Posted inଖେଳ

ସୌମ୍ୟଙ୍କୁ ୮୦ତମ ଟାଇଟଲ

ଭୁବନେଶ୍ୱର, ୮।୧ (ତପନ ସ୍ବାଇଁ): ଓଡ଼ିଶା ରାଜ୍ୟ ଚେସ୍‌ ଆସୋସିଏଶନ ଓ ଭୁବନେଶ୍ୱର ଚେସ୍‌ ଆସୋସିଏଶନ ଆନୁକୂଲ୍ୟରେ ରବିବାର କେଶୁରାସ୍ଥିତ ରୟାଲ ପବ୍ଲିକ୍‌ ସ୍କୁଲରେ ଆୟୋଜିତ ଓପନ ଚେସ୍‌ ଟୁର୍ନାମେଣ୍ଟରେ ସୌମ୍ୟରଞ୍ଜନ ମିଶ୍ର ଚାମ୍ପିୟନ ଓ ହର୍ଷିତ ରଞ୍ଜନ ସାହୁ ରନରଅପ୍‌ ହୋଇଛନ୍ତି। ଏହାକୁ ମିଶାଇ କ୍ୟାରିୟରର ୮୦ତମ ଓପନ ଚେସ୍‌ ଟାଇଟଲ ହାସଲ କରିଛନ୍ତି ଫିଡେ ମାଷ୍ଟର ସୌମ୍ୟରଞ୍ଜନ। ୫ ରାଉଣ୍ଡ ବିଶିଷ୍ଟ ପ୍ରତିଯୋଗିତାରେ ସେ ଏକାକୀ ପୂରା ୫ ପଏଣ୍ଟ ହାସଲ କରିଥିଲେ। ହର୍ଷିତଙ୍କ ସମେତ ସେକ୍‌ ସୟଦ, ଅବିନାଶ ବଳିୟାରସିଂ, ରବୀନ୍ଦ୍ର କୁମାର ଓଝା ଓ ସତ୍ୟମ୍‌ ସ୍ବରୂପ ସାହୁ ୪ ପଏଣ୍ଟ ଲେଖାଏ ପାଇ ପଛକୁପଛ ରହିଛନ୍ତି। ଉଦୟକାନ୍ତ ନାୟକ ଓ ମନୀଷ ରଞ୍ଜନ ଦାସ ୩.୫ ଏବଂ ସେକ୍‌ ଅବିଦୁଦ୍ଦିନ ଅହମଦ, ସଂକଳ୍ପ ଶ୍ରୀକୁମାର ସିଂ, ସୁର୍ଜିତ ନାୟକ, ସ୍ବସ୍ତିକ ବେହେରା ଓ ଟାଇଗର ଦୁର୍ଗାପ୍ରସାଦ ୩ ପଏଣ୍ଟ ଲେଖାଏ ପାଇଛନ୍ତି। ଏହା ବ୍ୟତୀତ ୯, ୧୧ ଓ ୧୩ ବର୍ଷରୁ କମ୍‌ ଏବଂ ବାଳିକା ବର୍ଗରେ ଶ୍ରେଷ୍ଠ ୨ ଜଣ ଲେଖାଏ ଖେଳାଳିଙ୍କୁ ଏଜ୍‌ ଗ୍ରୁପ୍‌ ଏବଂ ୮ ଜଣ ଉଦୀୟମାନ ଖେଳାଳିଙ୍କୁ ସ୍ବତନ୍ତ୍ର ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ରୟାଲ ପବ୍ଲିକ୍‌ ସ୍କୁଲର ପ୍ରିନ୍ସିପାଲ ସର୍ବେଶ୍ୱର ସାମଲ ପ୍ରତିଯୋଗିତାକୁ ଉଦ୍‌ଘାଟନ କରିଥିଲେ। ଉଦ୍‌ଯାପନୀ କାର୍ଯ୍ୟକ୍ରମରେ କ୍ୟାପିଟାଲ ହସ୍ପିଟାଲର ସହକାରୀ ସଜର୍ନ ଦେବସ୍ମିତା ମହନ୍ତ ଓ ଓଡ଼ିଶା ରାଜ୍ୟ ଚେସ୍‌ ଆସୋସିଏଶନର ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀ ଉପସ୍ଥିତ ରହି ପୁରସ୍କାର ପ୍ରଦାନ କରିଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ସୁପର-୮ ମ୍ୟାଚ୍‌ରେ ଇଂଲଣ୍ଡର ବଡ଼ ବିଜୟ

ପାଲିକେଲ,୨୨ା୨- ଓ୍ବିଲ ଜ୍ୟାକ୍ସଙ୍କ ଅଲରାଉଣ୍ଡ ପ୍ରଦର୍ଶନ ଯୋଗୁ ଚଳିତ ଟି୨୦ ବିଶ୍ୱକପ୍‌ର ସୁପର-୮ ପର୍ଯ୍ୟାୟ ମ୍ୟାଚ୍‌ରେ ଇଂଲଣ୍ଡ ୫୧ ରନରେ ଶ୍ରୀଲଙ୍କାକୁ ପରାସ୍ତ କରିଛି। ଇଂଲଣ୍ଡ ଦ୍ୱାରା…

ଭାରତ ଆଗରେ ୧୮୮ ରନ୍‌ର ଟାର୍ଗେଟ୍‌ ରଖିଲା ଦକ୍ଷିଣ ଆଫ୍ରିକା

ଅହମ୍ମଦାବାଦ,୨୨ା୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଚାଲିଥିବା ଟି-୨୦ ବିଶ୍ୱକପ୍‌ ୨୦୨୬ର ସୁପର-୮ ମ୍ୟାଚ୍‌ରେ  ଭାରତ ଆଗରେ ୧୮୮ ରନ୍‌ର ବିଜୟ…

ସ୍କୁଟିରେ ନେଉଥିଲେ ବ୍ରାଉନସୁଗାର, ପାଟ୍ରୋଲିଂବେଳେ ଯାଞ୍ଚ କରିବାରୁ…

ଭଞ୍ଜନଗର,୨୨ା୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ରବିବାର ଚୋରା ବ୍ରାଉନସୁଗାର କାରବାର ଅଭିଯୋଗରେ ୨ ଜଣକୁ ଗିରଫ କରିଛି। ସେମାନଙ୍କ ଠାରୁ ୫୧ ଗ୍ରାମ ବ୍ରାଉନସୁଗାର,…

କାର୍‌-ବାଇକ୍‌ ମୁହାଁମୁହିଁ, ଚାଲିଗଲା ୨ ଯୁବକଙ୍କ ଜୀବନ

କେନ୍ଦୁଝର,୨୨ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ତେଲକୋଇ ଥାନା ଅନ୍ତର୍ଗତ ଗୋଳବନ୍ଧ ଗ୍ରାମ ଛକ ନିକଟରେ ରବିବାର ମଧ୍ୟାହ୍ନରେ ଏକ କାର ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା…

ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଜଣେ ମୃତ: କୋର୍ଟ ଚାଲାଣ ହେଲେ ୩

ପଟାଙ୍ଗି,୨୨ା୨(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ଦେଓପଟ୍ଟାଙ୍ଗି ପଞ୍ଚାୟତ ସଦର ମହକୁମାରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଜଣେ ମୃତ ଘଟଣାରେ ପୋଲିସ ତଦନ୍ତ…

୪ ରନ୍‌ କରି ଏଡେନ ମାରକ୍ରମ ଆଉଟ୍‌

ଅହମ୍ମଦାବାଦ,୨୨ା୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ପରସ୍ପର ବିପକ୍ଷରେ ଖେଳୁଛନ୍ତି। ଏହା ସୁପର-୮ ରେ ସେମାନଙ୍କର ପ୍ରଥମ ମ୍ୟାଚ୍‌। ଦକ୍ଷିଣ ଆଫ୍ରିକା ଟସ୍‌ ଜିତି ପ୍ରଥମେ ବ୍ୟାଟିଂ…

ବଡ଼ ସ୍କୋର ଆଶାରେ ଦକ୍ଷିଣ ଆଫ୍ରିକା

ଅହମ୍ମଦାବାଦ,୨୨ା୨:  ଟି-୨୦ ବିଶ୍ବକପ୍‌ର ଟସ୍‌ ଜିତି ବ୍ୟାଟିଂ କରିବାକୁ ଦକ୍ଷିଣ ଆଫ୍ରିକା ନିଷ୍ପତ୍ତି ନେଇଛି।ଅପରିବର୍ତ୍ତିତ ଏକାଦଶ ସହ ପଡ଼ିଆକୁ ଓହ୍ଲାଇବ ଭାରତ। ଟସ୍‌ ଜିତିଥିଲେ ବ୍ୟାଟିଂ ନେଇଥାନ୍ତୁ…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ମୃତ ପୋଲିସ ପରିବାରଙ୍କୁ ମିଳିବ ୫ ଲକ୍ଷ ଟଙ୍କା ଲେଖାଏ ସହାୟତା

ଭୁବନେଶ୍ୱର,୨୨।୨: ଝାରସୁଗୁଡ଼ା ଜିଲା ସଦର ଥାନାରୁ ପ୍ରାୟ ଶହେ ମିଟର ଦୂର ଏଚ୍‌ କଣ୍ଟାପାଲି ଏନ୍‌ଏଚ୍‌ ୪୯ରେ ରବିବାର ଘଟିଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୫ଜଣ ପୋଲିସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri