Posted inଖେଳ

ଦକ୍ଷିଣ ଆଫ୍ରିକାରେ ଭାରତର ସିରିଜ ଜିତିବା ସ୍ବପ୍ନ ଭାଙ୍ଗିଲା

ସେଞ୍ଚୁରିଅନ୍‌,୨୮।୧୨: ସେଞ୍ଚୁରିଅନ୍‌ ସୁପରସ୍ପୋଟର୍‌ସ ପାର୍କଠାରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ଇନିଂସ ଏବଂ ୩୨ ରନ୍‌ରେ ବିଜୟୀ ହୋଇଛି। ଏହା ସହିତ ଦକ୍ଷିଣ-ଆଫ୍ରିକା ଟେଷ୍ଟ ସିରିଜରେ ୧-୦ରେ ଆଗୁଆ ହୋଇଛି। ଫଳରେ ଭାରତ ଦକ୍ଷିଣ ଆଫ୍ରିକା ମାଟିରେ ଟେଷ୍ଟ ସିରିଜ ଜିତିବା ସ୍ବପ୍ନ ଭାଙ୍ଗିଯାଇଛି।

ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରିଥିବା ଭାରତ ପ୍ରଥମ ଇନିଂସରେ ୨୪୫ ରନ୍‌ କରି ଅଲ୍‌ଆଉଟ ହୋଇଯାଇଥିଲା। ଗୁରୁବାର ମ୍ୟାଚର ତୃତୀୟ ଦିନରେ ଦକ୍ଷିଣ ଆଫ୍ରିକାର ପ୍ରଥମ ଇନିଂସ୍‌ରେ ୪୦୮ ରନ୍‌ କରିଥିଲା। ଫଳରେ ପ୍ରଥମ ଇନିଂସରେ ଦକ୍ଷିଣ ଆଫ୍ରିକା ୧୬୩ ରନ୍‌ରେ ଆଗୁଆ ରହିଥିଲା।

ହେଲେ ଦ୍ୱିତୀୟ ଇନିଂସରେ ଭାରତ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଅଧିନାୟକ ରୋହିତ ଶର୍ମା ଖାତା ଖୋଲି ପାରି ନ ଥିଲେ। ଯଶସ୍ବୀ ଜୟସ୍ବାଲ ୫ ରନ୍‌ କରି ଆଉଟ୍‌ ହୋଇଥିଲେ। ଶୁବମନ ଗିଲ୍‌ ଏବଂ ବିରାଟ କୋହଲି କିଛି ସମୟ କ୍ରିଜ୍‌ରେ ରହିଥିଲେ। ଗିଲ୍‌ ୨୬ ରନ୍‌ କରି ଆଉଟ ହେବା ପରେ ବିରାଟ ଏକାକୀ ମୁକାବିଲା କରିଥିଲେ। ହେଲେ ଅନ୍ୟ ବ୍ୟାଟର ଦୁଇଅଙ୍କ ଛୁଇଁପାରି ନ ଥିଲେ। ବିରାଟ ୭୬ ରନ୍‌ କରିଥିଲେ। ଫଳରେ ଭାରତ ଦ୍ୱିତୀୟ ଇନିଂସରେ ୧୩୧ ରନ୍‌ କରିବାରେ ସକ୍ଷମ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସୁପର-୮ ମ୍ୟାଚ୍‌ରେ ଇଂଲଣ୍ଡର ବଡ଼ ବିଜୟ

ପାଲିକେଲ,୨୨ା୨- ଓ୍ବିଲ ଜ୍ୟାକ୍ସଙ୍କ ଅଲରାଉଣ୍ଡ ପ୍ରଦର୍ଶନ ଯୋଗୁ ଚଳିତ ଟି୨୦ ବିଶ୍ୱକପ୍‌ର ସୁପର-୮ ପର୍ଯ୍ୟାୟ ମ୍ୟାଚ୍‌ରେ ଇଂଲଣ୍ଡ ୫୧ ରନରେ ଶ୍ରୀଲଙ୍କାକୁ ପରାସ୍ତ କରିଛି। ଇଂଲଣ୍ଡ ଦ୍ୱାରା…

ଭାରତ ଆଗରେ ୧୮୮ ରନ୍‌ର ଟାର୍ଗେଟ୍‌ ରଖିଲା ଦକ୍ଷିଣ ଆଫ୍ରିକା

ଅହମ୍ମଦାବାଦ,୨୨ା୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଚାଲିଥିବା ଟି-୨୦ ବିଶ୍ୱକପ୍‌ ୨୦୨୬ର ସୁପର-୮ ମ୍ୟାଚ୍‌ରେ  ଭାରତ ଆଗରେ ୧୮୮ ରନ୍‌ର ବିଜୟ…

ସ୍କୁଟିରେ ନେଉଥିଲେ ବ୍ରାଉନସୁଗାର, ପାଟ୍ରୋଲିଂବେଳେ ଯାଞ୍ଚ କରିବାରୁ…

ଭଞ୍ଜନଗର,୨୨ା୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ରବିବାର ଚୋରା ବ୍ରାଉନସୁଗାର କାରବାର ଅଭିଯୋଗରେ ୨ ଜଣକୁ ଗିରଫ କରିଛି। ସେମାନଙ୍କ ଠାରୁ ୫୧ ଗ୍ରାମ ବ୍ରାଉନସୁଗାର,…

କାର୍‌-ବାଇକ୍‌ ମୁହାଁମୁହିଁ, ଚାଲିଗଲା ୨ ଯୁବକଙ୍କ ଜୀବନ

କେନ୍ଦୁଝର,୨୨ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ତେଲକୋଇ ଥାନା ଅନ୍ତର୍ଗତ ଗୋଳବନ୍ଧ ଗ୍ରାମ ଛକ ନିକଟରେ ରବିବାର ମଧ୍ୟାହ୍ନରେ ଏକ କାର ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା…

ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଜଣେ ମୃତ: କୋର୍ଟ ଚାଲାଣ ହେଲେ ୩

ପଟାଙ୍ଗି,୨୨ା୨(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ଦେଓପଟ୍ଟାଙ୍ଗି ପଞ୍ଚାୟତ ସଦର ମହକୁମାରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଜଣେ ମୃତ ଘଟଣାରେ ପୋଲିସ ତଦନ୍ତ…

୪ ରନ୍‌ କରି ଏଡେନ ମାରକ୍ରମ ଆଉଟ୍‌

ଅହମ୍ମଦାବାଦ,୨୨ା୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ପରସ୍ପର ବିପକ୍ଷରେ ଖେଳୁଛନ୍ତି। ଏହା ସୁପର-୮ ରେ ସେମାନଙ୍କର ପ୍ରଥମ ମ୍ୟାଚ୍‌। ଦକ୍ଷିଣ ଆଫ୍ରିକା ଟସ୍‌ ଜିତି ପ୍ରଥମେ ବ୍ୟାଟିଂ…

ବଡ଼ ସ୍କୋର ଆଶାରେ ଦକ୍ଷିଣ ଆଫ୍ରିକା

ଅହମ୍ମଦାବାଦ,୨୨ା୨:  ଟି-୨୦ ବିଶ୍ବକପ୍‌ର ଟସ୍‌ ଜିତି ବ୍ୟାଟିଂ କରିବାକୁ ଦକ୍ଷିଣ ଆଫ୍ରିକା ନିଷ୍ପତ୍ତି ନେଇଛି।ଅପରିବର୍ତ୍ତିତ ଏକାଦଶ ସହ ପଡ଼ିଆକୁ ଓହ୍ଲାଇବ ଭାରତ। ଟସ୍‌ ଜିତିଥିଲେ ବ୍ୟାଟିଂ ନେଇଥାନ୍ତୁ…

ବୈଭବ ସୂର୍ଯ୍ୟବଂଶୀଙ୍କୁ ୫୦ ଲକ୍ଷ ଟଙ୍କା ଦେଲେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ଜାଣନ୍ତୁ କିଏ ଦେଲା ମହଙ୍ଗା କାର୍‌…

ପାଟ୍‌ନା,୨୨ା୨: ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ୧୯ ବର୍ଷରୁ କମ୍‌ କ୍ରିକେଟ୍‌ ବିଶ୍ୱକପ -୨୦୨୬ ଜିତିଥିବା ଭାରତୀୟ ଦଳରେ ଉଲ୍ଲେଖନୀୟ ପ୍ରଦର୍ଶନ କରି ବିହାରକୁ ଗର୍ବିତ କରିଥିବା ବୈଭବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri