Posted inଖେଳ

ଚେନ୍ନାଇ-ବେଙ୍ଗାଲୁରୁ ମ୍ୟାଚ୍‌କୁ ‘ସର୍ଦନ ଡର୍ବି’ କାହିଁକି କୁହାଯାଏ

ୟୁଏଇ,୨୭।୯: ୟୁଏଇରେ ଆଇପିଏଲ ୨୦୨୧ର ଦ୍ୱିତୀୟ ପର୍ଯ୍ୟାୟ ଖେଳାଯାଉଛି। ଅନେକ ଦଳ ପ୍ଲେ ଅଫରେ ପହଞ୍ଚିବା ପାଇଁ ଅତି ନିକଟତର ହୋଇଥିବାବେଳେ କେତେକଙ୍କ ପାଇଁ ରାସ୍ତା କଷ୍ଟକର ମନେ ହେଉଛି। ଏଥର ଦିଲ୍ଲୀ କ୍ୟାପିଟାଲ୍ସ, ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ଟାଇଟଲ ପାଇଁ ଦୃଢ ପ୍ରତିଯୋଗୀ ଭାବରେ ବିବେଚନା କରାଯାଉଥିଲା। ଦିଲ୍ଲୀ ଏବଂ ଚେନ୍ନାଇ ସେମାନଙ୍କ ପ୍ରଦର୍ଶନ ସହିତ ଏହି ତଥ୍ୟକୁ ବହୁ ପରିମାଣରେ ପ୍ରମାଣ କରିଛନ୍ତି। କାରଣ ଉଭୟ ଦଳ ପଏଣ୍ଟ ଟେବୁଲରେ ପ୍ରଥମ ଦୁଇଟି ସ୍ଥାନ ଅଧିକାର କରିଛନ୍ତି । ଆର୍‌ସିବି ମଧ୍ୟ ଏହି ରେସ୍‌ରେ ଅଛି।
ଆଇପିଏଲ୍‌ରେ ଏମିତି କିଛି ଦଳ ଅଛି, ଯାହା ମଧ୍ୟରେ ଦୃଢ ପ୍ରତିଯୋଗିତା ହୋଇଥାଏ। ପ୍ରଶଂସକ ମଧ୍ୟ ସେହି ମ୍ୟାଚ୍‌ ଦେଖିବାକୁ ବ୍ୟାକୁଳ ଥାନ୍ତି। ପ୍ରଶଂସକଙ୍କ ଦୃଷ୍ଟିରେ, ଆଇପିଏଲର ପ୍ରକୃତ ଯୁଦ୍ଧ ଚେନ୍ନାଇ ସୁପର କିଙ୍ଗସ ଏବଂ ଆରସିବି ମଧ୍ୟରେ ହୋଇଥାଏ। ଯେତେବେଳେ ଏହି ଦୁଇ ଦଳ ମଧ୍ୟରେ ମ୍ୟାଚ୍‌ ହୁଏ, ଏହାକୁ ସର୍ଦନ ଡର୍ବି (Southern durby)କୁହାଯାଏ। ତେବେ ଏମିତି କାହିଁକି କୁହାଯାଏ ତାହା ପଛରେ ମଧ୍ୟ କାରଣ ରହିଛି। ନଦୀ ସହ ଜଡିତ ବିବାଦ ହେତୁ ଏହି ପ୍ରତିଦ୍ୱନ୍ଦ୍ୱିତା ସୃଷ୍ଟି ହୋଇଛି। ଏହି ନଦୀର ନାମ କାବେରୀ ଏବଂ ଏହି କାରଣରୁ ସର୍ଦନ ଡର୍ବିକୁ ‘କାଭେରୀ ଡର୍ବି’ ମଧ୍ୟ କୁହାଯାଏ।
ବର୍ଷ ବର୍ଷ ଧରି ତାମିଲନାଡୁ ଏବଂ କର୍ନାଟକରେ କାବେରୀ ନଦୀ ଉପରେ ରାଜନୈତିକ ଏବଂ ଭାବପ୍ରବଣ ଯୁଦ୍ଧ ଚାଲିଆସୁଛି। ଦୁଇ ରାଜ୍ୟ ମଧ୍ୟରେ ଚାଲିଥିବା ନଦୀ ବିବାଦ ଆଇପିଏଲ ମାଧ୍ୟମରେ ଏକ ନୂତନ ନାମ ପାଇଛି, ଯାହା ଉଭୟ ରାଜ୍ୟର ଲୋକଙ୍କ ଭାବନାକୁ ଯୋଡିଛି। ଏହି କାରଣରୁ ପଡିଆରେ ମଧ୍ୟ ପ୍ରତିଦ୍ୱନ୍ଦ୍ୱିତା ଆଗେଇ ଆସିଛି। ଚେନ୍ନାଇ ସୁପର କିଙ୍ଗସ ଏବଂ ଆରସିବି ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେବାର କାରଣ କେବଳ କାଭେରୀ ନଦୀ ବିବାଦ ନୁହେଁ, ବରଂ କ୍ରିକେଟର ଦୁଇଟି ବଡ ନାମ ଏହି ମ୍ୟାଚରେ ମୁହାଁମୁହିଁ ହେଉଛନ୍ତି। ଗୋଟିଏ ପଟେ ବିରାଟ କୋହଲି ଏବଂ ଅନ୍ୟ ପଟେ ମହେନ୍ଦ୍ର ସିଂ ଧୋନୀ। ଏହି ଦୁଇ ଖେଳାଳିଙ୍କ ଉପସ୍ଥିତି ମ୍ୟାଚକୁ ହାଇ ଭୋଲଟେଜ କରିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri