୍ମୁଜ ପ୍ରଣାଳୀ ବନ୍ଦ କରିଦେଲା, ସମଗ୍ର ବିଶ୍ୱ ଚିନ୍ତାରେ ପଡ଼ିଗଲା। ପେଟ୍ରୋଲ ପମ୍ପରେ ଧାଡ଼ି ଲାଗିଲା…

ଦୁନିଆର ଏମିତି ଏକ ମନ୍ଦିର, ଯେଉଁଠି ରାଜା ରାମଙ୍କୁ ଗାର୍ଡ ଅଫ ଅନର ଦିଅନ୍ତି ପୋଲିସ, ରାଜକୀୟ ନିୟମ ଅନୁସାରେ…

ଭାରତରେ ଏମିତି ଏକ ସହର ଅଛି, ଦେବତାଙ୍କୁ ମନ୍ଦିରରେ ନୁହେଁ ବରଂ ରାଜକୀୟ ଆଡ଼ମ୍ବର ଏବଂ ମହିମା ସହିତ ଏକ ପ୍ରାସାଦରେ ପୂଜା କରାଯାଏ। ଏଠାରେ ପରମ୍ପରା…

ତାତିରୁ ମିଳିଲା ତ୍ରାହି; ରାଜଧାନୀରେ ଘଡ଼ଘଡ଼ି ସହ କୁଆପଥର ବର୍ଷା

ଭୁବନେଶ୍ବର,୨୬ା୩: ଭୁବନେଶ୍ବରରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି । ପବନ, ଘଡ଼ଘଡ଼ି ସହିତ କୁଆପଥର ବର୍ଷା ହୋଇଛି । ପ୍ରବଳ ବର୍ଷା ସାଙ୍ଗକୁ କୁଆପଥର ମାଡ଼ ଯୋଗୁ…

ଭତ୍ତା କାର୍ଡରେ ମୃତ, ରାଶନକାର୍ଡରେ ଜୀବିତ

କେନ୍ଦୁଝର,୨୬ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): ସଦର ବ୍ଲକ ବୋଦାପଳଶା ପଞ୍ଚାୟତର ଶଙ୍କରପୁର ଗ୍ରାମରେ ଗୀତାଞ୍ଜଳି ମୁଣ୍ଡା ସ୍ବାମୀଙ୍କ ମୃତ୍ୟୁ ପରେ ୨୦୧୭ରୁ ବିଧବା ଭତ୍ତା ପାଇ ଆସୁଥିଲେ। କିନ୍ତୁ…

ମଧ୍ୟପ୍ରାଚ୍ୟ ସଙ୍କଟକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ସହ ମୋଦିଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ

ନୂଆଦିଲ୍ଲୀ,୨୬।୩: ପଶ୍ଚିମ ଏସିଆରେ ଚାଲିଥିବା ଉତ୍ତେଜନାପୂର୍ଣ୍ଣ ପରିସ୍ଥିତିକୁ ଦୃଷ୍ଟିରେ ରଖି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୭ ମାର୍ଚ୍ଚ, ୨୦୨୬ ସା ୬ଟା ୩୦ରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ…

ହର୍ମୁଜକୁ ନେଇ ବଡ଼ ଯୋଜନାରେ ଅଛି ଇରାନ? ସଂସଦରେ ଉପସ୍ଥାପନ ହେବ ବିଲ୍‌! ଜାଣନ୍ତୁ ଭାରତ ଉପରେ କ’ଣ ପଡିବ ପ୍ରଭାବ

ତେହରାନ୍‌,୨୬।୩: ଇରାନ-ଇସ୍ରାଏଲ-ଆମେରିକା ବିବାଦ ମଧ୍ୟରେ, ଇରାନ ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଏକ ବଡ଼ ପଦକ୍ଷେପ ନେଇଛି। ଇରାନ ସଂସଦ ଏବେ ଏକ ବିଲ ପ୍ରସ୍ତୁତ କରିବାକୁ ପ୍ରସ୍ତୁତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri