Categories: ବାଣିଜ୍ୟ

ଟିଭିଏସ୍‌କୁ ଲକ୍ଷେ ମାସ୍କ ଦେଲା ଦକ୍ଷିଣ କୋରିଆ

ନୂଆଦିଲ୍ଲୀ : ଦକ୍ଷିଣ କୋରିଆର ଅଙ୍ଗୁକ ଜେନ ସେଣ୍ଟର ପକ୍ଷରୁ ଟିଭିଏସ୍‌ ମୋଟର କମ୍ପାନୀକୁ ୧ଲକ୍ଷ ମାସ୍କ ପ୍ରଦାନ କରାଯାଇଛି। ଏହି ମାସ୍କ ଭାରତରେ ମାଗଣା ବଣ୍ଟନ କରାଯିବ। ଭାରତ ଓ ଦକ୍ଷିଣ କୋରିଆ ମଧ୍ୟରେ ରହିଥିବା ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କର ନିଦର୍ଶନ ସ୍ବରୂପ ଭେନେରାବଲ ଆବଟ, ସୁବୁଲ ସୁନିମଙ୍କ ନେତୃତ୍ୱାଧୀନ ସୋସିଆଲ ଓ୍ବେଲଫେୟାର କର୍ପୋରେଶନ ଏଭଳି ପଦକ୍ଷେପ ଗ୍ରହଣ କରିଛି। ଦକ୍ଷିଣ କୋରିଆର କେ-ଆର୍ଟ ଇଣ୍ଟରନ୍ୟାଶନାଲ ଏକ୍ସଚେଞ୍ଜ ଆସୋସିଏସନ ଓ ଭାରତର ଇନ୍‌କୋ ସେଣ୍ଟର ଏହି ସହାୟତାର ସମନ୍ବୟ ରକ୍ଷା କରିଥିଲେ। ଟିଭିଏସ୍‌ ମୋଟର କମ୍ପାନୀର ସାମାଜିକ ଦାୟିତ୍ୱ ନିର୍ବାହ କରୁଥିବା ସଂସ୍ଥା ଶ୍ରୀନିବାସନ ସର୍ଭିସେସ ଟ୍ରଷ୍ଟ ଜରିଆରେ ବିନା ମୂଲ୍ୟରେ ଏହା ବଣ୍ଟନ ପାଇଁ ପ୍ରାୟ ୧୫୦ ନିୟୁତ କୋରିଆନ ଓ୍ବେନ ମୂଲ୍ୟରେ ଏହି ମାସ୍କକୁ ଟିଭିଏସ୍‌ ମୋଟରର ଅଧ୍ୟକ୍ଷ, ଶ୍ରୀନିବାସନ ସର୍ଭିସେସ ଟ୍ରଷ୍ଟର ମ୍ୟାନେଜିଂ ଟ୍ରଷ୍ଟି, ଇନ୍‌କୋ ସେଣ୍ଟରର ଅଧ୍ୟକ୍ଷ ଓ କଲଚରାଲ ଆଣ୍ଡ ଡିପ୍ଲୋମାସି ଅଫ ଦି ରିପବ୍ଲିକ ଅଫ୍‌ କୋରିଆର ଗୁଡ୍‌ଓ୍ବିଲ ଆମ୍ବାସାଡର ବେଣୁ ଶ୍ରୀନିବାସନଙ୍କୁ ଏହା ହସ୍ତାନ୍ତର କରାଯାଇଛି।

Share