ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା: ପିଅନଙ୍କ ସାଂଘାତିକ ବୟାନ, ପ୍ରିନ୍ସପାଲଙ୍କ ଦେହରେ ଲାଗିଥାନ୍ତା ନିଆଁ!

ଭୁବନେଶ୍ୱର,୧୭।୭: ଏଫଏମ ଛାତ୍ରୀ ସୌମ୍ୟାଙ୍କ ମୃତ୍ୟୁ ଖବର ସାରା ଓଡ଼ିଶାରେ ଚହଳ ପକାଇଛି। ଏହି ଘଟଣାରେ ବିରୋଧୀ ସରକାରଙ୍କୁ ଘେରିଥିବାବେଳେ ଅକଳରେ ପଡିଛନ୍ତି ଭାଜପା ସରକାର। ସେପଟେ ପଦାକୁ ଆସିଛି ରସିକିଆ ସମୀର ସାର୍‌ଙ୍କ ଭିଡିଓ। ଏହି ଘଟଣାରେ ବିରୋଧୀ ସରକାରଙ୍କୁ ଘେରିଥିବାବେଳେ ଅକଳରେ ପଡିଛନ୍ତି ଭାଜପା ସରକାର। ଗତକାଲି ବିଜେଡି ଭୁବନେଶ୍ୱର ଓ ବାଲେଶ୍ୱରରେ ଚକା ଜାମ୍‌ କରିଥିବାବେଳେ ଆଜି ପୂରା ଓଡ଼ିଶାର ଅଖଚକ ବନ୍ଦ କରିଛି କଂଗ୍ରେସ। ତେବେ କଂଗ୍ରେସର ବନ୍ଦ ଡାକରା ନେଇ ମୋହନ ସରକାରଙ୍କ ବଢିଛି ଟେନଶନ। ସେଥିପାଇଁ କାଲି ରାତି ଅଧ ଯାଏ ସିଏମ ବାସଭାବନରେ ବସିଛି ବଡ଼ ବୈଠକ। ଯାହାକୁ ନେଇ ରାଜ୍ୟ ରାଜନୀତି ସରଗରମ ଦେଖିବାକୁ ମିଳିଛି।

ଏହାରି ଭିତରେ ଏଫଏମ କଲେଜର ପିଅନ କରିଛନ୍ତି ବଡ଼ ଖୁଲାସା। ସେଦିନ ସୌମ୍ୟାଶ୍ରୀଙ୍କ ମୃତ୍ୟୁବେଳେ ପ୍ରିନ୍ସପାଲଙ୍କ ଅଫିସ ସାମ୍ନାରେ କ’ଣ ହୋଇଥିଲା ସେନେଇ ବଡ଼ ଗୁମର ଫିଟାଇଛନ୍ତି ପିଅନ। ସବୁଠାରୁ ବଡ଼କଥା ହେଉଛି ସୌମ୍ୟାଶ୍ରୀ ଏମିତି ଜାଗାରେ ନିଜ ଦେହରେ ନିଆଁ ଲଗାଇଛନ୍ତି ଯେଉଁଠି ସିସିଟିଭି ଫଟେଜ ନ ଥିଲା। ଯାହାର ଭିଡିଓ ମଧ୍ୟ ଭାଇରାଲ ହେଉଛି। ତେବେ ପିଅନଙ୍କ ବୟାନ ଅନୁସାରେ, ସୌମ୍ୟାଶ୍ରୀଙ୍କ ଦେହରେ ନିଆଁ ଲାଗିବା ପରେ ସେ ଦୌଡି ଦୌଡି ପ୍ରିନ୍ସପାଲଙ୍କୁ ରୁମକୁ ଯିବାକୁ ଚେଷ୍ଟା କରିଥିଲେ। ହେଲେ ଜଳିପୋଡି ଯାଉଥିବା ସୌମ୍ୟାଶ୍ରୀଙ୍କୁ ପିଅନ ବଞ୍ଚେଇବା ବରିବର୍ତ୍ତେ ଅଟକାଇ ଦେଇଥିଲେ। କାଳେ ପ୍ରିନ୍ସକାଲଙ୍କ ଦେହରେ ନିଆଁ ଲାଗିଯିବ ସେ ନେଇ ସେ ସୌମ୍ୟାଙ୍କୁ ତଡି ଦେଇଥିଲେ।

ଏଥିରୁ ଜଣାପଡୁଛି ଯେ, ପ୍ରିନ୍ସପାଲ ଅଫିସ ଭିତରେ ଥିଲେ। ହେଲେ ପିଅନଙ୍କୁ କହି ସୌମ୍ୟାଙ୍କୁ ଦେହରୁ ନିଆଁ ଲିଭାଇବା ପରିବର୍ତ୍ତେ ତାଙ୍କୁ ସେପରି ଅବସ୍ଥାରେ ତଡି ଦିଆଗଲା। ଏହା କେତେ ଭୟଙ୍କର ହୋଇପାରେ ଆପଣ ଆକଳନ ମଧ୍ୟ କରିପାରୁଥିବେ। ନିଆଁ ଦେହରେ ଛଟପଟ ହେଉଥିବାବେଳେ ତାଙ୍କୁ ବଞ୍ଚେଇବା ପରିବର୍ତ୍ତେ ତାଙ୍କୁ ନିଜ କଲେଜରୁ ହିଁ ସୁରକ୍ଷା ନ ଦିଆଯାଇପାରି ତଡି ଦିଆଯାଉଛି।

ରସିକିଆ ସମୀର ସାର୍‌ଙ୍କ ଭିଡିଓ ଭାଇରାଲ, ଜଣାପଡିଲା ଅସଲ ସତ!


Enter your email to get our daily news in your inbox.

All Right Reserved By Dharitri.Com

ମା‘ ତାରିଣୀ ମନ୍ଦିରର ବାର୍ଷିକ ଉତ୍ସବ: ଚଳଚଞ୍ଚଳ ପରଜଙ୍ଗ ଗାଁ

ପରଜଙ୍ଗ,୨୨।୩ (ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବଜାର ମଧ୍ୟରେ ମା’ ତାରିଣୀଙ୍କ ମନ୍ଦିର ରହିଛି ।ଏହି ମନ୍ଦିରରେ ୩ ଦିନ ଧରି ହେବାକୁ ଥିବା ୧୨…

ବିମାନ ଭଡ଼ା ସୀମା ଉଠାଇ ଦେଲା ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ; କାହିଁକି ଏହି ନିଷ୍ପତ୍ତି ନିଆଯାଇଛି ଜାଣନ୍ତୁ

ନୂଆଦିଲ୍ଲୀ,୨୨।୩: ଘରୋଇ ବିମାନ ଯାତ୍ରା ଉପରେ ଲାଗୁ ହୋଇଥିବା ଅସ୍ଥାୟୀ ସୀମା ୨୩ ମାର୍ଚ୍ଚ, ୨୦୨୬ ରୁ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛି ବେସାମରିକ ବିମାନ ଚଳାଚଳ…

ବାବର ଆଜମଙ୍କ ଭବିଷ୍ୟତକୁ ନେଇ ଉଠିଲା ପ୍ରଶ୍ନ, ଭିଡ଼ିଓ ଭାଇରାଲ, ୟୁଜର୍ସ କହିଲେ ଢାବା…

ଇସଲାମାବାଦ,୨୨।୩: ବାବର ଆଜମ ବର୍ତ୍ତମାନ କ୍ରିକେଟରୁ ବିରତି ନେଇଛନ୍ତି। ଆଘାତ ଯୋଗୁ ସେ ବାଂଲାଦେଶ ବିପକ୍ଷରେ ଏକଦିବସୀୟ ସିରିଜ ହରାଇଥିଲେ ଏବଂ ଜାତୀୟ ଟି-୨୦ କପ ମଧ୍ୟ…

ମୁନିଗୁଡାରେ ୩ ଘର ଉପରକୁ ମାଡ଼ିଗଲା ଟ୍ୟାଙ୍କର: ପରେ…

ମୁନିଗୁଡା,୨୨।୩(ନନ୍ଦ କିଶୋର ପଟ୍ଟନାୟକ): ମୁନିଗୁଡା ଥାନା ଅନ୍ତର୍ଗତ ମୁନିଖୋଲ କନକ ପରମେଶ୍ୱରୀ ମନ୍ଦିର ନିକଟରେ ରବିବାର ଭୋର ସମୟରେ ଦୁର୍ଘଟଣା ଘଟିଛି। ଭାରସାମ୍ୟ ହରାଇ ଏକ ବକ୍ସାଇଟ…

ବିପଦରେ ଲଣ୍ଡନ, ପ୍ୟାରିସ, ବର୍ଲିନ: ଚେତାଇଲା IDF, ଘନ ଘନ ମିସାଇଲ ମାଡ଼ରେ… 

ଜେରୁଜେଲାମ,୨୨।୩: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଥିବା ବେଳେ ଇସ୍ରାଏଲ ପ୍ରତିରକ୍ଷା ବାହିନୀ (IDF) ଇରାନର ବଢୁଥିବା ସାମରିକ ଶକ୍ତିକୁ ନେଇ ଏକ ଚାଞ୍ଚଲ୍ୟକର ତଥ୍ୟ ପ୍ରକାଶ…

ଭୁଶୁଡୁଛି ବିଜେଡି ଗଡ଼: ଇସ୍ତଫା ଦେଲେ ଆଉ ୨….

ଭୁବନେଶ୍ୱର,୨୨।୩: ବିଜେଡିକୁ ବଡ଼ ଝଟ୍‌କା। ବାଲିଆପାଳ ବ୍ଲକ ବିଜେଡି ଯୁବ ଓ ଛାତ୍ର ସଭାପତି ଇସ୍ତଫା ରବିବାର ଇସ୍ତଫା ଦେଇଛନ୍ତି। ବ୍ଲକ ଯୁବ ସଭାପତି ସଂଗ୍ରାମ ପରିଡ଼ା,…

ଟ୍ରମ୍ପଙ୍କ ଅଲ୍ଟିମେଟମ୍‌ ପରେ ବିପଜ୍ଜନକ ଧମକ ଦେଲା ଇରାନ, ଭୟରେ ଥରହର ସାରା ବିଶ୍ୱ

ଓ୍ବାଶିଂଟନ୍‌,୨୨।୩: ଆମେରିକା-ଇସ୍ରାଏଲ ଯୁଦ୍ଧ ଏବେ ଆରବ ଦେଶଗୁଡ଼ିକୁ ତୃଷାର୍ତ୍ତ କରିପାରେ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ୪୮ ଘଣ୍ଟାର ଅଲ୍ଟିମେଟମ୍‌ ପରେ ଇରାନ ପ୍ରତିଆକ୍ରମଣ ଆରମ୍ଭ କରିଛି…

ସକାଳୁଆ ସ୍କୁଲକୁ ନେଇ ଆସିଲା ବଡ଼ ଖବର, ଏହିଦିନ ଠୁ…

ଭୁବନେଶ୍ୱର,୨୨ା୩(ସୁଚିସ୍ମିତା ସାହୁ): ଖୁବ୍‌ଶୀଘ୍ର ସକାଳୁଆ ହେବ ସ୍କୁଲ। ରାଜ୍ୟରେ ତାପମାତ୍ରା ସହ ଖରା ପ୍ରକୋପ ଅଧିକ ରହୁଛି। ମାର୍ଚ୍ଚରେ ବିଭିନ୍ନ ସ୍ଥାନରେ ଅସହ୍ୟ ଗରମ ଅନୁଭବ ହେଉଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri