ମହାକାଶର Snowman ଫଟୋ ଶେୟାର କଲା NASA: ସୋସିଆଲ ମିଡିଆରେ ଭାଇରାଲ…

ଓ୍ବାଶିଂଟନ,୨୫।୧ : ଆମେରିକାର ସ୍ପେସ ଏଜେନ୍ସି ନାସା ପ୍ରାୟତଃ ସୋସିଆଲ ମିଡିଆରେ ମହାକାଶରୁ ଆସୁଥିବା ନୂତନ ଫଟୋଗୁଡ଼ିକୁ ଶେୟାର କରିଥାଏ। ନାସା ବେଳେବେଳେ ମିଲ୍କି ୱେ ଏବଂ ବେଳେବେଳେ ଏକ ବଡ ମେଟେରାଇଟର ଫଟୋ ପଠାଇଥାଏ। ନିକଟରେ ନାସା ମହାକାଶର ଏକ ନୂତନ ଫଟୋ ଶେୟାର କରିଛି, ଯାହା ସୋସିଆଲ ମିଡିଆରେ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି।

ଭାଇରାଲ ହେଉଥିବା ନାସାର ଏହି ଫଟୋରେ, ଅନେକ ଉଜ୍ଜ୍ୱଳ ତାରକା ପୁଞ୍ଜ ଦୃଶ୍ୟମାନ ହେଉଛି। ଏହି ଫଟୋ ଅତି ସୁନ୍ଦର । ଏହି ଫଟୋ ବିଷୟରେ ନାସା କହିଛି ଏଥିରେ ତୁଷାର ମଣିଷ (ସ୍ନୋମ୍ୟାନ) ବୈଶିଷ୍ଟ୍ୟ ଦୃଶ୍ୟମାନ ହେଉଛି। ଫଟୋକୁ ଭଲଭାବେ ଦେଖିଲେ, ତା’ର ମୁଣ୍ଡରେ କ୍ୟାପ ଥିବାର ମନେ ହେଉଛି।

ସ୍ପେସ ସ୍ନୋମ୍ୟାନର ଏହି ଫଟୋ ନାସା ଦ୍ୱାରା ନାସାହବଲ ନାମକ ଏକ ଇନଷ୍ଟାଗ୍ରାମ ପେଜରେ ଶେୟାର କରାଯାଇଛି। ପୋଷ୍ଟର କ୍ୟାପଶନରେ କୁହାଯାଇଛି ଏହି ଫଟୋ ନାସାର ‘ହବଲ ଟେଲିସ୍କୋପ’ ଦ୍ୱାରା କ୍ୟାମେରାରେ କଏଦ ହୋଇଛି। ଏହି ଫଟୋରେ ଉପର ବାମ ପାର୍ଶ୍ୱରେ ତିନୋଟି ଉଜ୍ଜ୍ୱଳ ନୀଳ-ଧଳା ରଙ୍ଗର ତାରା ଦେଖିହେଉଛି। ଏହା ସହିତ ନାଲି-ବାଦାମୀ ଏବଂ ଧଳା ରଙ୍ଗର ତାରାଗୁଡ଼ିକ ମଧ୍ୟ ଦୃଶ୍ୟମାନ ହେଉଛି। ଯଦି ଏହି ସମସ୍ତ ତାରାଗୁଡ଼ିକର ଉଜ୍ଜ୍ୱଳତାକୁ ଧ୍ୟାନର ଦେଖାଯାଏ ତେବେ ତାହା ତୁଷାରମଣିଷ ପରି ଦେଖାଯାଉଛି। ନାସା ଏହାର କ୍ୟାପଶନରେ କହିଛି ଏହି ସ୍ନୋମ୍ୟାନ ନେବୁଲା ମହାକାଶର ପ୍ରାୟ ୬ ହଜାର ଆଲୋକ ବର୍ଷ ଦୂରରେ ରହିଛି।

 


Enter your email to get our daily news in your inbox.

All Right Reserved By Dharitri.Com

ପାରିବାରିକ କଳହ ନେଲା ଜୀବନ, ଭିଣୋଇଙ୍କ ଠେଙ୍ଗା ମାଡ଼ରେ ଶଳା ମୃତ

ଗୁଣୁପୁର,୨୯ା୧(ସଂକେତ ପାତ୍ର/ସୁଜାତା ପାଢ଼ୀ ): ଭିଣୋଇଙ୍କ ଠେଙ୍ଗା ମାଡ଼ରେ ଶଳାଙ୍କ ମୃତ୍ୟୁ। ଏହି ଅଭାବନୀୟ ଘଟଣାଟି ଘଟିଛି ରାୟଗଡା ଜିଲା ଗୁଣପୁର ମେଡିକାଲ କଲୋନୀରେ। ଭିଣୋଇ ଏବଂ…

ନାବାଳକଙ୍କୁ ବାଲିରେ ପୋତିଦେଲେ ୬ ସାଙ୍ଗ, ଭିଡିଓ ଉତ୍ତୋଳନ କରି ଦେଲେ ଏମିତି ଧମକ

ଗୁଣପୁର,୨୯ା୧(ସଙ୍କେତ ପାତ୍ର/ସୁଜାତା ପାଢ଼ୀ): ପିଲାଖେଳ ଯେ, ଜଣେ ନାବାଳକଙ୍କ ଜୀବନ ନେଇଯାଇଥାନ୍ତା ତାହା ଏକ ଭିଡିଓରୁ ଜଣାପଡ଼େ। ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡ଼ା ଜିଲା…

ବାଲସି ଧାନ ମଣ୍ଡିରେ ଦୁଇମାସରୁ ଉର୍ଦ୍ଧ୍ବ ହେଲା ପଡ଼ିରହିଛି ଧାନ, ଶୀତ କାକରରେ ଜଗୁଛନ୍ତି ଚାଷୀ

କେସିଙ୍ଗା,୨୯ା୧(ତୁମେଶ୍ବର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧିନସ୍ଥ ବାଲସି ଧାନ ମଣ୍ଡିରେ ଦୀର୍ଘ ଦୁଇ ମାସ ହେଲା ଧାନ ପଡି ରହିଛି । ପ୍ରବଳ ଶୀତ…

ନବଜାତ ଶିଶୁକନ୍ୟାକୁ ଅଳିଆଗଦାରେ ଫିଙ୍ଗିଦେଲେ, ଗାଁରେ ଜୋର୍‌ ଧରିଛି ଚର୍ଚ୍ଚା

ବଲାଙ୍ଗୀର/ସଇଁତଳା,୨୯ା୧(ସୁନିଲ କୁମାର ମହାନ୍ତି/ରାଖାଲ ଶତପଥୀ): ଅଳିଆଗଦାରୁ ଏକ ନବଜାତ ଶିଶୁକନ୍ୟା ଉଦ୍ଧାର ହୋଇଛି। ଏପରି ଏକ ଘଟଣା ଘଟିଛି ବଲାଙ୍ଗୀର ଜିଲା ସଇଁତଳା ଥାନା ଅନ୍ତର୍ଗତ ଧରପଗଡ଼…

୧,୨,୩,୪,୫…ଲଗାତର ଶତକ ପରେ ଷଷ୍ଠ ଶତକ ପୂର୍ବରୁ ହେଲା ବଡ଼ ଓଲଟପାଲଟ, ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା…

ନୂଆଦିଲ୍ଲୀ,୨୯।୧:ଟେଷ୍ଟ କ୍ରିକେଟ ପ୍ରାୟ ୧୫୦ ବର୍ଷ ଧରି ଖେଳାଯାଉଛି, କିନ୍ତୁ ଏହି ଫର୍ମାଟର ଇତିହାସରେ କେବଳ ଜଣେ ବ୍ୟାଟସମ୍ୟାନ ଲଗାତାର ପାଞ୍ଚଟି ଇନିଂସରେ ଶତକ ହାସଲ କରିବାର…

କପ୍ତିପଦାରେ ଜବରଦଖଲ ଉଚ୍ଛେଦ, ଏନଏସି ମାନ୍ୟତା ପାଇବା ପରେ…

ଉଦଳା,୨୯।୧(ସନ୍ତୋଷ କୁମାର ବାଚ୍ଛିନୀ): ନୂତନ ଏନଏସି ଭାବେ କପ୍ତିପଦା ଘୋଷଣା ହୋଇଛି । ଏନଏସି ମାନ୍ୟତା ପାଇବା ପରେ ଆଜି ପ୍ରଶାସନ ପକ୍ଷରୁ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା…

କାହିଁକି ଇସ୍ରାଏଲ ଯାଉଛନ୍ତି ମୋଦି? ପାକିସ୍ତାନ ସହ ହଜିବ ହମାସର ନିଦ

ନୂଆଦିଲ୍ଲୀ/ଇସଲାମାବାଦ,୨୯।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଇସ୍ରାଏଲ ଗସ୍ତ ସମ୍ପର୍କରେ ପୁଣି ଥରେ ଆଲୋଚନା ଜୋର ଧରିଛି। ରିପୋର୍ଟ ଅନୁଯାୟୀ ଏହି ଗସ୍ତ ୨୭-୨୮ ଫେବୃଆରୀ, ୨୦୨୬ ରେ…

ନବୀନଙ୍କୁ ନେଇ ସ୍ପଷ୍ଟୀକରଣ ରଖିଲେ ଦିବ୍ୟଶଙ୍କର ମିଶ୍ର, କହିଲେ ଭାଜପା ଆସିବା ପରେ ଓଡ଼ିଶାବାସୀ…

ଭବାନୀପାଟଣା,୨୯ା୧(ଉତ୍ତମ କୁମାର ଦାଶ): ପୂର୍ବତନ ଏମ୍‌ପି ତଥା ବଲାଙ୍ଗୀର ବିଧାୟକ କଳିକେଶ ସିଂହଦେଓଙ୍କ ସମ୍ପର୍କରେ ଦେଇଥିବା ମତାମତ ସମ୍ପର୍କରେ ଗୁରୁବାର ଭବାନୀପାଟଣା ମିଡ୍‌ ଟାଉନଠାରେ ଅନୁଷ୍ଠିତ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri