ତୋରଣରେ ଝଲସିବ ଦକ୍ଷିଣ ଭାରତୀୟ କଳା ସଂସ୍କୃତି

ନୂଆପଲ୍ଲୀ ଦୁର୍ଗାପୂଜା ସମିତି ପକ୍ଷରୁ ଆୟୋଜିତ ହେଉଥିବା ମା’ଙ୍କ ପୂଜା ଏଥର ୩୮ ବର୍ଷରେ ପଦାର୍ପଣ କରୁଛି। ପ୍ରତିବର୍ଷ ଭଳି ସ୍ବତନ୍ତ୍ରତା ବହନ କରୁଥିବା ଏହି ଅନୁଷ୍ଠାନ ଏବର୍ଷ ମଧ୍ୟ ନିଆରା ଆୟୋଜନ କରୁଛି। ତୋରଣରେ ଝଲସିବ ଦକ୍ଷିଣ ଭାରତର କଳା ସଂସ୍କୃତି। ପ୍ରସିଦ୍ଧ ତଥା ଅନନ୍ୟ ଲୋକ ନୃତ୍ୟର ବିଭିନ୍ନ ଦୃଶ୍ୟପଟକୁ ଜୀବନ୍ତ ରୂପ ଦେବାକୁ ପ୍ରୟାସ କରାଯାଉଥିବାବେଳେ ଏହାକୁ ଶ୍ରଦ୍ଧାଳୁମାନେ ଅତି ପାଖରେ ଅନୁଭବ କରିବେ। ୭୫ ଫୁଟ ଉଚ୍ଚତା ଓ ୧୨୦ ଫୁଟ ଚଉଡ଼ା ବିଶିଷ୍ଟ ଏହି ତୋରଣରେ ୧୬ ଫୁଟ ଉଚ୍ଚତାର ଦଶଭୁଜାଙ୍କ ମୂର୍ତ୍ତି ପୂଜା ପାଇବା ସହ ପାର୍ଶ୍ୱଦେବୀ ଦେବତାଙ୍କୁ ଦେଖିବାକୁ ମିଳିବ। ସେହିପରି ୨୨ଫୁଟ ଜରିର ତାରକସି ମେଢ଼ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଛି। ତୋରଣ ନିର୍ମାଣରେ ରାଜ୍ୟ ବାହାରୁ ଆସିଥିବା ପାଖାପାଖି ୪୦ରୁ ଅଧିକ କାରିଗର ଲାଗିପଡିଛନ୍ତି। ସେହିପରି ମା’ଙ୍କ ମୂର୍ତ୍ତି ଗଙ୍ଗା ମାଟିରେ ନିର୍ମାଣ କରାଯାଉ ଥିବାବେଳେ ଏଥିରେ ମଧ୍ୟ ବଙ୍ଗଳାର କାରିଗରମାନେ ନିୟୋଜିତ ଅଛନ୍ତି। ଏଥିସହ ମଣ୍ଡପକୁ ସୁସଜ୍ଜିତ ଓ ଆକର୍ଷଣ କରିବା ପାଇଁ ୧୦ଟି ବ଼ଡ଼ ରଙ୍ଗାରଙ୍ଗ ଲାଇଟ୍‌ ଗେଟ୍‌ ସହ ରାସ୍ତାର ଦୁଇ ପାର୍ଶ୍ୱରେ ବିଭିନ୍ନ ଡିଜାଇନ୍‌ର ଆଲୋକମାଳା ଶୋଭାବର୍ଦ୍ଧନ କରିବ। ଇନ୍ଦ୍ରଧନୁ ମାର୍କେଟଠାରୁ ଜୟଦେବ ବିହାର ରୋଡ଼ ଓ ରାସ୍ତାର ଆରପଟେ କଳିଙ୍ଗ ଷ୍ଟାଡିୟମ୍‌ଠାରୁ ନୟାପଲ୍ଲୀ ଓଭର ବ୍ରିଜ୍‌ ପର୍ଯ୍ୟନ୍ତ ଆକର୍ଷଣୀୟ ଆଲୋକମାଳାର ବ୍ୟବସ୍ଥା କରାଯାଇଛି। ସେହିପରି ପୂଜାକୁ ଆହୁରି ମନୋରମ କରିବା ପାଇଁ ମୀନା ବଜାରର ବ୍ୟବସ୍ଥା ରହିଛି। ଏଥିରେ ୧୨୦ ଷ୍ଟଲ୍‌ ରହିଥିବାବେଳେ ହସ୍ତତନ୍ତକୁ ସମୃଦ୍ଧ କରିବା ଲାଗି ନାବାର୍ଡ ପକ୍ଷରୁ ୯ଟି ଷ୍ଚଲ୍‌ ଖୋଲିବ। ସେହିପରି ଷଷ୍ଠୀଠାରୁ ଦଶମୀ ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ଭିତରେ ମେଲୋଡ଼ି, ଭଜନ ସା, ରେକର୍ଡ ଡ୍ୟାନ୍ସ ଭଳି ରଙ୍ଗାରଙ୍ଗ କାର୍ଯ୍ୟକ୍ରମର ସ୍ବତନ୍ତ୍ର ବ୍ୟବସ୍ଥା ରହିବା ସହ ପ୍ରତିଦିନ ୫ହଜାର ଭକ୍ତଙ୍କ ଲାଗି ପ୍ରସାଦ ବ୍ୟବସ୍ଥା ରହିଛି।

୮୦ଲକ୍ଷ ଟଙ୍କାର ବଜେଟ, ଶୃଙ୍ଖଳିତ ଦର୍ଶନକୁ ଗୁରୁତ୍ୱ
ଚଳିତବର୍ଷ ଦୁର୍ଗାପୂଜାକୁ ଧୁମ୍‌ଧାମ୍‌ରେ ପାଳନ କରିବାକୁ ପାଖାପାଖି ୭୦ରୁ ୮୦ ଲକ୍ଷ ଟଙ୍କାର ବଜେଟ କରାଯାଇଛି। ସମସ୍ତ ପାରମ୍ପରିକ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା, ଶ୍ରଦ୍ଧାଳୁଙ୍କ ପାଇଁ ପ୍ରସାଦସେବନ, ମେଢ଼, ତୋରଣ ଏବଂ ଭସାଣି ଉତ୍ସବ ପାଇଁ ଖର୍ଚ୍ଚର ବିବରଣୀ ପ୍ରସ୍ତୁତ କରାଯାଇଛି। ଶୃଙ୍ଖଳିତ ଦର୍ଶନକୁ ଗୁରୁତ୍ୱ ଦିଆଯାଉଛି। ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ୭୦ଟି ସିସି କ୍ୟାମେରା ସହ ବଡ଼ବଡ଼ ଡିଜିଟାଲ ଏଲଇଡି ପରଦା ମାଧ୍ୟମରେ ଲାଇଭ୍‌ ପ୍ରଦର୍ଶନ ହେବ। ୨ଶହରୁ ଅଧିକ ସୁରକ୍ଷାକର୍ମୀ, ଆଖପାଖର ଏସ୍‌ଏସ୍‌ଜି ଗ୍ରୁପ୍‌ ଓ ପୋଲିସ୍‌ ମିତ୍ର ମଧ୍ୟ ସହଯୋଗ କରିବେ। ରାବଣପୋଡ଼ି ପଡ଼ିଆରେ ପାର୍କିଂ ବ୍ୟବସ୍ଥା ରହିଛି। ଭସାଣି ଉତ୍ସବରେ ସମସ୍ତ ମେଢ଼ ଗଙ୍ଗନଗରଠାରେ ଏକତ୍ରିତ ହେବେ। ସେଠାରେ ଦେବୀଙ୍କ ପୂଜାର୍ଚ୍ଚନା ସରିବା ପରେ ମେଢ଼ସବୁ ଆଗପଛ ହୋଇ ପାରମ୍ପରିକ ବାଦ୍ୟ, ନୃତ୍ୟ ମଧ୍ୟରେ କୁଆଖାଇ ନଦୀକୂଳକୁ ଯିବେ। ସେଠାରେ ନିର୍ମିତ ଅସ୍ଥାୟୀ ପୁଷ୍କରିଣୀରେ ମା’ଙ୍କୁ ମେଲାଣି ଦିଆଯିବ।
-ସନାତନ ବେହେରା, ପ୍ରତିଷ୍ଠାତା, ନୟାପଲ୍ଲୀ ଦୁର୍ଗାପୂଜା କମିଟି।


Enter your email to get our daily news in your inbox.

All Right Reserved By Dharitri.Com

‘ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଉଜ୍ବଳ ହେଲେ ପୃଥିବୀ ଉଜ୍ଜ୍ୱଳ ହେବ’

ପୁରୁଷୋତ୍ତମପୁର,୭।୩(ସବିିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତାରାତାରିଣୀ କଲେଜର ବାର୍ଷିକ ଉତ୍ସବ ଅଧ୍ୟକ୍ଷ ଡ. ପ୍ରଦୀପ କୁମାର ସାହୁଙ୍କ ପୌରୋହିତ୍ୟରେ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ…

ଖେମୁଣ୍ଡି ଓକିଲ ସଂଘର ନିର୍ବାଚନ ପାଇଁ ପ୍ରାର୍ଥତ୍ପତ୍ର ଦାଖଲ

ଦିଗପହଣ୍ଡି,୭ା୩(ଅଶେଷ ନାଥ ମିଶ୍ର): ରାଜ୍ୟ ବାର୍‌ କାଉନସିଲ ପକ୍ଷରୁ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘର କାର୍ଯ୍ୟକର୍ତ୍ତା ନିର୍ବାଚନ ନିମନ୍ତେ ଶନିବାରଠାରୁ…

‘ଆମେ ଯାହା କରିଛୁ ଠିକ୍‌ କରିଛୁ’, କାହିଁକି ଏମିତି କହିଲେ ଜୟଶଙ୍କର? ଜାଣନ୍ତୁ ଇରାନ ଯୁଦ୍ଧ ସହ କ’ଣ ରହିଛି ସମ୍ପର୍କ

ନୂଆଦିଲ୍ଲୀ,୭।୩: ରାଇସିନା ଡାଏଲଗ ୨୦୨୬ରେ ମଧ୍ୟପ୍ରାଚ୍ୟ ଉତ୍ତେଜନା ମଧ୍ୟରେ ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର କୋଚିରେ ଏକ ଇରାନୀ ନୌସେନା ଜାହାଜକୁ ଡକିଂ କରିବାକୁ ଅନୁମତି…

ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ: ସମୀକ୍ଷା କଲେ ଆସିକା ଏମ୍‌ପି

ଛତ୍ରପୁର,୭ା୩(ଦିଲ୍ଲୀପ ସାମଲ): ସ୍ଥାନୀୟ ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ(ଦିଶା) ଅନୁଷ୍ଠିତ ହୋଇଥିଲା। ବୈଠକରେ କମିଟିର ଅଧ୍ୟକ୍ଷା ତଥା ଆସିକା…

ଯୁଦ୍ଧ ଭିତରେ ପାକିସ୍ତାନକୁ ଶକ୍ତ ଝଟ୍‌କା, ବରବାଦ୍‌ ହୋଇଯିବ ପାକ୍‌

ଇସଲାମବାଦ,୭।୩: ପାକିସ୍ତାନ ଏବେ ମଧ୍ୟପ୍ରାଚ୍ୟରେ ଯୁଦ୍ଧର ପରିଣାମ ମଧ୍ୟ ଭୋଗୁଛି। କାତାର ପାକିସ୍ତାନକୁ ଏକ ଫୋର୍ସ ମ୍ୟାଜିଅର ନୋଟିସ ଜାରି କରିଛି। ଏହାର ଅର୍ଥ ହେଉଛି ଯେ…

ପଡ଼ୋଶୀ ଦେଶକୁ କ୍ଷମା ମାଗିବା ସହ ଧମକ ଦେଲେ ଇରାନ ରାଷ୍ଟ୍ରପତି! କହିଲେ, ‘ ଆମେ ସେ ପର୍ଯ୍ୟନ୍ତ ଆକ୍ରମଣ କରିବୁ ନାହିଁ ଯେପର୍ଯ୍ୟନ୍ତ…’

ତେହରାନ,୭।୩: ଇରାନ ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ ପଡ଼ୋଶୀ ଦେଶ ଉପରେ ଆକ୍ରମଣ କରିବାକୁ ନେଇ କ୍ଷମା ପ୍ରାର୍ଥନା କରିଛନ୍ତି। ରାଷ୍ଟ୍ରପତି ସରକାରୀ ଟେଲିଭିଜନରେ ପୂର୍ବରୁ ରେକର୍ଡ ହୋଇଥିବା…

ପଙ୍ଖାରେ ଝୁଲୁଥିଲା ବୃଦ୍ଧଙ୍କ ମୃତଦେହ, ଘର ଆଗରେ ପଡ଼ିଛି କୁରାଢ଼ି, ବୋହୂଙ୍କ ମୁଣ୍ଡ ଫାଟିଛି, କହିଲେ ଶ୍ୱଶୁର…

ପାରାଦୀପ,୭ା୩(ଶରତ ରାଉତ): ଜଗତସିଂହପୁର ଜିଲା ପାରାଦୀପ ଲକ୍‌ ଥାନା ଅନ୍ତର୍ଗତ ଭୁତମୁଣ୍ଡାଇ ଗ୍ରାମରେ ଶନିବାର ସକାଳୁ ଜଣେ ଶତାୟୁ ବୃଦ୍ଧଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଥିଲା। ମୃତକ…

ଫାଇନାଲ ମ୍ୟାଚ ପୂର୍ବରୁ ଟିମ ଇଣ୍ଡିଆକୁ ଖୋଲା ଚ୍ୟାଲେଞ୍ଜ ଦେଲେ Mitchell Santner, କହିଲେ…

ନୂଆଦିଲ୍ଲୀ,୭।୩: ରବିବାର ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ୨୦୨୬ ଟି୨୦ ବିଶ୍ୱକପର ଫାଇନାଲ ଖେଳାଯିବ। ଏହି ଦୁଇ ଦଳ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ମୁହାଁମୁହିଁ ହେବେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri