Posted inଫୁରସତ

କ୍ଷମା…

କୁହାଯାଏ କ୍ରୋଧ ମଣିଷର ଏମିତି ଏକ ଶତ୍ରୁ, ଯାହା ନିଜ ସହ ଅନ୍ୟକୁ ବି କ୍ଷତି ପହଞ୍ଚାଇଥାଏ। ଏଥିପାଇଁ କେବେକେବେ ବନ୍ଧୁତାର ସମ୍ପର୍କ ହେଉ ଅବା ପରିବାର କିମ୍ବା ଅନ୍ୟ କାହା ସହ ଭୁଲ୍‌ ବୁଝାମଣା କିମ୍ବା ଝଗଡ଼ା ହୋଇଯାଏ। ଆଉ ଏମିତିରେ କ୍ରୋଧବଶତଃ କାହା ସହ ଝଗଡ଼ା କରିବା କିମ୍ବା କାହାକୁ କିଛି କହିଦେବା ହେଉ ଅବା କୌଣସି ଭୁଲ୍‌ ବୁଝାମଣାବଶତଃ ମନାନ୍ତର ହୋଇ କଥାବାର୍ତ୍ତା ବନ୍ଦ ହୋଇଯାଏ। ହେଲେ ଏହାଦ୍ୱାରା ସବୁବେଳେ ସମ୍ପର୍କରେ ତିକ୍ତତା ବୃଦ୍ଧିପାଏ। କିନ୍ତୁ ଯେଉଁମାନେ ନିଜର ଭୁଲ ବୁଝି ଯଥା ସମୟରେ ଏଥିପାଇଁ ଅନୁତାପ କରି କ୍ଷମା ମାଗିନିଅନ୍ତି ଏବଂ ଅପରପକ୍ଷ ସବୁ କିଛି ଭୁଲି କ୍ଷମା କରିଦିଅନ୍ତି, ସେଠାରେ ସମ୍ପର୍କ ପୁନର୍ବାର ପୂର୍ବପରି ଗଢ଼ିଉଠେ।
ଦିଏ ମାନସିକ ଶାନ୍ତି: କେବେକେବେ କୌଣସି ଅପ୍ରୀତିକର ପରିସ୍ଥିତି, ଭୁଲ୍‌ ବୁଝାମଣା, ଝଗଡ଼ା ଭଳି କାରଣରୁ କେହି ଆପଣଙ୍କୁ ମାନସିକ ଆଘାତ ଦେଇଥା’ନ୍ତି ଏବଂ ଆପଣ ସମ୍ପୂର୍ଣ୍ଣ ଭାବେ ତାଙ୍କଠାରୁ ବିମୁଖ ହୋଇଯାଆନ୍ତି। କିନ୍ତୁ ପୁନର୍ବାର ପରବର୍ତ୍ତୀ ସମୟରେ ପରିସ୍ଥିତି ସୁଧାରିବା ଲାଗି ଚାହାନ୍ତି, ପ୍ରଥମେ ଆପଣ ତାଙ୍କୁ କ୍ଷମା କରିବା ଦରକାର। କାରଣ ଯେଉଁ ପର୍ଯ୍ୟନ୍ତ ଜିଦ୍‌ କିମ୍ବା ରାଗକୁ ମନ ଭିତରେ ସାଇତି ରଖିଥିବେ ସେ ପର୍ଯ୍ୟନ୍ତ ମନ ଆବଦ୍ଧ ବା ବନ୍ଧନ ଭିତରେ ରହି ଭୁଲ୍‌ ଠିକ୍‌ର ବିଚାର କରିପାରିବ ନାହିଁ। ଏମିତିରେ ସମ୍ପର୍କ ସୁଧୁରିବା ବଦଳରେ ଦିନକୁ ଦିନ ଖରାପ ହେବ। ହେଲେ ଥରେ ଏସବୁ ଭୁଲି ହୃଦୟର ସହ କ୍ଷମା ମାଗିବା ଏବଂ ଅପରପକ୍ଷ କ୍ଷମା କରିଦେବା ଦ୍ୱାରା ମନ ହାଲୁକା ହୋଇଯାଏ ଏବଂ ଏକ ବନ୍ଧନମୁକ୍ତ ଅନୁଭବ ସୃଷ୍ଟି ହୋଇଥାଏ।
ସ୍ବାସ୍ଥ୍ୟ ଉପରେ ପକାଏ ସୁପ୍ରଭାବ:
ଜନ୍‌ ହପ୍‌କିନ୍ସ ସ୍କୁଲ ଅଫ୍‌ ମେଡିସିନର ବିଶେଷଜ୍ଞ କାରେନ୍‌ ସ୍ବାର୍ଜଙ୍କ ଏକ ଗବେଷଣା ରିପୋର୍ଟ ମୁତାବକ, କାହାଦ୍ୱାରା ଗଭୀର ମାନସିକ ଆଘାତ ପାଇବା ଯୋଗୁ ମନସ୍ତାପରେ ରହିବା କିମ୍ବା ରାଗିବା ଦ୍ୱାରା ଶରୀରରେ ବିଭିନ୍ନ ପ୍ରତିକ୍ରିୟା ଘଟିଥାଏ। ଅନିୟମିତ ରକ୍ତପ୍ରବାହ, ରକ୍ତଚାପରେ ପରିବର୍ତ୍ତନ ଇତ୍ୟାଦି ଯୋଗୁ ଅବସାଦ, ମଧୁମେହ ଏବଂ ହୃଦ୍‌ଘାତ ଭଳି ସମସ୍ୟାର ବି ଆଶଙ୍କା ବଢ଼ିଥାଏ। ହେଲେ ଏଭଳି ପରିସ୍ଥିତିରେ କ୍ଷମା ଆଚରଣ ଦ୍ୱାରା ପରିସ୍ଥିତି ସୁଧୁରିବା, ସମ୍ପର୍କ ମଜଭୁତ ହେବା ସହ ମନ ଚାପ ଓ ଅବସାଦମୁକ୍ତ ହୋଇ ଖୁସିହେବା ଯୋଗୁ ଶରୀର ମଧ୍ୟ ସୁସ୍ଥ ରହିଥାଏ।
ମନେରଖନ୍ତୁ…
କ୍ଷମା କରି ପରିସ୍ଥିତି ସୁଧାରିବାକୁ ଚାହୁଁଥିଲେ ପ୍ରଥମେ ନିଜ ମନକୁ ପ୍ରସ୍ତୁତ କରନ୍ତୁ ଏବଂ ହୃଦୟର ସହ କ୍ଷମା କରନ୍ତୁ। ଅନ୍ୟକୁ ନିନ୍ଦା କରିବା କିମ୍ବା ବିରୋଧରେ ଗପିବା ଭଳି କାର୍ଯ୍ୟ ଆଦୌ କରନ୍ତୁ ନାହିଁ। କାରଣ ଏହା ଦୁର୍ବଳମନା ଏବଂ ଖଳପ୍ରକୃତିର ପରିଚୟ ଦେଇଥାଏ। ତା’ଛଡ଼ା ଏଭଳି ପରିସ୍ଥିତିର ଅନ୍ୟମାନେ ସୁଯୋଗ ନେଇ ସମ୍ପର୍କକୁ ଆହୁରି ଖରାପ କରିପାରନ୍ତି।
କ୍ଷମାକରି ଆଗକୁ ବଢ଼ିବାର ନିଷ୍ପତ୍ତି ନେବା ମାତ୍ରେ ଅତୀତର କେଉଁ ଘଟଣା ଲାଗି ମନୋମାଳିନ୍ୟ ହୋଇଥିଲା ତାହାକୁ ସମ୍ପୂର୍ଣ୍ଣ ଭାବେ ଭୁଲିଯାଆନ୍ତୁ। ଏ ସମ୍ପର୍କରେ ପୁନର୍ବାର ଆଲୋଚନା ମଧ୍ୟ କରନ୍ତୁ ନାହିଁ। କାରଣ ଏହାଦ୍ୱାରା ପରସ୍ପର ମଧ୍ୟରେ ପୁନର୍ବାର ମନୋମାଳିନ୍ୟ ହେବାର ଆଶଙ୍କା ଥାଏ। ତା’ଛଡ଼ା ଏହାଦ୍ୱାରା ଅପରପକ୍ଷକୁ ଅପମାନବୋଧ କରାଇବା ସହ କଥା ହେବାକୁ ସଙ୍କୋଚ ଲାଗିପାରେ।


Enter your email to get our daily news in your inbox.

All Right Reserved By Dharitri.Com

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri