ତୋରଣରେ ଝଲସିବ ଦକ୍ଷିଣ ଭାରତୀୟ କଳା ସଂସ୍କୃତି

ନୂଆପଲ୍ଲୀ ଦୁର୍ଗାପୂଜା ସମିତି ପକ୍ଷରୁ ଆୟୋଜିତ ହେଉଥିବା ମା’ଙ୍କ ପୂଜା ଏଥର ୩୮ ବର୍ଷରେ ପଦାର୍ପଣ କରୁଛି। ପ୍ରତିବର୍ଷ ଭଳି ସ୍ବତନ୍ତ୍ରତା ବହନ କରୁଥିବା ଏହି ଅନୁଷ୍ଠାନ ଏବର୍ଷ ମଧ୍ୟ ନିଆରା ଆୟୋଜନ କରୁଛି। ତୋରଣରେ ଝଲସିବ ଦକ୍ଷିଣ ଭାରତର କଳା ସଂସ୍କୃତି। ପ୍ରସିଦ୍ଧ ତଥା ଅନନ୍ୟ ଲୋକ ନୃତ୍ୟର ବିଭିନ୍ନ ଦୃଶ୍ୟପଟକୁ ଜୀବନ୍ତ ରୂପ ଦେବାକୁ ପ୍ରୟାସ କରାଯାଉଥିବାବେଳେ ଏହାକୁ ଶ୍ରଦ୍ଧାଳୁମାନେ ଅତି ପାଖରେ ଅନୁଭବ କରିବେ। ୭୫ ଫୁଟ ଉଚ୍ଚତା ଓ ୧୨୦ ଫୁଟ ଚଉଡ଼ା ବିଶିଷ୍ଟ ଏହି ତୋରଣରେ ୧୬ ଫୁଟ ଉଚ୍ଚତାର ଦଶଭୁଜାଙ୍କ ମୂର୍ତ୍ତି ପୂଜା ପାଇବା ସହ ପାର୍ଶ୍ୱଦେବୀ ଦେବତାଙ୍କୁ ଦେଖିବାକୁ ମିଳିବ। ସେହିପରି ୨୨ଫୁଟ ଜରିର ତାରକସି ମେଢ଼ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଛି। ତୋରଣ ନିର୍ମାଣରେ ରାଜ୍ୟ ବାହାରୁ ଆସିଥିବା ପାଖାପାଖି ୪୦ରୁ ଅଧିକ କାରିଗର ଲାଗିପଡିଛନ୍ତି। ସେହିପରି ମା’ଙ୍କ ମୂର୍ତ୍ତି ଗଙ୍ଗା ମାଟିରେ ନିର୍ମାଣ କରାଯାଉ ଥିବାବେଳେ ଏଥିରେ ମଧ୍ୟ ବଙ୍ଗଳାର କାରିଗରମାନେ ନିୟୋଜିତ ଅଛନ୍ତି। ଏଥିସହ ମଣ୍ଡପକୁ ସୁସଜ୍ଜିତ ଓ ଆକର୍ଷଣ କରିବା ପାଇଁ ୧୦ଟି ବ଼ଡ଼ ରଙ୍ଗାରଙ୍ଗ ଲାଇଟ୍‌ ଗେଟ୍‌ ସହ ରାସ୍ତାର ଦୁଇ ପାର୍ଶ୍ୱରେ ବିଭିନ୍ନ ଡିଜାଇନ୍‌ର ଆଲୋକମାଳା ଶୋଭାବର୍ଦ୍ଧନ କରିବ। ଇନ୍ଦ୍ରଧନୁ ମାର୍କେଟଠାରୁ ଜୟଦେବ ବିହାର ରୋଡ଼ ଓ ରାସ୍ତାର ଆରପଟେ କଳିଙ୍ଗ ଷ୍ଟାଡିୟମ୍‌ଠାରୁ ନୟାପଲ୍ଲୀ ଓଭର ବ୍ରିଜ୍‌ ପର୍ଯ୍ୟନ୍ତ ଆକର୍ଷଣୀୟ ଆଲୋକମାଳାର ବ୍ୟବସ୍ଥା କରାଯାଇଛି। ସେହିପରି ପୂଜାକୁ ଆହୁରି ମନୋରମ କରିବା ପାଇଁ ମୀନା ବଜାରର ବ୍ୟବସ୍ଥା ରହିଛି। ଏଥିରେ ୧୨୦ ଷ୍ଟଲ୍‌ ରହିଥିବାବେଳେ ହସ୍ତତନ୍ତକୁ ସମୃଦ୍ଧ କରିବା ଲାଗି ନାବାର୍ଡ ପକ୍ଷରୁ ୯ଟି ଷ୍ଚଲ୍‌ ଖୋଲିବ। ସେହିପରି ଷଷ୍ଠୀଠାରୁ ଦଶମୀ ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ଭିତରେ ମେଲୋଡ଼ି, ଭଜନ ସା, ରେକର୍ଡ ଡ୍ୟାନ୍ସ ଭଳି ରଙ୍ଗାରଙ୍ଗ କାର୍ଯ୍ୟକ୍ରମର ସ୍ବତନ୍ତ୍ର ବ୍ୟବସ୍ଥା ରହିବା ସହ ପ୍ରତିଦିନ ୫ହଜାର ଭକ୍ତଙ୍କ ଲାଗି ପ୍ରସାଦ ବ୍ୟବସ୍ଥା ରହିଛି।

୮୦ଲକ୍ଷ ଟଙ୍କାର ବଜେଟ, ଶୃଙ୍ଖଳିତ ଦର୍ଶନକୁ ଗୁରୁତ୍ୱ
ଚଳିତବର୍ଷ ଦୁର୍ଗାପୂଜାକୁ ଧୁମ୍‌ଧାମ୍‌ରେ ପାଳନ କରିବାକୁ ପାଖାପାଖି ୭୦ରୁ ୮୦ ଲକ୍ଷ ଟଙ୍କାର ବଜେଟ କରାଯାଇଛି। ସମସ୍ତ ପାରମ୍ପରିକ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା, ଶ୍ରଦ୍ଧାଳୁଙ୍କ ପାଇଁ ପ୍ରସାଦସେବନ, ମେଢ଼, ତୋରଣ ଏବଂ ଭସାଣି ଉତ୍ସବ ପାଇଁ ଖର୍ଚ୍ଚର ବିବରଣୀ ପ୍ରସ୍ତୁତ କରାଯାଇଛି। ଶୃଙ୍ଖଳିତ ଦର୍ଶନକୁ ଗୁରୁତ୍ୱ ଦିଆଯାଉଛି। ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ୭୦ଟି ସିସି କ୍ୟାମେରା ସହ ବଡ଼ବଡ଼ ଡିଜିଟାଲ ଏଲଇଡି ପରଦା ମାଧ୍ୟମରେ ଲାଇଭ୍‌ ପ୍ରଦର୍ଶନ ହେବ। ୨ଶହରୁ ଅଧିକ ସୁରକ୍ଷାକର୍ମୀ, ଆଖପାଖର ଏସ୍‌ଏସ୍‌ଜି ଗ୍ରୁପ୍‌ ଓ ପୋଲିସ୍‌ ମିତ୍ର ମଧ୍ୟ ସହଯୋଗ କରିବେ। ରାବଣପୋଡ଼ି ପଡ଼ିଆରେ ପାର୍କିଂ ବ୍ୟବସ୍ଥା ରହିଛି। ଭସାଣି ଉତ୍ସବରେ ସମସ୍ତ ମେଢ଼ ଗଙ୍ଗନଗରଠାରେ ଏକତ୍ରିତ ହେବେ। ସେଠାରେ ଦେବୀଙ୍କ ପୂଜାର୍ଚ୍ଚନା ସରିବା ପରେ ମେଢ଼ସବୁ ଆଗପଛ ହୋଇ ପାରମ୍ପରିକ ବାଦ୍ୟ, ନୃତ୍ୟ ମଧ୍ୟରେ କୁଆଖାଇ ନଦୀକୂଳକୁ ଯିବେ। ସେଠାରେ ନିର୍ମିତ ଅସ୍ଥାୟୀ ପୁଷ୍କରିଣୀରେ ମା’ଙ୍କୁ ମେଲାଣି ଦିଆଯିବ।
-ସନାତନ ବେହେରା, ପ୍ରତିଷ୍ଠାତା, ନୟାପଲ୍ଲୀ ଦୁର୍ଗାପୂଜା କମିଟି।


Enter your email to get our daily news in your inbox.

All Right Reserved By Dharitri.Com

ଶିଶିର ସରସ ମେଳା-୨୦୨୬ରେ ୩୦ କୋଟି ଟପିଲା ବ୍ୟବସାୟ

ଭୁବନେଶ୍ୱର,୨୦।୧: ରାଜଧାନୀରେ ଚାଲିଥିବା ଜାତୀୟ ସ୍ତରୀୟ ‘ଶିଶିର ସରସ ମେଳା-୨୦୨୬’ ମଙ୍ଗଳବାର ଉଦଯାପିତ ହୋଇଯାଇଛି। ଚଳିତ ବର୍ଷ ଏହି ମେଳା ବିକ୍ରି ଏବଂ ଜନସମାଗମ କ୍ଷେତ୍ରରେ...

ମହାପ୍ରଭୁଙ୍କ ଶରଣରେ ପଶିଲେ ପିୟୂଷ: ଯାତ୍ରା ମଞ୍ଚ ପାଇଁ ଫିଟିଗଲା ବାଟ

ଭୁବନେଶ୍ୱର,୨୦।୧: ଯାତ୍ରା ଜଗତର ଚର୍ଚ୍ଚିତ ଖଳନାୟକ ପିୟୂଷ ତ୍ରିପାଠୀଙ୍କ ପାଇଁ ଖୋଲିଛି ମଞ୍ଚକୁ ଫେରିବାର ବାଟ। ଅପେରା ସୂର୍ଯ୍ୟମନ୍ଦିର ମାଲିକ ପ୍ରମୋଦ ସ୍ୱାଇଁଙ୍କ ସହ ଚାଲିଥିବା...

ମହିଳାଙ୍କ ହାତରେ ‘ଆମ ବସ୍’ ଷ୍ଟିୟରିଂ: ଏହି ଦିନରୁ ମିଳିବ ଦାୟିତ୍ୱ

ଭୁବନେଶ୍ୱର,୨୦।୧: ରାଜ୍ୟ ପରିବହନ ସେବାରେ ଏକ ବଡ଼ ପରିବର୍ତ୍ତନ ଆସିବାକୁ ଯାଉଛି। ଏଣିକି ପୁରୁଷଙ୍କ ସହ ମହିଳାମାନେ ମଧ୍ୟ ‘ଆମ ବସ୍’ ଚଲାଇବେ। ବିଶେଷ କରି...

ବାଲେଶ୍ୱରରେ ସଂଖ୍ୟାଲଘୁ ଯୁବକଙ୍କ ହତ୍ୟା: ନବୀନଙ୍କ ଗଭୀର ଦୁଃଖ ପ୍ରକାଶ

ଭୁବନେଶ୍ୱର,୨୦।୧: ବାଲେଶ୍ୱର ଜିଲାରେ ଗୋ-ଚାଲାଣ ଅଭିଯୋଗରେ ଜଣେ ସଂଖ୍ୟାଲଘୁ ସମ୍ପ୍ରଦାୟର ଯୁବକଙ୍କୁ ହତ୍ୟା ଘଟଣାରେ ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ...

୨୦୦୦ ଟଙ୍କାର ଛୋଟିଆ SIP କରିବ କୋଟିପତି, ଜାଣନ୍ତୁ କିଭଳି ନିବେଶ… 

ନୂଆଦିଲ୍ଲୀ, ୨୦।୧: କ’ଣ ୨୦୦୦ର ଛୋଟ SIPରୁ ଆପଣ କୋଟିପତି ହୋଇପାରିବେ? ଉତ୍ତର ହେଉଛି ହଁ! କେବଳ ଧୌର୍ଯ୍ୟ ଏବଂ ସମୟର ଆବଶ୍ୟକତା ରହିଛି। ଏସ୍‌ଆଇପି,...

୨୭ ବର୍ଷ ପରେ ନକ୍ଷତ୍ର ପରିବର୍ତ୍ତନ କଲେ ଶନି, ଏହି ୩ ରାଶିର ବଦଳିବ ଭାଗ୍ୟ…

ଜାନୁଆରୀ ୨୦ ତାରିଖ ଅର୍ଥାତ୍ ଆଜିର ଦିନରୁ ଶନିଦେବ ଉତ୍ତରା ଭାଦ୍ରପଦ ନକ୍ଷତ୍ରରେ ପ୍ରବେଶ କରିବାକୁ ଯାଉଛନ୍ତି । ଜ୍ୟୋତିଷ ଶାସ୍ତ୍ରର ଗଣନା ଅନୁଯାୟୀ ପାଖାପାଖି...

ନିରଞ୍ଜନଙ୍କୁ ଗୁରୁଦାୟିତ୍ୱ: ରାଜ୍ୟ ସରପଞ୍ଚ ମହାସଂଘର ଉପଦେଷ୍ଟା ହେଲେ …

ଦିଗପହଣ୍ଡି,୨୦|୧(ଅଶେଷନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକର ପୂର୍ବତନ ସମିତି ସଭ୍ୟ ତଥା ରେଡ୍ଡୀ ସମାଜ ଦିଗପହଣ୍ଡି ଜୋନର ସଭାପତି ଏମ୍ . ନିରଞ୍ଜନ ରେଡ୍ଡୀଙ୍କୁ...

ଟାଙ୍ଗିଆରେ ହାଣି କରିଥିଲେ ହତ୍ୟା: ବାପା-ପୁଅକୁ ଆଜୀବନ ଜେଲ

ବ୍ରହ୍ମପୁର,୨୦।୧(ସୁବାସ ଚନ୍ଦ୍ର ପାଢ଼ୀ): କିଆବାଡ଼ ଭାଗବଣ୍ଟାକୁ ନେଇ ଘଟିଥିବା ହତ୍ୟା ମାମଲାର ବିଚାର କରି ଗଞ୍ଜାମ ଜିଲା ଜଜ୍‌ ଅଶାନ୍ତ କୁମାର ଦାଶ ଅଭିଯୁକ୍ତ ବାପ-ପୁଅଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri