Posted inଖେଳ

ଆୟୋଜକ ୱେଷ୍ଟଇଣ୍ଡିଜକୁ ହରାଇ ସେମିଫାଇନାଲରେ ଦକ୍ଷିଣ ଆଫ୍ରିକା

ନୂଆଦିଲ୍ଲୀ,୨୪।୬: ଏକ ରୋମାଞ୍ଚକର ମ୍ୟାଚରେ ଆୟୋଜକ ୱେଷ୍ଟଇଣ୍ଡିଜକୁ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଛି ଦକ୍ଷିଣ ଆଫ୍ରିକା। ସୋମବାର ନର୍ଥ ସାଉଣ୍ଡର ସାର୍ ଭିଭିଆନ୍ ରିଚାର୍ଡସ୍ ଷ୍ଟାଡିୟମରେ ୱେଷ୍ଟଇଣ୍ଡିଜ୍ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ଡିଏଲଏସ ନିୟମ ଅନୁଯାୟୀ ୩ ୱିକେଟ୍ ଜିତିଥିଲା।

ଡିଏଲଏସ ନିୟମ ଅନୁସାରେ ଦକ୍ଷିଣ ଆଫ୍ରିକାକୁ ମ୍ୟାଚ ଜିତିବା ପାଇଁ ୧୭ ଓଭରରେ ୧୨୩ ରନ୍ ଆବଶ୍ୟକ ଥିଲା। ଯାହାକୁ ଦଳ ୫ ବଲ ବାକି ଥାଇ ହାସଲ କରି ନେଇଥିଲା। ଏହି ବିଜୟ ସହିତ ଦକ୍ଷିଣ ଆଫ୍ରିକା ସେମିଫାଇନାଲରେ ପ୍ରବେଶ କରିଛି। ପୂର୍ବରୁ ପ୍ରଥମ ଦଳ ଭାବେ ଇଂଲଣ୍ଡ ଟିମ୍ ସେମିଫାଇନାଲକୁ ଯାଇ ସାରିଛି। ଦକ୍ଷିଣ ଆଫ୍ରିକା ଗ୍ରୁପ-୨ରେ ୬ ପଏଣ୍ଟ ସହିତ ଶୀର୍ଷରେ ରହିଥିଲାବେଳେ ଇଂଲଣ୍ଡ ୪ ପଏଣ୍ଟ ସହିତ ଦ୍ୱିତୀୟ ସ୍ଥାନରେ ରହିଥିଲା।

ଏହି ମ୍ୟାଚ୍ ସମୟରେ ଦକ୍ଷିଣ ଆଫ୍ରିକାର ଇନିଂସରେ ଦ୍ୱିତୀୟ ଓଭର ଚାଲିଥିବା ସମୟରେ ବର୍ଷା ହୋଇଥିଲା। ସେହି ସମୟରେ ଆଫ୍ରିକୀୟ ଦଳର ସ୍କୋର ଦୁଇଟି ୱିକେଟ୍ ହରାଇ ୧୫ ରନ୍ ଥିଲା ଏବଂ ଦଳ ଅସୁବିଧାରେ ଥିବା ଅନୁଭବ ହେଉଥିଲା। କିନ୍ତୁ ଯେତେବେଳେ ବର୍ଷା ବନ୍ଦ ହେବା ପରେ ଖେଳ ଆରମ୍ଭ ହେଲା, ଓଭର ଏବଂ ଟାର୍ଗେଟ କମାଇ ଦିଆଯାଇଥିଲା। ଦକ୍ଷିଣ ଆଫ୍ରିକା ପାଇଁ ଟ୍ରଷ୍ଟାନ୍ ଷ୍ଟବ୍ସ ଚାରିଟି ଚୌକ ସହାୟତାରେ ୨୭ ବଲରେ ୨୯ ରନ୍ ସଂଗ୍ରହ କରିଥିଲେ। ଯେଉଁଠାରେ ହେନ୍ରିଚ୍ କ୍ଲାସେନ୍ ୨୨ ରନ୍ ସଂଗ୍ରହ କରିଥିଲେ।

ଜିତିବା ପାଇଁ ଦକ୍ଷିଣ ଆଫ୍ରିକାକୁ ଶେଷ ଓଭରରେ ପାଞ୍ଚ ରନ୍ ସ୍କୋର କରିବା ଆବଶ୍ୟକ ଥିଲା। ଶେଷ ଓଭର ପକାଇବାକୁ ଆସିଥିବା ଓବେଡ ମ୍ୟାକକୋଇଙ୍କ ଓଭରର ପ୍ରଥମ ବଲରେ ଛକା ମାରି ମାର୍କୋ ଜାନସେନ୍ ଦକ୍ଷିଣ ଆଫ୍ରିକା ଦଳକୁ ବିଜୟ ପ୍ରଦାନ କରିଥିଲେ। ଜାନସେନ୍ ୨୧ ରନ୍ ସ୍କୋର କରିଥିଲେ। ୱେଷ୍ଟଇଣ୍ଡିଜ୍ ପାଇଁ ରୋଷ୍ଟନ୍ ଚେଜ୍ ସର୍ବାଧିକ ତିନୋଟି ୱିକେଟ୍ ନେଇଥିଲେ। ଏବଂ ଆଣ୍ଡ୍ରେ ରସେଲ ଏବଂ ଅଲଜାରି ଜୋସେଫ ଦୁଇଟି ଲେଖାଏଁ ୱିକେଟ୍ ନେଇଥିଲେ। ,

ଏହାପୂର୍ବରୁ ଟସ୍ ହାରି ପ୍ରଥମେ ବ୍ୟାଟିଂ କରିବା ପରେ ୱେଷ୍ଟଇଣ୍ଡିଜ୍ ୨୦ ଓଭରରେ ଆଠ ୱିକେଟ୍ ହରାଇ ୧୩୫ ରନ୍ ସଂଗ୍ରହ କରିଥିଲା। ୱେଷ୍ଟଇଣ୍ଡିଜ୍ ପାଇଁ ନିକୋଲାସ୍ ପୁରାନ୍ ୪୨ ବଲରେ ୫୨ ରନର ଚମତ୍କାର ଇନିଂସ ଖେଳିଥିଲେ, ଯେଉଁଥିରେ ତିନୋଟି ଚୌକ ଓ ଦୁଇଟି ଛକା ଥିଲା। ସେହିପରି ଓପନର ବ୍ୟାଟର କାଇଲ୍ ମାୟର୍ସ ୩ ଚୌକ ଓ ଦୁଇଟି ଛକା ସହାୟତାରେ ୩୪ ବଲରେ ୩୫ ରନ୍ ସଂଗ୍ରହ କରିଥିଲେ। ଆଣ୍ଡ୍ରେ ରସେଲ (୧୫) ଏବଂ ଅଲଜାରୀ ଜୋସେଫ (୧୧ ଞ୍ଚ) ମଧ୍ୟ ଦୁଇ ଅଙ୍କରେ ପହଞ୍ଚିବାରେ ସଫଳ ହୋଇଥିଲେ। ଆଫ୍ରିକା ପାଇଁ ଚାଇନମ୍ୟାନ ବୋଲର ତାବ୍ରେଜ ଶାମସି ୨୭ ରନ୍ ବ୍ୟୟ କରି ତିନୋଟି ୱିକେଟ୍ ନେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ କେଶବ ମହାରାଜ, ମାର୍କୋ ଜାନସେନ୍, କାଗିସୋ ରାବାଡା ଏବଂ ଆଡେନ ମାର୍କ୍ରାମ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାତି ପାହିଲେ ଜାଗର: ଶୃଙ୍ଖଳିତ ଦର୍ଶନକୁ ଗୁରୁତ୍ୱ

ଭୁବନେଶ୍ୱର,୧୪।୨: ରାତି ପାହିଲେ ଜାଗର। ଏନେଇ ଲିଙ୍ଗରାଜ ମନ୍ଦିର ଚଳଚଞ୍ଚଳ ହୋଇ ପଡିଥିବା ବେଳେ ଝଲସି ଉଠୁଛି ମନ୍ଦିର ପରିସର। ରାତି ୧୦ଟାରେ ଉଠିବ ମହାପ୍ରଭୁ ଲିଙ୍ଗରାଜଙ୍କ…

ଯେଉଁ ପିଚ୍‌ରେ ଜିମ୍ବାଓ୍ବେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା, ସେହି ପିଚ୍‌ରେ ହେବ ଭାରତ-ପାକିସ୍ତାନ ମ୍ୟାଚ୍‌

କଲମ୍ବୋ,୧୪ା୨- ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ଟି୨୦ ବିଶ୍ୱକପ୍‌ ମ୍ୟାଚ୍‌ ଆର୍‌ ପ୍ରେମଦାସା ଷ୍ଟାଡିୟମରେ ଏକ ବ୍ୟବହୃତ ପିଚ୍‌ରେ ହେବ। ଏଣୁ ପିଚ୍‌ ଧିମା…

ଦମ୍‌ ଦେଖାଇଲେ ସ୍ପିନର: ସ୍କଟଲାଣ୍ଡକୁ ୫ଉଇକେଟରେ ହରାଇଲା ଇଂଲଣ୍ଡ

କୋଲକାତା,୧୪ା୨: ଭେଟେରାନ ଲେଗ୍‌ ସ୍ପିନର ଆଦିଲ ରଶିଦ(୩/୩୬)ଙ୍କ ୩ ଉଇକେଟ ସଫଳତା ଏବଂ ମିଡଲ ଓଭରରେ ଟମ୍‌ ବାଣ୍ଟନଙ୍କ ଆକର୍ଷଣୀୟ ଅପରାଜିତ ଅର୍ଦ୍ଧଶତକ ସହାୟତାରେ ଇଂଲଣ୍ଡ ଚଳିତ…

ଭାରତ-ପାକିସ୍ତାନ ମ୍ୟାଚ୍‌ ଦେଖିବେ ବିସିବି ମୁଖ୍ୟ, ଜାଣନ୍ତୁ କହିଁକି…

କଲମ୍ବୋ,୧୪ା୨: ବାଂଲାଦେଶ କ୍ରିକେଟ ବୋର୍ଡ (ବିସିବି) ମୁଖ୍ୟ ଅନିମୁଲ ଇସ୍ଲାମ ବୁଲବୁଲ ରବିବାର ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ହାଇ ଭୋଲ୍ଟେଜ ଟି୨୦ ବିଶ୍ୱକପ୍‌…

ମହାମୁକାବିଲା ପୂର୍ବରୁ ଭାରତକୁ ଖୋଲା ଚ୍ୟାଲେଞ୍ଜ୍‌ ଦେଲେ ପାକିସ୍ତାନ ଅଧିନାୟକ

କଲମ୍ବୋ,୧୪।୨:ଭାରତ-ପାକିସ୍ତାନ ମହାମୁକାବିଲା ପୂର୍ବରୁ ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଗା ଟିମ୍‌ଇଣ୍ଡିଆକୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି। ଟି୨୦ ବିଶ୍ୱକପରେ ସମସ୍ତେ ଏହି ମ୍ୟାଚକୁ ଉତ୍ସାହର ସହିତ ଅପେକ୍ଷା…

ପ୍ରଧାନମନ୍ତ୍ରୀଙ୍କ ଐତିହାସିକ ଅବତରଣ, ଏମରଜେନ୍ସି ଷ୍ଟ୍ରିପରେ ପ୍ରଥମଥର ଓହ୍ଲାଇଲା ମୋଦିଙ୍କ ବିମାନ

ଗୁଆହାଟି,୧୪।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଆସାମ ଦିବ୍ରୁଗଡ଼ର ମୋରାନ ବାଇପାସରେ ଥିବା ଜରୁରୀକାଳୀନ ଅବତରଣ ସୁବିଧା (ELF) ରେ ଅବତରଣ କରିଥିଲେ। ସେଠାରେ ସେ ଲଢ଼ୁଆ…

‘ଦେଶ ପ୍ରତି ସେମାନଙ୍କର ସମର୍ପଣ ସର୍ବଦା ମନେ ରହିବ’, ପୁଲୱାମା ଆକ୍ରମଣରେ ଶହୀଦକୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୧୪।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୯ ପୁଲୱାମା ଆତଙ୍କବାଦୀ ଆକ୍ରମଣର ବାର୍ଷିକୀରେ ପ୍ରାଣବଳି ଦେଇଥିବା ସାହସୀ ସୈନିକମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସୈନିକଙ୍କ ବଳିଦାନକୁ ମନେ ପକାଇ…

ଭାରତକୁ ଏହି ୫ ପାକିସ୍ତାନୀ ଖେଳାଳିଙ୍କଠାରୁ ରହିବାକୁ ପଡିବ ସତର୍କ, ସୃଷ୍ଟି କରିପାରନ୍ତି ବଡ଼ ବିପଦ!

ନୂଆଦିଲ୍ଲୀ,୧୪।୨: ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ମ୍ୟାଚ ପାଇଁ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଏବେ, ଏହି ଦୁଇ ଦଳ ଫେବୃଆରୀ ୧୫ରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri