Posted inଖେଳ

ଭାରତଠାରୁ ମ୍ୟାଚ୍‌ ଛଡ଼ାଇ ନେଲା ଦକ୍ଷିଣ ଆଫ୍ରିକା

ବିଶାଖାପାଟଣା,୯।୧୦- ଆଇସିସି ମହିଳା ବିଶ୍ୱକପ୍‌ରେ ଗୁରୁବାର ଖେଳାଯାଇଥିବା ରୋମାଞ୍ଚକ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ୩ ଉଇକେଟରେ ଭାରତକୁ ପରାସ୍ତ କରିଛି। ରିଚା ଘୋଷଙ୍କ ବିସ୍ଫୋରକ ୯୪ ରନର ଇନିଂସ ବଳରେ ଭାରତ ୨୫୨ ରନର ଚ୍ୟାଲେଞ୍ଜିଂ ଟାର୍ଗେଟ ଛିଡ଼ା କରିଥିଲା। ଜବାବରେ ନାଦିନେ ଡି କ୍ଲର୍କ ୮୪ ରନର ବିସ୍ଫୋରକ ପାଳି ଖେଳି ଭାରତଠାରୁ ମ୍ୟାଚ୍‌ ଛଡ଼ାଇ ନେଇଥିଲେ। ଏହା ଦକ୍ଷିଣ ଆଫ୍ରିକାର ଦ୍ୱିତୀୟ ବିଜୟ ହୋଇଥିବା ବେଳେ ଭାରତର ଏହା ପ୍ରଥମ ପରାଜୟ।

ପ୍ରଥମେ ବ୍ୟାଟିଂ କରିଥିବା ଭାରତୀୟ ଦଳକୁ ପ୍ରତିକା ରାଓ୍ବଲ ଓ ସ୍ମୃତି ମନ୍ଧାନାଙ୍କ ଓପନିଂ ଯୋଡ଼ି ୫୫ ରନର ଭଲ ଆରମ୍ଭ ପ୍ରଦାନ କରିଥିଲା। କ୍ରିଜ୍‌ରେ ସେଟ୍‌ ଥିବା ମନ୍ଧାନା (୨୩ ରନ, ୧ ଲେଖାଏ ଚୌକା ଓ ଛକା) ବଡ଼ ଶଟ୍‌ ଖେଳିବାକୁ ଯାଇ କ୍ୟାଚ୍‌ ଆଉଟ୍‌ ହୋଇଥିଲେ। ୩ୟ କ୍ରମରେ ଆସିଥିବା ହର୍ଲିନ ଦେଓଲ (୧୩)ଙ୍କ ସହ ପ୍ରତିକା ଦ୍ୱିତୀୟ ଉଇକେଟରେ ୨୮ ରନ ଯୋଡ଼ିଥିଲେ। ଏହାପରେ ଦଳ ମାତ୍ର ୧୯ ରନ ମଧ୍ୟରେ ୫ ଉଇକେଟ ହରାଇଥିଲା। ପ୍ରତିକା ୩୭ (୫ ଚୌକା) ରନ କରି ଆଉଟ୍‌ ହୋଇଥିବା ବେଳେ ଅଧିନାୟିକା ହରମନପ୍ରୀତ କୌର (୯), ଜେମିମା ରୋଡ୍ରିଗୁଏଜ (୦) ଓ ଦୀପ୍ତି ଶର୍ମା (୪) ଫେଲ ମାରିଥିଲେ। ଫଳରେ ଏକଦା ୮୩/୧ ସ୍କୋର କରିଥିବା ଭାରତ ୧୦୨ ରନରେ ୬ ଉଇକେଟ ହରାଇ ସଙ୍କଟରେ ପଡ଼ିଥିଲା। ଏଭଳି ପରିସ୍ଥିତିରେ ରିଚା ଘୋଷ ଓ ଅମନଜୋତ କୌର ସପ୍ତମ ଉଇକେଟରେ ୫୧ ରନ ଯୋଡ଼ି ଦଳୀୟ ସ୍କୋରକୁ ୧୫୦ ଅତିକ୍ରମ କରାଇଥିଲେ। ଅମନଜୋତ ୧୩ ରନ କରି ସପ୍ତମ ବ୍ୟାଟର ଭାବେ ଆଉଟ୍‌ ହୋଇଥିଲେ। ଏହାପରେ ରିଚା ଓ ସ୍ନେହ ରାଣା ଆଟାକିଂ ବ୍ୟାଟିଂ କରିଥିଲେ। ଦୁହେଁ ଅଷ୍ଟମ ଉଇକେଟ ପାଇଁ ୮୮ ରନ ଯୋଡ଼ିଥିଲେ। ସ୍ନେହ ୨୪ ବଲରେ ୬ ଚୌକା ସହିତ ୩୩ ରନ କରି ଆଉଟ୍‌ ହୋଇଥିଲେ।

ସେହିଭଳି ରିଚା ୭୭ ବଲରେ ୯୪ ରନର ବିସ୍ଫୋରକ ପାଳି ଖେଳି ଅନ୍ତିମ ଓଭରରେ ପାଭିଲିଅନ ଫେରିଥିଲେ। ତାଙ୍କ ଇନିଂସରେ ୧୧ ଚୌକା ଓ ୪ ଛକା ସାମିଲ ଥିଲା। ଏହା ରିଚାଙ୍କର ଦିନିକିଆ କ୍ୟାରିୟରର ସର୍ବାଧିକ ସ୍କୋର। ମହିଳା ଦିନିକିଆ କ୍ରିକେଟ ଇତିହାସରେ ଅଷ୍ଟମ ପୋଜିଶନରେ ଏହା ସର୍ବାଧିକ ବ୍ୟକ୍ତିଗତ ସ୍କୋର। ଭାରତୀୟ ଦଳ ୪୯.୫ ଓଭରରେ ୨୫୧ ରନରେ ଅଲଆଉଟ୍‌ ହୋଇଯାଇଥିଲା।

ଜବାବରେ ଭାରତ ଭଳି ଦକ୍ଷିଣ ଆଫ୍ରିକା ମଧ୍ୟ ବ୍ୟାଟିଂ ବିପର୍ଯ୍ୟର ସମ୍ମୁଖୀନ ହୋଇଥିଲା। ଗୋଟିଏ ପଟେ ଅଧିନାୟିକା ଲୌରା ଓ୍ବଲଭାର୍ଟ ଛିଡ଼ା ହୋଇଥିବା ବେଳେ ଅନ୍ୟ ପଟେ ଉଇକେଟ ପତନ ଜାରି ରହିଥିଲା। ଦଳ ୨୦ ଓଭର ମଧ୍ୟରେ ୮୧ ରନରେ ୫ ଉଇକେଟ ସଙ୍କଟରେ ପଡ଼ିଥିଲା। ଅଧିନାୟିକା ଲୌରାଙ୍କ ସହ ଚ୍ଲୋ ଟ୍ରାଇଅନ ସପ୍ତମ ଉଇକେଟରେ ୬୧ ରନ ଯୋଡ଼ିଥିଲେ। ଲୌରା ୮ ଚୌକା ସହିତ ୭୦ ଓ ଟ୍ରାଇଅନ ୫ ଚୌକା ସହିତ ୪୯ ରନ କରି ଆଉଟ୍‌ ହୋଇଥିଲେ। ଶେଷ ଆଡ଼କୁ ନାଡିନେ ଡି କ୍ଲର୍କ ୫୪ ବଲରେ ୮ ଚୌକା ଓ ୫ ଛକା ସହ ବିସ୍ଫୋରକ ୮୪ ରନର ପାଳି ଖେଳି ଭାରତ ହାତରୁ ମ୍ୟାଚ୍‌ ଛଡ଼ାଇ ନେଇଥିଲେ। ଦକ୍ଷିଣ ଆଫ୍ରିକା ୪୮.୫ ଓଭରରେ ୭ ଉଇକେଟ ହରାଇ ୨୫୨ ରନ କରି ନେଇଥିଲା। ଭାରତ ପାଇଁ କ୍ରାନ୍ତି ଗୌଡ଼ ଓ ସ୍ନେହ ରାଣା ୨ ଲେଖାଏ ଉଇକେଟ ହାତେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ରାପଡ଼ା: ୨୧ ବର୍ଷ ପରେ କାର୍ଯ୍ୟାନୁଷ୍ଠାନ; ୩ ବାଂଲାଦେଶୀଙ୍କୁ ଦେଶାନ୍ତର କଲା ଜିଲା ପ୍ରଶାସନ

କେନ୍ଦ୍ରାପଡ଼ା, ୩୦ା୧ (ଜଗନ୍ନାଥ ଧଳ): ଦୀର୍ଘ ୨୧ ବର୍ଷ ପରେ କେନ୍ଦ୍ରାପଡ଼ା ଜିଲାରେ ଅନୁପ୍ରବେଶକାରୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ୩ ଜଣ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଜିଲା…

କୈଳାସ ସାହୁଙ୍କୁ ଗଳା କାଟି ହତ୍ୟା, ପହଞ୍ଚିଲା ବିଷମ କଟକ ପୋଲିସ… 

ବିଷମ କଟକ, ୩୦।୧(ପ୍ରସନ୍ନ କୁମାର ପଣ୍ଡା): ରାୟଗଡା ଜିଲା ବିଷମ କଟକ ସଦର ସ୍ଥିତ ବ୍ରାହ୍ମଣ ସାହି ନିବାସୀ କୈଳାସ ଚନ୍ଦ୍ରଙ୍କୁ କେହି ଦୁର୍ବୃତ୍ତ ଗଳା କାଟି…

ଅଭିଯୋଗ ଆଣିଲେ ଏମ୍‌ପି:ଦେଶର ଅର୍ଥନୈତିକ ଅଭିବୃଦ୍ଧି ଚିନ୍ତାଜନକ; ଗ୍ରାମୀଣ ବିକାଶକୁ ଅଣଦେଖା, ବଡ଼ ବଡ଼ …

ରାୟଗଡ଼ା,୩୦।୧(ଆଶିଷ ରଞ୍ଜନ ପଣ୍ଡା): ଆର୍ଥିକ ସର୍ବେକ୍ଷଣ ୨୦୨୫-୨୬ ଅନୁସାରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ପ୍ରାୟ ୭% ରହିବାର ପୂର୍ବାନୁମାନ କରାଯାଇଛି। ଯାହା ବିଶ୍ୱସ୍ତରୀୟ ଅନିଶ୍ଚିତତା ସତ୍ୱେ ଦେଶର ସାମଗ୍ରିକ…

ସରକାରଙ୍କ ବଡ଼ ଘୋଷଣା : ଝାରବନ୍ଧ ଓଡ଼ିଶାର ପ୍ରଥମ ଦୁଗ୍ଧ ଗ୍ରାମ; ସମୃଦ୍ଧି, ସଶକ୍ତିକରଣ ସ୍ଥାୟୀ ଗ୍ରାମୀଣ ବିକାଶର…

ବରଗଡ଼, ୩୦।୧( ପ୍ରେମାନନ୍ଦ ଖମାରୀ) – ସାମୁହିକ ପ୍ରଚେଷ୍ଟାରେ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା ଦିଗରେ ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଉପାନ୍ତ ଝାରବନ୍ଧ ଦୁଗ୍ଧ…

ଗୁଣପୁର-ବିଷମକଟକ ବିଧାନସଭା ଆସନ ଉପରେ ଭାଜପାର ଫୋକସ୍‌: ପୂର୍ବତନ ଜିଲା ପରିଷଦ ଦମ୍ପତିଙ୍କ ପୁଅ ମିଶିଲେ ଭାଜପାରେ

ରାୟଗଡ଼ା,୩୧।୧(ଆଶିଷ ରଞ୍ଜନ ପଣ୍ଡା): ୨୦୨୪ ସାଧାରଣ ନିର୍ବାଚନ ପରେ ରାଜ୍ୟରେ ଭାଜପା ଏକାକୀ ସରକାର ଗଠନ କରିବା ପରେ ଜିଲାରେ ସକ୍ରିୟ ହୋଇଛନ୍ତି ଭାଜପା କାର୍ଯ୍ୟକର୍ତ୍ତା। ଆଗାମୀ…

YouTube ଏବଂ Instagramରୁ କେମିତି କରିବେ ମୋଟା ଅଙ୍କର ରୋଜଗାର? ସରଳ ଭାଷାରେ ବୁଝନ୍ତୁ…

ନୂଆଦିଲ୍ଲୀ,୩୦।୧:  ଆଜିର ଡିଜିଟାଲ୍ ଯୁଗରେ ଯୁଟ୍ୟୁବ୍ ଓ ଇନ୍‌ଷ୍ଟାଗ୍ରାମ୍ ଅନେକ ଲୋକଙ୍କ ପାଇଁ ମୋଟା ଅଙ୍କର ରୋଜଗାରର ଏକ ମାଧ୍ୟମ ହୋଇଛି। ଏହି ଦୁଇଟି ପ୍ଲାଟଫର୍ମରେ ଆଡ୍ସ…

ଋଷିମାଳରେ କନ୍ଧମାଳ ଜିଲାପାଳ: ବ୍ରାହ୍ମଣୀଗାଁର ବିଭିନ୍ନ ଉନ୍ନୟନ କାର୍ଯ୍ୟ ଦେଖିଲେ

ଦାରିଙ୍ଗବାଡି,୩୦।୧(ଅରୁଣ ସାହୁ): କନ୍ଧମାଳ ଜିଲାପାଳ ବେଦ ଭୂଷଣ ଶୁକ୍ରବାର ଅପରାହ୍ନରେ ହଟାତ ଦାରିଙ୍ଗବାଡି ଗସ୍ତରେ ଆସିଥିଲେ। ସେ ଉକ୍ତ ବ୍ଲକର ଦୁର୍ଗମ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳ ହାତୀମୁଣ୍ଡା…

ଗଲା ଗୋଟିଏ ପରେ ଗୋଟିଏ ଜୀବନ: ୫ ମଇଁଷି ମୃତ

ଖଜୁରିପଡ଼ା,୩୦ା୧ ( ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ଅନ୍ତର୍ଗତ ଚାରିପଡ଼ା ଗ୍ରାମରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୫ଟି ମଇଁଷିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ବିଦ୍ୟୁତ୍‌ ଖୁଣ୍ଟରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri