ଭୁବନେଶ୍ୱର,୧୪ା୩: ବିଧାୟିକା ସୋଫିଆ ଫିର୍ଦ୍ଦୋସ ଖୋଲାଖୋଲି ଭାବେ ତାଙ୍କର ଅସନ୍ତୋଷ ଝାଡ଼ିଛନ୍ତି। ବିଜେଡି ସହ ବୁଝାମଣାକୁ ନେଇ ଉଠୁଥିବା କଥା ଉପରେ ସେ ଖୁବ୍ ରାଗିଯାଇଛନ୍ତି। ସେ କହିଛନ୍ତି, ରାଜ୍ୟ ସଭା ପାଇଁ ପ୍ରାର୍ଥୀ ଚୟନ ପୂର୍ବରୁ କୌଣସି ଆଲୋଚନା ହୋଇନି। ବିଧାୟକମାନଙ୍କ ସହ ଆଲୋଚନା ହୋଇଥିଲେ ବରଂ ଭଲ ହୋଇଥାନ୍ତା। ନୂଆପଡ଼ା ଉପନିର୍ବାଚନକୁ ମୋତେ ଡକାଯାଇ ନ ଥିଲା ବୋଲି ସୋଫିଆ ସାମ୍ବାଦିକ ପ୍ରଶ୍ନର ଉତ୍ତରରେ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ମୋ ନିର୍ବାଚନ ମଣ୍ଡଳୀରେ କାହାକୁ ଯୋଡ଼ିଲେ ମୋତେ ଜଣାଉ ନାହାନ୍ତି।
ବିଜେଡିର ପ୍ରାର୍ଥୀ ଘୋଷଣା ପରେ କଂଗ୍ରେସର ସମର୍ଥନକୁ ନେଇ ବି ପ୍ରଶ୍ନ କରିଛନ୍ତି। ସମର୍ଥନ ଦେବା ନେଇ ଆମ ସହ ପରାମର୍ଶ କରାଯାଇ ନାହିଁ। କଂଗ୍ରେସର ଆଜିର ସ୍ଥିତି କେବଳ ବିଜେଡି ପାଇଁ ବୋଲି ସୋଫିଆ କହିଛନ୍ତି। ବିଜେଡି ସବୁବେଳେ ଭାଜପା ସହ ମିଶିକି ରହି ଆସିଛି। ଦୁଇ ଦଳର ମୁଖ୍ୟ ଏକାଠି ସ୍ବାଧୀନ ପ୍ରାର୍ଥୀ ଘୋଷଣା କରିଥିଲେ ଇଜ୍ଜତ ରହିଥାନ୍ତା। କଂଗ୍ରେସକୁ ସମ୍ପୂର୍ଣ୍ଣ ମୂଳପୋଛ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି। ବ୍ୟକ୍ତିଗତ ହିସାବରେ ଯିଏ ଯାହାର ଭୋଟ୍ ଦେବେ। ମୁଁ ନିଶ୍ଚୟ ଭୋଟ୍ ଦେବି, ଏହା ମୋର ଅଧିକାର ବୋଲି ସୋଫିଆ କହିଛନ୍ତି।

