Categories: ଖେଳ

ଓ୍ବାର୍ମଅପ୍‌ ମ୍ୟାଚ୍‌ ପୂର୍ବରୁ ସ୍ବଦେଶ ଫେରିଗଲେ ଦକ୍ଷିଣ ଆଫ୍ରିକା ଅଧିନାୟକ

ଥିରୁଭାନନ୍ଥପୁରମ,୨୮ା୯: ଆଇସିସି ଦିନିକିଆ ବିଶ୍ୱକପ୍‌ ଖେଳିବାକୁ ଭାରତ ଆସିଥିବା ଦକ୍ଷିଣ ଆଫ୍ରିକା ଅଧିନାୟକ ଟେମ୍ବା ବଭୁମା ବ୍ୟକ୍ତିଗତ କାରଣରୁ ସ୍ବଦେଶ ଫେରିଯାଇଛନ୍ତି।

ଦକ୍ଷିଣ ଆଫ୍ରିକା ସେପ୍ଟେମ୍ବର ୨୯ ଏବଂ ଅକ୍ଟୋବର ୨ରେ ଆଫଗାନିସ୍ତାନ ଓ ନ୍ୟୁଜିଲାଣ୍ଡ ବିପକ୍ଷରେ ଓ୍ବାର୍ମଅପ୍‌ ଗେମ୍‌ ଖେଳିବାରେ କାର୍ଯ୍ୟକ୍ରମ ରହିଛି। ବଭୁମାଙ୍କ ଅନୁପସ୍ଥିତିରେ ଅନ୍ତର୍ଜାତୀୟ ଟି୨୦ ଅଧିନାୟକ ଏଡେନ୍‌ ମାରାକ୍ରମ ୨ଟି ଓ୍ବାର୍ମଅପ୍‌ ଗେମ୍‌ରେ ଦକ୍ଷିଣ ଆଫ୍ରିକାର ନେତୃତ୍ୱ ତୁଲାଇବେ। ଦକ୍ଷିଣ ଆଫ୍ରିକା ଅକ୍ଟୋବର ୭ରେ ଶ୍ରୀଲଙ୍କା ବିପକ୍ଷରେ ବିଶ୍ୱକପ୍‌ରେ ପ୍ରଥମ ମ୍ୟାଚ୍‌ ଖେଳିବ।

Share