Posted inଖେଳ

ପାରିବାରିକ ଶତ୍ରୁତା ସତ୍ତ୍ୱେ ଡୋନାଙ୍କୁ ଲୁଚିଛପି କୋର୍ଟରେ ବିବାହ କରିଥିଲେ ଗାଙ୍ଗୁଲୀ: ଜିଦ୍‌ରେ ରହିଥିଲେ ଅଟଳ…

ନୂଆଦିଲ୍ଲୀ,୧୧।୯: ଭାରତୀୟ କ୍ରିକେଟ ଟିମ୍‌ର ପୂର୍ବତନ ଅଧିନାୟକ ତଥା ବର୍ତ୍ତମାନ ବିସିସିଆଇର ଅଧ୍ୟକ୍ଷ ଥିବା ସୌରଭ ଗାଙ୍ଗୁଲୀଙ୍କ ପ୍ରେମଜୀବନ କୌଣସି ଫିଲ୍ମକାହାଣୀଠାରୁ କମ୍‌ ନ ଥିଲା। ସେ ପରିବାରଲୋକଙ୍କୁ ନ ଜଣାଇ ଡୋନା ରାୟଙ୍କୁ ବିବାହ କରିଥିଲେ। ଫଳରେ ତାଙ୍କୁ ଗୋଟିଏ ଥର ନୁହେଁ ବରଂ ଦୁଇ ଥର ବିବାହ କରିବାକୁ ପଡ଼ିଥିଲା।

ଗାଙ୍ଗୁଲୀ ଏବଂ ଡୋନା ପରସ୍ପରର ପଡୋଶୀ ଥିଲେ। ପିଲାଟିବେଳୁ ଉଭୟ ବନ୍ଧୁ ଥିଲେ। ଧିରେ ଧିରେ ଏହା ପ୍ରେମରେ ପରିବର୍ତ୍ତିତ ହୋଇଥିଲା। ହେଲେ ସେମାନଙ୍କ ପରିବାର ମଧ୍ୟରେ ବିବାଦର ସୂତ୍ରପାତ ହୋଇଥିଲା। ଏହାର ପ୍ରଭାବ ଉଭୟଙ୍କ ପ୍ରେମ ଉପରେ ପଡ଼ିଥିଲା। ସେମାନେ ବାଧ୍ୟହୋଇ ଲୁଚିଛପି ମିଳାମିଶା କରୁଥିଲେ। ହେଲେ କେହି କାହାଠାରୁ ଅଲଗା ହୋଇ ନ ଥିଲେ।

ଗାଙ୍ଗୁଲୀ ସେଣ୍ଟ ଜାଭିୟର ସ୍କୁଲରେ ପଢ଼ୁଥିବା ବେଳେ ଡୋନା ଲୋରେଟୋ କନ୍‌ଭେଣ୍ଟ ସ୍କୁଲର ଛାତ୍ରୀ ଥିଲେ। ସ୍କୁଲ ଯିବା ବାହାନାରେ ଗାଙ୍ଗୁଲୀଙ୍କୁ ଭେଟୁଥିଲେ ଡୋନା। ଏପରିକି ଡୋନାଙ୍କ ନୃତ୍ୟ ଗାଙ୍ଗୁଲୀଙ୍କୁ ବେଶ୍‌ ପସନ୍ଦ ଥିଲା। ସେ ତାକୁ ଦେଖିବାକୁ ପହଞ୍ଚି ଯାଉଥିଲେ। ଡୋନା ମଧ୍ୟ ଅନୁରୂପ ଭାବେ ଗାଙ୍ଗୁଲୀଙ୍କ ମ୍ୟାଚ୍‌ ଦେଖିବାକୁ ଷ୍ଟାଡିୟମକୁ ଯାଉଥିଲେ। ହେଲେ ଗାଙ୍ଗୁଲୀଙ୍କ ପରିବାରକୁ ତାହା ପସନ୍ଦ ନଥିଲେ। ସେମାନଙ୍କ ବିବାହ କରିବା ସପକ୍ଷରେ ମଧ୍ୟ କେହି ନ ଥିଲେ।

୧୯୯୬ରେ ଇଲଂଣ୍ଡ ଗସ୍ତକୁ ନେଇ ଗାଙ୍ଗୁଲୀଙ୍କ ଚୟନ ଭାରତୀୟ କ୍ରିକେଟ ଟିମ୍‌ରେ ହୋଇଥିଲା। ସେ ନିଜର ଡେବ୍ୟୁ ମ୍ୟାଚ୍‌ରେ ଶତକ କରି ସମସ୍ତଙ୍କୁ ଚମକାଇ ଦେଇଥିଲେ। ସେଠାରୁ ଫେରିବା ପରେ ଗାଙ୍ଗୁଲୀ ଡୋନାଙ୍କ ବିଷୟରେ ବନ୍ଧୁ ମୌଲୀ ବାନାର୍ଜୀଙ୍କୁ କହିଥିଲେ। ମୌଲୀଙ୍କ ସହ ବିବାହ ପାଇଁ ଉଭୟ କୋର୍ଟରେ ପହଞ୍ଚିଥିଲେ। ହେଲେ ମିଡିଆ ଥିବା ଯୋଗୁ ଘରକୁ ଫେରି ଆସିଥିଲେ। ପରେ ମ୍ୟାରେଜ୍‌ ରେଜିଷ୍ଟାରଙ୍କୁ ମୌଲୀ ଘରକୁ ଡାକିଥିଲେ। ସେଠାରେ ଉଭୟ ବିବାହ କରିଥିଲେ।

ପ୍ରଥମେ ବିବାହ କରିବା ସମୟରେ ଗାଙ୍ଗୁଲୀଙ୍କୁ ୨୩ ବର୍ଷ ହୋଇଥିଲା। ସେତେବେଳେ ଡୋନା ୨୦ ବର୍ଷର ଥିଲେ। ପରେ ଏହି କଥା ଘରଲୋକେ ଜାଣିବାକୁ ପାଇଥିଲେ। ଶ୍ରୀଲଙ୍କାରୁ ଫେରିବା ପରେ ଗାଙ୍ଗୁଲୀ ନିଜ ଜିଦ୍‌ରେ ଅଟଳ ରହିବା ଯୋଗୁ ପରିବାରଲୋକେ ପୁଣି ଥରେ ସେମାନଙ୍କ ବିବାହ କରାଇଥିଲେ। ୧୯୯୭ ଫେବୃୟାରୀ ୨୧ରେ ଉଭୟ ପରିବାରଲୋକଙ୍କ ସାମ୍ନାରେ ସମସ୍ତ ରୀତିନୀତିରେ ବିବାହ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସମ୍ପର୍କୀୟଙ୍କ ସହ ଘରୁ ବାହାରିଥିଲେ, ଗଛରେ ପିଟି ହୋଇ ଚାଲିଗଲା ଯୁବକଙ୍କ ଜୀବନ; ଏଯାଏ ମିଳୁନି…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଜାରିଙ୍ଗ ଛକ ନିକଟରେ ମଙ୍ଗଳବାର ରାତି ପାୟ ସାଢ଼େ ୮ ଟାରେ ଗଛରେ ପିଟି ହୋଇ ଜଣେ…

ଗ୍ୟାସ ସିଲିଣ୍ଡର ଖୋଲି ଘରେ ନିଆଁ ଲଗାଇଦେଲେ ସ୍ବାମୀ, ଥାନାରେ ପହଞ୍ଚିଲେ ସ୍ତ୍ରୀ; ଗିରଫ ପରେ ଜେଲ…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ୭ ନଂ ୱାର୍ଡ ବଜାର ସାହି ଗୁଣ୍ଡିଚା ଛକ ରେ ରହୁଥିବା ଏ.ରାଜୁଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି…

ପାକିସ୍ତାନ ପାଇଁ BCCI ସହିବ କ୍ଷତି! ଭାରତରୁ ଛଡ଼ାଇ ନିଆଯାଇପାରେ ବଡ଼ ଟୁର୍ଣ୍ଣାମେଣ୍ଟ

ନୂଆଦିଲ୍ଲୀ,୧୭।୨: କ୍ରିକେଟ୍ ପ୍ରେମୀଙ୍କ ପାଇଁ ଏକ ଚିନ୍ତାଜନକ ଖବର। ଭାରତ ଓ ପାକିସ୍ତାନ ମଧ୍ୟରେ ଲାଗି ରହିଥିବା ସୀମା ବିବାଦର ପ୍ରଭାବ ଏବେ କ୍ରିକେଟ୍ ମୈଦାନ ଉପରେ…

ଦୁଇ ଦିନ ପରେ ଦେଇଥାନ୍ତେ ମାଟ୍ରିକ୍‌ ପରୀକ୍ଷା, ବାଇକ୍‌ ସହ ଦୁର୍ଘଟଣା ପରେ ଟ୍ରାକ୍ଟର ଚାପି ଦେବାରୁ ଚାଲିଗଲା ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଚିନ୍ତାଜନକ ହୋଇପଡ଼ିଛି ଟ୍ରାଫିକ ସମସ୍ୟା । ସହର ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଯୋଗୁ…

ବ୍ରହ୍ମପୁର-ରେଢ଼ାଖୋଲ ରେଳ ପ୍ରକଳ୍ପ: ୩୩୨ କିମି ହେବ ରେଳ ଲାଇନ୍‌, ଅର୍ଥ ଅନୁମୋଦନ କେବେ…?

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ)- ସରକାର ପରେ ସରକାର ବଦଳୁଛି, କିନ୍ତୁ ବ୍ରହ୍ମପୁର ଭାୟା ଭଞ୍ଜନଗର, ଫୁଲବାଣୀ ରେଢ଼ାଖୋଲ ରେଳ ପ୍ରକଳ୍ପ ଅଗ୍ରଗତି ହୋଇପାରୁନାହିଁ। କନ୍ଧମାଳ ଜିଲାବାସୀଙ୍କ ପାଇଁ ରେଳ…

କଲେଜ ଯାଇଥିବା ବେଳେ ଛାତ୍ରୀଙ୍କୁ ଅପହରଣ କରି ୫ ଦିନ ଧରି ବଳାତ୍କାର, ଜେଲ ହାଜତକୁ ଗଲେ …

ଦିଗପହଣ୍ଡି,୧୭।୨(ଅଶେଷ  ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳର ଏକ କଲେଜରେ ଯୁକ୍ତ ୨ ଦିତୀୟ ବର୍ଷ କଳା ଶ୍ରେଣୀରେ ପଢୁଥିବା ୧୭ ବର୍ଷର ଛାତ୍ରୀଙ୍କୁ ଅପହରଣ…

‘ମୁଖ୍ୟମନ୍ତ୍ରୀ ମୋ ସାନ ଭାଇ, ବିଜେଡି ଫେରିବା ଆଶା ନାହିଁ’- ସନାତନ ମହାକୁଡ଼

ଭୁବନେଶ୍ୱର,୧୭l୨: ବିଜୁ ଜନତା ଦଳ (ବିଜେଡି) ରୁ ନିଲମ୍ବିତ ହେବା ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ଚମ୍ପୁଆ ବିଧାୟକ ସନାତନ ମହାକୁଡ଼। ଦଳରୁ ନିଲମ୍ବନ…

ଦୁର୍ବ୍ୟବହାର ଅଭିଯୋଗ ଆଣିଥିଲେ ଅତିରିକ୍ତ ତହସିଲଦାର, ଆଖି ବୁଜିଲେ ବିଷ ପିଇଥିବା ଚିକିଟି ପିଇଓ 

ଚିକିଟି,୧୭।୨(ପ୍ରକାଶ ଚନ୍ଦ୍ର ସାହୁ): ଚିକିଟି ଅତିରିକ୍ତ ତହସିଲଦାରଙ୍କ ଦ୍ୱାରା ଦୁର୍ବ୍ୟବହାର କରିଥିବା ଅଭିଯୋଗ ଆସିବା ପରେ ଗଞ୍ଜାମ ଜିଲା ରାମଚନ୍ଦ୍ରପୁର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ(ପିଇଓ) ଦଣ୍ଡପାଣି ପାତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri