ପୁଣି ପ୍ରେମରେ ପଡିଛନ୍ତି ସୁରଜ

ମୁମ୍ବାଇ: ଅଭିନେତ୍ରୀ ଜିଆ ଖାନ ଆତ୍ମହତ୍ୟା ମାମଲାରେ ସୁରଜ ପଞ୍ଚୋଲିଙ୍କ ନାମ ପଦାକୁ ଆସିବା ପରେ ତାଙ୍କୁ ପ୍ରାୟ ଏକ ଦଶନ୍ଧି ଧରି ପୋଲିସ ଏବଂ କୋର୍ଟର ଚକ୍କର କାଟିବାକୁ ପଡିଥିଲା। ଚଳିତ ବର୍ଷ ଏପ୍ରିଲରେ ମୁମ୍ବାଇର ସ୍ବତନ୍ତ୍ର ସିବିଆଇ କୋର୍ଟ ସୁରଜ ପଞ୍ଚୋଲିଙ୍କୁ ଏହି ଅଭିଯୋଗରୁ ମୁକ୍ତ କରିଛି। ଜିଆ ଖାନଙ୍କ ଚିଠି ଆଧାରରେ ତାଙ୍କୁ ଆତ୍ମହତ୍ୟା କରବାକୁ ଉସକାଇଥିବା ଅଭିଯୋଗ ହୋଇଥିଲା। ପଞ୍ଚୋଲି ବର୍ତ୍ତମାନ ଜୀବନର ଏକ ନୂତନ ଆରମ୍ଭ ପାଇଁ ଯୋଜନା କରୁଛନ୍ତି। ଏକ ସାକ୍ଷାତକାରରେ ସେ କହିଥିଲେ ଯେ ବର୍ତ୍ତମାନ ତାଙ୍କର ଅତୀତ ତାଙ୍କୁ ହଇରାଣ କରୁନାହିଁ। ସେ ଏହା ମଧ୍ୟ ପ୍ରକାଶ କରିଛନ୍ତି ଯେ ସେ କାହା ସହ ସମ୍ପର୍କ ରଖିଛନ୍ତି।
ଜରିନା ୱାହବ ଏବଂ ଆଦିତ୍ୟ ପାଞ୍ଚୋଲିଙ୍କ ପୁଅ ସୁରଜ ପଞ୍ଚୋଲି କହିଛନ୍ତି ଯେ ସେ ୭ବର୍ଷ ହେବ ଡେଟ କରୁଛନ୍ତି। ତାଙ୍କର ଏକ ସାକ୍ଷାତକାରରେ ସେ କହିଥିଲେ, ’ମୁଁ ଭାବୁଛି ଯେ ଜିଆଙ୍କ ସହ ମୋର ସମ୍ପର୍କ ବୋଧହୁଏ ମୋର ସବୁଠାରୁ କମ ସମ୍ପର୍କ ଥିଲା। ଏହା ପରେ ମୁଁ ଏକ ରିଲେଶନରେ ଅଛି । ବର୍ତ୍ତମାନ ପ୍ରାୟ ୭ ବର୍ଷ ହୋଇଗଲାଣି ଏବଂ ଏହା ସୁନ୍ଦର ସମ୍ପର୍କ ହୋଇଯାଇଛି। ଏହି ବିଶ୍ୱରେ ପ୍ରେମର ଭାବନା ଏବଂ ପରସ୍ପରର ଯତ୍ନ ନେବା ଭଳି ଆଉ କିଛି ନାହିଁ । ଏହି ସମ୍ପର୍କ ମୋ ପାଇଁ ଅତ୍ୟନ୍ତ ବ୍ୟକ୍ତିଗତ କାରଣ ଅନେକ ଲୋକ ମୋତେ ଖରାପ ପ୍ରେମୀ ବା ସାଥୀ ଭାବରେ ବିଚାର କରିଛନ୍ତି। କେବଳ ମୋର ନିକଟତର ଲୋକମାନେ ଜାଣନ୍ତି ଯେ ମୁଁ କିପରି ଅଛି। ମୋ ବିଷୟରେ ସାଧାରଣ ଧାରଣା ଭୁଲ।

ତେବେ ସୁରଜ ତାଙ୍କ ପ୍ରେମିକାଙ୍କ ନାମ ପ୍ରକାଶ କରି ନ ଥିବା ବେଳେ ଏତିକି କହିଛନ୍ତି କି ସେ ଜଣେ ଅଭିନେତ୍ରୀ ନୁହଁନ୍ତି। କିନ୍ତୁ ସେ ତାଙ୍କ ରିଲେଶନକୁ ପର୍ସନାଲ ରଖିବାକୁ ଚାହୁଥିବା କହିଛନ୍ତି। ବିବାହ କେବେ ହେବ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି ଏଇ କିଛି ବର୍ଷ ମଧ୍ୟରେ ସେ ବିବାହ କରିବାର ଯୋଜନା କରୁଛନ୍ତି। ସୂଚନାଯୋଗ୍ୟ, ୨୦୧୩ରେ ମୁମ୍ବାଇର ଏକ ଫ୍ଲାଟରେ ଅଭିନେତ୍ରୀ ଜିଆ ଖାନ ଆତ୍ମହତ୍ୟା କରିଥିଲେ। ମୁମ୍ବାଇ ପୋଲିସ ଧାରା ୩୦୬(ଆତ୍ମହତ୍ୟା ପାଇଁ ଉସକାଇବା)ଆଧାରରେ ସୁରଜଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। କାରଣ ସୁରଜ ଓ ଜିଆ ରିଲେସନଶିପରେ ଥିଲେ। ଜିଆଙ୍କ ମାଆ ରାବିୟା ଖାନ ଅଭିଯୋଗ କରିଥିଲେ କି ସୁରଜ ଜିଆଙ୍କୁ ହତ୍ୟା କରିଛନ୍ତି। ସେ ସୁରଜଙ୍କ ବିରୋଧରେ ମାମଲା ଦାୟର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବେଙ୍ଗାଲୁରୁକୁ ବଡ଼ ଝଟକା, ଏହି ଖେଳାଳିଙ୍କୁ ମିଳିଲା ନାହିଁ ନୋ ଅବଜେକ୍ସନ ସାର୍ଟିଫିକେଟ

ନୂଆଦିଲ୍ଲୀ,୨୭ା୩: ଶ୍ରୀଲଙ୍କାର ପେସର ନୁଓ୍ୱାନ ଥୁସାରା ଆଗାମୀ ଆଇପିଏଲ୍‌ ମିସ କରିବେ। ଶ୍ରୀଲଙ୍କା କ୍ରିକେଟ (ଏସ୍‌ଏଲ୍‌ସି)ର ନୂଆ କଡ଼ା ଫିଟ୍‌ନେସ ପଲିସୀ ଅନୁଯାୟୀ, ତାଙ୍କୁ ନୋ ଅବଜେକ୍ସନ…

ରିଙ୍କୁଙ୍କୁ ମିଳିଲା ସରକାରୀ ଚାକିରି, ଏତେ ପାଇବେ ଦରମା, ଜାଣିଲେ ଉଡିଜିବ ହୋସ୍‌

ନୂଆଦିଲ୍ଲୀ,୨୭।୩: ଭାରତୀୟ କ୍ରିକେଟର ରିଙ୍କୁ ସିଂଙ୍କୁ ସରକାରୀ ଚାକିରି ମିଳିଛି। ରିଙ୍କୁଙ୍କ ପାଇଁ ଏକାସାଙ୍ଗରେ ଦୁଇଟି ବଡ଼ ଖବର ଆସିଛି। କାରଣ ସେ ନିକଟରେ କୋଲକାତା ନାଇଟ…

ଚର୍ଚ୍ଚାରେ ପାକିସ୍ତାନ କ୍ରିକେଟ ବୋର୍ଡ, PSLକୁ ନେଇ ନେଲା ଏମିତି ନିଷ୍ପତ୍ତି ସାରା ବିଶ୍ୱ ଚକିତ

ଇସଲାମାବାଦ,୨୭।୩: ପାକିସ୍ତାନ ସୁପର ଲିଗ (PSL)ର ଚଳିତ ସିଜିନରେ କିଛି ଭିନ୍ନ ଘଟଣା ଘଟିଛି। PSL 2026 ଶୁକ୍ରବାରଠାରୁ ଆରମ୍ଭ ହୋଇଛି, ଏବଂ ଏହି ଲିଗ ଏହାର…

ରାମନବମୀରେ ବିରଳ ସଂଯୋଗ, ଏହି ୩ ରାଶିର ଖୋଲିବ ଭାଗ୍ୟ

୨୭ ମାର୍ଚ୍ଚ ୨୦୨୬, ପ୍ରେମ ଏବଂ ସମ୍ପର୍କ ଦୃଷ୍ଟିରୁ ବିଶେଷ ଦିନ ହେବାକୁ ଯାଉଛି । ଆଜି ସାରା ଦେଶରେ ରାମନବମୀ ପାଳନ ହେଉଥିବା ବେଳେ ଅନେକ…

ପ୍ରଭୁ ରାମଙ୍କ ସୂର୍ଯ୍ୟାଭିଷେକ: ଦେଖିବାକୁ ପ୍ରବଳ ଭିଡ଼

ନୂଆଦିଲ୍ଲୀ,୨୭।୩: ରାମ ନବମୀ ଅବସରରେ ଅଯୋଧ୍ୟାରେ ଭକ୍ତଙ୍କ ସୁଅ ଛୁଟିଛି। ସକାଳୁ ସକାଳୁ ପ୍ରଭୁ ରାମଙ୍କୁ ସ୍ନାନ କରାଯାଇଥିଲା ଏବଂ ଆକର୍ଷଣୀୟ ପୋଷାକ ପିନ୍ଧି ସଜ୍ଜିତ କରାଯାଇଥିଲା।…

କ୍ଲାସ୍‌ରୁମ୍‌ରେ ଛାତ୍ରୀଙ୍କୁ ପ୍ରେମ ନିବେଦନ କଲେ ପ୍ରଫେସର, ତା’ପରେ ଯାହା ଘଟିଲା… କ୍ୟାମ୍ପସରେ ହଇଚଇ

ବେଙ୍ଗାଲୁରୁ,୨୭।୩: ବେଙ୍ଗାଲୁରୁ ଗ୍ରାମୀଣ ଜିଲାର ଟି. ବେଗୁରରେ ଥିବା ଶ୍ରୀ ସିଦ୍ଧାର୍ଥ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସେସ ଆଣ୍ଡ ରିସର୍ଚ୍ଚ ସେଣ୍ଟରରେ ବୁଧବାର ଏକ ଅଜବ ଏବଂ…

ଇରାନକୁ ବୋକା ବନାଉଛି ଆମେରିକା? ବୁଝନ୍ତୁ ଟ୍ରମ୍ପଙ୍କ ଡବଲ ଗେମ

ଓ୍ବାଶିଂଟନ,୨୭।୩: ଇରାନ ଏବଂ ଆମେରିକା ମଧ୍ୟରେ ଯୁଦ୍ଧ ତୀବ୍ରତର ହେଉଛି। ଏହି ସମୟରେ, ଆମେରିକାର ରଣନୀତି ଉପରେ ନଜର ରଖାଯାଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଲଗାତାର…

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧନ୍ୟବାଦ ଜଣାଇ ଏମିତି କହିଦେଲେ ମୁଖ୍ୟମନ୍ତ୍ରୀ: ଗୁଜବ ଉପରେ…

ଭୁବନେଶ୍ୱର,୨୭।୩: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ୍ସସାଇଜ ଡ୍ୟୁଟି ହ୍ରାସ ପାଇଁ ଧନ୍ୟବାଦ ଜଣାଇଛନ୍ତି। ଏହି ନିଷ୍ପତ୍ତି ଲୋକଙ୍କୁ ଆଶ୍ୱସ୍ତି ଦେବ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri