Posted inଖେଳ

ଫୁଟବଲର ନୂଆ ‘କିଙ୍ଗ’ ପାଲଟିଲା ସ୍ପେନ, ଆର୍ଜେଣ୍ଟିନା ସହିତ ୬୦ ବର୍ଷର ପୁରୁଣା ସ୍କୋର ବରାବର କଲା; ଭାଙ୍ଗିଲା ଲିଓନେଲ ମେସିଙ୍କ ସ୍ବପ୍ନ

ନ୍ୟୁୟର୍କ,୨୦ା୭: ୟୁରୋ କପ୍‌ ଟାଇଟଲ ବିଜେତା ସ୍ପେନ୍‌ ୨୦୨୬ ଫିଫା ବିଶ୍ୱକପ ଚାମ୍ପିୟନ ହୋଇଛି। ରବିବାର ଅନୁଷ୍ଠିତ ମେଗା ଫାଇନାଲରେ ଏହି ଦଳ ଗତଥରର ଚାମ୍ପିୟନ ଆର୍ଜେଣ୍ଟିନାକୁ ୧-୦ ଗୋଲରେ ପରାସ୍ତ କରିଛି। ନିର୍ଦ୍ଧାରିତ ସମୟରେ ଖେଳ ଗୋଲଶୂନ୍ୟ ରହିବାରୁ ଅତିରିକ୍ତ ସମୟ ଅର୍ଥାତ୍‌ ୧୦୬ତମ ମିନିଟରେ ସ୍ପେନ୍‌ର ଫେରାନ ଟୋରେସ ସ୍କୋର କରିଥିବା ଗୋଲଟି ନିର୍ଣ୍ଣାୟକ ହୋଇଥିଲା। ତୃତୀୟ ସ୍ଥାନପାଇଁ ଅନୁଷ୍ଠିତ ପ୍ଲେ-ଅଫ୍‌ରେ ଫ୍ରାନ୍ସକୁ ୬-୪ ଗୋଲରେ ହରାଇ ଇଂଲଣ୍ଡ ବ୍ରୋଞ୍ଜ ପଦକ ହାସଲ କରିଥିଲା।
ଫାଇନାଲର ନିର୍ଦ୍ଧାରିତ ସମୟ ଏବଂ ଅତିରିକ୍ତ ସମୟ ଖେଳରେ ଆର୍ଜେଣ୍ଟିନା ଉପରେ ଭାରି ପଡ଼ିଥିଲା ସ୍ପେନ୍‌। ସ୍ପେନ୍‌ ପକ୍ଷରୁ ଡଜନେରୁ ଊର୍ଦ୍ଧ୍ୱ ଶଟ୍‌ ଟାର୍ଗେଟରେ ଶୁଟ୍‌ ହୋଇଥିବାବେଳେ ଆଶ୍ଚର୍ଯ୍ୟଜନକ ଭାବେ ଆର୍ଜେଣ୍ଟିନା ଗୋଟିଏ ବି ଶଟ୍‌ ଟାର୍ଗେଟରେ ମାରିପାରି ନ ଥିଲା। ବଲ୍‌ ଅଧିକାଂଶ ସମୟ ଆର୍ଜେଣ୍ଟିନା ହାଫ୍‌ରେ ରହିଥିଲା। ମାତ୍ର ଆର୍ଜେଣ୍ଟିନା ଗୋଲକିପର ଇମି ମାର୍ଟିନେଜ ଚମତ୍କାର ପ୍ରଦର୍ଶନ କରି ସ୍ପେନ୍‌ର ଏକାଧିକ ଉଦ୍ୟମକୁ ବିଫଳ କରିଥିଲେ। ଷ୍ଟପେଜ ଟାଇମ୍‌ ୯୦+୩ ମିନିଟରେ ଡବଲ ୟେଲୋ ପାଇଁ ଏଞ୍ଜୋ ଫର୍ନାଣ୍ଡେଜ ରେଡ୍‌କାର୍ଡ ପାଇ ପଡ଼ିଆ ଛାଡ଼ିଥିଲେ। ଅତିରିକ୍ତ ସମୟର ଦ୍ୱିତୀୟାର୍ଦ୍ଧ ଆରମ୍ଭ ହେବାର ଅଳ୍ପକିଛି କ୍ଷଣ ମଧ୍ୟରେ ୧୦୬ତମ ମିନିଟରେ ଫେରାନ ଟୋରେସ ଗୋଲ ଦେଇ ସ୍ପେନ୍‌ ଶିବିରରେ ଖୁସିର ଲହରି ଖେଳାଇ ଦେଇଥିଲେ। ଏଥର କିନ୍ତୁ ଟୋରେସଙ୍କ ଶଟ୍‌କୁ ଅଟକାଇବାକୁ ମାର୍ଟିଜେନଙ୍କ ନିକଟରେ କୌଣସି ସୁଯୋଗ ନ ଥିଲା। ୨୦୧୦ରେ ଟାଇଟଲ ଜିତିଥିବା ସ୍ପେନ୍‌ ୧୬ ବର୍ଷ ବ୍ୟବଧାନରେ ପୁଣି ଚାମ୍ପିୟନ ଆଖ୍ୟା ଅର୍ଜନ କରିଛି। ଅନ୍ୟପକ୍ଷରେ ବ୍ରାଜିଲ (୧୯୫୮ ଓ ୧୯୬୨) ଓ ଇଟାଲୀ (୧୯୩୪ ଓ ୧୯୩୮) ପରେ ତୃତୀୟ ଦଳଭାବେ କ୍ରମାଗତ ଦୁଇ ସଂସ୍କରଣରେ ବିଶ୍ୱକପ ଜିତିବା ଲକ୍ଷ୍ୟ ରଖିଥିବା ଆର୍ଜେଣ୍ଟିନାର ଆଶା ଧୂଳିସାତ ହୋଇଛି। ଆର୍ଜେଣ୍ଟିନା ୧୯୭୮, ୧୯୮୬ ଓ ୨୦୨୨ରେ ଚାମ୍ପିୟନ ହୋଇଥିବାବେଳେ ୧୯୩୦, ୧୯୯୦ ଓ ୨୦୧୪ରେ ରନରଅପ୍‌ ହୋଇଥିଲା। ଏଥର କିନ୍ତୁ ଫାଇନାଲରେ ଦଳର ପ୍ରଦର୍ଶନ ଅତ୍ୟନ୍ତ ଫିକା ରହିଥିଲା। ମୁକାବିଲା ମୁଖ୍ୟତଃ ସ୍ପେନ୍‌ର ଆକ୍ରମଣ ଏବଂ ଆର୍ଜେଣ୍ଟିନା ଗୋଲକିପରଙ୍କ ମଧ୍ୟରେ ହେବାପରି ପ୍ରତୀୟମାନ ହୋଇଥିଲା। ବିଶ୍ୱକପ୍‌ ଫାଇନାଲ ଇତିହାସରେ ପ୍ରଥମଥର ପାଇଁ ୟୁରୋପିଆନ ଚାମ୍ପିୟନ ଓ ଦକ୍ଷିଣ ଆମେରିକୀୟ ଚାମ୍ପିୟନ ମୁହାଁମୁହିଁ ହୋଇଥିଲେ। ଉଭୟ ଦଳ ସେମିଫାଇନାଲ ପର୍ଯ୍ୟନ୍ତ ଅପରାଜେୟ ମଧ୍ୟ ରହିଥିଲେ। ମାତ୍ର ଫାଇନାଲରେ ସମ୍ପୂର୍ଣ୍ଣ ଆଧିପତ୍ୟ ବିସ୍ତାର କରି ସ୍ପେନ୍‌ ଚାମ୍ପିୟନ ହୋଇଥିଲା। ଫାଉଲ ପାଇଁ ଆର୍ଜେଣ୍ଟିନାର ଜଣେ ଖେଳାଳି ରେଡ୍‌ ଏବଂ ୫ ଖେଳାଳି ୟେଲୋ କାର୍ଡ ପାଇଥିଲେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଶୋଇଥିଲେ ସ୍ତ୍ରୀ-ସ୍ବାମୀ, ଭୁଶୁଡିଲା କାନ୍ଥ: ଆଉ ତା’ପରେ ଘଟିଲା…

ମାର୍ଶାଘାଇ,୪।୯(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ):କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ବ୍ଲଜ ଅନ୍ତର୍ଗତ ତୁଳସୀପୁର ଗ୍ରାମରେ ଏକ ଅଭାବନୀୟ ଘଟଣାରେ ସ୍ବାମୀର ମୃତ୍ୟୁ ହୋଇଯାଇଥିବାବେଳେ ସ୍ତ୍ରୀ ଗୁରୁତର ହୋଇ କେନ୍ଦ୍ରାପଡା ଡାକ୍ତରଖାନାରେ…

ତ୍ରିଶୂଳୀ ସୁଡ଼ଙ୍ଗ ଭିତରେ ‘ହରେ କୃଷ୍ଣ’ ଜପ କରୁଥିଲେ ସଞ୍ଜୟ; ଜନ୍ମାଷ୍ଟମୀରେ ମିଳିଲା ନୂଆ ଜୀବନ

କାଠମାଣ୍ଠୁ,୪।୯: ନେପାଳର ତ୍ରିଶୁଳିରେ ଥିବା ଏକ ଜଳବିଦ୍ୟୁତ ପ୍ରକଳ୍ପର ସୁଡ଼ଙ୍ଗରୁ ଶୁକ୍ରବାର ଦୁଇଜଣ ଶ୍ରମିକଙ୍କୁ ଜୀବିତ ଉଦ୍ଧାର କରାଯାଇଛି। ଅଗଷ୍ଟ ୨୬ରେ ନେପାଳରେ ଆସିଥିବା ଭୟଙ୍କର ବନ୍ୟା…

ସାମୁଦ୍ରିକ ଜୁଆର ମାଡ଼ରେ ଧସିଲା ଘେରିବନ୍ଧ, ଗାଁ ପ୍ରତି ଘନେଇଲା ବିପଦ

ମହାକାଳପଡ଼ା,୪ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ସାମୁଦ୍ରିକ ଝଡ଼ ଜୁଆର ମାଡ଼ିବା ଅଞ୍ଚଳକୁ ସୁରକ୍ଷା ବ୍ୟବସ୍ଥା ପାଇଁ କୋଟି କୋଟି ଟଙ୍କା ବ୍ୟୟରେ…

ତୁମ ପରି କେହି ନାହିଁ…ଇମୋଶନାଲ ହେଲେ ଅକ୍ଷୟ କୁମାର

ପ୍ରବୀଣ ହାସ୍ୟ ଅଭିନେତା ଏବଂ ଅଭିନେତା ଅସରାନି ଆଉ ନାହାନ୍ତି ସେ ତାଙ୍କ ଚଳଚ୍ଚିତ୍ର ଏବଂ ଚମତ୍କାର ଅଭିନୟ ମାଧ୍ୟମରେ ସର୍ବଦା ଦର୍ଶକଙ୍କ ହୃଦୟରେ ଜୀବିତ ରହିବେ।…

ରୁଷିଆ-କରାଚି ରୁଟରେ ଭାରତୀୟ ଜାହାଜ ଉପରେ ଡ୍ରୋନ ଆକ୍ରମଣ; ଅଳ୍ପକେ ବର୍ତ୍ତିଲେ ୨୩ ଭାରତୀୟ ନାବିକ

ନୂଆଦିଲ୍ଲୀ,୪।୯: ସେପ୍ଟେମ୍ବର ୨, ୨୦୨୬ ରେ, ଭାରତୀୟ କର୍ମଚାରୀଙ୍କ ଦ୍ୱାରା ପରିଚାଳିତ ଏବଂ ରୁଷିଆର ନୋଭୋରୋସିସ୍କରୁ କରାଚୀ ଯାଉଥିବା ମାଲବାହୀ ଜାହାଜ MV BARYON (IMO 9151412)…

‘ଭାରତର ୪ବନ୍ଧ ଆମ ପାଇଁ ଡେଥ ଓ୍ବାରେଣ୍ଟ’, ଘାବରେଇଲେଣି ପାକିସ୍ତାନୀ ଏକ୍ସପର୍ଟ, ଧମକ ଦେଇ କହିଲେ…

ଇସଲାମାବାଦ,୪।୯: ଭାରତ ସିନ୍ଧୁ ଜଳ ଚୁକ୍ତିନାମାକୁ ସ୍ଥଗିତ ରଖିବାକୁ ପଦକ୍ଷେପ ନେବା ପରଠାରୁ ପାକିସ୍ତାନ ବିଷ ଓଗାଳି ଚାଲିଛି। ଇତିମଧ୍ୟରେ, ପାକିସ୍ତାନୀ ଜଳ ବିଶେଷଜ୍ଞ ରସିଦ ଆବାସି…

ଜନ୍ମାଷ୍ଟମୀ ପରଦିନ ସୃଷ୍ଟି ହେବ ଦୁର୍ଲଭ ମହାଲକ୍ଷ୍ମୀ ରାଜଯୋଗ, କେବଳ ଏହି ୩ ରାଶି ଉପରେ ହେବ ଧନବର୍ଷା

ଜ୍ୟୋତିଷ ଶାସ୍ତ୍ରରେ ମହାଲକ୍ଷ୍ମୀ ରାଜଯୋଗକୁ ଅତ୍ୟନ୍ତ ଶୁଭ ଯୋଗ ବୋଲି ମନେ କରାଯାଏ । ଚନ୍ଦ୍ରମା ଓ ମଙ୍ଗଳ ଗ୍ରହ ଗୋଟିଏ ରାଶିରେ ଏକତ୍ର ହେଲେ ଏହି…

ରିଷିଡ଼ାରେ ଧୂମ୍‌ଧାମ୍‌ରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ, ସମଗ୍ର ବିଦ୍ୟାଳୟରେ ଆଧ୍ୟାତ୍ମିକ ପରିବେଶ

ରିଷିଡ଼ା,୪ା୯(ସୁଶାନ୍ତ ମଲ୍ଲିକ): ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ମାତୃରାମ ସୋହନ ଲାଲ ବିହାର ରିଷିଡ଼ା ପରିସରରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ମହାସମାରୋହରେ ପାଳିତ ହୋଇଯାଇଛି। ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri