Posted inଖେଳ

ଶେଷରେ ଗାଙ୍ଗୁଲିଙ୍କ ଭବିଷ୍ୟବାଣୀ ସତ ହୋଇଥିଲା

ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଦେଶକୁ ଅନେକ ସଫଳ କ୍ରିକେଟର ଦେଇଛନ୍ତି। ଏହି କ୍ରିକେଟରମାନେ ଗାଙ୍ଗୁଲିଙ୍କ ଅଧିନାୟତ୍ୱ ସୁଯୋଗ ପାଇ ଭଲ ପ୍ରଦର୍ଶନ କରିଛନ୍ତି। ଏହି ଖେଳାଳିଙ୍କ ମଧ୍ୟରୁ ସର୍ବାଗ୍ରେ ଅଛନ୍ତି ମହେନ୍ଦ୍ର ସିଂ ଧୋନୀ। ଗାଙ୍ଗୁଲି ହିଁ ପ୍ରଥମ ବ୍ୟକ୍ତି ଯିଏ କି ଧୋନୀଙ୍କ ପ୍ରତିଭାକୁ ଚିହ୍ନି ତାଙ୍କ ଦଳରେ ସୁଯୋଗ ଦେଇଥିଲେ। କୋଲକାତା ନାଇଟ ରାଇଡର୍ସ ଦଳର ପୂର୍ବତନ ନିର୍ଦ୍ଦେଶକ ଆନନ୍ଦ ଭଟ୍ଟାଚାର୍ଯ୍ୟ କହିଛନ୍ତି ଯେ, ମୋର ମନେ ଅଛି ଯେ ମୁଁ ୨୦୦୪ରେ ବାଂଲାଦେଶ ଅଭିମୁଖେ ଯାତ୍ରା କରୁଥିଲି ଏବଂ ଗାଙ୍ଗୁଲି ମୋତେ କହୁଥିଲେ ଯେ ଆମକୁ ଏକ ନୂଆ ଧୂଆଁଧାର ବ୍ୟାଟ୍ସମ୍ୟାନ ମିଳିଛି। ତାଙ୍କୁ ଦଳରେ ସୁଯୋଗ ଦେବା ଉଚିତ୍‌। ଦେଖିବେ ସିଏ ଦିନେ ଭାରତୀୟ କ୍ରିକେଟ ଦଳର ବଡ ଷ୍ଟାର୍‌ ହେବେ।
୨୦୦୪ ବାଂଲାଦେଶ ଯାତ୍ରା ଭାରତୀୟ ଦଳ ସହିତ ଧୋନୀଙ୍କ ପ୍ରଥମ ଯାତ୍ରା ଥିଲା। ତେବେ ସେ ଏହି ଗସ୍ତରେ ପ୍ରଭାବିତ କରିପାରି ନ ଥିଲେ ଏବଂ ପ୍ରଥମ ମ୍ୟାଚରେ ଶୂନରେ ରନଆଉଟ ହୋଇଥିଲେ। ଏହା ପରେ ସେ ପାକିସ୍ତାନ ବିପକ୍ଷରେ ଖେଳାଯାଇଥିବା ସିରିଜ ପାଇଁ ଦଳରେ ପୁଣି ମନୋନୀତ ହୋଇଥିଲେ। ଏହି ସିରିଜରେ ଗାଙ୍ଗୁଲି ଧୋନୀଙ୍କୁ ତାଙ୍କ ସ୍ଥାନରେ ନମ୍ବର -୩ ରେ ପଠାଇଥିଲେ। ଧୋନୀ ବିଶାଖାପାଟନମରେ ଖେଳାଯାଇଥିବା ମ୍ୟାଚ୍‌ରେ ୧୨୩ବଲରୁ ୧୪୮ ର ଇନିଂସ ଖେଳି ସମସ୍ତଙଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଭଟ୍ଟାଚାର୍ଯ୍ୟ କହିଛନ୍ତି, ସେଦିନ ଗାଙ୍ଗୁଲିଙ୍କ ଭବିଷ୍ୟବାଣୀ ଆଜି ସତ ହୋଇଛି। ଧୋନୀ ଭାରତୀୟ କ୍ରିକେଟର ଜଣେ କିମ୍ବଦନ୍ତୀ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କେନାଲରୁ ମିଳିଲା ଶୁଭଲକ୍ଷ୍ମୀଙ୍କ ମୃତଦେହ, ହତ୍ୟା ସନ୍ଦେହ, ପଡ଼ୋଶୀ ଘରକୁ ପଶିଲା ସନ୍ଧାନୀ କୁକୁର

ରାଜନଗର, ୪ା୪(ଭାସ୍କର ରାଉତରାୟ): ନିଖୋଜ ଥିବା ଶୁଭଲକ୍ଷ୍ମୀଙ୍କ ମୃତଦେହ ଶୁକ୍ରବାର କେନାଲରୁ ମିଳିଛି। ଗାଁ ନିକଟ କେନାଲରେ ଖୋଜାଖୋଜି ପୂର୍ବରୁ ମୃତଦେହ ଭାସି ଆସିଥିବା ଦେଖିବାକୁ ମିଳିଥିଲା।…

ଶେଷ ହେବ ନାହିଁ ଯୁଦ୍ଧ? ଚିନ୍ତାରେ ପଡ଼ିଲାଣି ଆମେରିକା, ବଢାଇପାରେ ଡିଫେନ୍ସ ବଜେଟ

ଓ୍ବାଶିଂଟନ,୪।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ୩୬ ତମ ଦିନରେ ପହଞ୍ଚିଛି। ନିରନ୍ତର ଆକ୍ରମଣ ଏବଂ ପ୍ରତିଶୋଧମୂଳକ ଆକ୍ରମଣ ମଧ୍ୟରେ, ପରିସ୍ଥିତି କ୍ରମଶଃ…

ଗଛ କାଟୁଥିବା ବେଳେ ଉପରେ ପଡିଗଲା ଡାଳ; ୨୦ ଫୁଟ ଉପରେ ଝୁଲି ରହିଲେ ଯୁବକ, ତାପରେ…

ଉଦଳା,୪।୪(ସନ୍ତୋଷ କୁମାର ବାଛିନୀ): କପ୍ତିପଦା ଥାନା କଟୁରିଆ ଗ୍ରାମରେ ଅଭାବନୀୟ ଘଟଣା । ଗଛ ଉପରେ ଚଢ଼ି ଡାଳ କାଟୁଥିବା ବେଳେ ଉପରେ ପଡିଗଲା ଆଉ ଏକ…

ଇରାନକୁ ଫାଇନାଲ୍‌ ଅଲ୍ଟିମେଟମ: ହର୍ମୁଜ ନ ଖୋଲିଲେ…

ଓ୍ବାଶିଂଟନ୍‌,୪।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ଇରାନକୁ ଅଲ୍ଟିମେଟମ ଦେଇଛନ୍ତି। ସେ କହିଛନ୍ତି, ଇରାନ ଯଦି ହର୍ମୁଜ ଷ୍ଟ୍ରେଟ୍‌ ନ ଖୋଲେ, ତେବେ ଆମେରିକା ପାଓ୍ବାର…

ଇରାନକୁ ନୁହେଁ, ବରଂ ନିଜ ପାଇଁ ସମୟସୀମା ଧାର୍ଯ୍ୟ କଲେ ଟ୍ରମ୍ପ, ଏହି ତାରିଖକୁ ରଖିଥିଲେ ଡେଡ ଲାଇନ

ଓ୍ବାଶିଂଟନ,୪।୪: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ ଆତ୍ମସମର୍ପଣ ପାଇଁ ଏପ୍ରିଲ ୬ ପର୍ଯ୍ୟନ୍ତ ସମୟସୀମା ଦେଇଥିଲେ। ତଥାପି, ଏହା ଏବେ ସ୍ପଷ୍ଟ ହୋଇଯାଇଛି ଯେ ଏହି…

ବାଇକ୍‌କୁ ଧକ୍କାଦେଲା ଟ୍ରାକ୍ଟ୍ରର, ଚାଲିଗଲା ୨ ଜଣଙ୍କ ଜୀବନ

ଧାମନଗର,୪ା୪(ସନ୍ତୋଷ କୁମାର ମହାପାତ୍ର/ଦେବେନ୍ଦ୍ର ଆନ୍ଦିଆ): ଭଦ୍ରକ ଜିଲା ଧାମନଗର ବିଜ୍ଞାପିତ ଅଞ୍ଚଳ ଭଣ୍ଡାରିପଦୀ ଛକ ମୁଖ୍ୟ ରାସ୍ତାରେ ଶନିବାର ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଫଳରେ ୨…

RCBକୁ ପଛରେ ପକାଇ ମହାରେକର୍ଡ କଲା ଚେନ୍ନାଇ ସୁପର୍‌ କିଙ୍ଗ୍ସ: ପ୍ରଥମ ଦଳ ଭାବେ…

ନୂଆଦିଲ୍ଲୀ,୪।୪: ଚେନ୍ନାଇ ସୁପର କିଙ୍ଗସ IPLରେ ଏପରି ଏକ ସଫଳତା ହାସଲ କରିଛି ଯାହା ପୂର୍ବରୁ ଅନ୍ୟ କୌଣସି ଦଳ କରିପାରି ନାହିଁ। ଚେନ୍ନାଇ ଏବେ ଇଣ୍ଡିଆନ…

ଠାକୁରଘରେ ପଶିିଯିବାରୁ ଦଳିତ ବୃଦ୍ଧାଙ୍କୁ ଆକ୍ରମଣ, ଥାନାର ଦ୍ୱାରସ୍ଥ ହେବା ପରେ…

ପଟ୍ଟାମୁଣ୍ଡାଇ,୪ା୪(କଳ୍ପତରୁ ନାୟକ): କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅଧିନ ଖଣତା ଗ୍ରାମର ଜଣେ ଦଳିତ ମାନସିକ ବିକାରଗ୍ରସ୍ତ ବୃଦ୍ଧାଙ୍କୁ ଗୁରୁବାର ଆକ୍ରମଣ ହୋଇଛି। ଗ୍ରାମର ଜଣଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri