Posted inଫୁରସତ

କ୍ଷମା…

କୁହାଯାଏ କ୍ରୋଧ ମଣିଷର ଏମିତି ଏକ ଶତ୍ରୁ, ଯାହା ନିଜ ସହ ଅନ୍ୟକୁ ବି କ୍ଷତି ପହଞ୍ଚାଇଥାଏ। ଏଥିପାଇଁ କେବେକେବେ ବନ୍ଧୁତାର ସମ୍ପର୍କ ହେଉ ଅବା ପରିବାର କିମ୍ବା ଅନ୍ୟ କାହା ସହ ଭୁଲ୍‌ ବୁଝାମଣା କିମ୍ବା ଝଗଡ଼ା ହୋଇଯାଏ। ଆଉ ଏମିତିରେ କ୍ରୋଧବଶତଃ କାହା ସହ ଝଗଡ଼ା କରିବା କିମ୍ବା କାହାକୁ କିଛି କହିଦେବା ହେଉ ଅବା କୌଣସି ଭୁଲ୍‌ ବୁଝାମଣାବଶତଃ ମନାନ୍ତର ହୋଇ କଥାବାର୍ତ୍ତା ବନ୍ଦ ହୋଇଯାଏ। ହେଲେ ଏହାଦ୍ୱାରା ସବୁବେଳେ ସମ୍ପର୍କରେ ତିକ୍ତତା ବୃଦ୍ଧିପାଏ। କିନ୍ତୁ ଯେଉଁମାନେ ନିଜର ଭୁଲ ବୁଝି ଯଥା ସମୟରେ ଏଥିପାଇଁ ଅନୁତାପ କରି କ୍ଷମା ମାଗିନିଅନ୍ତି ଏବଂ ଅପରପକ୍ଷ ସବୁ କିଛି ଭୁଲି କ୍ଷମା କରିଦିଅନ୍ତି, ସେଠାରେ ସମ୍ପର୍କ ପୁନର୍ବାର ପୂର୍ବପରି ଗଢ଼ିଉଠେ।
ଦିଏ ମାନସିକ ଶାନ୍ତି: କେବେକେବେ କୌଣସି ଅପ୍ରୀତିକର ପରିସ୍ଥିତି, ଭୁଲ୍‌ ବୁଝାମଣା, ଝଗଡ଼ା ଭଳି କାରଣରୁ କେହି ଆପଣଙ୍କୁ ମାନସିକ ଆଘାତ ଦେଇଥା’ନ୍ତି ଏବଂ ଆପଣ ସମ୍ପୂର୍ଣ୍ଣ ଭାବେ ତାଙ୍କଠାରୁ ବିମୁଖ ହୋଇଯାଆନ୍ତି। କିନ୍ତୁ ପୁନର୍ବାର ପରବର୍ତ୍ତୀ ସମୟରେ ପରିସ୍ଥିତି ସୁଧାରିବା ଲାଗି ଚାହାନ୍ତି, ପ୍ରଥମେ ଆପଣ ତାଙ୍କୁ କ୍ଷମା କରିବା ଦରକାର। କାରଣ ଯେଉଁ ପର୍ଯ୍ୟନ୍ତ ଜିଦ୍‌ କିମ୍ବା ରାଗକୁ ମନ ଭିତରେ ସାଇତି ରଖିଥିବେ ସେ ପର୍ଯ୍ୟନ୍ତ ମନ ଆବଦ୍ଧ ବା ବନ୍ଧନ ଭିତରେ ରହି ଭୁଲ୍‌ ଠିକ୍‌ର ବିଚାର କରିପାରିବ ନାହିଁ। ଏମିତିରେ ସମ୍ପର୍କ ସୁଧୁରିବା ବଦଳରେ ଦିନକୁ ଦିନ ଖରାପ ହେବ। ହେଲେ ଥରେ ଏସବୁ ଭୁଲି ହୃଦୟର ସହ କ୍ଷମା ମାଗିବା ଏବଂ ଅପରପକ୍ଷ କ୍ଷମା କରିଦେବା ଦ୍ୱାରା ମନ ହାଲୁକା ହୋଇଯାଏ ଏବଂ ଏକ ବନ୍ଧନମୁକ୍ତ ଅନୁଭବ ସୃଷ୍ଟି ହୋଇଥାଏ।
ସ୍ବାସ୍ଥ୍ୟ ଉପରେ ପକାଏ ସୁପ୍ରଭାବ:
ଜନ୍‌ ହପ୍‌କିନ୍ସ ସ୍କୁଲ ଅଫ୍‌ ମେଡିସିନର ବିଶେଷଜ୍ଞ କାରେନ୍‌ ସ୍ବାର୍ଜଙ୍କ ଏକ ଗବେଷଣା ରିପୋର୍ଟ ମୁତାବକ, କାହାଦ୍ୱାରା ଗଭୀର ମାନସିକ ଆଘାତ ପାଇବା ଯୋଗୁ ମନସ୍ତାପରେ ରହିବା କିମ୍ବା ରାଗିବା ଦ୍ୱାରା ଶରୀରରେ ବିଭିନ୍ନ ପ୍ରତିକ୍ରିୟା ଘଟିଥାଏ। ଅନିୟମିତ ରକ୍ତପ୍ରବାହ, ରକ୍ତଚାପରେ ପରିବର୍ତ୍ତନ ଇତ୍ୟାଦି ଯୋଗୁ ଅବସାଦ, ମଧୁମେହ ଏବଂ ହୃଦ୍‌ଘାତ ଭଳି ସମସ୍ୟାର ବି ଆଶଙ୍କା ବଢ଼ିଥାଏ। ହେଲେ ଏଭଳି ପରିସ୍ଥିତିରେ କ୍ଷମା ଆଚରଣ ଦ୍ୱାରା ପରିସ୍ଥିତି ସୁଧୁରିବା, ସମ୍ପର୍କ ମଜଭୁତ ହେବା ସହ ମନ ଚାପ ଓ ଅବସାଦମୁକ୍ତ ହୋଇ ଖୁସିହେବା ଯୋଗୁ ଶରୀର ମଧ୍ୟ ସୁସ୍ଥ ରହିଥାଏ।
ମନେରଖନ୍ତୁ…
କ୍ଷମା କରି ପରିସ୍ଥିତି ସୁଧାରିବାକୁ ଚାହୁଁଥିଲେ ପ୍ରଥମେ ନିଜ ମନକୁ ପ୍ରସ୍ତୁତ କରନ୍ତୁ ଏବଂ ହୃଦୟର ସହ କ୍ଷମା କରନ୍ତୁ। ଅନ୍ୟକୁ ନିନ୍ଦା କରିବା କିମ୍ବା ବିରୋଧରେ ଗପିବା ଭଳି କାର୍ଯ୍ୟ ଆଦୌ କରନ୍ତୁ ନାହିଁ। କାରଣ ଏହା ଦୁର୍ବଳମନା ଏବଂ ଖଳପ୍ରକୃତିର ପରିଚୟ ଦେଇଥାଏ। ତା’ଛଡ଼ା ଏଭଳି ପରିସ୍ଥିତିର ଅନ୍ୟମାନେ ସୁଯୋଗ ନେଇ ସମ୍ପର୍କକୁ ଆହୁରି ଖରାପ କରିପାରନ୍ତି।
କ୍ଷମାକରି ଆଗକୁ ବଢ଼ିବାର ନିଷ୍ପତ୍ତି ନେବା ମାତ୍ରେ ଅତୀତର କେଉଁ ଘଟଣା ଲାଗି ମନୋମାଳିନ୍ୟ ହୋଇଥିଲା ତାହାକୁ ସମ୍ପୂର୍ଣ୍ଣ ଭାବେ ଭୁଲିଯାଆନ୍ତୁ। ଏ ସମ୍ପର୍କରେ ପୁନର୍ବାର ଆଲୋଚନା ମଧ୍ୟ କରନ୍ତୁ ନାହିଁ। କାରଣ ଏହାଦ୍ୱାରା ପରସ୍ପର ମଧ୍ୟରେ ପୁନର୍ବାର ମନୋମାଳିନ୍ୟ ହେବାର ଆଶଙ୍କା ଥାଏ। ତା’ଛଡ଼ା ଏହାଦ୍ୱାରା ଅପରପକ୍ଷକୁ ଅପମାନବୋଧ କରାଇବା ସହ କଥା ହେବାକୁ ସଙ୍କୋଚ ଲାଗିପାରେ।


Enter your email to get our daily news in your inbox.

All Right Reserved By Dharitri.Com

ବିଧାନସଭା ନିର୍ବାଚନ ପୂର୍ବରୁ AAPର ବଡ଼ ଘୋଷଣା; ଏହି ଦଳ ସହ କଲା ମେଣ୍ଟ

ନୂଆଦିଲ୍ଲୀ,୧୩।୯: ଆମ ଆଦମୀ ପାର୍ଟି (AAP) ଗୋଆ ବିଧାନସଭା ନିର୍ବାଚନକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ରାଜନୈତିକ ଘୋଷଣା କରିଛି। ଗୋଆରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର…

ଆମେରିକା ପ୍ରସଙ୍ଗରେ କଠୋର ଆଭିମୁଖ୍ୟ ଗ୍ରହଣ କଲେ ସି ଜିନପିଙ୍ଗ, ପ୍ରଧାନମନ୍ତ୍ରୀ ମୋଦିଙ୍କୁ କହିଲେ…

ନୂଆଦିଲ୍ଲୀ,୧୩।୯: ଦିଲ୍ଲୀରେ ଅନୁଷ୍ଠିତ BRICS ସମ୍ମିଳନୀ ୨୦୨୬ରେ, ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଭାରତ ସହିତ ସମ୍ପର୍କ ଉନ୍ନତ କରିବାର ଗୁରୁତ୍ୱ ଉପରେ ଆଲୋକପାତ କରିବା ସହ…

ଭାରତମାତାଙ୍କ ପ୍ରତିମୂର୍ତ୍ତି ଭାଙ୍ଗିଲେ ଦୁର୍ବୃତ୍ତ, ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା

କଲ୍ୟାଣସିଂହପୁର,୧୩ା୯(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଶିକରପାଇ ପଞ୍ଚାୟତ ସଦର ପ୍ରବେଶ ପଥରେ ଥିବା ଭାରତ ମାତାଙ୍କ ପ୍ରତିମୂର୍ତ୍ତିକୁ କିଛି ଦୁର୍ବୃତ୍ତ ଭାଙ୍ଗି…

ହିନ୍ଦୁ ସାଧୁଙ୍କ ପାଦ ସ୍ପର୍ଶ କଲେ ଇରାନର ରାଷ୍ଟ୍ରପତି ପେଜେଶକିଆନ! ଭିଡିଓ ଭାଇରାଲ

ନୂଆଦିଲ୍ଲୀ/ତେହରାନ,୧୩।୯: ଦିଲ୍ଲୀର ଭାରତ ମଣ୍ଡପମରେ ଚାଲିଥିବା ବ୍ରିକ୍ସ (BRICS) ସମ୍ମିଳନୀର ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଇରାନର ରାଷ୍ଟ୍ରପତି…

ଖଣ୍ଡେ ପାନ ପାଇଁ ବୃଦ୍ଧାଙ୍କୁ ଠେଙ୍ଗାରେ ପିଟିପିଟି ହତ୍ୟା କଲେ ଯୁବକ

ମୋରଡ଼ା,୧୩ା୯(ସ୍ମାରକ ମାଜୀ): ଖଣ୍ଡେ ପାନ ପାଇଁ ଘଟିଛି ହତ୍ୟାକାଣ୍ଡ। ଠେଙ୍ଗାରେ ପିଟିପିଟି ବୃଦ୍ଧାଙ୍କୁ ହତ୍ୟା କରିଛନ୍ତି ଜଣେ ଯୁବକ। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି…

ସୋସିଆଲ ମିଡିଆରେ ଚର୍ଚ୍ଚା; କିଶୋର କୁମାରଙ୍କ ଗୀତ ଗାଇଲେ ପ୍ରଧାନମନ୍ତ୍ରୀ, ସବୁ କହିଲେ….

ନୂଆଦିଲ୍ଲୀ,୧୩।୯: ଭାରତରେ ଆୟୋଜିତ ବ୍ରିକ୍ସ ଶିଖର ସମ୍ମିଳନୀର ଗାଲା ଡିନରରେ ମାଲେସିଆ ପ୍ରଧାନମନ୍ତ୍ରୀ ଅନୱାର ଇବ୍ରାହିମଙ୍କ ଏକ ଭିନ୍ନ ରୂପ ଦେଖିବାକୁ ମିଳିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ବିଭିନ୍ନ ଦାବି ନେଇ ଗୁଡ଼ାରି ବନ୍ଦ ଡାକରା, ଜିଲାପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରି…

ଗୁଡ଼ାରି,୧୩ା୯(ପ୍ରମୋଦ କୁମାର ପତି): ବିଭିନ୍ନ ଦାବି ପୂରଣ ନେଇ ଆସନ୍ତା ୨୨ ତାରିଖରେ ଗୁଡାରି ବନ୍ଦ ଡାକରା ଦିଆଯାଇଛି। ଏନେଇ ରବିବାର ବିଡିଓଙ୍କ ଅନୁପସ୍ଥିତିରେ ଜିପିଡିଓ ଶିବପ୍ରସାଦ…

ପୁଣି ଲଣ୍ଡନରେ କ୍ୱାଲିଟି ଟାଇମ ସ୍ପେଣ୍ଡ କରୁଥିବାର ନଜର ଆସିଲେ ତ୍ରିଶା-ବିଜୟ; ଭିଡିଓ ଭାଇରାଲ, ପ୍ରଶଂସକ କହିଲେ…

ଚେନ୍ନାଇ,୧୩।୯: ସୁପରଷ୍ଟାର ଥାଲାପତି ବିଜୟ ଏବଂ ଅଭିନେତ୍ରୀ ତ୍ରିଶା କ୍ରିଷ୍ଣନଙ୍କ ଯୋଡ଼ିକୁ ପ୍ରଶଂସକମାନେ ଦୀର୍ଘ ଦିନ ଧରି ପସନ୍ଦ କରିଆସୁଛନ୍ତି। ଏହି ପସନ୍ଦ ସହିତ, ଉଭୟଙ୍କ ମଧ୍ୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?